ଶୈଳବାଳା କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବି; ଗେଟ୍ ରେ ତାଲା ପକାଇ ରାସ୍ତାରେ ଛାତ୍ରୀଙ୍କ ପ୍ରତିବାଦ
ଗତକାଲି ରାଜ୍ୟ ସରକାର ୪ଟି ନୂତନ ବିଶ୍ଵବିଦ୍ୟାଳୟର ତାଲିକା ପ୍ରକାଶ କରିଥିବା ବେଳେ ଏଥିରେ ଶୈଳବାଳାର ନାମ ନାହିଁ ।

Published : February 21, 2026 at 9:05 PM IST
SAILABAL COLLEGE UNIVERSITY DEMAND କଟକ: ଶୈଳବାଳା ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ କୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବିରେ ଆନ୍ଦୋଳନକୁ ଓଲ୍ହାଇଛନ୍ତି ମହାବିଦ୍ୟାଳୟର ଛାତ୍ରୀମାନେ। ମୁଖ୍ୟ ଗେଟ୍ ରେ ତାଲା ପକାଇ ଶହ ଶହ ଛାତ୍ରୀ ପ୍ରତିବାଦ କରିଛନ୍ତି । ଗତକାଲି ରାଜ୍ୟ ସରକାର ୪ଟି ନୂତନ ବିଶ୍ଵବିଦ୍ୟାଳୟର ତାଲିକା ପ୍ରକାଶ କରିଥିବା ବେଳେ ଏଥିରେ ଶୈଳବାଳାର ନାମ ନଥିବାରୁ ତାତିଛନ୍ତି ଛାତ୍ରୀ । ଗତ ସରକାରଙ୍କ ଭଳି ନୂତନ ସରକାର ଛାତ୍ରୀମାନଙ୍କୁ ଠକି ଦେଇଥିବା ଆନ୍ଦୋଳନରତ ଛାତ୍ରୀ ଅଭିଯୋଗ ଆଣିଛନ୍ତି ।
ରାଜ୍ୟର ପୁରାତନ ମହିଳା ମହାବିଦ୍ୟାଳୟ ପ୍ରତି ସରକାର ଅଣଦେଖା କରିବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଛାତ୍ରୀମାନେ । ଏନେଇ ଆଜି କଲେଜର ସମସ୍ତ ଛାତ୍ରୀ ଏକତ୍ରିତ ହୋଇ କଲେଜ ଗେଟ୍ ସମ୍ମୁଖରେ ପ୍ରତିବାଦ କରୁଛନ୍ତି । ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା ନୂତନ ସରକାରଙ୍କ ବିରୋଧରେ ନାରାବାଜି ପ୍ରଦାନ କରିବା ସହ ତୁରନ୍ତ ଶୈଳବାଳାକୁ ବିଶ୍ଵବିଦ୍ୟାଳୟ ମନ୍ୟତା ଦେବାକୁ ଆନ୍ଦୋଳନରତ ଛାତ୍ରୀ ଦାବି କରିଛନ୍ତି ।

ଏପରିକି କଲେଜର ପୂର୍ବତନ ଛାତ୍ରୀମାନେ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରୀ ମାନେ କଡା ଚେତାବନୀ ଦେଇଛନ୍ତି ।


ଏହା ମଧ୍ୟ ପଢ଼ନ୍ତୁ- ବିରଳ ମୃତ୍ତିକା ସମ୍ପଦକୁ ଉପଯୋଗ କରିବ ଓଡ଼ିଶା, ବଜେଟରେ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ
ଏହା ମଧ୍ୟ ପଢ଼ନ୍ତୁ- ଡିଲ୍ ପୂର୍ବରୁ ଚଢ଼ାଉ; ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ୩ ଧଳାଜହର ବେପାରୀ, ୩୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ
ଇଟିଭି ଭାରତ, ଭୁବନେଶ୍ବର

