ETV Bharat / state

ବର୍ଷ ଶେଷରେ ସୁନାକୁ ପଛରେ ଛାଡିଲା ରୂପା; ୨,୫୦,୦୦୦ ଛୁଇଁଲା ଦାମ

ଦିନକୁ ଦିନ ସୁନାର ଦର ଆକାଶ ଛୁଆଁ ହେଉଥିବା ବେଳେ ସୁନାକୁ ବଳିଗଲା ରୂପାର ଦାମ । ଅନ୍ତର୍ଜାତୀୟ ବଜାରରେ ଚାହିଦାକୁ ନେଇ ରୂପା ମହଙ୍ଗା ହେଉଛି ।

Silver Prices Surge Past Gold in Bhubaneswar Touch Record High Amid Global Demand
ବର୍ଷ ଶେଷରେ ସୁନାକୁ ପଛରେ ଛାଡିଲା ରୂପା, ୨,୫୦,୦୦୦ ଛୁଇଁଲା ଦାମ (ETV Bharat Odisha)
author img

By ETV Bharat Odisha Team

Published : December 28, 2025 at 11:55 AM IST

3 Min Read
Choose ETV Bharat

ଭୁବନେଶ୍ବର: ହୁ ହୁ ହୋଇ ବଢୁଛି ରୂପା ଦର । ସୁନାକୁ ପଛରେ ଛାଡ଼ି ଆଗକୁ ବଢିଗଲା ରୂପା ଦାମ । ସୁନା ପରେ ରୂପା କିଣିବା ପାଇଁ ଗ୍ରାହକଙ୍କ ମୁଣ୍ଡରେ ପଡୁଛି ଚଡ଼କ । ଆନ୍ତର୍ଜାତୀୟ ବଜାରରେ ଚାହିଦାକୁ ନେଇ ବଢୁଛି ରୂପାର ଦର । ୩ମାସରେ ସୁନା ତୁଳନାରେ ରୂପାର ଦାମ ୩ ଗୁଣା ବୃଦ୍ଧି ପାଇଛି । ସ୍ଥାନୀୟ ବଜାରରେ ରୂପାର ଦାମ ୨ ଲକ୍ଷ ପାର କଲାଣି । ଚାହିଦା ହିସାବରେ ଯୋଗାଣ କମ୍ ରହିଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସୂଚନା ଦେଇଛନ୍ତି ଅର୍ଥନୀତି ବିଶାରଦ ।

ବର୍ଷ ଶେଷରେ ସୁନାକୁ ପଛରେ ଛାଡିଲା ରୂପା, ୨,୫୦,୦୦୦ ଛୁଇଁଲା ଦାମ (ETV Bharat Odisha)

୩ ଗୁଣା ବଢିଲା ରୂପା:

ଦିନକୁ ଦିନ ସୁନା ଓ ରୂପାର ଦର ଆକାଶ ଛୁଆଁ ହେଉଥିବା ବେଳେ ସୁନାକୁ ବଳିଗଲା ରୂପାର ଦାମ । ଅନ୍ତର୍ଜାତୀୟ ବଜାରରେ ବଢୁଥିବା ଚାହିଦାକୁ ନେଇ ରୂପା ମହଙ୍ଗା ହେଉଛି । ବର୍ତ୍ତମାନ ଭୁବନେଶ୍ୱରରେ ରୂପାର ଦର ଅଢେଇ ଲକ୍ଷ ଟଙ୍କାରେ ପହଞ୍ଚିଲାଣି । ୩ ମାସରେ ସୁନା ତୁଳନାରେ ରୂପାର ଦାମ ୩ ଗୁଣା ଅଧିକ ବଢିଛି । ସ୍ଥାନୀୟ ବଜାରରେ ରୂପାର ଦାମ ଏବେ 2,00,000 ଟଙ୍କା ପାର କଲାଣି ।

Silver Prices Surge Past Gold in Bhubaneswar Touch Record High Amid Global Demand
ବର୍ଷ ଶେଷରେ ସୁନାକୁ ପଛରେ ଛାଡିଲା ରୂପା, ୨,୫୦,୦୦୦ ଛୁଇଁଲା ଦାମ (ETV Bharat Odisha)

ଗ୍ରାହକଙ୍କ ପକେଟ ଖାଲି:

୬ ମାସ ପୂର୍ବରୁ କେଜି ପିଛା ରୂପାର ମୂଲ୍ୟ ୭୦,୦୦୦ ରୁ ୮୦,୦୦୦ ଟଙ୍କା ରହୁଥିଲା । ବର୍ତ୍ତମାନ ଏହାର ଦାମ ବଢି ୨,୫୦,୦୦୦ ଟଙ୍କା ଛୁଇଁଲାଣି । ବିଶେଷ କରି ବିଗତ ୫ ଦିନ ମଧ୍ୟରେ ରୂପାର ମୂଲ୍ୟ ୨୪,୦୦୦ ଟଙ୍କା ବୃଦ୍ଧି ପାଇଛି । ସୁନାର ଦର ମଧ୍ୟ 1,00,000 ଟଙ୍କା ପାର କରି 1,42,000ଟଙ୍କାରେ ପହଞ୍ଚିଲାଣି । ରୁପା ଓ ସୁନାର ଏହି ଦର ବୃଦ୍ଧି ଗ୍ରାହକଙ୍କ ପକେଟ ଉପରେ ବିଶେଷ ପ୍ରଭାବ ପକାଉଥିବା ଦେଖିବାକୁ ମିଳୁଛି ।

