ETV Bharat / state

ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ; 'ପଞ୍ଚଗବ୍ୟ ରାକ୍ଷୀ' ମାଧ୍ୟମରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ କୁନି କୁନି ବିଦ୍ୟାର୍ଥୀ

'ଆମ ଚାଟଶାଳୀ'ର ବିଦ୍ୟାର୍ଥୀମାନେ 'ପଞ୍ଚ ଗବ୍ୟ' ରାକ୍ଷୀକୁ ରକ୍ଷା ବନ୍ଧନ ଉତ୍ସବ ପାଳିଛନ୍ତି । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର

pancha gabya Rakhi ustav
ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ (ETV Bharat Odisha)
author img

By ETV Bharat Odisha Team

Published : August 27, 2026 at 8:01 PM IST

2 Min Read
Choose ETV Bharat

ପୁରୀ: ଆଜି ସବୁଆଡ଼େ ଆନନ୍ଦ ଉଲ୍ଲାସରେ ପାଳନ ହୋଇଛି ରକ୍ଷା ବନ୍ଧନ ଉତ୍ସବ । ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣୀ ଭାଇର ଦୀର୍ଘାୟୁ କାମନା କରିବା ସହ ନିଜ ସୁରକ୍ଷା ପାଇଁ ଭାଇଠାରୁ ପ୍ରତିଶ୍ରୁତି ମଧ୍ୟ ନେଇଛି । ସନାତନ ଧର୍ମର ଏହି ନିଆରା ପର୍ବ ରକ୍ଷା ବନ୍ଧନ ଉତ୍ସବ ପୁରୀ ସହରରେ ମଧ୍ୟ ଖୁବ୍ ଉତ୍ସାହର ସହିତ ପାଳନ ହୋଇଛି ।

pancha gabya Rakhi ustav
ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ (ETV Bharat Odisha)

ବସ୍ତିରେ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ-

ପେଣ୍ଠକଟା ଧୋବାଖାଲ ବସ୍ତିରେ ଏକ ନିଆରା ଢଙ୍ଗରେ ଆଜି ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷା ବାର୍ତ୍ତା ନେଇ ଆମ ଚାଟଶାଳୀର ବିଦ୍ୟାର୍ଥୀମାନେ 'ପଞ୍ଚ ଗବ୍ୟ' ରାକ୍ଷୀକୁ ରକ୍ଷା ବନ୍ଧନ ଉତ୍ସବରେ ବ୍ୟବହାର କରିଛନ୍ତି ।

pancha gabya Rakhi ustav
ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ (ETV Bharat Odisha)

ପରିବେଶ ଅନୁକୂଳ ରାକ୍ଷୀ-

ପଞ୍ଚ ଗବ୍ୟ ରାକ୍ଷୀ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ରାକ୍ଷୀ । ଏହାକୁ ବ୍ୟବହାର କରି ମାଟିରେ ପକାଇ ଦେଲେ ଏହା ମାଟିରେ ମିଶିଯାଏ । ଏପରିକି ଗଛର ମଞ୍ଜିରେ ପଞ୍ଚ ଗବ୍ୟ ରାକ୍ଷୀ ତିଆରି ହୋଇ ଥିବାରୁ ମାଟିରେ ପକାଇବା ପରେ କିଛି ଦିନ ପରେ ଗଛ ଉଠିଥାଏ । ରକ୍ଷା ବନ୍ଧନ ଉତ୍ସବ ସହ ବିଦ୍ୟାର୍ଥୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ ପ୍ରତି ଆଗ୍ରହ ବୃଦ୍ଧି ପାଇଁ ସ୍ବେଛାସେବୀ ଅନୁଷ୍ଠାନ ଅନ୍ୱେଷଣ ପକ୍ଷରୁ ଏହି ନିଆରା ରକ୍ଷା ବନ୍ଧନ ଉତ୍ସବ ଆମ ଚାଟଶାଳୀ ବିଦ୍ୟାର୍ଥୀଙ୍କୁ ନେଇ ଗତ ୬ ବର୍ଷ ହେବ ପ୍ରତିବର୍ଷ ରକ୍ଷା ବନ୍ଧନ ଉତ୍ସବରେ କରାଯାଉଛି ।

pancha gabya Rakhi ustav
ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ (ETV Bharat Odisha)

