ETV Bharat / state

ବାଲେଶ୍ବରରେ ବଢୁଛି ଚୋରି, ରାହାଜାନି: ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ସହ ଦୁଇ ସହଯୋଗୀ ଗିରଫ

ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ଏହି ଗ୍ୟାଙ୍ଗ କେବଳ ବାଲେଶ୍ୱର ନୁହେଁ  ଆଖପାଖ ଜିଲ୍ଲାରେ ମଧ୍ୟ ଅପରାଧିକ କାର୍ଯ୍ୟକଳାପ ଚଳାଇ ଆସୁଥିଲେ।

Police share information about two gangstars and their two accomplices in a press conference.
ଦୁଇ ଗ୍ୟାଙ୍ଗଷ୍ଟାର ଏବଂ ଦୁଇ ସହଯୋଗୀଙ୍କ ଗିରଫ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛି ବାଲେଶ୍ବର ପୋଲିସ (Etv Bharat)
author img

By ETV Bharat Odisha Team

Published : November 13, 2025 at 8:13 PM IST

3 Min Read
Choose ETV Bharat

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଗତ ଏକମାସ ମଧ୍ୟରେ ଚୋରି, ଡକାୟତି କ୍ରମାଗତ ଭାବେ ବୃଦ୍ଧି ପାଇଛି । କେତେକ ମାମଲାରେ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇଛି । ତେବେ ଆଉ କିଛି ଘଟଣାରେ ଟେର ପାଉନି। ଗୋଟିଏ ପଟେ ବାଲେଶ୍ୱରର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଏହାସହ ସେମାନଙ୍କ ଗ୍ୟାଙ୍ଗର ଆଉ ଦୁଇଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ଗ୍ୟାଙ୍ଗ କେବଳ ବାଲେଶ୍ୱର ନୁହେଁ ଆଖପାଖ ଜିଲ୍ଲାରେ ମଧ୍ୟ ଅପରାଧିକ କାର୍ଯ୍ୟକଳାପ ଚଳାଇ ଆସୁଥିଲେ। ଗ୍ୟାଙ୍ଗ ଲିଡର ବାହାର ରାଜ୍ୟରେ ରହି ବାଲେଶ୍ୱରରେ ସେମାନଙ୍କ ଗ୍ୟାଙ୍ଗ ଅପରେଟ କରାଉଥିଲେ। ଏହି ଗ୍ୟାଙ୍ଗ ପୋଲିସ ହାତରେ ଧରା ପଡିବା ପରେ ଅପରାଧୀଙ୍କ ମଧ୍ୟରେ ଛନକା ପଶିଛି ସତ ହେଲେ ଜିଲ୍ଲାର କ୍ରାଇମ ରେକର୍ଡ ଦେଖିଲେ ଲାଗୁଛି ସତେ ଯେମିତି ଅପରାଧୀ ମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି।

ଗୋଟିଏ ରାତିରେ ସିମୁଳିଆର ଚାରି ମନ୍ଦିର, ଖଇରାର ଆଠ ମନ୍ଦିର ଲୁଟିଥିଲେ

ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ସହ ଦୁଇ ସହଯୋଗୀ ଗିରଫ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛି ବାଲେଶ୍ବର ପୋଲିସ (Etv Bharat)

ଜିଲ୍ଲାର ୩୨ଟି ଥାନା ମଧ୍ୟରୁ ସିମୁଳିଆ ଥାନା ଅଞ୍ଚଳର ଆନନ୍ଦପୁରରେ ଗୋଟିଏ ରାତିରେ ଚାରୋଟି ମନ୍ଦିରରୁ ସିରିଜ ଚୋରି ହୋଇଛି । ମାର୍କୋଣାରେ ବାସନ୍ତୀ ପରିଡାଙ୍କ ଘରୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ପ୍ରାୟ ଚାରି ଲକ୍ଷ ଟଙ୍କା ଲୁଟ କରିଥିଲେ। ସେହିପରି ସୋର ଥାନା ଅଧିନ ସୋର କୋର୍ଟ ମାଲଖାନାରୁ ପ୍ରାୟ ଦୁଇ କୋଟି ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଖଇରା ଥାନା ଅଧିନରେ ମହତିପୁର ଓ ଗଗନଧୂଳି ଅଞ୍ଚଳରେ ଆଠଟି ମନ୍ଦିରରୁ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏସବୁ ମାମଲା ମଧ୍ୟରେ ଗିରଫ ହୋଇଥିବା ଗ୍ୟାଙ୍ଗର କୌଣସି ସଦସ୍ୟ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ଗ୍ୟାଙ୍ଗଷ୍ଟାର ଅନିମେଶ ଘୋଷ ଓ ହାର୍ଡ କୋର୍ ଅପରାଧୀ କୈଳାଶ ଦାସ ଗିରଫ

