Bihar Election Results 2025

ETV Bharat / state

କାର୍ତ୍ତିକ ପୂର୍ଣ୍ଣିମାରେ ସୁଡ଼ଙ୍ଗ ଭିତରେ 6 ଘଣ୍ଟା ଫସିଗଲେ ମହିଳା, ଆଉ ତା'ପରେ...

ସୁଡ଼ଙ୍ଗ ଭିତରେ ଯାଉଥିବା ସମୟରେ 6 ଘଣ୍ଟା ଫସିଗଲେ ମହିଳା । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ ।

Woman Rescued After Being Trapped In Tunnel In Sambalpur
Woman Rescued After Being Trapped In Tunnel In Sambalpur (ETV Bharat)
author img

By ETV Bharat Odisha Team

Published : November 5, 2025 at 8:20 PM IST

2 Min Read
Choose ETV Bharat

ସମ୍ବଲପୁର: କାର୍ତ୍ତିକ ପୂର୍ଣ୍ଣିମାରେ ବଡ଼ ଅଘଟଣରୁ ବର୍ତ୍ତିଲେ ମହିଳା । ପୂଜା ପାଇଁ ଯାଇଥିବା ବେଳେ ସୁଡ଼ଙ୍ଗ ଭିତରେ ଫସିଗଲେ । ପାଖାପାଖି 6 ଘଣ୍ଟା ଧରି ମହିଳା ଜଣଙ୍କ ଫସି ରହିଥିବା ବେଳେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ 3 ଘଣ୍ଟାର ପରିଶ୍ରମ କରି ପଥର କାଟି ତାଙ୍କୁ ଉଦ୍ଧାର କରିଛନ୍ତି । ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକ ଭଣ୍ଡାରୀମାଲ ଗାଁ ସପ୍ତଋଷି ମନ୍ଦିର ନିକଟରେ ଥିବା ଛୋଟ ପାହାଡ଼ରେ ଏଭଳି ଅଘଟଣ ଘଟିଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ପ୍ରାଥମିକ ଚିକିତ୍ସା ଦିଆଯାଇ ଭୀମସାର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Woman Rescued After Being Trapped In Tunnel In Sambalpur (ETV Bharat)

ସୁଡ଼ଙ୍ଗ ଭିତରେ ଫସିଗଲେ:

ତେବେ ସୁଡ଼ଙ୍ଗ ଭିତରେ ଫସିଯାଇଥିବା ମହିଳା ଜଣକ ହେଉଛନ୍ତି ଜୁଯୁମୁରା ବ୍ଲକ ମେଘପାଳ ଅଞ୍ଚଳର ସୁଜାତା ମେହେର । ତାଙ୍କର ସ୍ୱାମୀ ମନୋଜ ମେହେରଙ୍କ କହିବା ଅନୁସାରେ, ଆଜି ସେମାନେ ସପରିବାର (ତାଙ୍କ ସ୍ତ୍ରୀ ଓ ପୁଅ)ଙ୍କ ସହ ସକାଳ 7ଟାରେ ଭଣ୍ଡାରୀମାଲ ଗାଁ ସପ୍ତଋଷି ମନ୍ଦିରକୁ ଯାତ୍ରା ଦେଖିବାକୁ ଯାଇଥିଲେ । ସେଠାରେ ଥିବା ପାହାଡ଼ ଭିତରେ ଏକ ସୁଡ଼ଙ୍ଗ ରହିଛି । ଲୋକମାନେ ସୁଡ଼ଙ୍ଗ ଭିତର ଦେଇ ଅପରପାର୍ଶ୍ବ ଯାଉଥିବାର ଦେଖି ତାଙ୍କ ସ୍ତ୍ରୀ ମଧ୍ୟ ସେ ସୁଡ଼ଙ୍କ ଭିତରେ ଦେଇ ଯାଇଥିଲେ । ତେବେ ଅଧା ବାଟ ଯିବା ପରେ ସୁଡ଼ଙ୍ଗ ଭିତରେ ଫସି ଅଟକି ଯାଇଥିଲେ । ଯେତେ ଚେଷ୍ଟ କରିବା ପରେ ମଧ୍ୟ ବାହାରି ପାରିନଥିଲେ । ଏନେଇ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଭିତରେ ଥିବା ଏକ ବରଗଛ ଓହଳକୁ କାଟି ତାଙ୍କୁ ବାହାର କରିଛନ୍ତି । ମହିଳା ଜଣଙ୍କ ପାଖାପାଖି 6 ଘଣ୍ଟା ଫସି ରହିଥିଲେ ।

