ETV Bharat / state

ଲଗାଣ ବର୍ଷାରେ କାହିଁକି କଟକ ହେଲା ଜଳମଗ୍ନ ? ଫେଲ ମାରିଲା କି ସିଏମସିର ବର୍ଷା ମୁକାବିଲା ଯୋଜନା

ଲଗାଣ ବର୍ଷା ଫଳରେ ସହରରେ ଦୀର୍ଘ ସମୟ ଧରି ବର୍ଷା ଜଳ ଜମି ରହିବା ସିଏମସି ପାଇଁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରିପୋର୍ଟ-ନାରାୟଣ ସାହୁ

water logging in cuttack  cmc rain plan fail
ଲଗାଣ ବର୍ଷାରେ କାହିଁକି କଟକ ହେଲା ଜଳମଗ୍ନ ? ଫେଲ ମାରିଲା କି ସିଏମସିର ବର୍ଷା ମୁକାବିଲା ଯୋଜନା (Etv Bharat)
author img

By ETV Bharat Odisha Team

Published : July 6, 2026 at 6:12 PM IST

1 Min Read
Choose ETV Bharat

କଟକ: ସହରରେ ଆଉ ବର୍ଷା ନାହିଁ । ମାତ୍ର ଲଗାଣ ବର୍ଷା ଯୋଗୁଁ କଟକ ସହରର ଅନେକ ତଳିଆ ଅଞ୍ଚଳରେ ଜମି ରହିଛି ବର୍ଷା ଜଳ । ପାଣି ପମ୍ପ ସାହାଯ୍ୟରେ ଯଦିଓ ଜଳ ନିଷ୍କାସନ କରାଯାଇଛି, ତଥାପି ପୂର୍ବରୁ ଅନେକ ପଦକ୍ଷେପ ନେବା ସତ୍ବେ କାହିଁକି ଜଳମଗ୍ନ ସ୍ଥିତି ଉପୁଜିଲା ବୋଲି ପ୍ରଶ୍ନ ଉଠିଛି! ଫେଲ ମାରିଲା କି ବର୍ଷା ମୁକାବିଲା ଯୋଜନା! ମୌସୁମୀ ପୂର୍ବରୁ ସହରରେ ଯେପରି ଜଳମଗ୍ନ ସ୍ଥିତି ନ ଉପୁଜେ ସେଥିପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲା ସିଏମସି । ବିଶେଷକରି ସହରରେ ପଙ୍କ ଉଦ୍ଧାର କରିବା, ଡ୍ରେନ ସଫା କରିବା ଏବଂ ଆବଶ୍ୟକ ଅନୁସାରେ ପାଣି ପମ୍ପ ବ୍ୟବହାର କରିବା ଭଳି ପଦକ୍ଷେପ ନେଇଥିଲା ସିଏମସି । ମାତ୍ର ଲଗାଣ ବର୍ଷା ଫଳରେ ସହରରେ ଦୀର୍ଘ ସମୟ ଧରି ବର୍ଷା ଜଳ ଜମି ରହିବା ସିଏମସି ପାଇଁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଲଗାଣ ବର୍ଷାରେ କାହିଁକି କଟକ ହେଲା ଜଳମଗ୍ନ ? ଫେଲ ମାରିଲା କି ସିଏମସିର ବର୍ଷା ମୁକାବିଲା ଯୋଜନା (Etv Bharat)



ପୂର୍ବତନ କର୍ପୋରେଟର ଅରୁଣ ସେଠି କହିଛନ୍ତି, 'ସହରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ଜଳ ଜମି ରହିବା ପାଇଁ ମେୟର ହିଁ ଦାୟୀ । ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବାରେ ମେୟର ବିଫଳ ହୋଇଛନ୍ତି' ବୋଲି ପୂର୍ବତନ କର୍ପୋରେଟର କହିଛନ୍ତି । ସଠିକ ଭାବରେ ଡ୍ରେନ ସଫା ନହେବା, ପଙ୍କ ଉଦ୍ଧାର କାର୍ଯ୍ୟରେ ଅନିୟମିତତା ପାଇଁ ସହରରେ ଜଳମଗ୍ନ ସ୍ଥିତି ଉପୁଜି ଥିବା ଅରୁଣ ଅଭିଯୋଗ କରିଛନ୍ତି ।

water logging in cuttack  cmc rain plan fail
ଲଗାଣ ବର୍ଷାରେ କାହିଁକି କଟକ ହେଲା ଜଳମଗ୍ନ ? (Etv Bharat)

କଣ କହିଲେ ସିଏମସି କମିଶନର

ଏନେଇ ପ୍ରତିକ୍ରିୟା ରଖିଛନ୍ତି ସିଏମସି କମିଶନର କିରଣ ଦୀପ କୌର । ସେ କହିଛନ୍ତି 'ଲଗାଣ ବର୍ଷା ଯୋଗୁଁ ସହରରେ ଏପରି ସ୍ଥିତି ଉପୁଜିଛି । ବର୍ଷା ଛାଡିବା ପରେ ସ୍ଥିତି ସ୍ୱାଭାବିକ ହୋଇଛି । ବିଶେଷକରି ବକ୍ସ ଡ୍ରେନରେ ଜଳସ୍ତର ଅଧିକ ରହି ଥିଲା । ତେଣୁ ଏହାକୁ ଲାଗି ଥିବା ସାହିରେ ଜଳମଗ୍ନ ସ୍ଥିତି ଉପୁଜିଥିଲା । ମାତ୍ର ବଡ଼ ବଡ଼ ପମ୍ପ ସାହାଯ୍ୟରେ ଜଳ ନିଷ୍କାସନ କରା ଯାଇଛି । ସେହିପରି ଯେଉଁ ତଳିଆ ଅଞ୍ଚଳ କିମ୍ବା ବସ୍ତି ଅଞ୍ଚଳ ଜଳମଗ୍ନ ହେବା ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେଵେ ଅଧିକ ବର୍ଷା ପାଇଁ ଜଳମଗ୍ନ ସ୍ଥିତି ଉପୁଜିଥିବା କମିଶନର କହିଛନ୍ତି ।

water logging in cuttack  cmc rain plan fail
ଜଳମଗ୍ନ କଟକ ସହର ବୁଲି ଦେଖୁଛନ୍ତି ସିଏମସି କମିଶନର କିରଣ ଦୀପ କୌର (Etv Bharat)

ଇଟିଭି ଭାରତ, କଟକ

ଏହା ମଧ୍ୟ ପଢନ୍ତୁ ଲଗାଣ ବର୍ଷା ପରେ ବନ୍ୟା ଆଶଙ୍କା, ତେବେ ଏବେ ଖୋଲିବନି ହୀରାକୁଦ ଗେଟ୍ ! ସ୍ପଷ୍ଟ କଲେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ ଲଗାଣ ବର୍ଷାରେ ହାହାକାର: ଅନୁଗୋଳ-ସମ୍ବଲପୁର-ଯାଜପୁର ଜଳବନ୍ଦୀ, ୭୬୫ ମିମି ବର୍ଷାରେ ବେହାଲ ଜନଜୀବନ