ETV Bharat / state

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଶ୍ରୀମନ୍ଦିର ସେବାୟତ ସଂଘର ବିରୋଧ; ହିନ୍ଦୁଙ୍କ ସୁରକ୍ଷା ପାଇଁ ଦାବି କଲେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ

ଶ୍ରୀମନ୍ଦିର ସମ୍ମୁଖରେ ସେବାୟତମାନେ ଏକାଠି ହୋଇ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରର ଦୃଢ଼ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ସେବାୟତ ସଂଘ ଦାବିକରିଛି ।

Violence against Hindus in Bangladesh Shrimandir Sevayat Sangh protests
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଶ୍ରୀମନ୍ଦିର ସେବାୟତ ସଂଘର ବିରୋଧ (Etv Bharat)
author img

By ETV Bharat Odisha Team

Published : January 11, 2026 at 4:45 PM IST

|

Updated : January 11, 2026 at 4:51 PM IST

1 Min Read
Choose ETV Bharat

ପୁରୀ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ନେଇ ଶ୍ରୀମନ୍ଦିର ସେବାୟତ ସଂଘର ପ୍ରତିବାଦ । ହିନ୍ଦୁଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ ସେବାୟତ ସଂଘ । ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ ପାଇଁ ଦାବି କରିଛି ସେବାୟତ ସଂଘ । ସେବାୟତ ସଂଘ କହିଛି, ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି। ମହିଳାଙ୍କୁ ଦୁଷ୍କର୍ମ ସହ ଅକଥନିୟ ନିର୍ଯ୍ୟାତନା ଦିଆଯାଉଛି। ଏହାର ଦୃଢ଼ ପ୍ରତିବାଦ କରିଛି ଶ୍ରୀମନ୍ଦିର ସେବାୟତ ସଂଘ। ଶ୍ରୀମନ୍ଦିର ସମ୍ମୁଖରେ ସେବାୟତମାନେ ଏକାଠି ହୋଇ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରର ଦୃଢ଼ ନିନ୍ଦା କରିଛନ୍ତି । ତୁରନ୍ତ ପ୍ରଧାନମନ୍ତ୍ରୀ ଏ ନେଇ ହସ୍ତକ୍ଷେପ କରି ହିନ୍ଦୁଙ୍କ ସୁରକ୍ଷା ନେଇ ପଦକ୍ଷେପ ନେବାକୁ ଶ୍ରୀ ମନ୍ଦିର ସେବାୟତ ସଂଘ ଦାବି କରିଛି। ସେହିପରି ଦେଶରେ ଥିବା ବାଂଲାଦେଶୀଙ୍କୁ ତୁରନ୍ତ ଦେଶରୁ ବିତାଡ଼ିତ କରିବାକୁ ମଧ୍ୟ ଶ୍ରୀମନ୍ଦିର ସେବାୟତ ସଂଘ ଦାବି କରିଛି।

ହିନ୍ଦୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ ମୋଦୀ

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଶ୍ରୀମନ୍ଦିର ସେବାୟତ ସଂଘର ବିରୋଧ (Etv Bharat)

ଶ୍ରୀମନ୍ଦିର ସେବାୟତ ସଂଘର ସଭାପତି ତଥା ମହାପ୍ରଭୁଙ୍କ ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ନିଜ ପ୍ରତିକ୍ରିୟାରେ କୁହନ୍ତି, ଆମେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ, ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଯେଉଁ ଅତ୍ୟାଚାର ହେଉଛି ତାହାର କିଭଳି ସମାଧାନ ହେଉ। ପ୍ରଧାନମନ୍ତ୍ରୀ ମୋଦୀ ହିନ୍ଦୁମାନଙ୍କ ସୁରକ୍ଷା ନେଇ ପଦକ୍ଷେପ ନିଅନ୍ତୁ। ପ୍ରତିଦିନ ହିନ୍ଦୁମାନଙ୍କୁ ହତ୍ୟା କରାଯାଉଛି। ଅକଥନୀୟ ନିର୍ଯାତନା ଦିଆଯାଉଛି ବାଂଲାଦେଶରେ । ଏହି ଘଟଣାକୁ ଶ୍ରୀ ମନ୍ଦିର ସେବାୟତ ସଂଘ ଆଜି ପ୍ରତିବାଦ କରିଛି। ଆମେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ ମୃତ ହିନ୍ଦୁଙ୍କ ଅମର ଆତ୍ମାର ସଦଗତି ହେଉ। ତାଙ୍କ ପରିବାରକୁ ଭଗବାନ ସହାୟ ହୁଅନ୍ତୁ।

