ETV Bharat / state

ବଣ ଭୋଜି କରୁଥିଲେ ସାବଧାନ.. ପ୍ରଦୂଷଣ କଲେ ନିଆଯିବ କଡା ଆକ୍ସନ, ଆସିଲା ଗାଇଡଲାଇନ

ଆଜି ଓଡ଼ିଶାରେ ୫ ସହରରେ ରହିଛି AQI ୩୦୦ ଉପରେ ରହିଛି । ପିକନିକ୍ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଗାଡ଼ିରେ ଡକ୍ୟୁମେଣ୍ଟ ନ ଥିଲେ କାର୍ଯ୍ୟାନୁଷ୍ଠାନ

Strict action will be taken against pollution
ପ୍ରଦୂଷଣ କଲେ ନିଆଯିବ କଡା ଆକ୍ସନ, ଆସିଲା ଗାଇଡଲାଇନ (Etv Bharat)
author img

By ETV Bharat Odisha Team

Published : December 30, 2025 at 6:11 PM IST

3 Min Read
Choose ETV Bharat

ଭୁବନେଶ୍ୱର: ବଣ ଭୋଜି କରୁଥିଲେ ସାବଧାନ। ପ୍ରଦୂଷଣ କଲେ ହେବ ବଡ ଆକ୍ସନ। ବଣଭୋଜି ଉପରେ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ ନଜର ରଖିଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଉଛି । ଆଜି ଓଡ଼ିଶାରେ ୫ ସହରରେ ରହିଛି AQI ୩୦୦ ଉପରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଜଙ୍ଗଲ ମନ୍ତ୍ରୀ ଏପରି ଚେତାବନୀ ଦେଇଛନ୍ତି।

ଏକାଧିକ ସହରରେ ୩୦୦ ଉପରେ ରହିଛି AQI

ପ୍ରଦୂଷଣ କଲେ ନିଆଯିବ କଡା ଆକ୍ସନ, ଆସିଲା ଗାଇଡଲାଇନ (Etv Bharat)

ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ, ରାଜ୍ୟରେ ପ୍ରଦୂଷଣର ମାତ୍ର ଅଧିକ ରହୁଛି । ଏକାଧିକ ସହରରେ ୩୦୦ ଉପରେ ରହିଛି AQI । ଏହାକୁ ଆଖି ଆଗରେ ରଖି ବିଭାଗୀୟ ଅଧିକାରୀ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଚିଠି କରିଛନ୍ତି । ବିଶେଷ ଭାବରେ ବିଭାଗ ଏକ ସ୍ୱତନ୍ତ୍ର ବଜେଟ ରଖିବାକୁ ଚାହୁଁଛି, ଯାହା ଆଗରୁ ନଥିଲା । ବିଭାଗର ଏକ ସ୍ୱତନ୍ତ୍ର ଟିମ ଏ ନେଇ କାମ କରିବ । ଏଥିପାଇଁ ବିଭାଗ ବିଚାର କରୁଛି । ବର୍ତ୍ତମାନ ସମୟରେ କେତେକ ଶିଳ୍ପ ସଂସ୍ଥା ନିଜସ୍ୱ ପ୍ରଦୂଷଣ ମାପଯନ୍ତ୍ର ରଖିଛନ୍ତି । ସରକାରଙ୍କ ପକ୍ଷରୁ ସବୁ ସ୍ଥାନରେ ପ୍ରଦୂଷଣ ମାପଯନ୍ତ୍ର ରଖାଯାଇ ନାହିଁ । ଯେଉଁ କେତେକ ସ୍ଥାନରେ ରଖାଯାଇଛି ତାହା ଅନେକ ସ୍ଥାନରେ କାମ କରୁନାହିଁ । ତେଣୁ କିଭଳି ସବୁ ଜାଗାରେ ଏହି ମାପଯନ୍ତ୍ର ଲଗାଯିବ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।

EQI in different cities of Odisha
ବିଭିନ୍ନ ସହରରେ ଏକ୍ୟୁଆଇ (Etv Bharat)

