ETV Bharat / state

ମାଲେରିଆ ସ୍ଥିତି ସମୀକ୍ଷା କରିବ ସ୍ବତନ୍ତ୍ର ଟିମ: ଫୋକସରେ ମାଲକାନଗିରି, ନିରାକରଣ ପାଇଁ ନୂଆ ରଣନୀତି

ରାଜ୍ୟରେ ମାଲେରିଆ ଓ ଅନ୍ୟାନ୍ୟ ରୋଗର ସ୍ଥିତି ପରୀକ୍ଷଣ କରିବ ସ୍ବତନ୍ତ୍ର ଟିମ୍ । ପ୍ରତ୍ୟେକ ବ୍ଲକ ପାଇଁ ପ୍ରତିରୋଧ, ନିରୀକ୍ଷଣ, ନିଦାନ, ଚିକିତ୍ସା ପାଇଁ ଯୋଜନା । ରିପୋର୍ଟ: ବିକାଶ କୁମାର ଦାସ

special team to review the malaria situation in State Malkangiri in focus
ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ମ୍ୟାଲେରିଆ ସ୍ଥିତି ସମୀକ୍ଷା କରିବ ସ୍ବତନ୍ତ୍ର ଟିମ୍, ଫୋକସରେ ମାଲକାନଗିରି, ନିରାକରଣ ପାଇଁ ନୂଆ ରଣନୀତି (ETV Bharat Odisha)
author img

By ETV Bharat Odisha Team

Published : August 30, 2026 at 9:55 AM IST

3 Min Read
Choose ETV Bharat

ଭୁବନେଶ୍ବର: ରାଜ୍ୟରେ ମାଲେରିଆ ନିୟନ୍ତ୍ରଣକୁ ଆହୁରି ଦୃଢ଼ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ମାଲେରିଆ ଓ ଅନ୍ୟାନ୍ୟ ରୋଗର ସ୍ଥିତି ଜାଣିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି । ମାଲକାନଗିରି ଓ ପଡୋଶୀ ଜିଲ୍ଲା ଗୁଡିକ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ତତ୍ସହିତ ଜନଜାତି ଆବାସିକ ବିଦ୍ୟାଳୟ ଉପରେ ସ୍ୱତନ୍ତ୍ର ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ । ବିଭିନ୍ନ ଜିଲ୍ଲାରେ ମ୍ୟାଲେରିଆ ଓ ଅନ୍ୟ ଭେକ୍ଟରଜନିତ ରୋଗର ବର୍ତ୍ତମାନ ସ୍ଥିତି, ଏହାର ନିରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ଅଶ୍ୱତୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ମ୍ୟାଲେରିଆ ନିରାକରଣ ପାଇଁ ନୂଆ ରଣନୀତି ଉପରେ ଗୁରୁତ୍ୱ ଦିଆଯାଇଛି ।

ସ୍ୱତନ୍ତ୍ର ଫୋକସରେ ମାଲକାନଗିରି:
ଅତିରିକ୍ତ ନିର୍ଦ୍ଦେଶକ (ଭେକ୍ଟରଜନିତ ରୋଗ) ଡ. ଶୁଭାଶିଷ ମହାନ୍ତି କହିଛନ୍ତି, "ମାଲେରିଆ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ୍‌ ଦିଆଯାଇଛି । ରାଜ୍ୟସ୍ତରୀୟ ଟିମ୍‌ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରି ସମସ୍ତ ବ୍ଲକରେ କ୍ଷେତ୍ରସ୍ତରୀୟ ସମୀକ୍ଷା କରିବ । ମ୍ୟାଲେରିଆ ସ୍ଥିତି ଆକଳନ ସହ ବାସ୍ତବ ପରିସ୍ଥିତିରେ ଥିବା ଅଭାବ ଚିହ୍ନଟ କରାଯିବ । ଏହା ଆଧାରରେ ପ୍ରତ୍ୟେକ ବ୍ଲକ ପାଇଁ ପ୍ରତିରୋଧ, ନିରୀକ୍ଷଣ, ନିଦାନ, ଚିକିତ୍ସା ଓ ତ୍ୱରିତ ପ୍ରତିକ୍ରିୟା ନେଇ ସ୍ୱତନ୍ତ୍ର କାର୍ଯ୍ୟ ଯୋଜନା ପ୍ରସ୍ତୁତ ହେବ ।"

