ETV Bharat / state

ଦୁଇ ସପ୍ତମ ଶ୍ରେଣୀ ଛାତ୍ର ବିଦ୍ୟାଳୟକୁ ମଦ ପିଇ ଆସିଥିବା ଅଭିଯୋଗ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଉଚ୍ଚ ବିଦ୍ୟାଳୟରେ ମଦ ପିଇ ଦୁଇ ସପ୍ତମ ଶ୍ରେଣୀ ଛାତ୍ର ଚେତାଶୂନ୍ୟ ହୋଇପଡିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

Class vii Students found Drunk In School at daspalla nayagarh
ଦୁଇ ସପ୍ତମ ଶ୍ରେଣୀ ଛାତ୍ର ବିଦ୍ୟାଳୟକୁ ମଦ ପିଇ ଆସିଥିବା ଅଭିଯୋଗ (ETV BHARAT ODISHA)
author img

By ETV Bharat Odisha Team

Published : February 13, 2026 at 3:14 PM IST

1 Min Read
Choose ETV Bharat

ନୟାଗଡ଼: ଶିକ୍ଷାର ମନ୍ଦିରରେ ଅଭାବନୀୟ ଘଟଣା । ମଦ ପିଇ ବିଦ୍ୟାଳୟରେ ଚେତାଶୂନ୍ୟ ହୋଇପଡିଲେ ଦୁଇ ସପ୍ତମ ଶ୍ରେଣୀ ଛାତ୍ର । ଉଭୟ ଛାତ୍ର ମଦପିଇ ସ୍କୁଲ ଆସିଥିବା ଅଭିଯୋଗ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଉଚ୍ଚ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଇ ଛାତ୍ରଙ୍କ ଅଭିଭାବକ ମାନଙ୍କୁ ଡାକିବା ସହ ଦୁଇ ଛାତ୍ରଙ୍କୁ ବିଦ୍ୟାଳୟରୁ ବାହାର କରିଛନ୍ତି ।

ମଦ ପିଇ ବିଦ୍ୟାଳୟରେ ଛାତ୍ର ଚେତାଶୂନ୍ୟ:

ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ (ETV BHARAT ODISHA)

ଆଜି ସକାଳ ସମୟରେ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଦୁଇ ଛାତ୍ର ମଦ୍ୟପାନ କରି ସ୍କୁଲ ଆସିଥିବା ବେଳେ ସେମାନେ ଚେତାଶୂନ୍ୟ ହୋଇପଡିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ ଏହା ଦେଖିବା ପରେ ଦୁଇ ଛାତ୍ରଙ୍କ ଅଭିଭାବକଙ୍କୁ ଜଣାଇଥିଲେ । ଛାତ୍ରଙ୍କ ମାଆଙ୍କ ଅଭିଯୋଗ ପୁଅ ଘରୁ ମଦ ପିଇ ଆସିନାହିଁ । ବିଦ୍ୟାଳୟରେ ମଦ ପିଇଛି । ସେପଟେ ପ୍ରଧାନ ଶିକ୍ଷକ କହିଛନ୍ତି ଘରରୁ ମଦ ପିଇ ଆସିଛନ୍ତି ଦୁଇ ଛାତ୍ର, ଏହି ଘଟଣା ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ।

ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ କହିଛନ୍ତି, " ଦୁଇ ସପ୍ତମ ଶ୍ରେଣୀ ଛାତ୍ର ଘରୁ ମଦପିଇ ସ୍କୁଲ ଆସିଛନ୍ତି । ତାଙ୍କର ଅବସ୍ଥା ଅସ୍ବଭାବିକ ଦେଖାଯିବା ପରେ ତାଙ୍କ ଅଭିଭାବକଙ୍କୁ ଖବର ଦିଆଯାଇଥିଲା । ସେମାନେ ସ୍କୁଲରେ ପହଞ୍ଚିଛନ୍ତି । କୁସଙ୍ଗତରେ ପଡିକି ଛାତ୍ରମାନେ ମଦ ପିଇ ସ୍କୁଲ ଆସୁଛନ୍ତି, ଯାହା ଜମାବି ଭଲ ନୁହଁ । ଆମେ ଉପରିସ୍ତ ଅଧିକାରୀଙ୍କୁ ଜଣାଇବୁ । ସଂସ୍କାର ପାଇଁ ଆମେ ପ୍ରତିଦିନ ପିଲାମାନଙ୍କୁ କାଉନସେଲିଂ କରୁଛୁ । "

ଅଭିବାବକ କହିଛନ୍ତି, " ସ୍କୁଲକୁ ଆସି ମୋ ପୁଅ ମଦ ପିଇଛି । ମୋ ପୁଅ ଖାଇ ସାରିବା ପରେ ଘରୁ ସ୍କୁଲ ଆସିଥିଲା । ତାକୁ ମୁଁ ଟଙ୍କା ମଧ୍ୟ ଦେଇନଥିଲି । ସେ ଘରେ ମଦ ପିଇକି ଆସିନି । କେବେ ବି ସେ ମଦ ପିଇନି । ଆଜି ସେ ମଦ ପିଇଛି ବୋଲି ଘରକୁ ଖବର ଯାଇଥିଲା । "

ଶିକ୍ଷକ ଜଡିତ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ:

ଏଭଳି ପରିସ୍ଥିତିରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାପରେ ସେ କହିଥିଲେ ଯେ ଏହା ଅତ୍ୟନ୍ତ ନିନ୍ଦନୀୟ କଥା । ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ଏହି ଘଟଣା ଉପରେ ତଦନ୍ତ କରିବେ । ଯଦି କେହି ଶିକ୍ଷକ ଏଥିରେ ଜଡିତ ଥିବେ ତେବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା l ଏଥିସହିତ ପିଲାମାନଙ୍କ ଅଭିଭାବକଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରାଯିବ ।

କଙ୍ଗାରୁ କୋର୍ଟରେ ଝିଅକୁ ଅପମାନ ! ଜୀବନ ହାରିଲେ ବାପା

ଇଟିଭି ଭାରତ, ନୟାଗଡ