ETV Bharat / state

କୋଟିପତି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି ଗିରଫ, ଆୟଠୁ 241 ପ୍ରତିଶତ ଠୁଳ କରିଥିଲେ ଅର୍ଥ

ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି । ରିପୋର୍ଟ: ସତ୍ୟଜିତ ରାଉତ, ନାରାୟଣ ସାହୁ

Odisha Vigilance arrested Rajesh Chandra Mohanty
ରାଜେଶ ଚନ୍ଦ୍ର ମହାନ୍ତି ଗିରଫ (ETV Bharat/ @OdishaVigilance)
author img

By ETV Bharat Odisha Team

Published : April 9, 2026 at 12:40 PM IST

|

Updated : April 9, 2026 at 8:03 PM IST

1 Min Read
Choose ETV Bharat

ଭୁବନେଶ୍ୱର/କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଜଳସେଚନ ମଣ୍ଡଳର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ଭିଜିଲାନ୍ସ ଆଜି (ଗୁରୁବାର) ଗିରଫ କରିଛି । ଚଢ଼ାଉରେ ରାଜେଶଙ୍କଠୁ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି । ସମ୍ପତ୍ତି ନେଇ ସେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏନେଇ କଟକ ଭିଜିଲାନ୍ସ ଥାନାରେ ମାମଲା (ନଂ.୧୫/୨୦୨୬) ପଞ୍ଜିକୃତ କରାଯାଇଛି । ଆୟଠୁ ୨୪୧% ଅଧିକ ସମ୍ପତ୍ତି ଥିବା ନେଇ ତଦନ୍ତରେ ଜଣା ପଡିବା ପରେ ସରକାରୀ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Vigilance arrested Additional Chief Engineer Rajesh Chandra Mohanty in DA Case
ରାଜେଶ ଚନ୍ଦ୍ର ମହାନ୍ତି (@OdishaVigilance)

ତଦନ୍ତ ସମୟରେ ଭୁବନେଶ୍ୱରରେ ଏକ ବହୁତଳ ବିଶିଷ୍ଟ ଆଡମ୍ବରପୂର୍ଣ୍ଣ ଘର, ୧.୭୧ ଏକର ଜମିରେ ୪୦୦୦ ବର୍ଗଫୁଟ୍ ଅଞ୍ଚଳରେ ଥିବା ଦୁଇ ମହଲା ବିଶିଷ୍ଠ ଫାର୍ମହାଉସ, ୮ଟି ଦାମୀ ପ୍ଲଟ୍, ବ୍ୟାଙ୍କ ଡିପୋଜିଟ୍ ୧.୮୧ କୋଟି ଟଙ୍କା ,ନଗଦ ୬.୨୩ ଲକ୍ଷ ଟଙ୍କା,୩୫୦ ଗ୍ରାମ ସୁନା, ୧୩.୪୭ ଲକ୍ଷ ଟଙ୍କାର ଫ୍ଲାଇଟ ଟିକେଟ, ଘର କରଣା ସାମଗ୍ରୀ ୩୫.୫୭ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହାବ୍ୟତୀତ ୩ଟି ବାଇକ ୨ଟି ଚାରିଚକିଆ ଗାଡ଼ି ଜବତ କରିଛି ଭିଜିଲାନ୍ସ ।




ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିଲା ଚଢ଼ାଉ:

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି (ବୁଧବାର) ରାଜେଶଙ୍କ ଘର ସମେତ ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁରର ୬ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଚଢ଼ାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱରସ୍ଥିତ ଅଫିସ ଚାମ୍ବର, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୋହ୍ଲସିଂଘ ଗାଁ ସ୍ଥିତ ପୈତୃକ ଘର ଓ କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୟାବଜାରସ୍ଥିତ ଘନିଷ୍ଠ ସହଯୋଗୀଙ୍କ ଘର ଆଦି ରହିଥିଲା । ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସ୍‌ପି, ୧୧ ଡିଏସପି, ୯ ଇନ୍ସପେକ୍ଟର, ୮ ଏଏସଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିୟୋଜିତ ହୋଇଥିଲେ ।

୧୯୯୪ ମସିହା ଜୁନ ୨ରେ ରାଜେଶ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ରାଜ୍ୟ ଗୃହ ନିର୍ମାଣ ସଂସ୍ଥାରେ ଷ୍ଟିପେଣ୍ଡାରୀ ଇଞ୍ଜିନିୟର (Stipendiary Engineer) ଭାବେ ସେ ମାସିକ ୨୦୦୦ ଟଙ୍କାରେ ଚାକିରି ଆରମ୍ଭ କରିଥିଲେ । ଏହାପରେ ସେ ଅନ୍ୟାନ୍ୟ ସଂସ୍ଥାରେ କାମ କରିବା ସହ ପଦନ୍ନୋତି ପାଇଥିଲେ । ୨୦୨୧ରେ ରାଜେଶ ଅତିରିକ୍ତ ଯନ୍ତ୍ରୀ ଭାବେ ପଦନ୍ନୋତି ପାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...

ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ଫାର୍ମ ହାଉସ ସମେତ ୫ ପ୍ଲଟ୍ ଠାବ, ମିଳିଲାଣି ନଗଦ ୬.୨୩ ଲକ୍ଷ

OPHWC ଡେପ୍ୟୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢଉ, ମିଳିଲା 1 କେଜି ସୁନା, 48 ଲକ୍ଷ ନଗଦ ଟଙ୍କା

ଇଟିଭି ଭାରତ, ଭୁବନେଶ୍ବର ଓ କଟକ

Last Updated : April 9, 2026 at 8:03 PM IST