ETV Bharat / state

ଶୈଳବାଳାକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରଦାନ ପ୍ରସଙ୍ଗ; ଆଲୋଚନା ଜିଲ୍ଲାପାଳ ଅଫିସରେ ନୁହେଁ, କଲେଜ ପରିସରରେ କରିବାକୁ ଅଡିବସିଲେ ଛାତ୍ରୀ

ଶୈଳବାଳା ବହୁ ପୁରାତନ ମହିଳା କଲେଜ ଓ ତାହାକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯିବା ଦରକାର । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରୀମାନେ ଦାବି କରିଛନ୍ତି ।

University status for sailabala college; students are demanding  discussion on the college campus
ଶୈଳବାଳାକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବି ନେଇ ଆଲୋଚନା କଲେଜ ପରିସରରେ କରିବାକୁ ଅଡିବସିଲେ ଛାତ୍ରୀ (Etv Bharat)
author img

By ETV Bharat Odisha Team

Published : February 23, 2026 at 5:18 PM IST

2 Min Read
Choose ETV Bharat

କଟକ:ଐତିହାସିକ ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଆନ୍ଦୋଳନ ଆଜି ଏକ ନୂଆ ମୋଡ଼ ନେଇଛି। ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ଆଜି ମହାବିଦ୍ୟାଳୟ ପରିସରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାର ଥିଲା । ମାତ୍ର ପ୍ରଶାସନିକ ଅଧିକାରୀମାନେ ଅନୁପସ୍ଥିତ ରହିବାରୁ ଏହି ବୈଠକ ହୋଇପାରି ନାହିଁ। ଅପରାହ୍ନ ୪ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ କରିବାକୁ ପ୍ରଶାସନ ପକ୍ଷରୁ କୁହାଯିବା ପରେ ଏଭଳି ନିଷ୍ପତ୍ତିକୁ ନେଇ ଆନ୍ଦୋଳନକାରୀମାନେ ଅସନ୍ତୋଷ ଜାହିର କରିଛନ୍ତି। ଆଲୋଚନା କଲେଜ କ୍ୟାମ୍ପସରେ କରିବା ପାଇଁ ଛାତ୍ରୀମାନେ ଦାବି କରିଛନ୍ତି । ଆମେ କାହିଁକି ସେଠାକୁ ଯିବୁ? କଲେଜ କ୍ୟାମ୍ପସରେ ହିଁ ଆଲୋଚନା କରାଯାଉ ବୋଲି ଆନ୍ଦୋଳନକାରୀ ଛାତ୍ରୀମାନେ ଅଡି ବସିିଛନ୍ତି।

ଶୈଳବାଳାକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବି ନେଇ ଆଲୋଚନା କଲେଜ ପରିସରରେ କରିବାକୁ ଅଡିବସିଲେ ଛାତ୍ରୀ (Etv Bharat)




ଶୈଳବାଳା ବହୁ ପୁରାତନ କଲେଜ, ବିଶ୍ଵବିଦ୍ୟାଳୟ ମାନ୍ୟତା ମିଳିବା ଦରକାର

ସେହିପରି ଶୈଳବାଳାକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗରେ ମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ନେଇ ସମାଲୋଚନା କରିଛନ୍ତି ଛାତ୍ରୀ। ବିଶ୍ଵବିଦ୍ୟାଳୟ ଦାବି ଏବେକାର ନୁହେଁ । ବହୁ ପୁରୁଣା ଦାବି । ମନ୍ତ୍ରୀ କାହିଁକି ଆଲୋଚନା କରିବାକୁ କଲେଜ ଆସୁ ନାହାଁନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଶୈଳବାଳା ବହୁ ପୁରାତନ ମହିଳା କଲେଜ ଓ ତାହାକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯିବା ଦରକାର । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରୀମାନେ ଦାବି କରିଛନ୍ତି ।

15 ଏକର ସମ୍ପତ୍ତି ଅଛି, ବିଶ୍ୱବିଦ୍ୟାଳୟ ହୋଇ ପାରିବ

ସେହିପରି ଶୈଳବାଳା କଲେଜ ଛାତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ମଧୁ ବାବୁ ସ୍ମୃତି ସଂଗଠନ। ସଂଗଠନର ସଭାପତି ନଟବର ଶତପଥୀ କହିଛନ୍ତି, ମହାବିଦ୍ୟାଳୟର ଛାତ୍ରୀ ଏବଂ ମଧୁବାବୁ ସ୍ମୃତି ସଂଗଠନର ପ୍ରତ୍ୟକ ସଦସ୍ୟ ଏହି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳୁ ବୋଲି ଦାବି କରୁଛୁ । ମଧୁିବାବୁଙ୍କ ସ୍ମୃତିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବା ନିହାତି ଜରୁରୀ । ମହାବିଦ୍ୟାଳୟର 15 ଏକର ସମ୍ପତ୍ତି ଅଛି । ଏଥିରେ ବିଶ୍ୱବିଦ୍ୟାଳୟ ହୋଇ ପାରିବ । ସରକାର ଏ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ । ଜିଲ୍ଲା ପ୍ରଶାସନ ମହାବିଦ୍ୟାଳୟ ପରିସରକୁ ଆସି ଆଲୋଚନା କରୁ ବୋଲି ସେ ଦାବି କରିଛନ୍ତି ।

​ପ୍ରଶାସନ ପକ୍ଷରୁ ଛାତ୍ରୀ ପ୍ରତିନିଧିଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଆଲୋଚନା କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଆନ୍ଦୋଳନରତ ଛାତ୍ରୀମାନେ ଏହି ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଛାତ୍ରୀମାନେ ଜିଦ୍ ଧରିଛନ୍ତି ଯେ, "ଆମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବୁ ନାହିଁ। ଯାହା ବି ଆଲୋଚନା ହେବ, ତାହା ମହାବିଦ୍ୟାଳୟ ପରିସରରେ ହିଁ ହେବା ଦରକାର।" ପ୍ରଶାସନ କଲେଜକୁ ଆସି ସବୁ ପକ୍ଷଙ୍କ ଉପସ୍ଥିତିରେ ନିଷ୍ପତ୍ତି ନେବାକୁ ସେମାନେ ଦାବି କରିଛନ୍ତି ।

ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଆନ୍ଦାଳନରେ ଅନେକ ଅବସରପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକାମାନେ କଲେଜ କ୍ୟାମ୍ପସ ମଧ୍ୟରେ ଧାରଣାରେ ବସି ଆନ୍ଦୋଳନ କରୁଛନ୍ତି। କର୍ତ୍ତୃପକ୍ଷ ଏହାର ସମାଧାନ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବାକୁ ମଧୁ ବାବୁ ସ୍ମୃତି ସଂଗଠନ ଚେତାବନୀ ଦେଇଛି।


ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ଶୈଳବାଳାକୁ କାହିଁକି ମିଳିଲାନି ବିଶ୍ଵବିଦ୍ୟାଳୟ ମାନ୍ୟତା ? ଉତ୍ତର ରଖିଲେ ଶିକ୍ଷାମନ୍ତ୍ରୀ, ପ୍ରତିବାଦ କଲେ ଛାତ୍ରୀ

ଏହା ମଧ୍ୟ ପଢନ୍ତୁ ଶୈଳବାଳା କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବି; ଗେଟ୍ ରେ ତାଲା ପକାଇ ରାସ୍ତାରେ ଛାତ୍ରୀଙ୍କ ପ୍ରତିବାଦ