ETV Bharat / state

କମିଶନରେଟ ପୋଲିସ କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ; ବାଥରୁମରୁ ମିଳିଲା ମୃତଦେହ

କନଷ୍ଟେବଳ ମୋଚିରାମ ଗତ ଦୁଇ ଦିନ ଧରି ଛୁଟିରେ ଥିଲେ। ଆଜି ସେ ଡିଉଟିରେ ଜଏନ କରିଥାନ୍ତେ । ହେଲେ ଥାନାରେ ଯୋଗଦେବା ପୁର୍ବରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।

Commissionerate Police Constable Mochiram Marandi
କମିଶନରେଟ ପୋଲିସ କନଷ୍ଟେବଳ ମୋଚିରାମ ମାରାଣ୍ଡି (Etv Bharat)
author img

By ETV Bharat Odisha Team

Published : January 17, 2026 at 12:56 PM IST

1 Min Read
Choose ETV Bharat

ଭୁବନେଶ୍ୱର:କମିଶନରେଟ ପୋଲିସର କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ। ବାଥରୁମରୁ ମିଳିଲା ମୃତଦେହ। ମୃତ କନଷ୍ଟେବଳ ଜଣକ ଧଉଳି ଥାନାରେ କାମ କରୁଥିଲେ । ତାଙ୍କର ନାମ ମୋଚିରାମ ମାରାଣ୍ଡି । ସେ ରହୁଥିବା ଭଡ଼ା ଘରୁ ମୃତଦେହକୁ ଆଜି ଜବତ କରିଛି ପୋଲିସ । ୧୬୨୨ ନମ୍ବର କନଷ୍ଟେବଳ ମୋଚିରାମ ଗତ ଦୁଇ ଦିନ ଧରି ଛୁଟିରେ ଥିଲେ। ଆଜି ସେ ଡିଉଟିରେ ଜଏନ କରିଥାନ୍ତେ ।

ହେଲେ ଥାନାରେ ଯୋଗଦେବା ପୁର୍ବରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଏନେଇ ପରିବାର ଲୋକଙ୍କୁ ଅବଗତ କରାଯାଇଛି । ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

ଘର ଲୋକଙ୍କ ସୂଚନା ଅନୁସାରେ, ମୋଚିରାମ ୭ ମାସ ହେବ ଧଉଳି ଥାନାରେ କାମ କରୁଥିଲେ। ଦୁଇ ଦିନ ତଳେ ସେ ଘରକୁ ଯାଇଥିଲେ। ଛୁଟି ସରିବା ପରେ ଶନିବାର ଆସି ସେ କାର୍ଯ୍ୟରେ ଯୋଗ ଦେଇଥାନ୍ତେ। ସେଥିପାଇଁ ସେ ଶୁକ୍ରବାର ଘରୁ ଆସି ଯାଇଥିଲେ। ଘରୁ ଫେରିବା ପରେ ପରିବାର ଲୋକ ତାଙ୍କୁ ଅନେକ ଥର କଲ କରିଥିଲେ । ହେଲେ ସେ ଉଠାଇ ନ ଥିଲେ । ମୋଚିରାମ ଫୋନ ନ ଉଠାଇବାରୁ ତାଙ୍କର ପତ୍ନୀ ବ୍ୟସ୍ତ ହୋଇ ଥାନାକୁ ଜଣାଇଥିଲେ। ପୋଲିସ ଭଡା ଘରକୁ ଯାଇ କବାଟ ଭିତର ପଟୁ ବନ୍ଦ ଥିବା ଦେଖିବାକୁ ପାଇଥିଲା ।

ବାରମ୍ବାର ଡାକିବା ପରେ ବି କବାଟ ନ ଫିଟାଇବାରୁ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ କବାଟ ଭାଙ୍ଗିଥିଲା ପୋଲିସ । ଭିତରକୁ ଯାଇ ମୋଚିରାମଙ୍କୁ ବାଥରୁମ ସମ୍ମୁଖରେ ପଡିଥିବା ଦେଖିବାକୁ ପାଇଥିଲା ପୋଲିସ । ତାଙ୍କୁ ତୁରନ୍ତ ହସ୍ପିଟାଲ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଆଜି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ପେଲିସ କହିଛି । ଶବା ବ୍ୟବଛେଦ ପରେ ମୃତ ଦେହ ପରିବାରକୁ ହସ୍ତାନ୍ତର କରାଯିବ।