ETV Bharat / state

'ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ କରିବ ରାଜ୍ୟ ବିଜେପି'- ନଗର ଉନ୍ନୟନ ମନ୍ତ୍ରୀ

ବିଜେପିର ସେବା ସଂକଳ୍ପ ଅଭିଯାନ ବୈଠକ l ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଚାରି ମନ୍ତ୍ରୀ, ରାଜ୍ୟ ବିଜେପି ପ୍ରଭାରୀ ଉପସ୍ଥିତ l ରିପୋର୍ଟ- ମନୋରଞ୍ଜନ ଶଙ୍ଖୁଆ

'State BJP to launch month-long service resolution campaign on Prime Minister's birthday' - Urban Development Minister
'ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ କରିବ ରାଜ୍ୟ ବିଜେପି'- ନଗର ଉନ୍ନୟନ ମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : August 26, 2026 at 11:15 PM IST

2 Min Read
Choose ETV Bharat

BJP MEETING ON SEVA SANKALPA, ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେ ବ୍ୟାପି ସେବା ସଂକଳ୍ପ ଅଭିଯାନ କରିବ ରାଜ୍ୟ ବିଜେପି l ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲ୍ଲାରେ ସେବା ସଂକଳ୍ପ କାର୍ଯ୍ୟକ୍ରମ ହେବ l ବିଜେପିର ସେବା ସଂକଳ୍ପ ଅଭିଯାନ ବୈଠକ l ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଚାରି ମନ୍ତ୍ରୀ, ରାଜ୍ୟ ବିଜେପି ପ୍ରଭାରୀ ଉପସ୍ଥିତ l

'ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ କରିବ ରାଜ୍ୟ ବିଜେପି'- ନଗର ଉନ୍ନୟନ ମନ୍ତ୍ରୀ (ETV Bharat Odisha)



ରାଜ୍ୟ ବିଜେପି କାର୍ଯ୍ୟାଳୟରେ "ସେବା ସଂକଳ୍ପ ଅଭିଯାନ" ବୈଠକ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିବା କର୍ମଶାଳା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି, ମନ୍ତ୍ରୀ ରବି ନାଏକ, କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ପଦ ସ୍ବାଇଁ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସମେତ, ବିଜେପି ବିଧାୟକ, ସାଂସଦ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଦଳର ବରିଷ୍ଠ ରାଜ୍ୟ ପଦାଧିକାରୀ ଯୋଗ ଦେଇଛନ୍ତି ଏହି କର୍ମଶାଳାରେ । ରାଜ୍ୟରେ ବିଜେପି ଆଗାମୀ ସମୟରେ କେଉଁ କେଉଁ କାର୍ଯ୍ୟକ୍ରମ କରିବା ତାକୁ ନେଇ ଆଜି ବୈଠକରେ ରୋଡମ୍ୟାପ ପ୍ରସ୍ତୁତ ହୋଇଛି ।


