ETV Bharat / state

ଟପ୍‌ ମାଓ ନେତା ସବ୍ୟସାଚୀ ପଣ୍ଡା ଆଉ ଏକ ମାମଲାରେ ନିର୍ଦୋଷ ସାବ୍ୟସ୍ତ

ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦୋଷ ବୋଲି ରାୟ ପ୍ରକାଶ କଲେ ରାୟଗଡ଼ା ଜିଲ୍ଲାର ଗୁଣପୁର ଏଡିଜେ କୋର୍ଟ‌।

ଟପ୍‌ ମାଓ ନେତା ସବ୍ୟସାଚୀ ପଣ୍ଡା ଆଉ ଏକ ମାମଲାରେ ନିର୍ଦୋଷ ସାବ୍ୟସ୍ତ
ଟପ୍‌ ମାଓ ନେତା ସବ୍ୟସାଚୀ ପଣ୍ଡା ଆଉ ଏକ ମାମଲାରେ ନିର୍ଦୋଷ ସାବ୍ୟସ୍ତ (ETV BHARAT ODISHA)
author img

By ETV Bharat Odisha Team

Published : October 18, 2025 at 6:18 PM IST

1 Min Read
Choose ETV Bharat

ରାୟଗଡ଼ା: ଟପ୍‌ ମାଓ ନେତା ସବ୍ୟସାଚୀ ପଣ୍ଡା ଆଜି (October 18, ଶନିବାର) ରାୟଗଡ଼ା ଜିଲ୍ଲାର ଗୁଣପୁର ଏଡିଜେ କୋର୍ଟ‌ରେ ହାଜର ହୋଇଥିଲେ। 2001 ମସିହାରେ ଗୁଡ଼ାରୀ ଥାନା ଅନ୍ତର୍ଗତ ଡିମିରିଗୁଡ଼ା ଅଞ୍ଚଳରେ ଧାନ ଜୋରଜବରଦସ୍ତି କାଟି ନେବା ଘଟଣାରେ ତାଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମାମଲାର ରାୟ ଆଜି ପ୍ରକାଶ ପାଇଛି ।

ଟପ୍‌ ମାଓ ନେତା ସବ୍ୟସାଚୀ ପଣ୍ଡା ଆଉ ଏକ ମାମଲାରେ ନିର୍ଦୋଷ ସାବ୍ୟସ୍ତ (ETV BHARAT ODISHA)

ଏହି ମାମଲାରେ 22 ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣକରି ଗୁଣପୁର ଏଡିଜେ କୋର୍ଟ‌ ରାୟ ଶୁଣାଇଛି। ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦୋଷ ବୋଲି ରାୟ ପ୍ରକାଶ ହୋଇଛି ବୋଲି ତାଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଟପ୍‌ ମାଓ ନେତା ସବ୍ୟସାଚୀ ପଣ୍ଡା ଆଉ ଏକ ମାମଲାରେ ନିର୍ଦୋଷ ସାବ୍ୟସ୍ତ
ଟପ୍‌ ମାଓ ନେତା ସବ୍ୟସାଚୀ ପଣ୍ଡା ଆଉ ଏକ ମାମଲାରେ ନିର୍ଦୋଷ ସାବ୍ୟସ୍ତ (ETV BHARAT ODISHA)

କ'ଣ ଥିଲା ଘଟଣା-

ଏହି ଘଟଣା 2001 ମସିହା ନଭେମ୍ବର 27 ତାରିଖର। ସେହିଦିନ ମାଓବାଦୀମାନେ ଡିମିରିଗୁଡ଼ା ଅଞ୍ଚଳରେ ଜୋରଜବରଦସ୍ତି ଜମିରୁ ଧାନ କାଟି ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ତତ୍କାଳୀନ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଗୁଡ଼ାରୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ଏହାପରେ ପୋଲିସ ମାମଲା ରୁଜୁ କରିଥିଲା।

ଟପ୍‌ ମାଓ ନେତା ସବ୍ୟସାଚୀ ପଣ୍ଡା ଆଉ ଏକ ମାମଲାରେ ନିର୍ଦୋଷ ସାବ୍ୟସ୍ତ
ଟପ୍‌ ମାଓ ନେତା ସବ୍ୟସାଚୀ ପଣ୍ଡା ଆଉ ଏକ ମାମଲାରେ ନିର୍ଦୋଷ ସାବ୍ୟସ୍ତ (ETV BHARAT ODISHA)