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଦୂଷଣ କଣ୍ଟ୍ରୋଲ କରିବା ପାଇଁ ଏନଜିଟିଏ (National Green Tribunal ) ଗୁରୁତ୍ୱ ଦେଉଛି । କିନ୍ତୁ ରାଜ୍ୟ ସରକାର ଏନେଇ ନିଜସ୍ୱ ବଜେଟରେ କିଭଳି ଭାବରେ ପ୍ରଦୂଷଣ ମୁକ୍ତ କରିପାରିବ ସେନେଇ ବ୍ୟବସ୍ଥା କରିବା ଉଚିତ ବୋଲି କହିଛନ୍ତି ଜଙ୍ଗଲ ମନ୍ତ୍ରୀ । ସେ ଆହୁରି କହିଛନ୍ତି ଯେ, ପିକନିକ କରିବାକୁ ଯାଉଥିବା ଲୋକମାନେ କିଭଳି ପ୍ଲାଷ୍ଟିକ ବର୍ଜନ କରିବେ ସେନେଇ ବ୍ୟବସ୍ଥା କରାଯାଉଛି । ଏନେଇ ମନିଟରିଂ କରାଯାଉଛି । ପିକନିକ ସ୍ପଟକୁ ପ୍ରଦୂଷଣ କରନ୍ତୁ ନାହିଁ ବୋଲି ମନ୍ତ୍ରୀ ଅନୁରୋଧ କରିଛନ୍ତି । ଏନେଇ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ଓ ପରିବହନ ବିଭାଗକୁ ଚେକିଂ କରିବା ପାଇଁ କୁହାଯାଇଛି ।

EQI in different cities of Odisha
ବିଭିନ୍ନ ସହରରେ ଏକ୍ୟୁଆଇ (Etv Bharat)


ପିକନିକ୍ ପାଇଁ ଆସିଲା ଗାଇଡଲାଇନ

ଏପଟେ ପିକନିକ୍ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ବାଣିଜ୍ୟ ଓ ପରିବହନ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ପିକନିକ୍ ଋତୁରେ ହେଉଥିବା ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ମାର୍ଗଦର୍ଶିକାର ନିୟମକୁ କଠୋର ଭାବେ ଅନୁପାଳନ କରାଯିବ। ସମସ୍ତ ଆରଟିଓ ଏବଂ ଏଆରଟିଓଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଥିରେ ମୁଖ୍ୟତଃ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ମଦପିଇ ଗାଡ଼ି ଚଳାଇବା ଏବଂ ଦ୍ରୁତଗତିରେ ଗାଡ଼ି ଚଳାଇବା ଯୋଗୁଁ ପିକନିକ୍ ସ୍ପଟରେ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ। ଯେଉଁଥିପାଇଁ ପର୍ଯ୍ୟଟକଙ୍କୁ ନେଇ ଆସୁଥିବା ଗାଡ଼ି ଡ୍ରାଇଭରଙ୍କ ବ୍ରେଥ୍ ଆନାଲାଇଜର ଟେଷ୍ଟ ହେବା ସହ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯି ।

EQI in different cities of Odisha
ବିଭିନ୍ନ ସହରରେ ଏକ୍ୟୁଆଇ (Etv Bharat)

ସେତିକି ନୁହେଁ, ପ୍ରମୁଖ ବଣଭୋଜି ସ୍ଥଳକୁ ଚିହ୍ନଟ କରାଯାଇ ସେଠାରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଦଳ ମୁତୟନ କରାଯିବ। ଏଣୁ ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଞ୍ଚ କରାଯିବ। ବେପରୁଆ ଗାଡ଼ି ଚାଳନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଭରଲୋଡିଂ, ଗାଡ଼ିରେ ଅସୁରକ୍ଷିତ ପରିବହନ, ଯାନର ବେଆଇନ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ ଏବଂ ପରିବହନ ବିଭାଗ ମିଳିତ ଭାବେ ଚେକିଂ ଉପରେ ଗୁରୁତ୍ୱ ଦେବେ। ପିକନିକ/ତୀର୍ଥଯାତ୍ରା ପାଇଁ ବାହାରୁଥିବା ଗାଡ଼ିଗୁଡିକ RTOଙ୍କ ଠାରୁ ପରମିଟ୍ ନେବା ଆବଶ୍ୟକ।

