ETV Bharat / state

ଲୁଣା ନଦୀକୁ ଡେଇଁ ଯୁବକ ନିଖୋଜ, ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଳପଡ଼ା ଲୁଣା ନଦୀ ସେତୁ ଉପରୁ ଡେଇଁ ଯୁବକ ନିଖୋଜ । ନିଖୋଜ ଯୁବକ ଜଣକ ହେଲେ ବାହାକଣ୍ଡିଆ ଗ୍ରାମର ରାଜକୁମାର ଜେନା । ରିପୋର୍ଟ- ରାଧାକାନ୍ତ ମହାନ୍ତି

Youth missing after jumping into luna river
କେନ୍ଦ୍ରାପଡ଼ା ଲୁଣା ନଦୀକୁ ଡ଼େଇଁ ଯୁବକ ନିଖୋଜ (ETV Bharat Odisha)
author img

By ETV Bharat Odisha Team

Published : August 26, 2026 at 1:20 PM IST

2 Min Read
Choose ETV Bharat

କେନ୍ଦ୍ରାପଡ଼ା: ଲୁଣା ନଦୀକୁ ଡ଼େଇଁ ଯୁବକ ନିଖୋଜ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଳପଡ଼ା ଲୁଣା ନଦୀ ସେତୁ ଉପରୁ ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ଜଣେ ଯୁବକ ହଠାତ୍‌ ନଦୀକୁ ଡେଇଁପଡ଼ି ନିଖୋଜ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନିଖୋଜ ଯୁବକ ଜଣକ ବାହାକଣ୍ଡିଆ ଗ୍ରାମର ରାଜକୁମାର ଜେନା ବୋଲି ଚିହ୍ନଟ କରାଯାଇଛି । ରାତିର ଅନ୍ଧକାର ମଧ୍ୟରେ ରାଜକୁମାର ସେତୁ ଉପରୁ ନଦୀର ଗଭୀର ପାଣିକୁ ଡେଇଁ ପଡ଼ିଥିଲେ,ଏହାପରେ ତାଙ୍କର ଆଉ କୌଣସି ପତ୍ତା ମିଳିନଥିଲା ।

ଲୁଣା ନଦୀକୁ ଡେଇଁ ଯୁବକ ନିଖୋଜ, ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି (ETV Bharat Odisha)

ସ୍ପିଡ୍‌ ବୋଟ୍‌ ସହାୟତାରେ ଉଦ୍ଧାର କାର୍ଯ୍ୟ:

ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଆଜି (ବୁଧବାର) ସକାଳୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି । ଅଗ୍ନିଶମ ବାହିନୀର ପ୍ରଶିକ୍ଷିତ ଟିମ୍‌ ସ୍ପିଡ୍‌ ବୋଟ୍‌ ସହାୟତାରେ ଲୁଣା ନଦୀର ସ୍ରୋତ ମଧ୍ୟରେ ବ୍ୟାପକ ଖୋଜାଖୋଜି ଜାରି ରଖିଛନ୍ତି । ଦୀର୍ଘ ସମୟ ଧରି ନଦୀର ବିଭିନ୍ନ ସ୍ଥାନ ଓ ନିକଟବର୍ତ୍ତୀ କୂଳ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଯୁବକଙ୍କର କୌଣସି ପତ୍ତା ମିଳିପାରିନାହିଁ । ଲୁଣା ନଦୀରେ ପ୍ରବଳ ଜଳସ୍ରୋତ ଥିବାରୁ ଉଦ୍ଧାର କାର୍ଯ୍ୟରେ ଅନେକ ପ୍ରତିବନ୍ଧକ ସୃଷ୍ଟି ହେଉଥିବା ବେଳେ ସ୍ଥାନୀୟ ମାଛ ଧରାଳି ଓ ଗ୍ରାମବାସୀ ମଧ୍ୟ ଖୋଜାଖୋଜିରେ ଅଗ୍ନିଶମ ବାହିନୀକୁ ସହଯୋଗ କରୁଛନ୍ତି ।

ଆତ୍ମହତ୍ୟା ଉଦ୍ୟମ ନା ଅନ୍ୟ କିଛି !

ତେବେ ଯୁବକ ଜଣକ କେଉଁ ପରିସ୍ଥିତିରେ ଏବଂ କେଉଁ କାରଣରୁ ନଦୀକୁ ଡେଇଁପଡ଼ିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏନେଇ ବାହାକଣ୍ଡିଆ ଗାଁର ବିପ୍ଳବ ପରିଡ଼ା କହିଛନ୍ତି,"ଏହା ଏକ ଆତ୍ମହତ୍ୟା ଉଦ୍ୟମ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ? ସେନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ହେଉଛି । ଘଟଣା ପରଠାରୁ ଆମ ଗାଁ ବାହାକଣ୍ଡିଆରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।"

Youth missing after jumping into luna river
କେନ୍ଦ୍ରାପଡ଼ା ଲୁଣା ନଦୀକୁ ଡ଼େଇଁ ଯୁବକ ନିଖୋଜ (ETV Bharat Odisha)

​ଥାନାରେ ଏପର୍ଯ୍ୟନ୍ତ ନାହିଁ ଲିଖିତ ଅଭିଯୋଗ:

ଅପରପକ୍ଷେ ଏହି ନିଖୋଜ ଘଟଣାକୁ ନେଇ କେନ୍ଦ୍ରାପଡ଼ା ସଦର ଥାନାରେ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡ଼ିଛି । ସଦର ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ସୂଚନା ଦେଇଛନ୍ତି ଯେ, ଘଟଣା ସମ୍ପର୍କରେ ପୋଲିସ ନିକଟରେ କୌଣସି ଲିଖିତ ଅଭିଯୋଗ ଦାଖଲ କରାଯାଇ ନାହିଁ । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ମିଳିବା ପରେ ପୋଲିସ ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବ ।"

ସେପଟେ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନଦୀର ତଳ ମୁଣ୍ଡରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇ ଖୋଜାଖୋଜି ପ୍ରକ୍ରିୟାକୁ ଜୋରଦାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...କେନ୍ଦ୍ରାପଡ଼ାରେ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଟିମ୍

ଏହା ମଧ୍ୟ ପଢନ୍ତୁ... 100 ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମିଳିଲା MV Ocean Winner ଜାହାଜର ଏକ ଲାଇଫବୋଟ୍, ଏବେ ବି ନିଖୋଜ 22 କ୍ରୁ ମେମ୍ବର

ଇଟିଭି ଭାରତ, କେନ୍ଦ୍ରାପଡ଼ା