ମାମଲା ନମ୍ବର 29ରେ ନିର୍ଦ୍ଦେଷ

ପୁର୍ବରୁ ଗୁଣପୁର କୋର୍ଟ‌ରେ ସବ୍ୟସାଚୀ ପଣ୍ଡାଙ୍କ ନାମରେ 30ରୁ ଅଧିକ ମାମଲା ରହିଥିଲା। ତାହା ମଧ୍ୟରୁ ପୂର୍ବରୁ 28ଟି ମାମଲାରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇସାରିଛନ୍ତି। ଆଜିର ରାୟ ସହ ଆଉ ଗୋଟିଏ ମାମଲାରେ ସେ ନିର୍ଦୋଷ ସାବ୍ୟସ୍ତ ହୋଇସାରିଛନ୍ତି।

ଏନେଇ ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ କହିଛନ୍ତି ଯେ,"ଏକ ଘରୋଇ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଚାନ୍ଦା ମାଗିବା ଘଟଣାରେ ଆଉ ଗୋଟିଏ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି।"

ଟପ୍‌ ମାଓ ନେତା ସବ୍ୟସାଚୀ ପଣ୍ଡା ଆଉ ଏକ ମାମଲାରେ ନିର୍ଦୋଷ ସାବ୍ୟସ୍ତ
ଟପ୍‌ ମାଓ ନେତା ସବ୍ୟସାଚୀ ପଣ୍ଡା ଆଉ ଏକ ମାମଲାରେ ନିର୍ଦୋଷ ସାବ୍ୟସ୍ତ (ETV BHARAT ODISHA)

ନୟାଗଡ଼ ଜିଲ୍ଲାର ନିବାସୀ ଓ ପୂର୍ବତନ ମାଓ ନେତା ସବ୍ୟସାଚୀ ପଣ୍ଡା ଓଡ଼ିଶାର ମାଓ ଆନ୍ଦୋଳନର ମୁହଁ ଥିଲେ। ଦୀର୍ଘ ଦୁଇ ଦଶକ ଧରି ସେ ଗଜପତି, କନ୍ଧମାଳ, ରାୟଗଡ଼ା ଓ ଗଞ୍ଜାମ ଅଞ୍ଚଳରେ ମାଓ କାର୍ଯ୍ୟକଳାପ ଚାଲାଇଥିଲେ। 2008 ମସିହାରେ ନୟାଗଡ଼ ଶସ୍ତ୍ରାଗାର ଲୁଟ୍ ଓ ସ୍ୱାମୀ ଲକ୍ଷ୍ମାନାନ୍ଦ ସରସ୍ୱତୀ ହତ୍ୟା ଘଟଣାରେ ତାଙ୍କ ନାମ ଜଡ଼ିତ ରହିଥିଲା। ପରେ ମୁଖ୍ୟ ମାଓ ସଂଗଠନ ସିପିଆଇ (ମାଓବାଦୀ) ସହିତ ମତଭେଦ ହେତୁ ସେ ଓଡ଼ିଶା ମାଓବାଦୀ ପାର୍ଟି ଗଠନ କରିଥିଲେ। 2014 ମସିହାରେ ବରହମପୁର ରୁ ଓଡ଼ିଶା ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ବିରୁଦ୍ଧରେ ଅନେକ ମାମଲା ରହିଥିଲେ ମଧ୍ୟ ବହୁତ ମାମଲାରେ ସେ ନିର୍ଦୋଷ ବୋଲି ଘୋଷିତ ହୋଇଛନ୍ତି ଏବଂ ବର୍ତ୍ତମାନ ସେ ବରହମପୁର ସେଣ୍ଟ୍ରାଲ ଜେଲ ରେ ଆଜୀବନ ଦଣ୍ଡ ଭୋଗୁଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ- ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ, ମାତ୍ର ଜେଲରୁ ମୁକୁଳି ପାରିବେ ନାହିଁ

ଏହା ମଧ୍ୟ ପଢ଼ନ୍ତୁ- ଡାକୁ ମାଝୀ ହତ୍ୟା ଓ ମରିଚଗୁଡା ବିସ୍ଫୋରଣ ମାମଲା, ମାଓ ନେତା ସବ୍ୟସାଚୀ ନିର୍ଦ୍ଦୋଷ ପ୍ରମାଣିତ

ଇଟିଭି ଭାରତ, ରାୟଗଡ଼ା