ETV Bharat / state

ଶିମିଳିପାଳ ବାଘୁଣି 'ଜୀନତ' ବେକରୁ ଖୋଲା ହେବ ରେଡିଓ କୋଲାର

ପରିବେଶ ସହିତ ଖାପ ଖୁଆଇ ଚଳିବା ଶିଖିଲାଣି ଜୀନତ । ତେଣୁ ବାଘୁଣୀ ଜୀନତ ବେକରୁ ଖୋଲା ହେବ ରେଡିଓ କୋଲାର । ରିପୋର୍ଟ- ସଞ୍ଜୟ ପରିଡ଼ା

The radio collar will be removed from the neck of the Zeenat
ଜୀନତ ବେକରୁ ଖୋଲା ହେବ ରେଡିଓ କୋଲାର (ETV Bharat Odisha)
author img

By ETV Bharat Odisha Team

Published : August 29, 2026 at 4:47 PM IST

2 Min Read
Choose ETV Bharat

TIGRESS ZEENAT RADIO COLLAR, ରାଇରଙ୍ଗପୁର (ମୟୂରଭଞ୍ଜ): ଶିମିଳିପାଳ ଅଭୟାରଣ୍ୟରୁ ଆସିଛି ଏକ ଖୁସିର ଖବର । ପରିବେଶ ସହିତ ଖାପ ଖୁଆଇ ଚଳିବା ଶିଖି ଗଲାଣି ଜୀନତ । ତେଣୁ ବାଘୁଣୀ ଜୀନତ ବେକରୁ ଖୋଲା ହେବ ରେଡିଓ କୋଲାର ବୋଲି ସୂଚନା ମିଳିଛି ।

ଶିମିଳିପାଳ ବାଘୁଣି 'ଜୀନତ' ବେକରୁ ଖୋଲା ହେବ ରେଡିଓ କୋଲାର (ETV Bharat Odisha)

୨୦୨୪ ମସିହାରେ ମହାରାଷ୍ଟ୍ରର ତଡବା-ଅନ୍ଧାରୀ ଟାଇଗର ରିଜର୍ଭରୁ ଅଣା ଯାଇଥିବା ବାଘୁଣୀ ଜୀନତ ବେକରେ ବନ୍ଧା ଯାଇଥିବା ରେଡିଓ କୋଲାର ଖୁବଶୀଘ୍ର ହଟିବାକୁ ଯାଉଛି । ବାଘୁଣୀ ଜୀନତ ନିଜର ଚାରିଟି ଶାବକ ସହିତ ନିର୍ଭୟରେ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ବିଚରଣ କରୁଛି । ଶିମିଳିପାଳର ଘଞ୍ଚ ଜଙ୍ଗଲକୁ ଜୀନତ ଏବେ ନିଜ ବାସସ୍ଥାନ ଭାବେ ଦେଖି ଆସୁଛି ।

୨୦୨୪ ମସିହା ନଭେମ୍ବର ମାସରେ ଜୀନତକୁ ଉତ୍ତର ଶିମିଳିପାଳ ଡିଭିଜନର ଚହଲା ନିକଟସ୍ଥ ଏକ ସଫ୍ଟ ଏନକ୍ଲୋଜରରେ ରଖା ଯାଇଥିଲା । ସଫ୍ଟ ଏନକ୍ଲୋଜରରୁ ଜୀନତକୁ ମୁକ୍ତ କରାଯିବା ପରେ କିଛି ଦିନ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ରହିଥିଲା । ହେଲେ ପରେ ଜଙ୍ଗଲ ଦେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ପ୍ରାୟ ୩୦୦ କିଲୋମିଟର ପଳେଇ ଯାଇଥିଲା ଜୀନତ । ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପ୍ରୟାସରେ ରେଡିଓ କୋଲାର ସାହାଯ୍ୟରେ ଜୀନତକୁ ଟ୍ରାକ କରାଯାଇ ବହୁ କଷ୍ଟରେ ପୁଣି ଥରେ ଶିମିଳିପାଳକୁ ଫେରାଇ ଅଣା ଯାଇଥିଲା ।

ପରିବେଶ ସହିତ ଖାପ ଖୁଆଇ ଚଳିବା ଶିଖିଲାଣି ଜୀନତ । ତେଣୁ ବାଘୁଣୀ ଜୀନତ ବେକରୁ ଖୋଲା ହେବ ରେଡିଓ କୋଲାର ।
ପରିବେଶ ସହିତ ଖାପ ଖୁଆଇ ଚଳିବା ଶିଖିଲାଣି ଜୀନତ । ତେଣୁ ବାଘୁଣୀ ଜୀନତ ବେକରୁ ଖୋଲା ହେବ ରେଡିଓ କୋଲାର । (ETV Bharat Odisha)