ତେବେ ବାଲେଶ୍ୱର ପୋଲିସ ଗିରଫ କରିଥିବା ଦୁଇଜଣ ଗ୍ୟାଙ୍ଗଷ୍ଟାର ଅନିମେଶ ଘୋଷ ସହ ହାର୍ଡ କୋର୍ ଅପରାଧୀ କୈଳାଶ ଦାସ ଓରଫ କୁଆଁକୁ ରିମାଣ୍ଡରେ ଆଣି କ୍ରାଇମ ଡିଟେଲ ବାହାର କରିବ । ଉଭୟ ଗନ୍ ପଏଣ୍ଟରେ ପଥର କ୍ୱାରୀ ଓ ବାଲି ଖାଦାନ, ଚିଙ୍ଗୁଡ଼ି ବ୍ୟବସାୟୀ, ବିଲ୍ଡର, ରିଅଲ ଇଷ୍ଟେଟ ବ୍ୟବସାୟୀ, ସୋରୁମ୍ ମାଲିକଙ୍କୁ ଧମକାଇ ଦାଦା ବଟୀ ଆଦାୟ କରୁଥିଲେ। ଏହାସହ ଏଜେଣ୍ଟ ମାଧ୍ୟମରେ ବେଆଇନ ପେଟ୍ରୋଲ ଓ ଡିଜେଲ କାରବାରରେ ସଂପୃକ୍ତ ଥିଲେ। ଏମାନଙ୍କ ନାମରେ ହତ୍ୟା, ରାହାଜାନି, ହତ୍ୟା ଧମକ ଭଳି ସଙ୍ଗୀନ ମାମଲା ରହିଛି। ଏହି ଗ୍ୟାଙ୍ଗରେ ଆଉ ଯେଉଁମାନେ ସଂପୃକ୍ତ ରହିଛନ୍ତି ସେମାନଙ୍କୁ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଗିରଫ କରାଯିବ।

ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନାଁରେ ରହିଛି ଏକାଧିକ ସଙ୍ଗୀନ ମାମଲା

ଏ ନେଇ ଏସପି ପ୍ରତ୍ୟୁଷ ଦିବାକର କହିଛନ୍ତି, " ବାଲେଶ୍ୱର ପୋଲିସ ଦୁଇଜଣ ହାର୍ଡକୋର କ୍ରିମିନାଲଙ୍କୁ ଧରିଛି। ସେମାନେ ହେଲେ କୈଳାଶ ଦାସ ଓରଫ କୁଆଁ ଓ ଅନ୍ୟଜଣେ ଅନିମେଶ ଘୋଷ। ଏ ଦୁଇଜଣ ନାନା ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି। ଏମାନଙ୍କ ନାଁରେ ଏକାଧିକ ମାମଲା ରହିଛି। ଅନିମେଶ ଘୋଷ ନାଁରେ ୩୨ ଟି ମାମଲା ଏବଂ କୁଆଁ ଉପରେ ୨୫ରୁ ଉର୍ଦ୍ଧ୍ଵ ମାମଲା ବିଭିନ୍ନ ଥାନାରେ ରହିଛି। ଏମାନଙ୍କ ଉପରେ ହତ୍ୟା, ହତ୍ୟା ଧମକ, ଧମକାଇ ଟଙ୍କା ଆଦାୟ କରିବା ଭଳି ଅଭିଯୋଗ ରହିଛି। ୨୦୨୪ରେ ଏକ ହତ୍ୟା ମାମଲାରେ କୁଆଁକୁ ଏବଂ ୨୦୨୧ ରେ ଏକ ହତ୍ୟା ମାମଲାରେ ଅନିମେଶ ଘୋଷକୁ କୋର୍ଟ ଚାଲାଣ କରଯାଇଛି। ତାଙ୍କର ଏଠି ଆଉ କିଏ ସହଯୋଗୀ, ଗ୍ୟାଙ୍ଗର ସଦସ୍ୟ, କିଏକିଏ ଫାଇନୀନ୍ସର ଅଛନ୍ତି ତା ଉପରେ ଆମର ତଦନ୍ତ ଚାଲିଛି। ସେମାନଙ୍କର ସମ୍ପୃକ୍ତି ଅନ୍ୟ ଜିଲ୍ଲାରେ ମଧ୍ୟ ଥାଇ ପାରେ ବୋଲି ଆମେ ଆଶଙ୍କା କରୁଛୁ । ପୂରା ଗ୍ୟାଙ୍ଗକୁ ଧରିବା ପାଇ ଆମର ଚେଷ୍ଟା ଚାଲିଛି ।"


