ETV Bharat / state

ସମ୍ବଲପୁରରେ ତୃତୀୟ ରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ

3 ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଛନ୍ତି ଡିଆଇଜି-ଇନ୍-ଚାର୍ଜ। ରିପୋର୍ଟ ବାଦଶାହ ଜୁଶମନ ରଣା

SAMBALPUR POLICE SWIMMING
ସମ୍ବଲପୁରରେ ତୃତୀୟ ରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ପ୍ରତିଯୋଗିତା (Etv Bharat)
author img

By ETV Bharat Odisha Team

Published : April 28, 2026 at 8:47 AM IST

2 Min Read
Choose ETV Bharat

ସମ୍ବଲପୁର: ଆଜି ସମ୍ବଲପୁରରେ ତୃତୀୟ ରାଜ୍ୟ ପୋଲିସ ସନ୍ତରଣ ଓ କ୍ରସକଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି। ଏହା 3 ଦିନ ଧରି ଚାଲିବ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡିଆଇଜି-ଇନ୍-ଚାର୍ଜ ବ୍ରିଜେଶ ରାୟ ପ୍ରତିଯୋଗିତାକୁ ଉଦ୍ଘାଟନ କରିଛନ୍ତି। ମାନ୍ୟବର ଡିଜିପିଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରୀଡ଼ା ଆୟୋଜନ କରାଯାଉଥିବା କ୍ରମରେ ସମ୍ବଲପୁରରେ ସୋମବାର ଏହି ସନ୍ତରଣ ଓ କ୍ରସକଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି ବୋଲି ଡିଆଇଜି ଇନଚାର୍ଜ କହିଛନ୍ତି ।

ସମ୍ବଲପୁରରେ ତୃତୀୟ ରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ପ୍ରତିଯୋଗିତା (ETV Bharat Odisha)

20ଟି ଦଳର 140 ଜଣ ପ୍ରତିଯୋଗୀ

ଏହି ପ୍ରତିଯୋଗିତାରେ ରାଜ୍ୟର 20ଟି ଦଳର ମୋଟ 140 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ 82 ଜଣ କ୍ରସକଣ୍ଟ୍ରି ଏବଂ 59 ଜଣ ସନ୍ତରଣ ଓ ଅନ୍ୟ କିଛି ଅଫିସିଆଲ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ।​ ସମ୍ବଲପୁର ଝସକେତନ ସାହୁ ସନ୍ତରଣଗାରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ଅବସରରେ ଇନଚାର୍ଜ ଡିଆଇଜି କହିଛନ୍ତି ଯେ ‘‘ଏହିଭଳି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୋଲିସ ବାହିନୀ ମଧ୍ୟରେ ଭାତୃଭାବ ବୃଦ୍ଧି କରିବା ଏବଂ କ୍ରୀଡ଼ା ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା। ଏହି ପ୍ରତିଯୋଗିତା ପୋଲିସ ବାହିନୀ ମଧ୍ୟରେ ଅନୁଶାସନ ବଜାୟ ରଖିବା ଏବଂ କର୍ତ୍ତବ୍ୟ ସମ୍ପାଦନ କ୍ଷେତ୍ରରେ ବିଶେଷ ସହାୟକ ହେବ’’ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଏହି ସଫଳ ଆୟୋଜନ ପାଇଁ ସେ ସମ୍ବଲପୁର ଏସପିଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଛନ୍ତି। ଏହି ଅବସରରେ ସମ୍ବଲପୁର ଏସପି ମୁକେଶ କୁମାର ଭାମୁ କହିଛନ୍ତି ଯେ, ‘‘ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ ଏବଂ ଶେଷ ଦିନରେ ଏକ ସ୍ୱତନ୍ତ୍ର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟ ତଥା ଜାତୀୟ ସ୍ତରରେ ପୋଲିସ କ୍ରୀଡ଼ାବିତମାନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏହା ଏକ ଉପଯୁକ୍ତ ମଞ୍ଚ’’ ବୋଲି ସେ କହିଛନ୍ତି।

SAMBALPUR POLICE SWIMMING
ସମ୍ବଲପୁରରେ ତୃତୀୟ ରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ପ୍ରତିଯୋଗିତା (ETV Bharat Odisha)