ସେ ଆହୁରି ମଧ୍ୟ କହିଛନ୍ତି, "ମାଲେରିଆ କାର୍ଯ୍ୟକ୍ରମରେ ସମ୍ପୃକ୍ତ ସମସ୍ତ ସହଯୋଗୀ ସଂସ୍ଥା ଓ ଏଜେନ୍ସି ରାଜ୍ୟ ଅନୁମୋଦିତ ଏକକୀକୃତ ମନିଟରିଂ ଫର୍ମାଟ୍‌ ବ୍ୟବହାର କରିବେ । ଏହା ଦ୍ୱାରା ଜିଲ୍ଲାୱାରୀ ନିରୀକ୍ଷଣ, ରିପୋର୍ଟିଂ ଓ ପରବର୍ତ୍ତୀ ପଦକ୍ଷେପରେ ସମନ୍ୱୟ ରହିବ ।"

special team to review the malaria situation in State Malkangiri in focus
ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ମ୍ୟାଲେରିଆ ସ୍ଥିତି ସମୀକ୍ଷା କରିବ ସ୍ବତନ୍ତ୍ର ଟିମ୍, ଫୋକସରେ ମାଲକାନଗିରି, ନିରାକରଣ ପାଇଁ ନୂଆ ରଣନୀତି (ETV Bharat Odisha)



ଜନଜାତି ଆବାସିକ ବିଦ୍ୟାଳୟ ଉପରେ ସ୍ୱତନ୍ତ୍ର ନଜର:
ମାଲେରିଆ ପ୍ରବଣ ଓ ସୀମାନ୍ତ ଅଞ୍ଚଳରେ ଥିବା ଜନଜାତି ଆବାସିକ ବିଦ୍ୟାଳୟ ଗୁଡ଼ିକ ଉପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ନଜର ରଖାଯିବ । ଏଠାରେ ପ୍ରତିରୋଧମୂଳକ ବ୍ୟବସ୍ଥା ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟରେ ଶୀଘ୍ର ଓ ସମୟୋପଯୋଗୀ ଚିକିତ୍ସା ପ୍ରଦାନ କରିବାକୁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବ ।



ମାଲେରିଆ ପାଇଁ ସ୍ୱତନ୍ତ୍ର ଟିମ:
ବର୍ତ୍ତମାନର ସ୍ଥିତିକୁ ଆଧାର କରି ରାଜ୍ୟସ୍ତରରେ ଏକ ନୂଆ ବୈଷୟିକ ଦଳ ଗଠନ ହେବ । ଏଥିରେ ଭୁବନେଶ୍ୱର ଆରଏମଆରସି (RMRC), ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସିନିୟର ରିଜିଓନାଲ ଡାଇରେକ୍ଟରଙ୍କ କାର୍ଯ୍ୟାଳୟ ଏବଂ ରାଜ୍ୟର ବୈଷୟିକ ବିଶେଷଜ୍ଞମାନେ ସାମିଲ ହେବେ । ଏହି ଦଳ ବହୁଦିନ ଧରି ମ୍ୟାଲେରିଆ ନିର୍ଦ୍ଦେଶାବଳୀ ଓ କାର୍ଯ୍ୟକ୍ରମର ସମୀକ୍ଷା କରିବା କାର୍ଯ୍ୟ ସହ ପ୍ରମାଣଭିତ୍ତିକ ଏକ ସ୍ୱତନ୍ତ୍ର ରାଜ୍ୟ ଯୋଜନା ପ୍ରସ୍ତୁତ କରିବ ।

special team to review the malaria situation in State Malkangiri in focus
ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ମ୍ୟାଲେରିଆ ସ୍ଥିତି ସମୀକ୍ଷା କରିବ ସ୍ବତନ୍ତ୍ର ଟିମ୍, ଫୋକସରେ ମାଲକାନଗିରି, ନିରାକରଣ ପାଇଁ ନୂଆ ରଣନୀତି (IANS)



