ରାଜ୍ୟ ବଜେଟରେ ମନମୋହିଲା ଲାଲ ସୁଟକେସ୍, ଜାଣନ୍ତୁ କିଏ ସେ ବିଶ୍ୱକର୍ମା ?
ଚଳିତବର୍ଷର ବଜେଟରେ ମନ ମୋହିଥିଲା ଲାଲରଙ୍ଗର ସୁଟକେସ୍ । ଗତବର୍ଷ ଏଭଳି ଏକ ବାକ୍ସକୁ ପ୍ରସ୍ତୁତ କରିବାକୁ ଲାଗିଥିଲା ୨୦-୨୨ ହଜାର ଟଙ୍କା । ଏ ବର୍ଷ କେତେ ଖର୍ଚ୍ଚ ହୋଇଛି ପଢନ୍ତୁ...

Published : February 22, 2026 at 6:06 PM IST
ସ୍ପେଶାଲ ଷ୍ଟୋରୀ: ବିକାଶ କୁମାର ଦାସ
ଭୁବନେଶ୍ବର: ଚଳିତବର୍ଷର ବଜେଟ ହାଇଲାଇଟ ସହିତ ମୁଖ୍ୟମନ୍ତ୍ରୀଙ୍କ ହାତରେ ଲାଲରଙ୍ଗର ସୁଟକେସ ମଧ୍ୟ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା । ଏଥିରେ କରାଯାଇଥିବା ନିଖୁଣ କାରିଗରୀ ଓ ହସ୍ତଶିଳ୍ପ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ଏହି ବଜେଟ ସୁଟକେସର ବିଶ୍ବକର୍ମା କିଏ ? ଏଥିରେ କଣ ବ୍ୟବହାର ହୋଇଛି ? ଏହି ସୁଟକେସରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ? ଏ ବିଷୟରେ ସମ୍ପୂର୍ଣ୍ଣ ଜାଣନ୍ତୁ 'ଇଟିଭି ଭାରତ'ର ଏହି ସ୍ୱତନ୍ତ୍ର ଉପସ୍ଥାପନାରେ ।
ଲାଲ ସୁଟକେସ ପଛର ବିନ୍ଧାଣୀ:
ଚଳିତବର୍ଷର ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଲାଲ ରଙ୍ଗର ସୁଟକେସରେ ବଜେଟ ସମ୍ପର୍କିତ ନଥିପତ୍ର ବହନ କରଥିଲେ । ସୁଟକେସର ଉପର ଭାଗରେ ପିତ୍ତଳ ନିର୍ମିତ ଓଡିଶା ସରକାରଙ୍କ ଲୋଗୋ ସମେତ ଲାଲ ସମ୍ବଲପୁରୀ କପଡା ଆହୁରି ଆକର୍ଷଣୀୟ ଥିଲା । ଏହି ସୁଟକେସର ବିନ୍ଧାଣୀ ହେଉଛନ୍ତି 66 ବର୍ଷୀୟ ଶିଳ୍ପୀ ବୈଷ୍ଣବ ମହାରଣା । ସେ କୌଣସି ଆର୍ଟ କଲେଜରେ ପାଠ ପଢ଼ିନାହାନ୍ତି କି କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ ତାଲିମ ନେଇନାହାନ୍ତି । ବରଂ ତାଙ୍କ ବାପାଙ୍କ କଂସା ପିତ୍ତଳ କାରିଗରୀରୁ ପ୍ରେରଣା ପାଇଁ ଆଜି ତିଆରି କରୁଛନ୍ତି ଅନେକ କଳାକୃତି ।
ଏହି ବାକ୍ସରେ ଖର୍ଚ୍ଚ ହୋଇଛି ୨୩ ହଜାର:

ପାଇନ କାଠରେ ପ୍ରସ୍ତୁତ ହୋଇଛି ବକ୍ସ:
ଏନେଇ ବୈଷ୍ଣବ ମହାରଣା କହିଛନ୍ତି, "୩ ଜଣ କଳାକାରଙ୍କ ମିଳିତ ଉଦ୍ୟମରେ ଏହି ବାକ୍ସକୁ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ପ୍ରଥମେ କାଠ, ପଟ୍ଟଚିତ୍ର ଓ ହ୍ୟାଣ୍ଡଲୁମରେ କାର୍ଯ୍ୟରତ କାରିଗର ମାନେ ରହିଥିଲେ । ଏହାକୁ ଖୁବ୍ କମ ସମୟ ମଧ୍ୟରେ ପ୍ରସ୍ତୁତ କରାଯାଇଛି । ଏହାକୁ ତିଆରି କରିବା ପାଇଁ ପାଖାପାଖି ୭ -୮ ଦିନର ସମୟ ଲାଗିଛି । ଏଥିରେ ବିଶେଷ କରି ପାଇନ କାଠର ବ୍ୟବହାର କରାଯାଇଛି । ଏଥିରେ ତାଳପତ୍ରର ଡିଜାଇନ, ନାଲି ହସ୍ତତନ୍ତ କପଡା (ସମ୍ବଲପୁର) ଓ ପିତ୍ତଳର ବ୍ୟବହାର କରାଯାଇଛି । ଏହି ବକ୍ସଟିର ଦୈର୍ଘ୍ୟ ୧୮ ଇଞ୍ଚ ଓ ପ୍ରସ୍ଥ ୧୨ ଇଞ୍ଚର ରହିଛି ।
ପୁରସ୍କାର ପାଇଁ ଦୁଃଖ:


