ସାରା ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ, ସବୁ ଜିଲ୍ଲାକୁ ସତର୍କତା ଜାରି
ଆଗାମୀ 7 ଦିନ ଯାଏଁ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ସହିତ କାଳବୈଶାଖୀ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରିପୋର୍ଟ: ଦେବସ୍ମିତା ରାଉତ

Published : May 6, 2026 at 4:30 PM IST
|Updated : May 6, 2026 at 4:43 PM IST
IMD ODISHA WEATHER UPDATE , ଭୁବନେଶ୍ବର: ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବା ସହ ଆଜି ମଧ୍ୟ କାଳବୈଶାଖୀ ପ୍ରଭାବ ରହିଛି । ଫଳରେ ସାରା ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହିତ ଵର୍ଷା ସମ୍ଭାବନା ଥିବା ବେଳେ କିଛି ଜିଲ୍ଲାରେ ପ୍ରବଳ ଵର୍ଷା ନେଇ ଚେତାବନୀ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସାରା ରାଜ୍ୟରେ ବର୍ଷା:
ଆଗାମୀ 24 ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ହେବା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ସେହିପରି କିଛି ଜିଲ୍ଲାରେ ପବନ ଘଣ୍ଟା ପ୍ରତି ବେଗ 40 ରୁ 50 କିଲୋମିଟର ଏବଂ ଆଉ କିଛି ସ୍ଥାନରେ 30ରୁ 40 କିମି ରହିପାରେ । ଓଡ଼ିଶାର ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
Warning for the State.
— Meteorological Centre, Bhubaneswar (@mcbbsr) May 6, 2026
Day-1 to Day-7 : Isolated Thunderstorm, Lightning & Gusty Wind Warning.
#thunder #Warning #Odisha #odishaweather pic.twitter.com/ILiMLzjP8h
ଆସନ୍ତାକାଲି ପାଇଁ ସତର୍କତା:
ଆସନ୍ତାକାଲି (ମେ' 7) 16ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ 30 ରୁ 40 କିମି ବେଗରେ ପବନ ବହିବା ସହ ବର୍ଷା ହେବ । ସେହିପରି ପ୍ରଚଣ୍ଡ ବଜ୍ରପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
Maximum Temperature Forecast #Odisha #weather #OdishaWeather #weatherforecast #temperature #summer pic.twitter.com/rrXuqhEzFF
— Meteorological Centre, Bhubaneswar (@mcbbsr) May 6, 2026
ବଢ଼ିପାରେ ବର୍ଷା:
8 ତାରିଖରେ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବା ସମ୍ଭାବନା ଥିବାବେଳେ ହାଲୁକା ବର୍ଷା ସହ ଝଡ଼ି ପବନ ଓ ବଜ୍ରପାତ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିପରି 9 ତାରିଖରୁ ବର୍ଷାର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
12 ତାରିଖ ପର୍ଯ୍ୟନ୍ତ ବର୍ଷା:
ରାଜ୍ୟରେ ଆଗାମୀ 7 ଦିନ ଯାଏଁ ଅର୍ଥାତ 12 ତାରିଖ ପର୍ଯ୍ୟନ୍ତ ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ସହ କାଳବୈଶାଖୀ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 6ରୁ 7 ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ତାପମାତ୍ରା 40 ଡିଗ୍ରୀ ଭିତରେ ରହିବ ବୋଲି ଆକଳନ କରିଛି ଆଇଏମଡି ।
ଗତ 24 ଘଣ୍ଟା ମଧ୍ୟରେ 3ଟି ଜିଲ୍ଲାରେ ତାପମାତ୍ରା 38 ଡିଗ୍ରୀ ଉପରେ ରହିଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ମାଲକାନଗିରିରେ ସର୍ବାଧିକ ତାପମାତ୍ରା 39.4 ଡିଗ୍ରୀ ସହ ସର୍ବାଧିକ ବର୍ଷା ରାୟଗଡା ଗୁଣୁପୁରରେ 96.0 ମିଲି ମିଟର ରେକର୍ଡ ହୋଇଛି ।
- 6 ରୁ 10 ତାରିଖ ମଧ୍ୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ବିଜୁଳି, ଝଡ଼ି ପବନ (ପ୍ରତି ଘଣ୍ଟା 30 ରୁ 50 କିଲୋମିଟର ବେଗରେ ବହିବ) ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି ।
- ଝାଡ଼ଖଣ୍ଡ ଏବଂ ଓଡ଼ିଶା ଆଗାମୀ 7 ଦିନ ଯାଏଁ ବର୍ଷା ରହିବ ।
ଏହା ମଧ୍ୟ ପଢ଼ନ୍ତୁ... ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା, 10 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ Rain Alert: ତାଣ୍ଡବ ରଚିବ କାଳବୈଶାଖୀ ! ଏସବୁ ଜିଲ୍ଲାରେ କୁଆପଥର ବର୍ଷା ଛେଚିବ |
ଇଟିଭି ଭାରତ, ଭୁବନେଶ୍ବର

