ଲଞ୍ଚ ହେଲା Bajajର ନୂଆ 2026 Pulsar 150 ଓ Pulsar 125, ମିଳିବ କଲର୍ TFT ଡିସ୍ପ୍ଲେ
ଭାରତୀୟ ଦୁଇଚକିଆ ବାହନ ନିର୍ମାଟା କମ୍ପାନୀ ବାଜାଜ୍ ଅଟୋ ଭାରତରେ ତାର ପ୍ରସିଦ୍ଧ ପଲସର ସିରିଜ୍ର ଦୁଇଟି ନୂଆ ମଡେଲ୍ ଲଞ୍ଚ କରିଛି, ଯାର ପ୍ରାରମ୍ଭିକ ମୂଲ୍ୟ 92,990 ଟଙ୍କା ରହିଛି ।

Published : August 24, 2026 at 8:34 PM IST
ହାଇଦ୍ରାବାଦ: ଭାରତୀୟ ଦୁଇଚକିଆ ବାହାନ ନିର୍ମାତା କମ୍ପାନୀ ବଜାଜ୍ ଅଟୋ (Bajaj Auto) ଭାରତୀୟ ବଜାରରେ ତାର ସବୁଠାରୁ ଲୋକପ୍ରିୟ ବାଇକ୍ ସିରିଜ୍ର ଦୁଇଟି ନୂଆ ସଂସ୍କରଣ 2026 Bajaj Pulsar 125 ଏବଂ 2026 Bajaj Pulsar 150 ଲଞ୍ଚ କରିଦେଇଛି । କମ୍ପାନୀ ପକ୍ଷରୁ ନୂଆ 2026 Pulsar 125ର ପ୍ରାରମ୍ଭିକ ମୂଲ୍ୟ 92,990 ଟଙ୍କା (ଏକ୍ସ ଶୋରୁମ୍) ରଖାଯାଇଥିବା ବେଳେ ପାୱାରଫୁଲ୍ 2026 Pulsar 150 ମଡେଲ୍କୁ 1.15 ଲକ୍ଷ ଟଙ୍କା (ଏକ୍ସ-ଶୋରୁମ୍)ର ପ୍ରାରମ୍ଭିକ ମୂଲ୍ୟରେ ବଜାରକୁ ଅଣାଯାଇଛି । କମ୍ପାନୀ ଏହି ଦୁଇଟିଯାକ ବାଇକ୍ର ଚେହେରା ଏବଂ ସ୍ମାର୍ଟ ଫିଚର୍ସ ବଡ଼ ଧରଣର ସଂଶୋଧନ କରିଛି । ଏହି ନୂଆ ବାଇକ୍ ଗୁଡିକର ଫ୍ୟୁଏଲ୍ ଟ୍ଯାଙ୍କ (Fuel Tank)କୁ ପୂର୍ବ ଅପେକ୍ଷା ଅଧିକ ଚଉଡା କରାଯାଇଛି, ଯାହା ଗାଡ଼ିକୁ ଏକ ପ୍ରକୃତ ମସ୍କୁଲାର ଏବଂ ଆକର୍ଷଣୀୟ ଲୁକ୍ ପ୍ରଦାନ କରୁଛି ।
ବାଜାଜ୍ ପଲସରକୁ ଭାରତରେ ସର୍ବପ୍ରଥମେ ବର୍ଷ 2001ରେ ଲଞ୍ଚ କରାଯାଇଥିଲା ଏବଂ ସେବେଠାରୁ ଏହା ଭାରତୀୟ ବଜାରରେ ସବୁଠାରୁ ଆଦୃତ ଏବଂ ପ୍ରସିଦ୍ଧ ବାଇକ୍ ବିକଳ୍ପ ଭାବେ ରହିଆସିଛି । ସମୟ ସହିତ କମ୍ପାନୀ ତାର ପଲସର ପୋର୍ଟଫୋଲିଓକୁ ବହୁତ ବଡ଼ କରିଛି, ଯେଉଁଥିରେ ସମ୍ପୂର୍ଣ୍ଣ ଫେୟାର୍ଡ (Fully faired) ସ୍ପୋର୍ଟସ ବାଇକ୍ ଏବଂ ନେକେଡ୍ ଷ୍ଟ୍ରୀଟ୍ ମୋଟରସାଇକେଲ୍ ସାମିଲ ହୋଇସାରିଛନ୍ତି । ସବୁଠାରୁ ବଡ଼ ରେକର୍ଡ ହେଉଛି, ବାଜାଜ୍ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ମୋଟ୍ 20 ମିଲିଅନ୍ (2 କୋଟି) ରୁ ଅଧିକ ପଲସର ବାଇକ୍ ବିକ୍ରି କରି ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିସାରିଛି ।
ନୂଆ 2026 Bajaj Pulsar 125ର ଫିଚର୍ସ:
କମ୍ପାନୀ ଏହି ବେସ୍ ମଡେଲ୍ ବାଇକ୍ର ଶକ୍ତି ଏବଂ ମେକାନିକାଲ୍ କ୍ଷମତାରେ ବଡ଼ ପରିବର୍ତ୍ତନ କରିଛି । ନୂଆ Bajaj Pulsar 125ରେ ଏକ ଅପଡେଟେଡ୍ 124.38ccର ଫୋର୍-ଷ୍ଟ୍ରୋକ୍, ଟୁ-ଭାଲ୍ଭ, ସିଙ୍ଗଲ୍-ସିଲିଣ୍ଡର, ଏୟାର-କୁଲ୍ଡ DTS-i ଇଞ୍ଜିନ୍ ବ୍ୟବହାର କରାଯାଇଛି । ଏହି ଶକ୍ତିଶାଳୀ ଇଞ୍ଜିନ୍ ବର୍ତ୍ତମାନ 12.1 PSର ସର୍ବାଧିକ ପାୱାର ପ୍ରଦାନ କରୁଛି, ଯେଉଁଠାରେ ଏହାର ପୁରୁଣା ମଡେଲରେ ଏହି ପାୱାର୍ କ୍ଷମତା ମାତ୍ର 11.8 PS ରହିଥିଲା ।
ଇଞ୍ଜିନ୍ ବ୍ୟତୀତ, 2026 Pulsar 125ରେ ଗ୍ରାହକମାନଙ୍କ ପାଇଁ ଅନେକ ଆଧୁନିକ ଟେକ୍ନୋଲୋଜି ଫିଚର୍ସ ଯୋଡ଼ା ଯାଇଛି, ଯାହାର ବିବରଣୀ ନିମ୍ନରେ ଦିଆଗଲା:
ସ୍ମାର୍ଟ ଡିସପ୍ଲେ: ଏଥିରେ ଏକ ଆଧୁନିକ 5-ଇଞ୍ଚର କଲର୍ TFT ଡିସପ୍ଲେ କନ୍ସୋଲ ସହିତ Google Maps ନେଭିଗସନ୍ ସିଷ୍ଟମ୍ର ସପୋର୍ଟ ଦିଆଯାଇଛି ।