EQI in different cities of Odisha
ବିଭିନ୍ନ ସହରରେ ଏକ୍ୟୁଆଇ (Etv Bharat)

ଗାଡ଼ିରେ ଡକ୍ୟୁମେଣ୍ଟ ନ ଥିଲେ କାର୍ଯ୍ୟାନୁଷ୍ଠାନ

ଅଧିକ ଭିଡ଼ ଥିବା ସ୍ଥାନରେ ଏମରଜେନ୍ସି କେୟାର ଏବଂ ଦୁର୍ଘଟଣାଗ୍ରସ୍ତଙ୍କୁ ଗୋଲଡେନ ଆୱାରରେ ଚିକିତ୍ସା ଉପରେ ଗରୁତ୍ୱ ଦିଆଯିବ। ସ୍କୁଲ୍ ଏବଂ କଲେଜ ଛାତ୍ରଛାତ୍ରୀ ପିକନିକ୍ ଯିବା ପୂର୍ବରୁ ଶିକ୍ଷାନୁଷ୍ଠାନ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବେ। ପିକନିକ୍ ଯାଉଥିବା ଗାଡ଼ିରେ ସମସ୍ତ ଡକ୍ୟୁମେଣ୍ଟ ରହିବା ଜରୁରୀ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲର ଶିକ୍ଷକ ଏବଂ କଲେଜ ଅଧ୍ୟାପକ ମଧ୍ୟ ରହିବେ ବୋଲି ଗାଇଡଲାଇନରେ କୁହାଯାଇଛି।

ପର୍ଯ୍ୟଟନ ବିଭାଗ ପାର୍କିଂ, ସାଇନେଜ୍ ଓ ଯାତ୍ରୀ ସଂଖ୍ୟା ରେକର୍ଡ ରଖିବେ। ରାସ୍ତା ନିର୍ମାଣକାରୀ ସଂସ୍ଥା ଆବଶ୍ୟକୀୟ ରାସ୍ତାମରାମତି କରିବେ। ସାଇନେଜ୍, ହାଜାର୍ଡ ମାର୍କର୍ ଓ ବାରିକେଡ୍ ସୁଧାର କରିବେ। ଏହି ସମୟରେ ଦ୍ରୁତଗତି, ଓଭରଲୋଡିଂ, ହେଲମେଟ୍/ ସିଟ୍‌ବେଲ୍ଟ୍ ପିନ୍ଧିବା ଏବଂ ପଦଚାରୀ ସୁରକ୍ଷା ଉପରେ ମଧ୍ୟ ସଚେତନତା କରାଯିବ। ସେହିଭଳି କୁହୁଡ଼ିକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସଚେତନତା ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଆଜି କେତେ ଓଡ଼ିଶାରେ ଅଛି AQI

ଆଜି ଅର୍ଥାତ ମଙ୍ଗଳବାର ଦିନ ୪ଟା ସୁଦ୍ଧା ଅନୁଗୁଳରେ AQI ରହିଛି ୩୪୬ । ସେହିପରି ବାଲେଶ୍ୱରରେ AQI ୩୮୮, ବାରିପଦାରେ ୩୩୦, ବ୍ୟାସନଗରରେ ୩୦୧, କଟକରେ AQI ୩୦୯ ରହିଛି । ଦେଶରେ ମଧ୍ୟ AQI ସାଂଘାତିକ ଅବସ୍ଥାରେ ରହିଛି । କିଛି ସହର ଯେପରିକି ଦିଲ୍ଲୀ AQI ୩୮୮, ଗଜିଆବାଦରେ ୪୦୪, ନୋଏଡାରେ ୪୦୦ ଥିବା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ବାଲେଶ୍ୱର ଦେଶର ସର୍ବାଧିକ ପ୍ରଦୂଷିତ ସହର

ଏହା ମଧ୍ୟ ପଢନ୍ତୁ ବିଷ ବଳୟରେ ଓଡିଶା; ବାୟୁ ପ୍ରଦୂଷଣରେ ଦିଲ୍ଲୀ ସହ ସମାନ ହେଲା ରାଜ୍ୟର 5 ସହର