ETV Bharat / state

ସୌମ୍ୟ ହତ୍ୟା ମାମଲା; ଚପଲରେ ମାରିଥିବା ପ୍ରଦୀପ ମଙ୍ଗରାଜ ଢେଙ୍କାନାଳରୁ ଗିରଫ, ADGଙ୍କ ଲିଙ୍କରେ NHRC ଖୋଳତାଡ

ଏହି ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ପୂର୍ବରୁ ଏହି ଘଟଣାରେ କମିଶନରେଟ୍ ପୋଲିସ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ରିପୋର୍ଟ-ସତ୍ୟଜିତ ରାଉତ୍

soumya murder case, pradeep mangaraj arrested by crime branch from dhenkanalslippers
ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା; ଚପଲରେ ମାରିଥିବା ପ୍ରଦୀପ ମଙ୍ଗରାଜ ଢେଙ୍କାନାଳରୁ ଗିରଫ (Etv Bharat)
author img

By ETV Bharat Odisha Team

Published : June 2, 2026 at 2:38 PM IST

2 Min Read
Choose ETV Bharat

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ କରୁଛି । କ୍ରାଇମବ୍ରାଞ୍ଚର ତଦନ୍ତ ଆଜି (ଗୁରୁବାର) ୨୭ ଦିନରେ ପହଞ୍ଚିଛି। କ୍ରାଇମବ୍ରାଞ୍ଚ ଟିମ ଏହି ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ବାଲିଅନ୍ତା ଥାନା ବେଣୁପୁର ଗାଁର ପ୍ରଦୀପ ମଙ୍ଗରାଜ ଓରଫ ଦିପୁ। ସୌମ୍ୟଙ୍କୁ ଆକ୍ରମଣରେ ପ୍ରଦୀପର ହାତ ଥିବା ତଦନ୍ତରୁ ସ୍ପଷ୍ଟ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ସେ ସୌମ୍ୟଙ୍କୁ ଚପଲରେ ନିସ୍ତୁକ ମାଡ଼ ମାରିଥିଲା। ପ୍ରଦୀପକୁ ଢେଙ୍କାନାଳରୁ କ୍ରାଇମବ୍ରାଞ୍ଚ ଟିମ୍ କାବୁ କରିଛି। ଅଭିଯୁକ୍ତ ପ୍ରଦୀପକୁ କୋର୍ଟଚାଲାଣ କରାଯାଇଥିଲା। ହେଲେ ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୌମ୍ୟ ହତ୍ୟା ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ଏବେ ୧୮କୁ ବୃଦ୍ଧି ପାଇଛି। ତେବେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ପୂର୍ବରୁ ଏହି ଘଟଣାରେ କମିଶନରେଟ୍ ପୋଲିସ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଫେରାର ଅଭିଯୁକ୍ତମାନଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଉଦ୍ୟମ ଜାରି ରଖିଛି।

ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା; ଚପଲରେ ମାରିଥିବା ପ୍ରଦୀପ ମଙ୍ଗରାଜ ଢେଙ୍କାନାଳରୁ ଗିରଫ (Etv Bharat)
କ'ଣ କହିଲେ କ୍ରାଇମବ୍ରାଞ୍ଚ IG ଏନେଇ କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରଦୀପ ବିଭିନ୍ନ ସ୍ଥାନରେ ଲୁଚି ରହୁଥିଲା। ତାକୁ ଭିଡିଓ ଆଧାରରେ ଚିହ୍ନଟ କରାଯାଇଛି। ଆଉ ୭ରୁ ୮ ଜଣ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। କିଏ ଆକ୍ରମଣକାରୀ ଏବଂ କିଏ ପ୍ରତ୍ୟକ୍ଷଦର୍ଶୀ ତାହା ଚିହ୍ନଟ କରିବା କଷ୍ଟସାଧ୍ୟ ହେଉଛି। ଭିଡିଓ ଆଧାରରେ ସୌମ୍ୟଙ୍କ ସାଙ୍ଗ ଓମ ଓ ଦୁଇ ପୀଡିତାଙ୍କ ଯେଉଁ ବୟାନ ରେକର୍ଡ ହୋଇଛି, ସେଥିରେ ସନ୍ଦେହ ହେଉନାହିଁ। ଦରକାର ପଡ଼ିଲେ ଦୁଇ ପୀଡିତା ଓ ଓମଙ୍କ ପଲିଗ୍ରାଫ୍ ମଧ୍ୟ କରାଯିବ ବୋଲି ସେ କହିଛନ୍ତି। ସୌମ୍ୟଙ୍କ ବିଷୟରେ ପଚରାଉଚରା କରୁଛି NHRC ଟିମ୍ ଅନ୍ୟପକ୍ଷରେ ଜାତୀୟ ମାନବାଧିକାର କମିଶନ (NHRC) ପକ୍ଷରୁ ଏହି ଘଟଣାରେ ଅଧିକ ଖୋଳତାଡ ଜାରି ରହିଛି। ଆଜି (ମଙ୍ଗଳବାର) ଦ୍ଵିତୀୟ ଦିନରେ NHRC ଟିମ୍ ADG ଦୟାଲ ଗଙ୍ଗୱାରଙ୍କ ଲିଙ୍କରେ ତଥ୍ୟ ହାସଲ କରିବାରେ ଲାଗିଛି। ତଦନ୍ତ ୱିଙ୍ଗ୍‌ର ଦୁଇ ଅଧିକାରୀ ରାଜେନ୍ଦ୍ର ସିଂ ଏବଂ ଅବିନାଶ କୁମାର ପଚରାଉଚରା କରୁଛନ୍ତି। ADGଙ୍କ ଦୁଇ PSO, ଜଣେ ଡ୍ରାଇଭର, କ୍ୱାର୍ଟର ଡ୍ୟୁଟିରେ ଥିବା ଦୁଇ ଜଣ ଗାର୍ଡ, ଦୁଇ ଜଣ GRP କନଷ୍ଟେବଳ ରାଜ୍ୟ ଅତିଥି ଭବନରେ ପହଞ୍ଚିବା ପରେ ସୌମ୍ୟଙ୍କ ବିଷୟରେ NHRC ଟିମ୍ ପଚରାଉଚରା କରିଛି। ସେହିପରି ଜଣେ GRP ଡିଏସପି ମଧ୍ୟ ହାଜର ହୋଇଥିବା ବେଳେ ତାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଏହି ଲିଙ୍କରେ ଆଜି ଆଉ କିଛି କର୍ମଚାରୀଙ୍କୁ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି। ସୌମ୍ୟଙ୍କୁ ବ୍ୟକ୍ତିଗତ କାମରେ ADG ଗଙ୍ଗୱାର ନିୟୋଜିତ କରି ନିର୍ଯାତନା ଦେଇଥିବା ମା' କବିତା ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପରେ କିଛିଦିନ ତଳେ ଗୃହ ବିଭାଗ ପକ୍ଷରୁ ADGଙ୍କୁ ବଦଳି କରାଯାଇଥିଲା। ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ସୌମ୍ୟ ହତ୍ୟା ମାମଲାରେ ଆଜି ପରିବାରକୁ ଭେଟିବ NHRC ଟିମ୍, ପ୍ରଥମ ଦିନରେ ପୋଲିସ ଅଧିକାରୀଙ୍କୁ ପଚରାଉଚୁରା

ଏହା ମଧ୍ୟ ପଢନ୍ତୁ ସୌମ୍ୟ ହତ୍ୟା ମାମଲା; ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ, 'ଏବେ ବି ୧୦ ଅଭିଯୁକ୍ତ ଫେରାର'- କ୍ରାଇମବ୍ରାଞ୍ଚ ଡିଆଇଜି