ETV Bharat / state

ବଢୁଛି ପ୍ରଦୂଷଣ ଅଟକୁଛି ନିଶ୍ବାସ ! ଚିନ୍ତା ପ୍ରକଟ କଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଓ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ପ୍ରଦୂଷଣ ସଂପର୍କିତ ସମ୍ମିଳନୀ ଅନୁଷ୍ଠିତ ।

State pollution board tensed about higher pollution rate in Bhubaneswar & Cuttack
ବଢୁଛି ପ୍ରଦୂଷଣ ଅଟକୁଛି ନିଶ୍ବାସ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପ୍ରକାଶ କଲା ଚିନ୍ତା (ETV Bharat Odisha)
author img

By ETV Bharat Odisha Team

Published : November 14, 2025 at 7:51 PM IST

2 Min Read
Choose ETV Bharat

ଭୁବନେଶ୍ବର: ବାୟୁ ପ୍ରଦୂଷଣରେ ଅଣନିଶ୍ବାସୀ ହୋଇଯିବ ଟ୍ବିନ ସିଟି । ଏବେ ଠାରୁ ସଚେତନ ନ ହେଲେ ସହର ହେବ ଜନ ମାନବ ଶୂନ୍ୟ । ୨୦୩୦ ସୁଦ୍ଧା ବାସ ଉପଯୋଗୀ ହୋଇ ରହିବନି ଭୁବନେଶ୍ବର ଓ କଟକ ସହର । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଓ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ‘ବାୟୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ପରସ୍ପର ସଂଯୋଗ, ପ୍ରଭାବ ଏବଂ ସମନ୍ବିତ ସମାଧାନ' ଶୀର୍ଷକରେ ଆଲୋଚନା କରାଯାଇଛି । ଏଥିପାଇଁ ଶିଳ୍ପ ସଂସ୍ଥାଙ୍କ ତୃଟି, ବଢୁଥିବା ଜନସଂଖ୍ୟାକୁ ଦାୟୀ କରାଯାଇଛି ।

ବଢୁଛି ପ୍ରଦୂଷଣ ଅଟକୁଛି ନିଶ୍ବାସ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପ୍ରକାଶ କଲା ଚିନ୍ତା (ETV Bharat Odisha)

ଟ୍ବିନ ସିଟିରେ ଜମିର ଦାମ ହୁ ହୁ ହୋଇ ବଢିଚାଲିଛି । ଲୋକେ ଖାଲି ଘର ଓ ଜମି ହାତେଇବାରେ ବ୍ୟସ୍ତ । ଯେଉଁଥି ପାଇଁ ସହରର ପରିସୀମା ବଢିବା ସହିତ ସବୁଜ ଜଙ୍ଗଲର ପରିଧି ହ୍ରାସ ପାଉଛି । ଏହି ପରି ଯଦି ଚାଲୁ ରହେ 2030 ସୁଦ୍ଧା ପରିସ୍ଥିତି ନିମ୍ନସ୍ତରକୁ ଗତି କରିବ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଓ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ପ୍ରଦୂଷଣ ସଂପର୍କିତ ସମ୍ମିଳନୀରେ ଏହି ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି ।

ହୁ ହୁ ହୋଇ ବଢୁଛି ଜନସଂଖ୍ୟା:

ନ୍ୟାସନାଲ କାଉନସିଲ ଅଫ ଆପଲାଏଡ୍ ରିସର୍ଚ୍ଚ ଓ ନାଇଜର ରିପୋର୍ଟ ଅନୁଯାୟୀ, ୧୯୫୧ ମସିହାରୁ ନେଇ ଆଜି ପର୍ଯ୍ୟନ୍ତ ଜନସଂଖ୍ୟ ବହୁ ଦ୍ରୁତ ଗତିରେ ବଢି ଚାଲିଛି । ଜାଣନ୍ତୁ ଆଗାମୀ ଦିନରେ କେତେ ବଢିବ ଜନସଂଖ୍ୟା...