ମାଲେରିଆ ନିରାକରଣ ଓ ମୃତ୍ୟୁ ହ୍ରାସ ଲକ୍ଷ୍ୟ:
"ମାଲେରିଆ ଜନିତ ମାମଲା ଓ ମୃତ୍ୟୁ ହ୍ରାସ କରିବା ସହ ରାଜ୍ୟର ମ୍ୟାଲେରିଆ ନିରାକରଣ ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ଅନ୍ୟ ବିଭାଗ ଓ ସହଯୋଗୀ ସଂସ୍ଥାଙ୍କ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଜରୁରୀ ବୋଲି ଟାସ୍କଫୋର୍ସ ଗୁରୁତ୍ବ ଦେଇଛି । କିଭଳି ଭାବରେ ରାଜ୍ୟରେ ମ୍ୟାଲେରିଆ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରାଯିବ, ସେନେଇ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ । ଏହା ଫଳରେ ମ୍ୟାଲେରିଆ ନିରାକରଣ କରାଯିବା ସମ୍ଭବ ହୋଇପାରିବ । ସମସ୍ତ ମ୍ୟାଲେରିଆ ପ୍ରବଣ ଜିଲ୍ଲା ଗୁଡିକ ଉପରେ ଅଧିକ ଫୋକସ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।


ରାଜ୍ୟରେ 17 ହଜାରୁ ଅଧିକ ମାଲେରିଆ ରୋଗୀ:
ରାଜ୍ୟରେ ମାଲେରିଆ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲଗିଛି । ଚଳିତ ବର୍ଷ ଜୁଲାଇ ସୁଦ୍ଧା ରାଜ୍ୟରେ 48 ଲକ୍ଷ 84 ହଜାର 733 ଜଣ ବ୍ୟକ୍ତି ମ୍ୟାଲେରିଆ ଟେଷ୍ଟିଂ କରିଛନ୍ତି । ସେଥିମଧ୍ୟରୁ 17 ହଜାର 982 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗତ 10 ବର୍ଷର ରିପୋର୍ଟ (୨୦୧୪ ରୁ ୨୦୨୩):

ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଗତ 10 ବର୍ଷ ମଧ୍ୟରେ ମାଲେରିଆ ଚିହ୍ନଟ କରିବା ପାଇଁ ହୋଇଥିବା ପରୀକ୍ଷଣ, ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ନିମ୍ନରେ ଦିଆଗଲା...

ପରୀକ୍ଷା୭ କୋଟି ୧ ଲକ୍ଷ ୪ହଜାର ୨୧୪ ଜଣ
ଆକ୍ରାନ୍ତ୧୮ ଲକ୍ଷ ୬୩ ହଜାର ୪୦୮ ଜଣ
ମୃତ୍ୟୁ୧୮ ଲକ୍ଷ ୬୩ ହଜାର ୪୦୮ ଜଣ



୨୦୨୭ ସୁଦ୍ଧା ମାଲେରିଆ ମୁକ୍ତ ଲକ୍ଷ୍ୟ:


ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୨୦୩୦ ସୁଦ୍ଧା ସାରା ବିଶ୍ବକୁ ମାଲେରିଆ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛି । ସେହି ଆଧାରରେ କାର୍ଯ୍ୟପନ୍ଥା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଗ୍ରହଣ କରୁଥିବା ବେଳେ ୨୦୨୭ ସୁଦ୍ଧା ମ୍ୟାଲେରିଆ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ରାଜ୍ୟକୁ ମାଲେରିଆ ମୁକ୍ତ କରିବା ପାଇଁ ଏବେ ଅଧିକ ପରୀକ୍ଷଣକୁ ଗୁରୁତ୍ବ ଦିଆଯାଉଛି । ଫଳରେ ସମ୍ପୃକ୍ତ ଅଞ୍ଚଳରେ ସଠିକ ସମୟରେ ରୋଗ ଚିହ୍ନଟ ସହିତ ନିରାକରଣ ପଦକ୍ଷେପ ନିଆଯିବା ଦ୍ବାରା ଅକାଳ ମୃତ୍ୟୁକୁ ଏଡ଼ାଯାଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ଭେକ୍ଟରଜନିତ ରୋଗ) ଡ. ଶୁଭାଶିଷ ମହାନ୍ତି କହିଛନ୍ତି ।