Woman Rescued After Being Trapped In Tunnel In Sambalpur
Woman Rescued After Being Trapped In Tunnel In Sambalpur (ETV Bharat)


ହସ୍ପିଟାଲରେ ଭର୍ତ୍ତି:

ସୁଡ଼ଙ୍ଗରୁ ମହିଳାଙ୍କୁ ଉଦ୍ଧାର କରାଯିବା ପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଅଣାଯାଇ ପ୍ରାଥମିକ ଚିକତ୍ସା କରାଯାଇଥିଲା । ପରେ ସେଠାରୁ ତାଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ଡାକ୍ତର ପ୍ରିୟଦର୍ଶିନୀ କହିଛନ୍ତି, "ମହିଳାଙ୍କୁ ଯେତେବେଳେ ମେଡିକାଲକୁ ଅଣାଗଲା ତାଙ୍କ ବାମ ଅଣ୍ଟା ତଳକୁ ଓ ଛାତିରେ ଆଘାତ ଲାଗିଥିବା ଜଣାପଡିଥିଲା । ତେବେ ବର୍ତ୍ତମାନ ସେ ଠିକ୍‌ରେ ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଅଛି । ତାଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି ।"

Woman Rescued After Being Trapped In Tunnel In Sambalpur
Woman Rescued After Being Trapped In Tunnel In Sambalpur (ETV Bharat)

ଏହା ମଧ୍ୟ ପଢ଼ନ୍ତୁ..

ସମୁଦ୍ରରେ ବୁଡିଲା ମାଛଧରା ବୋଟ୍‌, ଅଳ୍ପକେ ବଞ୍ଚିଲେ 8 ମତ୍ସ୍ୟଜୀବୀ

ଦେବଦୂତ ସାଜିଲେ ବାୟୁବୀର; 20 ଘଣ୍ଟା ପରେ ଉଦ୍ଧାର ହେଲେ ସାବେରୀ ନଦୀରେ ଫସିଥିବା ବ୍ୟକ୍ତି

Woman Rescued After Being Trapped In Tunnel In Sambalpur
Woman Rescued After Being Trapped In Tunnel In Sambalpur (ETV Bharat)

ଅନ୍ୟପଟେ ସମ୍ବଲପୁର ଆସିଷ୍ଟାଣ୍ଟ ଫାୟାର ଅଫିସର ସୁଦାମ କିସ୍କୋ କହିଛନ୍ତି, "ସମ୍ବଲପୁର ଜିଲ୍ଲାର କୁଯୁମୁରା ବ୍ଲକର ପଡିଆବାହାଲରୁ 6 କିମି ଦୂର ଭଣ୍ଡାରୀମାଲରେ ଏକ ତୀର୍ଥସ୍ଥଳ ରହିଛି । ସେଠାକୁ ଲୋକମାନେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୂଜା କରିବାକୁ ଯାଇଥିଲେ । ପ୍ରାୟ 500 ଲୋକଙ୍କ ଗହଳି ହୋଇଥିଲା । ସେଠାରେ ଥିବା 2ଟା ପାହାଡ଼ ମଧ୍ୟରେ ଏକ ସୁଡ଼ଙ୍ଗ ଭିତରେ ଲୋକ ଯିବା ଆସିବା କରୁଥିଲେ । ସୁଡ଼ଙ୍ଗ ମଧ୍ୟରେ ଏକ ବରଗଛ ମୋଟା ଚେର ପଡି ରହିଛି । ସେଠାରେ ଯାଉଥିବା ସମୟରେ ମହିଳା ଜଣଙ୍କ ଫସିଯାଇଥିଲେ । ଏନେଇ ଆମ କଣ୍ଟ୍ରୋଲ ରୁମକୁ ସୂଚନା ଆସିବା ପରେ ଆମ ମାନେଶ୍ଵର ଫାୟାର ଟିମ ସେଠାକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେଠାରେ 3 ଘଣ୍ଟାର ଉଦ୍ୟମ ପରେ ତାଙ୍କୁ ସୁଡ଼ଙ୍ଗ ଭିତରୁ ଉଦ୍ଧାର କରାଯାଇଥିଲା ।"

ଇଟିଭି ଭାରତ, ସମ୍ବଲପୁର