Violence against Hindus in Bangladesh Shrimandir Sevayat Sangh protests
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଶ୍ରୀମନ୍ଦିର ସେବାୟତ ସଂଘର ବିରୋଧ (Etv Bharat)
ଏଠି ରୋଜଗାର ସୁଯୋଗ ନେଉଛନ୍ତି, ସେଠି ହିନ୍ଦୁଙ୍କ ଉପରେ ଅତ୍ୟାଚାର କରୁଛନ୍ତି
Violence against Hindus in Bangladesh Shrimandir Sevayat Sangh protests
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଶ୍ରୀମନ୍ଦିର ସେବାୟତ ସଂଘର ବିରୋଧ (Etv Bharat)

ଶ୍ରୀ ମନ୍ଦିରର ବରିଷ୍ଠ ସେବାୟତ ରବି ନାରାୟଣ ଦାଶ ନିଜ ପ୍ରତିକ୍ରିୟାରେ କୁହନ୍ତି, ବାଂଲାଦେଶରେ ହିନ୍ଦୁ ସୁରକ୍ଷିତ ନୁହଁନ୍ତି। ହିନ୍ଦୁଙ୍କୁ ହତ୍ୟା କରି ଜିଅନ୍ତା ଜାଳି ଦିଆଯାଉଛି। ଅତ୍ୟାଚାର ସୀମା ବୃଦ୍ଧି ପାଇବାରେ ଲାଗିଛି। ଅନେକ ବାଂଲାଦେଶୀ ବେଆଇନ ଭାବେ ଭାରତରେ ରହୁଛନ୍ତି। ଏଠାରେ ରୋଜଗାର କରି ବିଭିନ୍ନ ସୁବିଧା ସୁଯୋଗ ନେଉଛନ୍ତି । ଆଉ ସେହି ବାଂଲାଦେଶୀ ଆମ ହିନ୍ଦୁଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ବାଂଲାଦେଶୀଙ୍କୁ ଦେଶରୁ ହଟାଯିବା ଦରକାର। ଭାରତ ବାହାରେ ଥିବା ଆମ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଦକ୍ଷେପ ନେବାକୁ ଆମେ ଦାବି କରୁଚୁ।

Violence against Hindus in Bangladesh Shrimandir Sevayat Sangh protests
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଶ୍ରୀମନ୍ଦିର ସେବାୟତ ସଂଘର ବିରୋଧ (Etv Bharat)
Violence against Hindus in Bangladesh Shrimandir Sevayat Sangh protests
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଶ୍ରୀମନ୍ଦିର ସେବାୟତ ସଂଘର ବିରୋଧ (Etv Bharat)

ଇଟିଭି ଭାରତ, ପୁରୀ

ଏହା ମଧ୍ୟ ପଢନ୍ତୁ ଆମେରିକାରେ ଉଠିଲା ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ବିରୋଧର ସ୍ବର, ବାଇଡେନ ପ୍ରଶାସନର ହସ୍ତକ୍ଷେପ ଦାବି - Violence Against Hindus

ଏହା ମଧ୍ୟ ପଢନ୍ତୁ ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ, ରାଜରାସ୍ତାକୁ ଓହ୍ଲାଇ ସଂଖ୍ୟାଲଘୁଙ୍କ ପ୍ରତିବାଦ

Last Updated : January 11, 2026 at 4:51 PM IST