ନଜରରେ ଗୁରୁତ୍ୱପୂର୍ଣ୍ଣ 8 ଜିଲ୍ଲା:

ରାଜ୍ୟରେ ଡେଙ୍ଗୁ ଓ ମାଲେରିଆ ନିରାକରଣ ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି ସ୍ୱାସ୍ଥ୍ୟ ବିଭାଗ । ମାଲେରିଆ ପାଇଁ ରାଜ୍ୟର 8ଟି ଜିଲ୍ଲା ଅଧିକ ଅତି ଗୁରୁତ୍ୱପୂର୍ଣ୍ଣ । ସେଗୁଡ଼ିକ ହେଲେ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼ । ଏହି ଜିଲ୍ଲା ଗୁଡିକ ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଫୋକସରେ ରହିଛନ୍ତି । ବିଶେଷକରି ଏହି ଜିଲ୍ଲା ଗୁଡିକରେ ସର୍ଭିଲାନ୍ସ କରାଯାଇ ଔଷଧୀୟ ମଶାରୀ ବଣ୍ଟନ କରାଯାଉଛି ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ।



କେଉଁ ମସିହାରେ କେତେ ଚିହ୍ନଟ:
ବିଗତ 5 ବର୍ଷରେ ଓଡ଼ିଶାରେ ମାଲେରିଆ ରୋଗ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂଖ୍ୟା ଓ ମାଲେରିଆରେ ମୃତକଙ୍କ ସଂଖ୍ୟା ନିମ୍ନ ଟେବଲରେ ପ୍ରକାଶିତ ।

ମସିହା ଚିହ୍ନଟମୃତ୍ୟୁ
୨୦୨୧ ୨୫୫୦୩ ଜଣ୧୩
୨୦୨୨୨୩୭୭୦ ଜଣ
୨୦୨୩୪୧୯୭୩ ଜଣ
୨୦୨୪ ୬୮୯୬୩ ଜଣ

୨୦୨୫

(ଅକ୍ଟୋବର)

୨୫୦୦୦ ରୁ ଊର୍ଦ୍ଧ୍ବ-

ଏହା ମଧ୍ୟ ପଢନ୍ତୁ:

ଭାରତର ମ୍ୟାଲେରିଆ ବୋଝ: ଓଡ଼ିଶା ସମେତ 5 ରାଜ୍ୟ ହଟସ୍ପଟ୍, 3 ବର୍ଷରେ ଦେଶରେ 142 ମୃତ୍ୟୁ

ବର୍ଷା ଋତୁରେ ଜଳବାହିତ ରୋଗ ଭୟ: ସତର୍କ କରାଉଛି ସ୍ବାସ୍ଥ୍ୟ ବିଭାଗ, ବଦଳାନ୍ତୁ ଏହି ସବୁ ଅଭ୍ୟାସ

Monsoon Manual Campaign:ବର୍ଷା ଦିନରେ ସ୍ୱାସ୍ଥ୍ୟ ସମସ୍ୟା: ବଢୁଛି ଡେଙ୍ଗୁ-କମିଛି ମ୍ୟାଲେରିଆ ଓ କଳାଜର, ହେଲେ ଚିନ୍ତା ବଢାଇଛି ଅଣସଂକ୍ରାମକ ରୋଗ




ଇଟିଭି ଭାରତ, ଭୁବନେଶ୍ବର