ମସିହାଜନସଂଖ୍ୟା
୧୯୫୧୧୬,୫୧୨
୧୯୯୧୪.୧୧ ଲକ୍ଷ
୨୦୧୧୮.୮୫ ଲକ୍ଷ
୨୦୩୦(ଆନୁମାନିକ)୧୫ ଲକ୍ଷ
୨୦୫୦(ଆନୁମାନିକ)30 ଲକ୍ଷ
State pollution board tensed about higher pollution rate in Bhubaneswar & Cuttack
ବଢୁଛି ପ୍ରଦୂଷଣ ଅଟକୁଛି ନିଶ୍ବାସ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପ୍ରକାଶ କଲା ଚିନ୍ତା (ETV Bharat Odisha)

ଜନସଂଖ୍ୟା ବଢିବା ଯୋଗୁଁ ବଢୁଛି ଦୁର୍ଦ୍ଦଶା:

ଜନସଂଖ୍ୟା ବୃଦ୍ଧି ଯୋଗୁଁ ଯାନବାହାନ ସଂଖ୍ୟାରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଲା । ସେଥିରୁ ନିର୍ଗତ ଧୂଆଁ ପ୍ରଦୂଷଣ ମାତ୍ରା ବଢାଇଛି । ଯେଉଁଥିପାଇଁ ତାପମାତ୍ରା ୨ ଡିଗ୍ରୀ ବଢିବାକୁ ଯାଉଛି ଏବଂ ଏହା ଯୋଗୁଁ ବଢିବ ଗ୍ରୀଷ୍ମ ପ୍ରବାହ । ଓଡ଼ିଶାରେ ଜାତୀୟ ହାର ଠାରୁ ଅଧିକ ଅଙ୍ଗାରକାମ୍ଳ ରହିଛି । ଏହା ସହିତ ରାସ୍ତାକାମ ଓ କୋଠା ନିର୍ମାଣ କାମ ଯୋଗୁଁ ପ୍ରଦୂଷଣ ନିଜର ସର୍ବୋଚ୍ଚ ସ୍ତରରେ ପହଞ୍ଚିବାରେ ଲାଗିଛି । ବାୟୁର ଗୁଣବତ୍ତା କମିବାରେ ଲାଗିଛି । ଆଜି(ଶୁକ୍ରବାର) ଭୁବନେଶ୍ବରରେ ବାୟୁ ସୂଚକାଙ୍କ 200 ରହିଛି । ଆଗାମୀ ଦିନରେ ଶ୍ବାସ ସମ୍ବନ୍ଧିତ ସମସ୍ୟା ବଢିପାରେ ବୋଲି ଆଶା କରାଯାଉଛି ।

ସେହିପରି କଟକର ଅବସ୍ଥା ମଧ୍ୟ ଶୋଚନୀୟ । ଏଠାରେ ପ୍ରବାହିତ ନଦୀ ମଧ୍ୟ ପ୍ରଦୂଷିତ ହେବାରେ ଲାଗିଛି । ସହରୀକରଣ, କଳକାରଖାନା, ରାସ୍ତା ନିର୍ମାଣ ଓ ବିଲ୍ଡିଂ କାମ ଯୋଗୁଁ ସହରରେ ବାୟୁର ଅବସ୍ଥା ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଛି ।


ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନ୍ତାଜନକ ରିପୋର୍ଟ:
ପ୍ରଦୂଷଣଜନିତ ମୃତ୍ୟୁକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନ୍ତାଜନକ ରିପୋର୍ଟ ପ୍ରକାଶ କରିଛି ।

  • ବିଶ୍ବରେ ପ୍ରତି ବର୍ଷ ୭୦ ଲକ୍ଷ ଲୋକ ପ୍ରଦୂଷଣ ଯୋଗୁଁ ପ୍ରାଣ ହରାଉଛନ୍ତି ।
  • ଏଥିରେ ସ୍ଥାନୀୟ ଜିଡିପି ବି ୮ ପ୍ରତିଶତ କ୍ଷତି ସହୁଛି ।
ଏହା ମଧ୍ୟ ପଢନ୍ତୁ:ରାଜଧାନୀ ଭୁବନେଶ୍ବରରେ ଚିନ୍ତା ବଢ଼ାଇଲାଣି ବାୟୁ ପ୍ରଦୂଷଣ, AQI ୨୦୦ ପାର୍

ଇଟିଭି ଭାରତ, ଭୁବନେଶ୍ବର