Silver Prices Surge Past Gold in Bhubaneswar Touch Record High Amid Global Demand
ବର୍ଷ ଶେଷରେ ସୁନାକୁ ପଛରେ ଛାଡିଲା ରୂପା, ୨,୫୦,୦୦୦ ଛୁଇଁଲା ଦାମ (ETV Bharat Odisha)

ସରକାରଙ୍କ ହସ୍ତକ୍ଷେପ ଆବଶ୍ୟକ:

ସୁନା ରୂପାର ଦର ଏପରି ବଢିଯିବା ଦ୍ବାରା ବିଭିନ୍ନ ବ୍ୟକ୍ତିଙ୍କ ବ୍ୟବସାୟ ମଧ୍ୟ ପ୍ରଭାବିତ ହେଉଛି । ଦାମ ଆକାଶଛୁଆଁ ହେବା ପରେ ଗ୍ରାହକ ଦ୍ବନ୍ଦରେ ପଡିବା ଯୋଗୁଁ କ୍ରୟରେ ବିଶେଷ ପ୍ରଭାବ ପଡୁଛି । ବିଭିନ୍ନ କ୍ଷେତ୍ରରେ ରୂପା ବ୍ୟବହାର ଯୋଗୁଁ ଏହାର ଚାହିଦା ବୃଦ୍ଧି ପାଇଛି । ହେଲେ ଯୋଗାଣ କମ୍ ରହୁଥିବାରୁ ବଜାରରେ ଏପରି ସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ଅର୍ଥନୀତି ବିଶାରଦ । ତେଣୁ ଭବିଷ୍ୟତରେ ନିବେଶ ପାଇଁ ଡିଜିଟାଲ ରୂପା ଓ ସୁନା କ୍ରୟ ଉପରେ ପରାମର୍ଶ ଦେଇଛନ୍ତି । ରୂପା ଓ ସୁନାର ବର୍ଦ୍ଧିତ ମୂଲ୍ୟକୁ ନିୟନ୍ତ୍ରଣ କରିବା ନେଇ ସ୍ଥିତି ସମାଧାନ କରିବା ପାଇଁ ସରକାରଙ୍କ ହସ୍ତକ୍ଷେପ ଆବଶ୍ୟକ ବୋଲି କହିଛନ୍ତି ଗ୍ରାହକ ଓ ବ୍ୟବସାୟୀ ।

Silver Prices Surge Past Gold in Bhubaneswar Touch Record High Amid Global Demand
ବର୍ଷ ଶେଷରେ ସୁନାକୁ ପଛରେ ଛାଡିଲା ରୂପା, ୨,୫୦,୦୦୦ ଛୁଇଁଲା ଦାମ (ETV Bharat Odisha)

'ଆହୁରି ୬ ମାସ ଯାଏଁ ଅସ୍ଥିରତା'
ଏନେଇ ଅର୍ଥନୈତିକ ଉପଦେଷ୍ଟା ତ୍ରିନାଥ ଲେଙ୍କା କହିଛନ୍ତି, "ଅନ୍ତର୍ଜାତିକ ବଜାରରେ ଅର୍ଥନୈତିକ ଅସ୍ଥିରତା ସହ ୪ଟି କାରଣ ପାଇଁ ଏହାର ମୂଲ୍ୟ ବଢୁଛି । ଅନ୍ତର୍ଜାତୀୟ ସ୍ତରରେ ଭୌଗୋଳିକ ଓ ରାଜନୈତିକ ସ୍ଥିତି, ଆମେରିକାର ଟାରିଫ ୱାର, ଡ଼ଲାର ବିପକ୍ଷରେ ରୂପିର ମୂଲ୍ୟ କମିବା ଓ ରୂପାର ବୈବହାରିକ ଚାହିଦାକୁ ନେଇ ଦ୍ରୁତ ଗତିରେ ଏହାର ଦାମ ବଢିଚାଲିଛି । ନିବେଶକଙ୍କ ନିବେଶ ରୂପାରେ ବଢିଚାଲିଥିବା ବେଳେ ଦର ଧୀରେ ଧୀରେ ଆକାଶ ଛୁଆଁ ହେବାରେ ଲାଗିଛି । ବିଶେଷ କରି ବିଭିନ୍ନ କ୍ଷେତ୍ରରେ ରୂପାର ବ୍ୟବହାର ଅର୍ଥାତ ଭେଇକିଲ ସୋଲାର ପାନେଲ, ଇଲୋକ୍ଟ୍ରୋନିକ୍ସ ଜିନିଷ ଓ ମେଡ଼ିସିନରେ ଏହାର ବ୍ୟବହାର ଅଧିକ ହେଉଛି । ମାତ୍ର ଚାହିଦା ଅନୁସାରେ ଯୋଗାଣ କମ୍ ରହୁଥିବାରୁ ଦର ବୃଦ୍ଧି ହେଉଛି । ବିଶ୍ୱ ବଜାରରେ ୩୨ ଡଲାରରୁ ଏହା ୭୭ ଡଲାରରେ ପହଞ୍ଚିଲାଣି ।" ଆହୁରି ୬ ମାସ ଯାଏଁ ସୁନା ଓ ରୂପା ଦରରେ ଏଭଳି ଅସ୍ଥିରତା ଲାଗିରହିବା ବୋଲି ତ୍ରିନାଥ ଲେଙ୍କା କହିଛନ୍ତି ।