ତିନି ଜିଲ୍ଲାର ଏସପି ସାମିଲ

ଉଦଘାଟନୀ ଉତ୍ସବରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର ଏବଂ ବଲାଙ୍ଗୀରର ଏସପିଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ଭାଗ ନେଇଥିବା ସନ୍ତରଣ ପ୍ରତିଯୋଗୀ ସମ୍ବଲପୁର ଜିଲ୍ଲା ପୋଲିସରେ ହାବିଲଦାର ଭାବେ କାର୍ଯ୍ୟରତ ଋଷବ ସୁନା କହିଛନ୍ତି ଯେ ‘‘ଏହି ପ୍ରତିଯୋଗିତା ରେ ସାରା ରାଜ୍ୟର ରାଜ୍ୟ ପୋଲିସ ବିଭାଗର ପ୍ରତିଯୋଗୀ ମାନେ ଭାଗ ନେଇଛନ୍ତି । ଏଥିରେ ଭାଗ ନେଇ ବହୁତ ଖୁସି ଲାଗୁଛି କାରଣ 100 ମିଟର ଫ୍ରି ଷ୍ଟାଇଲ ସନ୍ତରଣ ପ୍ରତିଯୋଗିତା ରେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଛି । ଆଉ ଆଗକୁ ଯଦି ପ୍ରତ୍ୟେକ ବର୍ଷ ଏହି ରାଜ୍ୟ ପୋଲିସ ସୁଇମିଙ୍ଗ ଓ କ୍ରସ କଣ୍ଟ୍ରି ପ୍ରତିଯୋଗିତା ହୁଏ ତେବେ ଭବିଷ୍ୟତରେ ଜାତୀୟ ସ୍ତରରେ ପୋଲିସ ଅଲ ଇଣ୍ଡିଆ ମିଟ ପ୍ରତିଯୋଗିତାରେ ଭାଗ ନେଇ ପାରିବୁ ’’।

SAMBALPUR POLICE SWIMMING
ସମ୍ବଲପୁରରେ ତୃତୀୟ ରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ପ୍ରତିଯୋଗିତା (ETV Bharat Odisha)

ଅନ୍ୟଜଣେ ମହିଳା ପ୍ରତିଯୋଗୀ ସମ୍ବଲପୁର ଜିଲ୍ଲା ପୋଲିସ ବିଭାଗର ପୋଲିସ କର୍ମୀ ରୁକ୍ମିଣୀ କୁମ୍ଭାର କହିଛନ୍ତି ଯେ ‘‘ମୋର 100 ମିଟର ଫ୍ରି ଷ୍ଟାଇଲରେ ଭଲ ହୋଇଛି, ମୁଁ ପ୍ରଥମ ସ୍ଥାନ ଅଧିକାର କରିଛି । ମୁଁ ଏଥିପାଇଁ କୌଣସି ଅଭ୍ୟାସ କରି ନାହିଁ, ତେବେ ଜଣେ ସୁଇମର ଭାବେ ମୋର ସବୁ ଚେଷ୍ଟା ଲଗେଇଥିଲି । ପୋଲିସ ବିଭାଗରେ ଯୋଗ ଦେବା ପୂର୍ବରୁ ମୁଁ ଜଣେ ସୁଇମର । ପୋଲିସ ବିଭାଗରେ ଯୋଗ ଦାନ ପୂର୍ବରୁ ମୁଁ ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସାରିଥିଲି । ଏମିତି ପ୍ରତିଯୋଗିତା ଆମକୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କରିଥାଏ, ତେଣୁ ଆଗକୁ ମଧ୍ୟ ଭଲ ପ୍ରଦର୍ଶନ କରିବୁ ’’।

SAMBALPUR POLICE SWIMMING
ସମ୍ବଲପୁରରେ ତୃତୀୟ ରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ପ୍ରତିଯୋଗିତା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ତପନ ମହାନ୍ତି ସିନିୟର ପୁରୁଷ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିଅନ, ଫାଇନାଲ ପାଇଁ ଓଡ଼ିଶାର ଯୋଗ୍ୟତା ଅର୍ଜନ

ଏହା ମଧ୍ୟ ପଢନ୍ତୁ ମାରାଥନରେ ନୂଆ ବିଶ୍ୱ ରେକର୍ଡ: ୧:୫୯:୩୦ ସମୟରେ ଦୌଡ଼ି ସାବାଷ୍ଟିଆନ୍ ସାୱେ ହେଲେ ବିଶ୍ୱର ଦ୍ରୁତତମ ଧାବକ

ଇଟିଭି ଭାରତ, ସମ୍ବଲପୁର