ଲାଇଟିଂ ପ୍ୟାକେଜ୍: ବାଇକ୍ର ଆଗ ହେଡ୍ଲ୍ୟାମ୍ପ, ପଛ ଟେଲ୍ ଲ୍ୟାମ୍ପ ଏବଂ ସାଇଡ୍ ବ୍ଲିଙ୍କର୍ସ (ଇଣ୍ଡିକେଟର) ସହିତ ଏକ ସମ୍ପୂର୍ଣ୍ଣ ଅଲ୍-LED ଲାଇଟିଂ ପ୍ୟାକେଜ୍ ଏବଂ ହଜାର୍ଡ ଲାଇଟ୍ସ (Hazard Lights) ମିଳୁଛି ।
ଚାର୍ଜିଂ ଓ ରାଇଡ୍ ମୋଡ୍ସ: ମୋବାଇଲ୍ ସଂଯୋଗ ପାଇଁ ଏଥିରେ ଏକ USB-C ଟାଇପ୍ ଚାର୍ଜିଂ ପୋର୍ଟ ସହିତ ଅଲଗା ଅଲଗା ପରିସ୍ଥିତିରେ ଚଲାଇବା ପାଇଁ କେତେକ ବିଶେଷ ରାଇଡ୍ ମୋଡ୍ସ (Ride Modes)ର ସୁବିଧା ମିଳୁଛି ।
ସସ୍ପେନ୍ସନ୍: ଗାଡ଼ିର ସ୍ମୁଥ୍ ରାଇଡିଂ ପାଇଁ ଆଗରେ ସ୍ପୋର୍ଟି କ୍ଲିପ୍-ଅନ୍ ହ୍ୟାଣ୍ଡଲବାର୍ ଏବଂ ପଛ ଭାଗରେ ଗ୍ୟାସ୍-ଚାର୍ଜ୍ଡ ମୋନୋଶକ୍ ରିୟର୍ ସସ୍ପେନ୍ସନ୍ ସେଟଅପ୍ କରାଯାଇଛି ।
କ୍ରାଲ୍ ଟେକ୍ ଟେକ୍ନୋଲୋଜି: ପଲସର 125 ରେ 'କ୍ରାଲ୍ ଟେକ୍' (Crawl Tech) ନାମକ ଏକ ସମ୍ପୂର୍ଣ୍ଣ ନୂଆ ସ୍ମାର୍ଟ ଫିଚର୍ ଯୋଡ଼ା ଯାଇଛି, ଯାହା ଏହି ସେଗମେଣ୍ଟରେ ପ୍ରଥମ ଥର ପାଇଁ ଆସିଛି । ଏହି ଆଡଭାନ୍ସଡ୍ ଟେକ୍ନୋଲୋଜି ସାହାଯ୍ୟରେ ରାଇଡର ବିନା କୌଣସି ଥ୍ରୋଟଲ୍ (Accelerator) ଦେଇ ମଧ୍ୟ ଟ୍ରାଫିକ୍ ଭିତରେ ବାଇକ୍କୁ ବହୁତ କମ୍ ସ୍ପିଡ୍ରେ ସହଜରେ ଚଲାଇ ପାରିବେ ।
କଲର୍ ଅପ୍ସନ: ଗ୍ରାହକଙ୍କ ପାଇଁ ଏହି ବାଇକ୍ ଚାରୋଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି, ଯାହା ମଧ୍ୟରେ ଏବୋନି ବ୍ଲାକ୍ ସିଆନ୍ ବ୍ଲୁ, ଏବୋନି ବ୍ଲାକ୍ ମ୍ୟାଜେଣ୍ଟା ରେଡ୍, ଫ୍ୟୁରି ରେଡ୍ ଏବଂ ସାଫାୟାର୍ ବ୍ଲୁ ରଙ୍ଗ ସାମିଲ ଅଛି ।
ନୂଆ 2026 Bajaj Pulsar 150ର ଫିଚର୍ସ:
ବଡ଼ ଭେରିଏଣ୍ଟ 2026 Bajaj Pulsar 150ର ଇଞ୍ଜିନ୍ ପାୱାର କଥା କହିଲେ, ଏଥିରେ ପୂର୍ବ ଭଳି ସମାନ ପାୱାରଫୁଲ୍ 149.5cc ର ଫୋର୍-ଷ୍ଟ୍ରୋକ୍, ଅଏଲ୍-କୁଲ୍ଡ, ସିଙ୍ଗଲ୍-ସିଲିଣ୍ଡର, DTS-i ଟ୍ୱିନ୍-ସ୍ପାର୍କ, ଫ୍ୟୁଏଲ୍-ଇଞ୍ଜେକ୍ଟେଡ୍ ଇଞ୍ଜିନ୍ ବ୍ୟବହାର ହୋଇଛି, ଯାହା ରାଇଡ୍ ସମୟରେ 14 PS ର ସର୍ବାଧିକ ପାୱାର ପ୍ରଦାନ କରିଥାଏ । ଏହି ନୂଆ ଇଞ୍ଜିନ୍ ସେଟଅପ୍ ପୁରୁଣା ମଡେଲ୍ ଭଳି ହିଁ ସମାନ ରହିଛି । ଏହା ବ୍ୟତୀତ ଏହି ସ୍ପୋର୍ଟି ବାଇକ୍ରେ ଗ୍ରାହକଙ୍କ ସୁବିଧା ପାଇଁ କେତେକ ଖାସ୍ ରାଇଡ୍ ମୋଡ୍ସ, ସ୍ପୋର୍ଟି କ୍ଲିପ୍-ଅନ୍ ହ୍ୟାଣ୍ଡଲବାର୍ ଏବଂ ଇଞ୍ଜିନ୍ ସୁରକ୍ଷା ପାଇଁ ତଳ ପଟେ ଏକ ଷ୍ଟାଇଲିସ୍ ବେଲି ପ୍ୟାନ୍ (Belly Pan) ଦିଆଯାଇଛି ।
ବାଜାଜ୍ ପଲସର 150 ରେ ମଧ୍ୟ କମ୍ପାନୀ ସମସ୍ତ ପ୍ରିମିୟମ୍ ଆଡଭାନ୍ସଡ୍ ଟେକ୍ନୋଲୋଜି ଫିଚର୍ସ ପ୍ରଦାନ କରିଛି, ଯେପରିକି ଏଥିରେ ଏକ ପ୍ରିମିୟମ୍ 5-ଇଞ୍ଚର କଲର୍ TFT ଡିସ୍ପ୍ଲେ, Google Maps ନେଭିଗେସନ୍, ହେଡ୍ଲ୍ୟାମ୍ପ ତଥା ଇଣ୍ଡିକେଟର ସହିତ ସମ୍ପୂର୍ଣ୍ଣ ଅଲ୍-LED ଲାଇଟିଂ ପ୍ୟାକେଜ୍, ହଜାର୍ଡ ଲାଇଟ୍ସ, ସ୍ମାର୍ଟଫୋନ୍ ସଂଯୋଗ ପାଇଁ USB ଟାଇପ୍-C ଚାର୍ଜିଂ ପୋର୍ଟ ଏବଂ ଗ୍ୟାସ୍-ଚାର୍ଜ୍ଡ ମୋନୋଶକ୍ ରିୟର୍ ସସ୍ପେନ୍ସନ୍ ସିଷ୍ଟମ୍ ମିଳୁଛି ।
ଏହି ବାଇକ୍ର ସବୁଠାରୁ ଆଧୁନିକ ବୈଶିଷ୍ଟ୍ୟ ହେଉଛି ଏହାର ସ୍ମାର୍ଟ ଟିଏଫ୍ଟି (TFT) ଡିସ୍ପ୍ଲେ, ଯେଉଁଥିରେ ଗ୍ରାହକମାନେ ନିଜ ଗାଡ଼ିର ଆରସି (RC) ଏବଂ ଇନସ୍ୟୁରେନ୍ସ ଭଳି ସମସ୍ତ ଜରୁରୀ ଗାଡ଼ି ଡକ୍ୟୁମେଣ୍ଟ ଗୁଡ଼ିକୁ ସୁରକ୍ଷିତ ଭାବେ ସେଭ୍ କରି ରଖିପାରିବେ। ଏଥିସହିତ ରାଇଡିଂ ସମୟରେ ଫୋନ୍ ସେଭ୍ ରଖିବା ପାଇଁ ଏଥିରେ ଲାଇଭ୍ କଲ୍ ଏବଂ ମେସେଜ୍ ଆଲର୍ଟ ସହିତ ବ୍ଲୁଟୁଥ୍ ମ୍ୟୁଜିକ୍ କଣ୍ଟ୍ରୋଲ୍ ଭଳି ଆଡଭାନ୍ସଡ୍ ଫିଚର୍ସ ମଧ୍ୟ ମିଳିବ। ପଲସର 125 ଭଳି ବାଜାଜ୍ ଏହି 150cc ମଡେଲରେ ମଧ୍ୟ ଟ୍ରାଫିକ୍ ସୁବିଧା ପାଇଁ ସ୍ମାର୍ଟ 'କ୍ରାଲ୍ ଟେକ୍' (Crawl Tech) ଟେକ୍ନୋଲୋଜିର ସପୋର୍ଟ ପ୍ରଦାନ କରିଛି। ନିଜ ପସନ୍ଦ ଅନୁଯାୟୀ ଗ୍ରାହକମାନେ ଏହାକୁ ୫ଟି ଚମତ୍କାର କଲର୍ ସ୍କିମ୍ରେ କିଣିପାରିବେ, ଯାହା ମଧ୍ୟରେ ସାଫାୟାର୍ ବ୍ଲୁ, ଏବୋନି ବ୍ଲାକ୍ ଇଙ୍କ୍ ବ୍ଲୁ, ମ୍ୟାଜେଣ୍ଟա ରେଡ୍, ଫ୍ୟୁରି ରେଡ୍ ଏବଂ ପର୍ଲ ମେଟାଲିକ୍ ହ୍ୱାଇଟ୍ ରଙ୍ଗ ସାମିଲ ରହିଛି।
ଏହି ବାଇକ୍ର ସବୁଠାରୁ ଆଧୁନିକ ବୈଶିଷ୍ଟ୍ୟ ହେଉଛି ଏହାର ସ୍ମାର୍ଟ ଟିଏଫ୍ଟି (TFT) ଡିସ୍ପ୍ଲେ, ଯେଉଁଥିରେ ଗ୍ରାହକମାନେ ନିଜ ଗାଡ଼ିର ଆରସି (RC) ଏବଂ ଇନସ୍ୟୁରେନ୍ସ ଭଳି ସମସ୍ତ ଜରୁରୀ ଗାଡ଼ି ଡକ୍ୟୁମେଣ୍ଟ ଗୁଡ଼ିକୁ ସୁରକ୍ଷିତ ଭାବେ ସେଭ୍ କରି ରଖିପାରିବେ। ଏଥିସହିତ ରାଇଡିଂ ସମୟରେ ଫୋନ୍ ସେଭ୍ ରଖିବା ପାଇଁ ଏଥିରେ ଲାଇଭ୍ କଲ୍ ଏବଂ ମେସେଜ୍ ଆଲର୍ଟ ସହିତ ବ୍ଲୁଟୁଥ୍ ମ୍ୟୁଜିକ୍ କଣ୍ଟ୍ରୋଲ୍ ଭଳି ଆଡଭାନ୍ସଡ୍ ଫିଚର୍ସ ମଧ୍ୟ ମିଳିବ। ପଲସର 125 ଭଳି ବାଜାଜ୍ ଏହି 150cc ମଡେଲରେ ମଧ୍ୟ ଟ୍ରାଫିକ୍ ସୁବିଧା ପାଇଁ ସ୍ମାର୍ଟ 'କ୍ରାଲ୍ ଟେକ୍' (Crawl Tech) ଟେକ୍ନୋଲୋଜିର ସପୋର୍ଟ ପ୍ରଦାନ କରିଛି। ନିଜ ପସନ୍ଦ ଅନୁଯାୟୀ ଗ୍ରାହକମାନେ ଏହାକୁ 5ଟି ଚମତ୍କାର କଲର୍ ସ୍କିମ୍ରେ କିଣିପାରିବେ, ଯାହା ମଧ୍ୟରେ ସାଫାୟାର୍ ବ୍ଲୁ, ଏବୋନି ବ୍ଲାକ୍ ଇଙ୍କ୍ ବ୍ଲୁ, ମେଜାଣ୍ଟ ରେଡ୍, ଫ୍ୟୁରି ରେଡ୍ ଏବଂ ପର୍ଲ ମେଟାଲିକ୍ ହ୍ୱାଇଟ୍ ରଙ୍ଗ ସାମିଲ ରହିଛି ।

