Rain Alert: ଆଜି ଉତ୍ତର ଓଡ଼ିଶାରେ ଭୀଷଣ ବର୍ଷିବ, କେନ୍ଦୁଝର-ମୟୂରଭଞ୍ଜ-ବାଲେଶ୍ବରକୁ ରେଡ୍ ଆଲର୍ଟ
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଥିବା ଲଘୁଚାପ କ୍ଷେତ୍ରର ପ୍ରଭାବରେ 1 ସେପ୍ଟେମ୍ବର ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Published : August 30, 2026 at 7:46 AM IST
Odisha Weather ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନୂଆ ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶାରେ ଭାରି ବର୍ଷା ଲାଗି ରହିଛି । ବିଶେଷକରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହଛି । ଆଜି ସାରା ରାଜ୍ୟରେ ବର୍ଷା ଓ ବଜ୍ରପାତ ହେବାକୁ ଥିବା ବେଳେ ଅତି ଭୀଷଣ ବର୍ଷା ପାଇଁ ପାଣିପାଗ ବିଭାଗ ଉତ୍ତର ଓଡ଼ିଶାକୁ ରେଡ୍ ଆଲର୍ଟ ଓ ଅତି ପ୍ରବଳ ବର୍ଷା ପାଇଁ ପଶ୍ଚିମ ଓଡ଼ିଶାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଆସନ୍ତା ସେପ୍ଟେମ୍ବର 4 ତାରିଖ ଯାଏଁ ବର୍ଷା ଲାଗି ରହିବ ।
Under the influence of Low-Pressure Area over northwest Bay of Bengal & adjoining West Bengal-north Odisha coasts, isolated heavy to very heavy rainfall very likely over Gangetic West Bengal on 30th;
— India Meteorological Department (@Indiametdept) August 29, 2026
Jharkhand on 31st; over Odisha during 29th August-1st September with isolated… pic.twitter.com/I6ofOz1cac
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, "ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଥିବା ଲଘୁଚାପ କ୍ଷେତ୍ରର ପ୍ରଭାବରେ, 30 ତାରିଖରେ ଗାଙ୍ଗେୟ ପଶ୍ଚିମବଙ୍ଗରେ, 31 ତାରିଖରେ ଝାଡ଼ଖଣ୍ଡରେ, 1 ସେପ୍ଟେମ୍ବର ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ 30 ଅଗଷ୍ଟରେ ଓଡ଼ିଶାରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।"
ଆଜି ପାଇଁ ୱାର୍ଣ୍ଣିଂ:
ଆଜି ଅତି ଭୀଷଣ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ପୁରୀ, ଖୋରଧା, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ବୌଦ୍ଧ, ସୋନପୁର, ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ ପ୍ରବଳ ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
କାଲି ବି ପ୍ରବଳ ବର୍ଷା:
ଆସନ୍ତାକାଲି (ସୋମବାର) ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବାନ ରହିଛି । ଏଥିପାଇଁ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ବର୍ଷା ଓ ଝଡ଼ି ପବନ ବହିବା ସହ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆସନ୍ତାକାଲି (31 ଅଗଷ୍ଟ) ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁ୍ଦ୍ର ମଧ୍ୟକୁ ପ୍ରବେଶ ଉପରେ ବାରଣ ରହିଛି ।
ସେପଟେ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଵର୍ଷା ହୋଇଥିବା ବେଳେ ଗୋଟେ ସ୍ଥାନରେ ଅତି ପ୍ରବଳ ବର୍ଷା ସହ 4ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ସର୍ବାଧିକ ବର୍ଷା ମୟୂରଭଞ୍ଜ ବାଙ୍ଗିରିପୋଷୀରେ 159 ମିମି ରେକର୍ଡ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ... ଆଗାମୀ ୪୮ ଘଣ୍ଟା ଛେଚିବ: ଭୀଷଣ ବର୍ଷା ନେଇ ରେଡ୍ ୱର୍ଣ୍ଣିଂ ଜାରି, ଆଲର୍ଟରେ ଉତ୍ତର ଓଡ଼ିଶା ସୃଷ୍ଟି ହେଲା ଲଘୁଚାପ; ଆଜିଠୁ ଅତି ପ୍ରବଳ ବର୍ଷା; ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି |
ଇଟିଭି ଭାରତ, ଭୁବନେଶ୍ବର

