ETV Bharat / state

ସୌମ୍ୟ ହତ୍ୟା ମାମଲା; କ୍ରାଇମବ୍ରାଞ୍ଚ ଡିଜି କହିଲେ, ଓମ୍ ଙ୍କର କାହିଁକି କରାଗଲା ମିଛ ଧରା ପରୀକ୍ଷା

ସମୟ ସୀମା ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫକରି ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ କିମ୍ବା ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଡିଜି ସୂଚନା ଦେଇଛନ୍ତି । ରିପୋର୍ଟ- ନାରାୟଣ ସାହୁ

CRIME BRANCH DG ON SOMYA ISSUE
ସୌମ୍ୟ ହତ୍ୟା ମାମଲା; କ୍ରାଇମବ୍ରାଞ୍ଚ ଡିଜି କହିଲେ, ଓମ୍ ଙ୍କର କାହିଁକି କରାଗଲା ମିଛ ଧରା ପରୀକ୍ଷା (ETV BHARAT ODISHA)
author img

By ETV Bharat Odisha Team

Published : July 4, 2026 at 11:00 PM IST

2 Min Read
Choose ETV Bharat

CRIME BRANCH DG ON SOMYA DEATH ISSUE, କଟକ : ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ବଡ଼ କଥା କହିଛନ୍ତି, କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ବିଶେଷକରି ଓମ୍ ପ୍ରକାଶଙ୍କର କାହିଁକି ମିଛ ଧରା ପରୀକ୍ଷା କରାଗଲା । ତେଵେ ତଦନ୍ତ ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଏକ ମାସ ମଧ୍ୟରେ ଏହାର ଚାର୍ଜସିଟ ଦାଖଲ କରାଯିବ ବୋଲି ଡିଜି ଆଜି (ଶନିବାର) ସ୍ପଷ୍ଟ କରିଛନ୍ତି । ହତ୍ୟା ମାମଲାରେ ସାଧାରଣତଃ ୯୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ କରିବାର ନିୟମ ଥିବା ବେଳେ ହାତରେ ଏବେ ଆଉ ମାସେ ସମୟ ଅଛି । ଏହି ସମୟ ସୀମା ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ କିମ୍ବା ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଡିଜି ସୂଚନା ଦେଇଛନ୍ତି ।

ସୌମ୍ୟ ହତ୍ୟା ମାମଲା; କ୍ରାଇମବ୍ରାଞ୍ଚ ଡିଜି କହିଲେ, ଓମ୍ ଙ୍କର କାହିଁକି କରାଗଲା ମିଛ ଧରା ପରୀକ୍ଷା (ETV BHARAT ODISHA)


ଡିଜିଙ୍କ କହିବା ଅନୁସାରେ, ଏହି ହତ୍ୟାକାଣ୍ଡ ଏକ ରାସ୍ତା ଉପରେ ଘଟିଥିଲା । ଏଥିରେ କିଛି ସ୍ଥାନୀୟ ଲୋକ ସାମିଲ ଥିବା ବେଳେ ସେହି ବାଟ ଦେଇ ଯାଉଥିବା ଆଉ କିଛି ବାହାର ଲୋକ କୌତୂହଳବଶତଃ ଓହ୍ଲାଇ ନିଜର ଆକ୍ରୋଶ ବାହାର କରିବା ପାଇଁ ସୌମ୍ୟଙ୍କୁ ପିଟିବା ଆରମ୍ଭ କରିଦେଇଥିଲେ । ଭିଡିଓ ଆଧାରରେ ସେହି ବାହାର ଲୋକମାନଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ଲୋକେ ସହଯୋଗ କରିପାରୁ ନଥିବାରୁ ପୋଲିସକୁ ସେମାନଙ୍କ ପାଖରେ ପହଞ୍ଚିବାକୁ ସମୟ ଲାଗୁଛି । ମାମଲାରେ ଏପର୍ଯ୍ୟନ୍ତ ୨୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପୋଲିସ ଆକଳନ ଅନୁସାରେ ଆଉ ୫ରୁ ୬ ଜଣ ଗିରଫ ହେବା ବାକି ଅଛି । ନିକଟରେ ଗିରଫ୍ ହୋଇଥିବା ଶେଷ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ପ୍ରାୟ ୨୦-୨୫ କିଲୋମିଟର ଦୂରରେ ରହେ, ଯିଏ ମୋଟର ସାଇକେଲରେ ଯାଉଥିବା ବେଳେ ଭିଡ଼ ଦେଖି ଓହ୍ଲାଇ ମାଡ଼ ମାରିବାରେ ସାମିଲ ହୋଇଥିଲା ।

