ରାଜ୍ୟରେ ଅସମ୍ଭାଳ ଶୀତ: ରାତି ତାପମାତ୍ରା 2ରୁ 4ଡିଗ୍ରୀ କମିଲା, ଆହୁରି ୨ ଦିନ ପ୍ରବଳ କୁହୁଡ଼ି
ଆଗାମୀ ୪ ଦିନ ଭିତରେ ରାତ୍ରି ତାପମାତ୍ରା ରେ ପରିବର୍ତନ ହେବ । ଅର୍ଥାତ ୨ରୁ ୪ ଡିଗ୍ରୀ ରାତ୍ରି ତାପମାତ୍ରା ହ୍ରାସ ପାଇବ ।

Published : January 6, 2026 at 7:51 AM IST
ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ କାଲୁଆ ପବନ ସହ ଶୀତ ଜାରି ରହିଛି । ହେଲେ ଗତ ୨ ଦିନ ହେବ ଶୀତ ସାମାନ୍ୟ କମ୍ ଥିବା ବେଳେ ଆଗାମୀ ୪ ଦିନରେ ଆହୁରି ବୃଦ୍ଧି ପାଇବ । କାରଣ ଆଗାମୀ ୪ ଦିନ ଭିତରେ ରାତ୍ରି ତାପମାତ୍ରା ରେ ପରିବର୍ତନ ହେବ । ଅର୍ଥାତ ୨ରୁ ୪ ଡିଗ୍ରୀ ରାତ୍ରି ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ୭ ଦିନ ଯାଏ ପାଗ ଶୁଖିଲା ରହିବ । ତେଣୁ ପୁଣି ଥରେ ଜାଡ଼ ବା ପ୍ରବଳ ଶୀତ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ରାଜ୍ୟରେ ପ୍ରବଳ କୁହୁଡି ଦୃଶ୍ୟମାନ ହେଉଥିବା ବେଳେ ଆହୁରି ୨ ଦିନ ପ୍ରବଳ କୁହୁଡି ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।

ଆସନ୍ତା ୨୪ ଘଣ୍ଟାରେ କୋରାପୁଟ ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ନୟାଗଡ, ଗଂଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଓ କଟକରେ ଘନ କୁହୁଡି ପାଇଁ ଏହି ୧୦ଟି ଜିଲ୍ଲାରେ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ଗଂଜାମ, ଗଜପତି, କନ୍ଧମାଳ, ନୟାଗଡ, କଟକ ଓ ଢେଙ୍କାନାଳ ଏହି ୬ଟି ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

ସେପଟେ ଗତ ୨୪ ଘଣ୍ଟାରେ ୫ଟି ସହରରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୧୨ଟି ଜିଲ୍ଲାରେ କୁହୁଡ଼ି ଦେଖା ଯାଇଥିଲା । ବୌଦ୍ଧରେ ଅତ୍ୟଧିକ ଘନ କୁହୁଡି ସହ ବଲାଙ୍ଗିର, କୋରାପୁଟ, ଫୁଲବାଣୀ ପରି ୩ଟି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଥିଲା । ସେହିପରି ଗତ ୨୪ ଘଂଟାରେ ସର୍ବନିମ୍ନ ତାପମାତ୍ରା ଝାରସୁଗୁଡାରେ ୮.୮ ଡିଗ୍ରୀ ସହ ପାହାଡ଼ିଆ ଅଞ୍ଚଳ ଦାରିଙ୍ଗିବାଡିରେ ୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ:- ଘନ କୁହୁଡ଼ି ଚାଦରରେ ଓଡ଼ିଶା: ଶୀତରୁ ସାମାନ୍ୟ ଆଶ୍ବସ୍ତି, ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଏହା ମଧ୍ୟ ପଢନ୍ତୁ:- ଜାଡରେ ଥରୁଛି ଓଡ଼ିଶା: ଆହୁରି 4 ଦିନ ଲାଗି ରହିବ ଘନ କୁହୁଡି, 12 ଜିଲ୍ଲାକୁ ସର୍ତକ ସୂଚନା
ଇଟିଭି ଭାରତ, ଭୁବନେଶ୍ବର

