ETV Bharat / state

ପୂର୍ବ ଶତ୍ରୁତାରୁ ଗୁଳିମାଡ଼, ସୁରତ ଫେରନ୍ତା ଯୁବକ ଆହତ

ପୁଣି ଅଶାନ୍ତ ଗଞ୍ଜାମ ! ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁରତ ଫେରନ୍ତା ଯୁବକଙ୍କୁ ଦୁର୍ବୁତ୍ତଙ୍କ ଗୁଳିମାଡ଼ । ଡାହାଣ ଗୋଡ଼ ଏବଂ ଜଙ୍ଘରେ ବାଜିଲା ଗୁଳି ।

Surat Returned Ganjam Youth gun fired over past rivalry Injured
ପୂର୍ବ ଶତ୍ରୁତାରୁ ଗୁଳିମାଡ଼, ସୁରତ ଫେରନ୍ତା ଯୁବକ ଆହତ (ETV Bharat Odisha)
author img

By ETV Bharat Odisha Team

Published : March 3, 2026 at 8:11 AM IST

1 Min Read
Choose ETV Bharat

ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ

ବ୍ରହ୍ମପୁର: ପୁଣି ଗଞ୍ଜାମ ଜିଲ୍ଲାରେ ଗର୍ଜିଲା ବନ୍ଧୁକ । କିଛି ଦିନର ନୀରବତା ପରେ ଜିଲ୍ଲାରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଅପରାଧି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାରେ ଜଣେ ଯୁବକଙ୍କ ଉପରେ ଗୁଳିମାଡ଼ ହୋଇଛି । ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୂର୍ବ ଶତ୍ରୁତାରୁ ଗୁଳିମାଡ଼:
ଗଞ୍ଜାମ ପୋଲିସ ଅନ୍ତର୍ଗତ ପୁରୁଷୋତ୍ତମ ଥାନା ଅନ୍ତର୍ଗତ ସୁଣ୍ଡିବାଙ୍କ ଗ୍ରାମ ନିକଟବର୍ତ୍ତୀ ଅରଖପୁର ଗ୍ରାମର ଯୁବକ ସାଗର ବେହେରା । ଆହତ ଯୁବକ ଜଣକ ସୁରତରେ ରହି କାର୍ଯ୍ୟ କରନ୍ତି । ସେ ଛୁଟି କଟାଇବା ପାଇଁ ଗାଁକୁ ଫେରିଥିଲେ । ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୁତ୍ତ ଯୁବକଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି । ତାଙ୍କ ଡାହାଣ ଗୋଡ଼ ଏବଂ ଜଙ୍ଘରେ ଦୁଇଟି ଗୁଳି ବାଜିଛି । ସେ ଏବେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ଆଶୁ ଚିକିତ୍ସା ବିଭାଗରେ ଚିକିତ୍ସିତ ହେଉଛନ୍ତି ।


ଗୁଳିମାଡରେ ଆହାତ ଯୁବକ ସାଗର ବେହେରା କହିଛନ୍ତି ଯେ,"ସେ ନିକଟବର୍ତ୍ତୀ ପୋଖରୀ ନିକଟକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ଆସି ଗୁଳିମାଡ କରି ଫେରାର ହୋଇଯାଇଥିଲେ । ପୂର୍ବରୁ ଗ୍ରାମରେ କିଛି ଯୁବକଙ୍କ ସହିତ ତାଙ୍କର ଝଗଡା ହୋଇଥିଲା । ସୁରତରୁ କାମ କରି ଗତ ତିନି ଚାରି ଦିନ ତଳେ ଘରକୁ ଫେରିଥିଲି ।"

ପୋଲିସର ତଦନ୍ତ ଆରମ୍ଭ:
ସେପଟେ ଏହି ମାମଲାକୁ ନେଇ ଗଞ୍ଜାମ ଜିଲ୍ଲାର ପୁରଷୋତ୍ତମପୁର ଥାନାରେ ଏକ ମାମଲା ରୁଜୁ ହେଇଛି । ମାମଲା ନଂ-୧୪୨/୨୦୨୬ ଅନୁଯାୟୀ ପୋଲିସ ପକ୍ଷରୁ ଏହି ଘଟଣାକୁ ନେଇ ତନାଘନା ଆରମ୍ଭ ହୋଇଛି । ତୁରନ୍ତ ଅପରାଧି ଯୁବକଙ୍କୁ ଧରିବା ପାଇଁ ବିଭିନ୍ନ ଦିଗ ଉପରେ ଲକ୍ଷ୍ୟ ରଖିଛି । ଏହି ମାମଲାରେ ଜଡ଼ିତ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯାଇଛି ।

ମନରୁ ଲିଭିନି ଆଇନଜୀବୀ ଗୁଳିକାଣ୍ଡ ଘଟଣା:
2025 ମସିହାରେ ଗଞ୍ଜାମ ଜିଲ୍ଲାରେ ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ଗୁଳିକାଣ୍ଡ ସାରା ରାଜ୍ୟରେ ଚହଳ ପକାଇଦେଇଥିଲା । ପୋଲିସ ବିଭିନ୍ନ ସମୟରେ ଅପରାଧିଙ୍କୁ ଧରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ଏହା ମଧ୍ୟ ପଢନ୍ତୁ:

ପୀତବାସ ହତ୍ୟାକାରୀକୁ ଦଣ୍ଡିତ କରିବାକୁ ସରକାର ପ୍ରତିଜ୍ଞାବଦ୍ଧ: ଆଇନମନ୍ତ୍ରୀ

ରାଜଧାନୀରେ ଚାଞ୍ଚଲ୍ୟ: ଅଭିନେତ୍ରୀଙ୍କ ସ୍ୱାମୀଙ୍କୁ ହତ୍ୟା, ୩ ମାସ ତଳେ ହୋଇଥିଲା ବାହାଘର

ୟୁଟ୍ୟୁବର ରାହୁଲ ହତ୍ୟା ଘଟଣାରେ ଆର୍ମି ଯବାନଙ୍କ ସମେତ ୩ ଗିରଫ; ଏସିପି ଖୋଲିଲେ ହତ୍ୟାର ରହସ୍ୟ

ଇଟିଭି ଭାରତ, ବ୍ରହ୍ମପୁର