ସମଗ୍ର ଘଟଣାର ଆରମ୍ଭ ଦୁଇ ଯୁବତୀଙ୍କ ସହ ଘଟିଥିବା ଏକ ଭିନ୍ନ ଘଟଣାରୁ ହୋଇଥିଲା । ଘଟଣା ସମୟରେ ଓମ୍ ସେଠାରେ ଉପସ୍ଥିତ ଥିଲେ । ଯଦିଓ ସେହି ଦୁଇ ଯୁବତୀ ଓମ୍‌ଙ୍କ ବିରୋଧରେ କିଛି କହିନାହାନ୍ତି, କିନ୍ତୁ ଓମ୍ ଯେଉଁ ବୟାନ ଦେଉଛନ୍ତି ସେଥିରେ କେତେ ସତ୍ୟତା ଅଛି ତାହା ଜାଣିବା ଜରୁରୀ । ଓମ୍‌ଙ୍କ କହିବା କଥା ଯେ, ଲୋକେ ତାଙ୍କୁ ଧରି ଗୋଟିଏ ଜାଗାରେ ବସାଇ ଦେଇଥିଲେ । ଓମ୍ ଘଟଣାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ୟକ୍ଷଦର୍ଶୀ ହୋଇଥିବାରୁ, ସେ ସେହି ସମୟରେ କେତେ ଜଣ ଲୋକଙ୍କୁ ଚିହ୍ନଟ କରିପାରୁଛନ୍ତି ଏବଂ ତାଙ୍କ କଥାରେ କେତେ ସତ୍ୟତା ଅଛି ତାହା ପରଖିବା ପାଇଁ ହିଁ ତାଙ୍କର ମିଛଧରା ପରୀକ୍ଷା କରାଯାଇଛି ।

ଏକ ବଡ଼ ସ୍ପଷ୍ଟୀକରଣ ଦେଇ କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ଯେ, "ସାଧାରଣତଃ କୌଣସି ମାମଲାରେ ଅଭିଯୋଗକାରୀ ବା କମ୍ପ୍ଲେନେଣ୍ଟଙ୍କର ଲାଇ-ଡିଟେକ୍ସନ ଟେଷ୍ଟ କରାଯାଏ ନାହିଁ । ଯଦି ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ପ୍ରମାଣ ମିଳେ, ସେତେବେଳେ ଯାଇ ଏଭଳି ପଦକ୍ଷେପ ନିଆଯାଏ । କିନ୍ତୁ ଏହି ମାମଲାରେ ଦୁଇ ଯୁବତୀ ମିଛ ଅଭିଯୋଗ କରିଛନ୍ତି ବୋଲି ପୋଲିସକୁ କୌଣସି ପ୍ରମାଣ ମିଳିନାହିଁ, ସେମାନଙ୍କ ବୟାନ ସମ୍ପୂର୍ଣ୍ଣ ସତ୍ୟ । ତେଣୁ ସେମାନଙ୍କର କୌଣସି ମିଛଧରା ପରୀକ୍ଷା କରାଯିବାର ଆବଶ୍ୟକତା ନାହିଁ । ଏବେ ଓମ୍ ସେହି ଯୁବତୀମାନଙ୍କୁ ପୂର୍ବରୁ ଚିହ୍ନିଥିଲେ କି ନାହିଁ ଏବଂ ଅନ୍ୟ କେଉଁମାନେ ଏଥିରେ ଜଡ଼ିତ, ସେ ଦିଗରେ ତଦନ୍ତ ଜାରି ରହିଛି ।"

ଏହା ମଧ୍ୟ ପଢନ୍ତୁ:

ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା; ସାଙ୍ଗ ଓମ୍ ପ୍ରକାଶଙ୍କ ହେଲା ଲାଏ ଡିଟେକ୍ସନ୍, ରିମାଣ୍ଡ ପରେ ଜେଲ୍ ଫେରିଲେ ଅଭିଯୁକ୍ତ

ସୌମ୍ୟ ହତ୍ୟା ମାମଲା; IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ

ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା; ୨୦ତମ ଅଭିଯୁକ୍ତ ଭାବେ ସୁବାସ ଭୋଇ ଗିରଫ୍

ସୌମ୍ୟ ହତ୍ୟା ମାମଲା; ୩ ସପ୍ତାହ ପରେ ଆଉ ଜଣେ ଅଭିଯୁକ୍ତ ଗିରଫ, ମୋଟ୍ ଗିରଫଦାରୀ ୧୯ରେ ପହଞ୍ଚିଲା


ଇଟିଭି ଭାରତ, କଟକ