ପାଟ୍ରୋଲିଂ ବେଳେ ଦୁଇ ସହଯୋଗୀ ଗିରଫ

କୁଆଁ ଓ ଅନିମେଶ ଗିରଫ ପରେ ସେମାନଙ୍କ ଗ୍ୟାଙ୍ଗର ଦୁଇଜଣ ସଦସ୍ୟଙ୍କୁ ସଦରଥାନା ପୋଲିସ ପାଟ୍ରୋଲିଂ ବେଳେ ଗିରଫ କରିଛି । ସେମାନଙ୍କ ନିକଟରୁ ତେଲେଙ୍ଗା କଟୁରି, ବନ୍ଧୁକ ଜବତ କରାଯାଇଛି। ଏମାନଙ୍କ ସହ ଆଉ କିଏକିଏ ସେହି ଗ୍ୟାଙ୍ଗର ଅଛନ୍ତି ସେନେଇ ପୋଲିସ ତଦନ୍ତ ଚଳାଇଛି। ଗ୍ୟାଙ୍ଗର ସଦସ୍ୟ ଦୁଇଜଣ ଗିରଫ ହେବାପରେ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ ସୂଚନା ଦେଇ କହିଛନ୍ତି," ସଦର ଥାନାର ପାଟ୍ରୋଲିଂ ଟିମ ମେଘଡମ୍ବରୁ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଦୁଇଜଣ ଯୁବକଙ୍କୁ ସନ୍ଦେହଜନକ ଭାବେ ବୁଲୁଥିବା ଦେଖିବାକୁ ପାଇଥିଲେ। ଉଭୟଙ୍କୁ ଯାଞ୍ଚ କରିବା ପରେ ସେମାନଙ୍କ ପାଖରୁ ଗୋଟିଏ କଟୁରି ଓ ପିସ୍ତଲ ଜବତ କରାଯାଇଥିଲା। ଥାନାକୁ ଆଣିବା ପରେ ମାମଲା ରୁଜୁ କରାଯାଇଛି । ତଦନ୍ତ ବେଳେ ସେମାନଙ୍କ ନିକଟରୁ ତିନୋଟି ମାଗାଜିନ ଓ ଗୋଟିଏ କଟୁରି ଜବତ ହୋଇଛି। ସେମାନଙ୍କୁ ପଚରା ଉଚରା ବେଳେ ଜଣାପଡିଲା ଯେ ସେମାନେ କୁଆଁ, ଅନିମେଶ ଗ୍ୟାଙ୍ଗରେ ମିଶି କାମ କରୁଥିଲେ ଏବଂ ତାଙ୍କଠୁ ବନ୍ଧୁକ ଓ ମାରଣାସ୍ତ୍ର ଆଣି ରଖିଥିଲେ। ବହୁତ ଅକାଧିକ କ୍ରାଇମରେ ଏମାନଙ୍କର ସମ୍ପୃକ୍ତି ରହିଛି ।"

ଇଟିଭି ଭାରତ, ବାଲେଶ୍ବର

ଏହା ମଧ୍ୟ ପଢନ୍ତୁ ସିଆଚୀନ ପରି ଦୁର୍ଗମ ଇଲାକାରେ ସେନାକୁ ବଳ ଯୋଗାଇବ ଅତ୍ୟାଧୁନିକ '୫ଜି ଏନାବଲ୍ ଡ୍ରୋନ୍'

ଏହା ମଧ୍ୟ ପଢନ୍ତୁ ବାଲିଯାତ୍ରାରେ ମହକୁଛି ଗୋବର..ଦର୍ଶକଙ୍କୁ ଟାଣୁଛି ଗୋବର ତିଆରି ଚପଲ, ଖାତା ଆଉ ଠାକୁରଙ୍କ ଫଟୋ