୨୦୨୬ ଜୁନ୍ ମାସରେ ଜୀନତ ୪ଟି ଶାବକକୁ ଜନ୍ମ ଦେଇଥିଲା । ଯାହାକି ଶିମିଳିପାଳରେ ଲାଗିଥିବା ଟ୍ରାପ୍ କ୍ୟାମେରା ଫୋଟୋ ମାଧ୍ୟମରେ ସ୍ପଷ୍ଟ ଜଣା ପଡ଼ିଥିଲା । ଏହା ଇଣ୍ଟରଷ୍ଟେଟ ଟାଇଗର ଟ୍ରାନ୍ସଲୋକେସନ ପ୍ରକଳ୍ପର ଏକ ବଡ଼ ସଫଳତା ଭାବେ ପରିଗଣିତ ହୋଇଥିଲା । ଜୀନତର ଚାରି ଶାବକ ଏବେ ୩ ମାସରୁ ଅଧିକ ବୟସର ହୋଇ ଶିମିଳିପାଳ ଅଭୟାରଣ୍ୟରେ ମା ବାଘୁଣୀ ଜୀନତ ସହିତ ସୁରକ୍ଷିତ ଭାବେ ବିଚରଣ କରୁଛନ୍ତି । ତେଣୁ ଯଥାଶୀଘ୍ର ରେଡିଓ କୋଲାର ହଟାଇବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ଜୁନ୍ ମାସରେ ହିଁ ଏକ ଟେକ୍ନିକାଲ କମିଟି ରେଡିଓ କୋଲାର ହଟାଇବା ପାଇଁ ଆଲୋଚନା କରିଥିଲେ ।

ପରିବେଶ ସହିତ ଖାପ ଖୁଆଇ ଚଳିବା ଶିଖିଲାଣି ଜୀନତ । ତେଣୁ ବାଘୁଣୀ ଜୀନତ ବେକରୁ ଖୋଲା ହେବ ରେଡିଓ କୋଲାର ।
ପରିବେଶ ସହିତ ଖାପ ଖୁଆଇ ଚଳିବା ଶିଖିଲାଣି ଜୀନତ । ତେଣୁ ବାଘୁଣୀ ଜୀନତ ବେକରୁ ଖୋଲା ହେବ ରେଡିଓ କୋଲାର । (ETV Bharat Odisha)


ଏ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗୀନେନୀ କହିଛନ୍ତି, ଜୀନତ ବେକରେ ଲାଗିଥିବା ରେଡିଓ କୋଲାର ହଟିବା ପାଇଁ ସମସ୍ତ ନିୟମାବଳୀ ପୂର୍ଣ୍ଣ ହୋଇ ଥିବାରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଅବଗତ କରାଯାଇଛି । ଗତ ଜୁନ୍ ମାସରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା । ଅନୁମତି ମିଳିବା ପରେ ଜୀନତ ବେକରୁ ରେଡିଓ କୋଲାର ହଟାଯିବ । ଚାରି ଶାବକ ସହିତ ମାଆ ବାଘୁଣୀ ଜୀନତ ଏବେ ସୁରକ୍ଷିତ ଓ ନିରାପଦରେ ଶିମିଳିପାଳ ଅଭୟାରଣ୍ୟ ଉତ୍ତର ଡିଭିଜନର ଘଞ୍ଚ ଜଙ୍ଗଲରେ ବିଚରଣ କରୁଛନ୍ତି । ବନବିଭାଗ କର୍ମଚାରୀ ମାନଙ୍କ ଦ୍ବାରା ଚାରି ଶାବକ ଓ ବାଘୁଣୀ ଜୀନତ ଉପରେ କଡ଼ା ନଜର ରଖାଯାଇଛି । ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମିଳିବା ପରେ ଜୀନତକୁ ଟ୍ରାଙ୍କୁଲାଇଜ ନକରି ରିମୋଟ ଡ୍ରପ୍-ଅଫ୍ ମେକାନିଜିମ ମାଧ୍ୟମରେ ରେଡିଓ କୋଲାର ହଟାଯିବ ବୋଲି କହିଛନ୍ତି, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚାନ୍ଦ ଗୋଗୀନେନୀ । ସେପଟେ ବାଘୁଣୀ ଯମୁନା ଏ ପର୍ଯ୍ୟନ୍ତ ପ୍ରଜନନ କରି ନଥିବାରୁ ରେଡିଓ କୋଲାର ମାଧ୍ୟମରେ ତା ଉପରେ ନଜର ରଖାଯିବ ବୋଲି କହିଛନ୍ତି ।

୨୦୨୪ ମସିହାରେ ମହାରାଷ୍ଟ୍ରର ତଡବା-ଅନ୍ଧାରୀ ଟାଇଗର ରିଜର୍ଭରୁ ଅଣା ଯାଇଥିବା ବାଘୁଣୀ ଜୀନତ ବେକରେ ବନ୍ଧା ଯାଇଥିବା ରେଡିଓ କୋଲାର ଖୁବଶୀଘ୍ର ହଟିବାକୁ ଯାଉଛି ।
୨୦୨୪ ମସିହାରେ ମହାରାଷ୍ଟ୍ରର ତଡବା-ଅନ୍ଧାରୀ ଟାଇଗର ରିଜର୍ଭରୁ ଅଣା ଯାଇଥିବା ବାଘୁଣୀ ଜୀନତ ବେକରେ ବନ୍ଧା ଯାଇଥିବା ରେଡିଓ କୋଲାର ଖୁବଶୀଘ୍ର ହଟିବାକୁ ଯାଉଛି । (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: ୩ ମାସର ଗର୍ଭବତୀ ବାଘୁଣୀ ଜୀନତ, 24 ଘଣ୍ଟା ନଜର ରଖିଛି ବନ ବିଭାଗ

ଏହା ମଧ୍ୟ ପଢନ୍ତୁ: ମାଆ ହେବ ବାଘୁଣୀ ଜୀନତ, ଖୁବ ଶୀଘ୍ର ଶିମିଳିପାଳକୁ ମିଳିବ ନୂଆ ଅତିଥି

ଇଟିଭି ଭାରତ, ରାଇରଙ୍ଗପୁର (ମୟୂରଭଞ୍ଜ)