ETV Bharat / state

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ, ଥାନା ଘେରିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

କାଠଯୋଡ଼ି ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ମାମଲାରେ ବ୍ୟକ୍ତିଙ୍କୁ ଅଟକ ରଖିବା ନେଇ ବାରଙ୍ଗ ଥାନାରେ ପ୍ରବଳ ଉତ୍ତେଜନା । ପୋଲିସ ମାଡରେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଅଭିଯୋଗ ।

villagers protested over youth charged Third degree allegations at Barang police station
ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଅଭିଯୋଗ, ଥାନା ଘେରିଲେ ଗ୍ରାମବାସୀ (ETV Bharat Odisha)
author img

By ETV Bharat Odisha Team

Published : May 26, 2026 at 4:20 PM IST

2 Min Read
Choose ETV Bharat

କଟକ: ଥାନାରେ ଅଟକ ଥିବା ବ୍ୟକ୍ତିଙ୍କ ଉପରେ ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ ହୋଇଛି । କାଠଯୋଡ଼ି ନଦୀ ପଠାରୁ ଉଦ୍ଧାର ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ମାମଲାରେ ବ୍ୟକ୍ତିଙ୍କୁ ଅଟକ ରଖିବା ନେଇ ବାରଙ୍ଗ ଥାନାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ମାଡରେ ବ୍ୟକ୍ତିଜଣକ ଗୁରୁତର ଆହତ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଉତ୍ତ୍ୟକ୍ତ ଗ୍ରାମବାସୀ ଗତକାଲି (ସୋମବାର) ଥାନା ଆଗରେ ପ୍ରବଳ ହଙ୍ଗାମା କରିଥିଲେ ।

ବାରଙ୍ଗ ଥାନାରେ ଯୁବକଙ୍କ ଉପରେ ଥାର୍ଡ଼ ଡିଗ୍ରୀ ଅଭିଯୋଗ, ଥାନା ଘେରିଲେ ଗ୍ରାମବାସୀ (ETV Bharat Odisha)

ପତ୍ନୀ ନିଖୋଜ ଥିଲେ:
ଅଟକ ବ୍ୟକ୍ତି ହେଉଛନ୍ତି ଚଣ୍ଡିପ୍ରସାଦ ଗାଁର ରାକେଶ ବେହେରା । ଘଟଣା ଅନୁଯାୟୀ, ଚଣ୍ଡି ପ୍ରସାଦ ଗାଁରୁ ଜଣେ ମହିଳା ନିଖୋଜ ଥିବା ନେଇ ଗତ ୧୬ ତାରିଖରେ ଥାନାରେ ଏତଲା ହୋଇଥିଲା । ଏହା ପରେ ବାରଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣିଗାଁ ନିକଟରେ କାଠଯୋଡି ନଦୀରୁ ଜଣେ ମହିଳାଙ୍କ ଅଧାପୋଡା ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହଟି ରାକେଶଙ୍କ ପତ୍ନୀଙ୍କର ହୋଇଥିବା ନେଇ ପୋଲିସ ସନ୍ଦେହ କରିଥିଲା । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ମହିଳାଙ୍କର ସ୍ବାମୀ ରାକେଶ ବେହେରାଙ୍କ ସହ ତାଙ୍କ ମା' ଓ ତାଙ୍କ ସାଙ୍ଗ ମିଥୁନ ବେହେରାଙ୍କୁ ଥାନାରେ ଅଟକ ରଖିଥିଲା ।

ପୋଲିସ ମାଡରେ ଗୁରୁତର:
ମାତ୍ର ରାକେଶଙ୍କ ନିଖୋଜ ପତ୍ନୀଙ୍କ ସନ୍ଧାନ ମିଳିଥିଲେ ହେଁ ପୋଲିସ ତାଙ୍କୁ ଛାଡିନଥିଲା । ଗତକାଲି (ସୋମବାର) ବିଳମ୍ବିତ ରାତିରେ ରାକେଶ ପୋଲିସ ମାଡରେ ଗୁରୁତର ହୋଇପଡିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ମେଡିକାଲରେ ଭର୍ତ୍ତି କରିଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାକେଶଙ୍କୁ ପରିବାରକୁ ହସ୍ତାନ୍ତର ଦାବିରେ ଥାନା ଆଗରେ ଗ୍ରାମବାସୀ ମାନେ ଧାରଣା ଦେଇଥିଲେ । ମାତ୍ର ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

4 ଦିନ ଥାନାରେ ଅଟକ ରଖିଥିଲା ପୋଲିସ:
ଇତିମଧ୍ୟରେ ରାକେଶଙ୍କ ସ୍ତ୍ରୀ ଅନ୍ୟତ୍ର ଥିବା ସୂଚନା ମିଳିସାରିଛି । ପୋଲିସ ମିଥୁନ ଓ ରାକେଶଙ୍କ ମା'ଙ୍କୁ ଛାଡି ଦେଇଥିଲା । ମାତ୍ର ରାକେଶଙ୍କୁ ଅଟକ ରଖିଥିଲା । ରାକେଶଙ୍କ ସ୍ତ୍ରୀ ଅନ୍ୟତ୍ର ଥିବା ଜାଣିବା ପରେ ମଧ୍ୟ କାଠଯୋଡି ନଦୀ ପଠାରୁ ମିଳିଥିବା ଅଧାପୋଡା ମୃତଦେହଟି ରାକେଶଙ୍କ ସ୍ତ୍ରୀଙ୍କ ମୃତ ଦେହ ଭଳି ଦେଖାଯାଉଥିଵା କହି 4 ଦିନ ଧରି ତାଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ତାଙ୍କ ମା' କହିଛନ୍ତି ।

ଏହି ଘଟଣାକୁ ନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଥାନା ଆଗରେ ଏକତ୍ରିତ ହେବା ପରେ ପରିସ୍ଥିତି ଆହୁରି ବିଗିଡି ଥିଲା । ବିନା କାରଣରେ ନିର୍ଦ୍ଦୋଷ ରାକେଶଙ୍କୁ ଥାନା ଭିତରେ ଏତେ ଦିନ ରଖି ମାଡ଼ ମାରିବା ନେଇ ଗ୍ରାମବାସୀ ପୋଲିସକୁ ପ୍ରଶ୍ନ କରିଥିଲେ । ଘଟଣାସ୍ଥଳରେ ପୋଲିସ କମିଶନର, ଡିସିପି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପୋଲିସ ମାଡ଼ରେ ରାକେଶ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।


ଏହା ମଧ୍ୟ ପଢନ୍ତୁ:

ଛୁରୀ ଦେଖାଇ ଟ୍ରକ ଓ ଚାଳକଙ୍କୁ ଅପହରଣ: 5 ଗିରଫ, ନାବାଳକ ମଧ୍ୟ ସାମିଲ୍‌

କଟକ ବଡ଼ ମେଡିକାଲରୁ 14 ଶିଶୁ ନିଖୋଜ ଘଟଣା: ତଦନ୍ତ କରୁଛି OSCPCR, ଅନିୟମିତତା ଥିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ

ଇଟିଭି ଭାରତ, କଟକ