ଜେଲ ଗଲେ ବୁର୍ଲା VIMSARର 2 କୋଟିପତି ଅଧିକାରୀ, 4 କୋଟିରୁ ଅଧିକ ସମ୍ପତ୍ତି ଠାବ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ବୁର୍ଲା ଭୀମସାର(VIMSAR) ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ୱାଳ ଏବଂ ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ଜେଲ ପଠାଯାଇଛି ।ରିପୋର୍ଟ-ବାଦଶାହ ଜୁସ୍ମନ ରଣା


Published : July 2, 2026 at 8:56 AM IST
|Updated : July 2, 2026 at 9:22 AM IST
VIGILANCE RAID BURLA VIMSAR , ସମ୍ବଲପୁର: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଭୀମସାର)ର ଦୁଇ ଜଣ ବଡ଼ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଶେଷ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିଲା। ଉଭୟ କର୍ମଚାରୀଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି l
ଜେଲ୍ ଗଲେ ଭୀମସାରର ଦୁଇ କୋଟିପତି ଅଧିକାରୀ:
ଭୀମସାରର ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ୱାଳଙ୍କ ନିକଟରୁ ୩ କୋଟି ୪୬ ଲକ୍ଷରୁ ଅଧିକ ଟଙ୍କାର ସ୍ଥାବର ଓ ଆସ୍ଥାବର ସମ୍ପତ୍ତି ଠାବ କରାଯାଇଛି, ଯାହାକି ତାଙ୍କ ନିଜ ବୈଧ ଆୟ ତୁଳନାରେ ୨୩୪ ପ୍ରତିଶତ ଅଧିକ । ସେହିପରି ଅନ୍ୟ ଜଣେ କର୍ମଚାରୀ ତଥା ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ଠାରୁ ପ୍ରାୟ ୧ କୋଟି ୪୯ ଲକ୍ଷ ଟଙ୍କାର ସମ୍ପତ୍ତି ମିଳିଛି, ଯାହା ତାଙ୍କ ଦରମା ତୁଳନାରେ ୧୦୪ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି। ଏନେଇ ଭିଜିଲାନ୍ସ ଏସପି ପ୍ରଦ୍ୟୁମ୍ନ ଦ୍ବିବେଦୀ ସୂଚନା ଦେଇଛନ୍ତି l

3 ଦଶନ୍ଧି ଧରି ଭୀମସାର ମେଡିକାଲରେ ସେବା ଯୋଗାଉଛନ୍ତି
ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଧନୁର୍ଦ୍ଧର ବିଶ୍ୱାଳ ପ୍ରାରମ୍ଭିକ ଦରମା ଟଙ୍କା ୨୫୦୦/- ସହିତ ସରକାରୀ ଚାକିରିରେ ଯୋଗ ଦେଇଥିଲେ।


ଏହା ମଧ୍ୟ ପଢନ୍ତୁ ଭିଜିଲାନ୍ସ ଜାଲରେ ବୁର୍ଲା VIMSARର 2 ଦୁର୍ନିତୀଗ୍ରସ୍ତ କର୍ମଚାରୀ ! 19 ଲକ୍ଷ ଟଙ୍କା ସହ 20ଟି ମୂଲ୍ୟବାନ ପ୍ଲଟ ଓ ବିପଳୁ ସମ୍ପତ୍ତି ଠାବ
ଏହା ମଧ୍ୟ ପଢନ୍ତୁ LED ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି: 3 ଜିଲ୍ଲାରେ ଭିଜିଲାନ୍ସ ଚଢ଼ାଉ, 3 ଠିକାଦାର ଗିରଫ
ଇଟିଭି ଭାରତ, ସମ୍ବଲପୁର