ପଞ୍ଚ ଗବ୍ୟ ରାକ୍ଷୀ-

ଗାଈର ପାଞ୍ଚଟି ତତ୍ତ୍ୱକୁ ନେଇ ଏହି ପଞ୍ଚ ଗବ୍ୟ ରାକ୍ଷୀ ଆମ ଚାଟଶାଳୀର ବିଦ୍ୟାର୍ଥୀମାନେ ପ୍ରସ୍ତୁତ କରିଥାନ୍ତି । ଗାଈର ଗୋବର, ଖିର, ଦହି, ଘିଅ, ଗୋମୁତ୍ରକୁ ସହ ତୁଳସୀ ଗଛ ଗଞ୍ଚର ମଞ୍ଜିକୁ ନେଇ ଅଳ୍ପ କିଛି ମୂଲତାନି ମାଟିର ମିଶ୍ରଣରେ ଏହି ପଞ୍ଚ ଗବ୍ୟ ରାକ୍ଷୀ ପ୍ରସ୍ତୁତ କରାଯାଇଛି ।

pancha gabya Rakhi ustav
ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ (ETV Bharat Odisha)
pancha gabya Rakhi ustav
ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ (ETV Bharat Odisha)



ସମାଜସେବୀ ବ୍ରଜ କିଶୋର ସାହୁ କୁହନ୍ତି, ସବୁଆଡ଼େ ରକ୍ଷା ବନ୍ଧନ ଉତ୍ସବ କରାଯାଉଛି । ହେଲେ ଆମ ଚାଟଶାଳୀ ବିଦ୍ୟାର୍ଥୀ ମାନେ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି । ପଞ୍ଚ ଗବ୍ୟରେ ପ୍ରସ୍ତୁତ ରାକ୍ଷୀକୁ ନେଇ ବିଦ୍ୟାର୍ଥୀମାନେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି । ଏହି ପଞ୍ଚ ଗବ୍ୟ ରାକ୍ଷୀକୁ ବ୍ୟବହାର ପରେ ମାଟିରେ ପକାଇ ଦେଲେ ଏହା ମାଟିରେ ମିଶିଯିବ । ରାକ୍ଷୀରେ ତୁଳସୀ ମଞ୍ଜି ଥବାରୁ ଏଥିରୁ ଗଛ ସୃଷ୍ଚି ହେବ । ହେଲେ ଆଜିକାଲି ବଜାରରେ ଯେଉଁ ପ୍ଲାଷ୍ଟିକ ରାକ୍ଷୀ ବିକ୍ରି ହେଉଛି ତାକୁ ବ୍ୟବହାର କରି ଫିଙ୍ଗିଦେଲେ ପରିବେଶ ଦୂଷିତ ହେବ । କାରଣ ପ୍ଲାଷ୍ଟିକ ଶହ ଶହ ବର୍ଷ ପର୍ଯ୍ୟନ୍ତ ମାଟିର ନମିଶି ପ୍ରଦୂଷଣ ସୃଷ୍ଚି କରିଥାଏ ।

pancha gabya Rakhi ustav
ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ (ETV Bharat Odisha)
pancha gabya Rakhi ustav
ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ (ETV Bharat Odisha)

ତେବେ ଆମ ଚାଟଶାଳୀର ବିଦ୍ୟାର୍ଥୀ ମାନେ ଆଜି ପଞ୍ଚ ଗବ୍ୟ ରାକ୍ଷୀକୁ ନେଇ ରକ୍ଷା ବନ୍ଧନ ଉତ୍ସବ କରିବା ସହ ପରିବେଶ ସୁରକ୍ଷା ନେଇ ନିଜେ ସଚେତନ ହେବା ସହ ସମାଜକୁ ସଚେତନ ବାର୍ତ୍ତା ଦେଇଛନ୍ତି । ପ୍ରତ୍ୟେକ ଲୋକ ଯଦି ସବୁ ପର୍ଵପର୍ବାଣୀରେ ପ୍ରାକୃତିକ ଜିନିଷ ବ୍ୟବହାର କରିବେ ନିଶ୍ଚିତ ଆମ ପରିବେଶ ସୁରକ୍ଷା ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

pancha gabya Rakhi ustav
ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ (ETV Bharat Odisha)

ଏହା ବି ପଢନ୍ତୁ- ରକ୍ଷା ବନ୍ଧନରେ ଭାବବିହ୍ୱଳ ହେଲେ ଯବାନ; 'ରାକ୍ଷୀ କେବଳ ଏକ ସୂତା ନୁହେଁ, ଦେଶବାସୀଙ୍କ ଭଲପାଇବାର ପ୍ରତୀକ'

ଇଟିଭି ଭାରତ, ପୁରୀ