କିଏ ଏହି ବୈଷ୍ଣବ ମହାରଣା:
ବୈଷ୍ଣବ ମହାରଣା ହେଉଛନ୍ତି ଜଣେ ପରିଚିତ ଶିଳ୍ପୀ । ତାଙ୍କ ବିଭିନ୍ନ କାରୁକାର୍ଯ୍ୟକୁ ଓଡିଶା ସରକାରଙ୍କ ସମେତ ରାଜ୍ୟ ବାହାରେ ମଧ୍ୟ ପସନ୍ଦ କରିଥାନ୍ତି । ସେ ହେଉଛନ୍ତି ପିତା ସହଦେବ ମହାରଣା ଓ ମାତା ନେତ୍ରମଣି ମହାରଣାଙ୍କ ଏକ ମାତ୍ର ପୁଅ । ୧୯୬୦ ମସିହାରେ ଜନ୍ମିତ ବୈଷ୍ଣବଙ୍କ ଜନ୍ମ ଖୋର୍ଦ୍ଧା ଜିଲ୍ଲା ବାଳକାଟୀ ଅଞ୍ଚଳ ପ୍ରତାପଶାସନର ରଥିଜେମା ଗ୍ରାମରେ । ବୈଷ୍ଣବଙ୍କ ପରିବାରରେ ପୁରୁଷ ପୁରୁଷ ଧରି କଂସା ଓ ପିତ୍ତଳ ଉପରେ ଚିତ୍ରକଳା କରିଆସିଛନ୍ତି । ତାଙ୍କ ବାପା ମଧ୍ୟ ଏହି କାର୍ଯ୍ୟରେ ଜଡିତ ଥିବା ବେଳେ ବୈଷ୍ଣବ ୧୮ ବର୍ଷ ବୟସରୁ ଏହି କାମରେ ଲାଗିଛନ୍ତି । ପାଖାପାଖି ୪୮ ବର୍ଷ ଧରି କାମ କରୁଛନ୍ତି । ବୈଷ୍ଣବ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ଆର୍ଥିକ ଅଭାବ ଯୋଗୁଁ ଅଧାରୁ ପାଠ ଛାଡିଥିଲେ ।

କୌଳିକ ବୃତ୍ତି କଂସା ପିତ୍ତଳ କାମ:
ନିଜର କୌଳିକ ବୃତ୍ତିକୁ ନେଇ ବୈଷ୍ଣବ ମହାରଣା କହିଛନ୍ତି, "ଆମର କୌଳିକ ବୃତ୍ତି କଂସା ପିତ୍ତଳ କାମ । ଏଭଳି ପିତ୍ତଳ ମୃତ୍ତି ତିଆରି କରି ଜାପାନ, ଇଣ୍ଡୋନେସିଆ, ଆମେରିକା ଓ ଲଣ୍ଡନକୁ ଆଦି ଦେଶକୁ ଅଧିକ ମାତ୍ରାରେ ପଠାଇଥାଉ । ସେଠାରେ ଏହାର ଅଧିକ ଚାହିଦା ମଧ୍ୟ ରହିଛି ।" ଏହି କାମରେ ୫୦ ଟଙ୍କାରୁ ଆରମ୍ଭ କରି ୨ କୋଟି ଟଙ୍କା ପର୍ଯ୍ୟନ୍ତ କାମ ମଧ୍ୟ କରିଛନ୍ତି ବୋଲି କହିଛନ୍ତି ବୈଷ୍ଣବ ମହାରଣା । ଏହି କାର୍ଯ୍ୟ ପାଇଁ ଅନେକ ଲୋକ ବୈଷ୍ଣବଙ୍କ ଠାରୁ ତାଲିମ ନେଇସାରିଛନ୍ତି । ବର୍ତ୍ତମାନ ତାଙ୍କ ନିକଟରେ ୧୦ରୁ ଅଧିକ କାରିଗରମାନେ ମୋ ପାଖରେ ରହି କାମ କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର

