ETV Bharat / state

SIR ୨୦୨୬: ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କ ସହ CEOଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଲନ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ପାଇଁ ନିଯୁକ୍ତ ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କୁ ନେଇ ବୈଠକ ହୋଇଛି । ରିପୋର୍ଟ: ଭବାନୀ ଶଙ୍କର ଦାସ

CEO Reviews SIR
10 ଜଣ IAS ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କ ସହ CEOଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ (ETV Bharat)
author img

By ETV Bharat Odisha Team

Published : July 5, 2026 at 7:45 AM IST

2 Min Read
Choose ETV Bharat

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଲନ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ୨୦୨୬ ପାଇଁ ନିଯୁକ୍ତ ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କୁ ନେଇ ଏହି ବୈଠକ ହୋଇଛି । ଚିଠା ଭୋଟର ତାଲିକାର ଯାଞ୍ଚ ଏବଂ ଆପତ୍ତି ଓ ଅଭିଯୋଗର ସମାଧାନ ପ୍ରକ୍ରିୟାକୁ ନିବିଡ଼ ଭାବେ ଅନୁଧ୍ୟାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ପର୍ଯ୍ୟବେକ୍ଷକମାନଙ୍କୁ ଅନୁରୋଧ କରିଛନ୍ତି ।

CEO Reviews SIR
CEOଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ (ETV Bharat)

ହାଇବ୍ରିଡ ମୋଡ୍‌ରେ ଅନୁଷ୍ଠିତ ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ SIR ୨୦୨୬ ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ୧୦ ଜଣ ଆଇଏଏସ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏଥିରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ପ୍ରକ୍ରିୟାର ସଫଳ ସମାପ୍ତି, ଚାଲିଥିବା ଡିଜିଟାଲାଇଜେସନର ପ୍ରଗତି ଏବଂ ଚିଠା ଭୋଟର ତାଲିକା (Draft Electoral Roll) ପ୍ରକାଶନ ପାଇଁ ପ୍ରସ୍ତୁତିର ସମୀକ୍ଷା ହୋଇଛି । ଏହାସହ ପର୍ଯ୍ୟବେକ୍ଷକମାନଙ୍କୁ ସମଗ୍ର SIR ପ୍ରକ୍ରିୟା ଏବଂ ଆଗାମୀ ପର୍ଯ୍ୟାୟଗୁଡ଼ିକରେ ସେମାନଙ୍କର ଦାୟିତ୍ୱ ବିଷୟରେ ସିଇଓଙ୍କ ପକ୍ଷରୁ ଅବଗତ କରାଯାଇଛି ।

CEO Reviews SIR
CEOଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ (ETV Bharat)



ଚିଠା ଭୋଟର ତାଲିକାର ଯାଞ୍ଚ ଏବଂ ଆପତ୍ତି ଓ ଅଭିଯୋଗର ସମାଧାନ ପ୍ରକ୍ରିୟାକୁ ନିବିଡ଼ ଭାବେ ଅନୁଧ୍ୟାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ପର୍ଯ୍ୟବେକ୍ଷକମାନଙ୍କୁ ଅନୁରୋଧ କରିଛନ୍ତି । ଯେପରି କୌଣସି ଜଣେ ବି ଯୋଗ୍ୟ ଭୋଟର ଏହି ତାଲିକାରୁ ବାଦ ନ ପଡ଼ନ୍ତି ଏବଂ ଭୋଟର ତାଲିକା ସମ୍ପୂର୍ଣ୍ଣ ସଠିକ୍, ସର୍ବସମାବେଶୀ ଓ ତ୍ରୁଟିଶୂନ୍ୟ ହେବ, ତାହା ନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି ।

CEO Reviews SIR
CEOଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ (ETV Bharat)


ଅଧିକାରୀ ଏବଂ ସେମାନଙ୍କୁ ନ୍ୟସ୍ତ କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି:

ରାଜ୍ୟର ୧୦ ବରିଷ୍ଠ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲଙ୍କୁ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ଦାୟିତ୍ୱ ମିଳିଛି । ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ହୋଇଛନ୍ତି । ପର୍ଯ୍ୟଟନ ସଚିବ ବଳବନ୍ତ ସିଂହଙ୍କୁ କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲା ଦାୟିତ୍ୱ ମିଳିଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ସଚିବ ବି. ପରମେଶ୍ଵରନ ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ରହିବେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ବିଜୟ କେତନ ଉପାଧ୍ୟାୟଙ୍କୁ ଦେବଗଡ଼, ସମ୍ବଲପୁର, ବରଗଡ ଜିଲ୍ଲା ଦାୟିତ୍ୱ ମିଳିଛି ।



ସେହିପରି ଇଡକୋର ପରିଚଳନା ନିର୍ଦ୍ଦେଶକ ଡି. ପ୍ରଶାନ୍ତ କୁମାର ରେଡ୍ଡୀ ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ରହିବେ । କେନ୍ଦ୍ରାଞ୍ଚଳ ଆରଡିସି ସୁଧାଂଶୁ ମୋହନ ସାମଲଙ୍କୁ କଟକ, ଢେଙ୍କାନାଳ, ଅନୁଗୋଳ ଓ ଏମ୍ଏସ୍ଏମ୍‌ଇ ସଚିବ ରଶ୍ମିତା ପଣ୍ଡାଙ୍କୁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଭୁବନେଶ୍ଵର ପାଇଁ କାର୍ଯ୍ୟ କରିବେ । ସାଧାରଣ ଉଦ୍ୟୋଗ ସଚିବ ମହମ୍ମଦ ସାଦିକ ଆଲମଙ୍କୁ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ଉତ୍ତରାଞ୍ଚଳ-ଦକ୍ଷିଣାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ରଙ୍କୁ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି ।

  • ରାଜେଶ ପ୍ରଭାକର ପାଟିଲ (ସମବାୟ ସଚିବ): ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର
  • ଅରବିନ୍ଦ ଅଗ୍ରୱାଲ (ଉଚ୍ଚଶିକ୍ଷା ସଚିବ): ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ
  • ବଳବନ୍ତ ସିଂ (ପର୍ଯ୍ୟଟନ ସଚିବ): କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା
  • ବି ପରମେଶ୍ୱରନ୍ (ଏସସି ଏବଂ ଏସଟି ସଚିବ): ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ
  • ବିଜୟ କେତନ ଉପାଧ୍ୟାୟ (ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ): ଦେବଗଡ଼, ସମ୍ବଲପୁର, ବରଗଡ
  • ଡି. ପ୍ରଶାନ୍ତ କୁମାର ରେଡ୍ଡୀ (IDCO ପରିଚାଳନା ନିର୍ଦ୍ଦେଶକ): ଗଞ୍ଜାମ, ଗଜପତି, ରାୟଗଡା
  • ସୁଦର୍ଶନ ମୋହନ ସାମଲ (କେନ୍ଦ୍ରୀୟ ଆରଡିସି): କଟକ, ଢେଙ୍କାନାଳ, ଅନୁଗୋଳ
  • ରଶ୍ମୀତା ପଣ୍ଡା (ଏମ୍ଏସ୍ଏମ୍ଇ ସଚିବ): ପୁରୀ, ଖୋର୍ଦ୍ଧା, ନୟାଗଡ଼, ଭୁବନେଶ୍ୱର
  • ମହମ୍ମଦ ସାଦିକ ଆଲାମ (ସାଧାରଣ ଉଦ୍ୟୋଗ ସଚିବ): ନବରଙ୍ଗପୁର, କୋରାପୁଟ, ମାଲକାନଗିରି
  • ସଂଗ୍ରାମ କେଶରୀ ମହାପାତ୍ର (ଆରଡିସି): କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା

ଏହା ମଧ୍ୟ ପଢ଼ନ୍ତୁ...

ଓଡ଼ିଶାରେ SIR ପାଇଁ ୧୦ IAS ପର୍ଯ୍ୟବେକ୍ଷକ ନିଯୁକ୍ତ; ପ୍ରତ୍ୟେକଙ୍କୁ ୩ଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ

ସେପ୍ଟେମ୍ବରରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା; ସମୀକ୍ଷା ବୈଠକ ପରେ ସୂଚନା ଦେଲେ ଜିଲ୍ଲା ନିର୍ବାଚନ ଅଧିକାରୀ

ଇଟିଭି ଭାରତ, ଭୁବେନଶ୍ବର