ଏହି ଅବସରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେ ବ୍ୟାପି ସେବା ସଂକଳ୍ପ ଅଭିଯାନ କରିବ ରାଜ୍ୟ ବିଜେପି l ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲ୍ଲାରେ ସେବା ସଂକଳ୍ପ କାର୍ଯ୍ୟକ୍ରମ ହେବ l ସେପ୍ଟେମ୍ବର 17 ରୁ ଅକ୍ଟୋବର 17 ଯାଏଁ ଚାଲିବ ଅଭିଯାନ । 13ଟି ପ୍ରମୁଖ କାର୍ଯ୍ୟକ୍ରମରେ ଲୋକଙ୍କ ପାଖକୁ ଯିବ ବିଜେପି l ଏନେଇ ଆଜି ରାଜ୍ୟ କାର୍ଯ୍ୟଳୟରେ ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ହୋଇଛି ଆଲୋଚନା l ବୈଠକରେ ମୁଖ୍ୟମନ୍ତ୍ରୀ, ସମସ୍ତ ସଂଗଠନିକ ଜିଲ୍ଲାର ସଭାପତି, ପ୍ରଭାରୀ ଉପସ୍ଥିତ ଥିଲେ l ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେପଟେମ୍ବର 17 ତାରିଖ ସନ୍ଧ୍ୟାରେ ରାଜ୍ୟର ସମସ୍ତ ଲାଭର୍ଥୀଙ୍କ ଘରେ ଦୀପ ପ୍ରଜ୍ଜ୍ୱଳନ କରାଯିବ l ବିକଶିତ ଭାରତର ସଂକଳ୍ପ ନେବେ ଲାଭର୍ଥୀ l ପ୍ରତ୍ୟେକ ସ୍କୁଲ ଏବଂ କଲେଜରେ ଚିତ୍ରାଙ୍କନ ଏବଂ ଭାଷଣ ପ୍ରତିଯୋଗିତା ହେବ. ଅଙ୍ଗନବାଡି କେନ୍ଦ୍ରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ପରିବର୍ତ୍ତନର କାହାଣୀ ଫଟୋ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ l ରାସ୍ତା ଛକରେ ନମୋ ସେବା ଗାଥା ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହେବ l

ବିଜେପିର ସେବା ସଂକଳ୍ପ ଅଭିଯାନ ବୈଠକ l ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଚାରି ମନ୍ତ୍ରୀ, ରାଜ୍ୟ ବିଜେପି ପ୍ରଭାରୀ ଉପସ୍ଥିତ l
ବିଜେପିର ସେବା ସଂକଳ୍ପ ଅଭିଯାନ ବୈଠକ l ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଚାରି ମନ୍ତ୍ରୀ, ରାଜ୍ୟ ବିଜେପି ପ୍ରଭାରୀ ଉପସ୍ଥିତ l (ETV Bharat Odisha)
ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୁବକ ମାନଙ୍କୁ ସାମିଲ କରାଯିବ l ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ହେବ ବିକଶିତ ଭାରତ ସଂକଳ୍ପ ଯାତ୍ରା l ସେବା ମୋର ଯୋଗଦାନ କାର୍ଯ୍ୟକ୍ରମରେ ଲୋକଙ୍କ ଦ୍ୱାରରେ ପହଞ୍ଚିବେ ନେତା ଓ କର୍ମୀ l ଡବଲ ଇଂଜିନ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ରଖିବେ l ମୋଦିଙ୍କ ଶାସନ କାଳର 25 ବର୍ଷରେ 25 ସେବା କୁ ନେଇ ତଳ ସ୍ତରକୁ ଯିବେ ନେତା l ସେବା ସେତୁ ଅଭିଯାନରେ ରଙ୍ଗୋଲି ପ୍ରଦର୍ଶନୀ ଅନୁଷ୍ଠିତ ହେବ l ଜନ ସେବକ ମହାକୁମ୍ଭରେ ଲକ୍ଷେ 25 ହଜାର ଜନ ପ୍ରତିନିଧି ମାନେ ଏକା ବେଳେ ଗାଇବେ ଜାତୀୟ ସଂଗୀତ l ଏହିପରି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଏହା ମଧ୍ୟ ପଢ଼ନ୍ତୁ- 'ରାଜ୍ୟରେ ପନିର ଅଭାବ ମେଣ୍ଟାଇବ ଓମଫେଡ', ଚାହିଦା ଅନୁସାରେ ଉତ୍ପାଦନ ବୃଦ୍ଧି ନେଇ ମନ୍ତ୍ରୀଙ୍କ ସୂଚନାଏହା ମଧ୍ୟ ପଢ଼ନ୍ତୁ- 20ତମ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି; 600ରୁ ଅଧିକ ଅଭିଯୋଗ, ସମସ୍ୟାର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ

ଇଟିଭି ଭାରତ, ଭୁବନେଶ୍ୱର