ସ୍ପେସାଲ ଡ୍ରାଇଭ୍ 'ସାଇବର କବଚ': ଗଜପତି ଜିଲ୍ଲାରେ ପ୍ରାୟ 49ଟି ମ୍ୟୁଲ୍ ଆକାଉଣ୍ଟ ଠାବ
ଜିଲ୍ଲାରେ ପ୍ରାୟ 49ଟି ମ୍ୟୁଲ୍ ଆକାଉଣ୍ଟ ଠାବ କରାଯାଇଥିବା ବେଳେ 11 ଜଣ ଆକାଉଣ୍ଟଧାରୀଙ୍କୁ ପୋଲିସ ଡାକି ପଚରା ଉଚରା କରିଛି ।

Published : February 20, 2026 at 4:17 PM IST
ଗଜପତି: ଫେବୃଆରୀ 13 ତାରିଖରୁ ଫେବୃଆରୀ 27 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପୋଲିସ ପକ୍ଷରୁ ବିଭାନ୍ନ ଜିଲ୍ଲାରେ "ସାଇବର କବଚ" ନାମକ ଏକ ସ୍ପେସାଲ ଡ୍ରାଇଭ୍ କରାଯାଉଛି । ବିଶେଷକରି ମ୍ୟୁଲ୍ ଆକାଉଣ୍ଟ ଉପରେ ଏହି ସ୍ପେସାଲ ଡ୍ରାଇଭ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗତପତି ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଗୁଡ଼ିକ ଉପରେ ନଜର ରଖାଯାଇଛି । କିଛି ବ୍ୟାଙ୍କରେ ମ୍ୟୁଲ୍ ଆକାଉଣ୍ଟ ରହିଥିବା ବେଳେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସେହି ଆକାଉଣ୍ଟ ଗୁଡ଼ିକୁ ରଦ୍ଧ କରାଯାଇଥିବା ବେଳେ ନିର୍ଦ୍ଧିଷ୍ଟ ଭାବରେ କିଛି କେସ୍ କରାଯାଇଛି । ଗଜପତି ଜିଲ୍ଲାର 7ଟି ବ୍ଲକରୁ 4ଟି ସ୍ଥାନରେ ଏଭଳି ନିର୍ଦ୍ଦିଷ୍ଟ କେସ୍ କରାଯାଇଛି ବୋଲି ସୂଚନା ଦେଇଛନ୍ତି, ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା ।
ପାରଳାଖେମୁଣ୍ଡି, ମୋହନା, କାଶୀନଗର, ଗରାବନ୍ଦ ଆଦି ଥାନା ଅଧୀନରେ ଥିବା ବ୍ୟାଙ୍କ ଗୁଡ଼ିକରେ କିଛି ମ୍ୟୁଲ ଆକାଉଣ୍ଟ ରହିଥିବା ପୋଲିସକୁ ସୂଚନା ହସ୍ତଗତ ହୋଇଥିବା ବେଳେ ଜିଲ୍ଲାରେ ପ୍ରାୟ 49ଟି ଏଭଳି ମ୍ୟୁଲ୍ ଆକାଉଣ୍ଟ ରହିଛି ଓ ସେଥିରେ ସାଇବର କ୍ରାଇମ ବା ଅପରାଧର ଟଙ୍କା ପଇସା କାରବାର ହୋଇଥିବା ମଧ୍ୟ ପୋଲିସ ପକ୍ଷରୁ ସୂଚନା ମିଳିଛି । ସେଥିମଧ୍ୟରୁ 11ଟି ଆକାଉଣ୍ଟଧାରୀଙ୍କ ଆକାଉଣ୍ଟକୁ ଭେରିଫାଏ କରାଯାଇଛି । ସେହି 11ଟି ଆକାଉଣ୍ଟ ସହ ଅନ୍ୟ 49ଟି ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି । କାରବାର ହୋଇଥିବା ଟଙ୍କାକୁ ନେଇ ତଦନ୍ତ ଚାଲିଛି । କେତେ ଟଙ୍କା କେଉଁଥିପାଇଁ କେଉଁ କାରଣରୁ ଏସବୁ ଟଙ୍କା କେଉଁ ମାନଙ୍କ ଠାରୁ କେଉଁ ଏକାଉଣ୍ଟ୍ କୁ ଯାଉଛି, ଏଭଳି ଅନେକ ଗୁଡ଼ିଏ ଦିଗକୁ ନେଇ ତଦନ୍ତ ଚାଲିଛି । ତେବେ ଏହି 11 ଜଣ ଆକାଉଣ୍ଟଧାରୀଙ୍କୁ ପୋଲିସ ଡାକି ପଚରା ଉଚରା କରିଛି ଓ ଅପରାଧିକ ମାମଲାରେ ଜଡ଼ିତ ଥିବା ହେତୁ ଆଇନ ବ୍ୟବସ୍ଥା ଅନୁସାରେ ସେମାନଙ୍କୁ ନୋଟିସ ଦେଇ ଛଡ଼ାଯାଇଛି । ପରେ ଚାର୍ଜସିଟ୍ ମଧ୍ୟ ଦାଖଲ ହେବ ବୋଲି କହିଛନ୍ତି ଏସପି । ଏଥିସହ ସାଧାରଣ ଜନତାଙ୍କୁ ମଧ୍ୟ ସଚେତନ ରହିବା ପାଇଁ ଅନୁରୋଧ କରିଛନ୍ତି ଏସପି । ତେବେ ବର୍ତ୍ତମାନ୍ ସୁଦ୍ଧା 4 ଲକ୍ଷ 15 ହଜାର ଟଙ୍କା ଫ୍ରିଜ୍ କରାଯାଇଥିବା ମଧ୍ୟ ଏସପି ସୂଚନା ଦେଇଛନ୍ତି ।

କ'ଣ ଏହି ମ୍ୟୁଲ୍ ଆକାଉଣ୍ଟ ?-
ମ୍ୟୁଲ୍ ଅର୍ଥ ଏବଂ ସାଇବର ସୁରକ୍ଷା ଜଗତରେ, ଏକ ମ୍ୟୁଲ୍ ଆକାଉଣ୍ଟ ହେଉଛି ଏକ ବ୍ୟାଙ୍କ ଆକାଉଣ୍ଟ ଯାହା ଅପରାଧୀମାନେ ଚୋରି କିମ୍ବା ଅବୈଧ ଟଙ୍କା ସ୍ଥାନାନ୍ତର ଏବଂ "ଧଳା" କରିବା ପାଇଁ ବ୍ୟବହାର କରନ୍ତି । ସେମାନେ କିପରି ଏହାକୁ ପରିଚାଳନା କରନ୍ତି ଏବଂ କାହିଁକି ସେଗୁଡ଼ିକ ବିପଜ୍ଜନକ, ଆସନ୍ତୁ ସେ ବିଷୟରେ ଅଧିକ ଜାଣିବା ।
ଅପରାଧୀମାନେ (ସ୍କାମର୍, ହ୍ୟାକର୍ସ କିମ୍ବା ସଂଗଠିତ ଅପରାଧ ଦଳ) ସେମାନଙ୍କ ଦ୍ବାରା ଚୋରି ହୋଇଥିବା ଟଙ୍କାର ଟ୍ରେଲ୍ ଲୁଚାଇବା ପାଇଁ ଏକ ଉପାୟ ଆବଶ୍ୟକ କରନ୍ତି । ସେମାନେ ମଧ୍ୟସ୍ଥି ଭାବେ "ମନି ମ୍ୟୁଲ୍ସ" ବ୍ୟବହାର କରନ୍ତି । ସ୍କାମରମାନେ ମିଛ ଚାକିରି ବିଜ୍ଞାପନ (ଯଥା, "ପେମେଣ୍ଟ ପ୍ରୋସେସିଂ ଏଜେଣ୍ଟ"), ସୋସିଆଲ ମିଡିଆ, କିମ୍ବା ଡେଟିଂ ଆପ୍ ମାଧ୍ୟମରେ ଲୋକଙ୍କୁ ଖୋଜନ୍ତି । ସ୍କାମର୍ ଚୋରି କରିଥିବା ଟଙ୍କାକୁ ମ୍ୟୁଲ୍ର ଆକାଉଣ୍ଟରେ ଜମା କରେ । ନିଜ ପାଇଁ ଏକ ଛୋଟ "କମିସନ୍" ରଖି ମ୍ୟୁଲ୍ ଆକାଉଣ୍ଟରୁ ସେହି ଟଙ୍କାକୁ ଅନ୍ୟ ଏକ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ କିମ୍ବା ନଗଦ ଭାବେ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ- ଅପରେସନ "ସାଇବର କବଚ": 110 କୋଟି ଟଙ୍କାର ସାଇବର ଠକେଇ ଧରିଲା ସମ୍ବଲପୁର ପୋଲିସ
ଏହା ମଧ୍ୟ ପଢ଼ନ୍ତୁ- ବଡ଼ ଧରଣର ସାଇବର ଠକାମୀର ପର୍ଦ୍ଦାଫାଶ, ୪ ଗିରଫ, ୪୯ ଚେକବୁକ, ୧୪୭ ଏଟିଏମ ଜବତ
ଇଟିଭି ଭାରତ, ଗଜପତି