ଦ୍ବନ୍ଦରେ ଗ୍ରାହକ, ବ୍ୟବସାୟ କମୁଛି:

Silver Prices Surge Past Gold in Bhubaneswar Touch Record High Amid Global Demand
ବର୍ଷ ଶେଷରେ ସୁନାକୁ ପଛରେ ଛାଡିଲା ରୂପା, ୨,୫୦,୦୦୦ ଛୁଇଁଲା ଦାମ (ETV Bharat Odisha)

ଏନେଇ ରିତ୍ବିକା ଗୋଲଡ ଆଣ୍ଡ ଡାଇମଣ୍ଡ ଅଳଙ୍କାରର ମ୍ୟାନେଜିଂ ଡାଇରେକ୍ଟର ବଦ୍ରିନାରାୟଣ ସୁବୁଦ୍ଧି କହିଛନ୍ତି,"ଭୁବନେଶ୍ୱରରେ ରୂପାର ଦାମ ଗ୍ରାମ ପିଛା 274 ଟଙ୍କା ରହିଥିବା ବେଳେ କେଜି ପିଛା ୨,୫୦,୦୦୦ ଟଙ୍କାରେ ପହଞ୍ଚିଛି । ଏହି କ୍ରମରେ ସୁନାର ଦାମ ବଢି ୧,୨୯,୦୦୦ ଟଙ୍କାରେ ପହଞ୍ଚିଛି । ଉଭୟ ସୁନା ଓ ରୂପା ଦାମ ବଢିଚାଲିଥିବା ବେଳେ ଗତ କିଛି ଦିନରେ ସୁନା ୭୦ ପ୍ରତିଶତ ଓ ରୂପା ୨୫୦ ପ୍ରତିଶତ ବଢିଛି । ଅର୍ଥାତ ବର୍ଦ୍ଧିତ ପ୍ରତିଶତ ଭାବେ ଦାମକୁ ବିଶ୍ଲେଷଣ କଲେ ସୁନା ଉପରେ ରୂପାର ଦର ଭାରି ପଡିଛି । ସୁନା ଓ ରୂପାର ଏହି ବର୍ଦ୍ଧିତ ଦରକୁ ନେଇ ବ୍ୟବସାୟରେ ପ୍ରଭାବ ପଡିଛି । ବିଭିନ୍ନ କ୍ଷେତ୍ରରେ ରୂପାର ବ୍ୟବହାର ବା ଉପଯୋଗ ବଢିଚାଲିଥିବା ବେଳେ ଏହାର ଦାମ ହୁ ହୁ ବଢି ଚାଲିଛି । ଏହା ଆଗାମୀ ୪ ରୁ ୬ ମାସରେ ଏହା ୩,୦୦,୦୦୦ ଲକ୍ଷ ଟଙ୍କା ପାର କରିବ । ସୁନା ଓ ରୂପାର ବର୍ଦ୍ଧିତ ଦରକୁ ନେଇ ବ୍ୟବସାୟରେ ବି ପ୍ରଭାବ ପଡୁଛି । ଉଭୟ ଦର ପ୍ରତିଦିନ ପରିବର୍ତ୍ତିତ ହେଉଥିବା ବେଳେ ଲୋକମାନେ ବି ଦ୍ବନ୍ଦରେ ପଡୁଛନ୍ତି । ତେଣୁ ଗ୍ରାହକଙ୍କ କ୍ରୟରେ ବି ହ୍ରାସ ହେଉଛି ଓ ବ୍ୟବସାୟ ଦିନକୁ ଦିନ କମୁଛି ।"

Silver Prices Surge Past Gold in Bhubaneswar Touch Record High Amid Global Demand
ବର୍ଷ ଶେଷରେ ସୁନାକୁ ପଛରେ ଛାଡିଲା ରୂପା, ୨,୫୦,୦୦୦ ଛୁଇଁଲା ଦାମ (ETV Bharat Odisha)

ପକେଟ ଖାଲି କରିଦେଉଛି ଦର:

ସୁନା ଓ ରୂପାର ବର୍ଦ୍ଧିତ ଦର ଗ୍ରାହକଙ୍କ ପକେଟକୁ ବହୁତ ବାଧୁଛି ବୋଲି କହିଛନ୍ତି ଗ୍ରାହକ । ସେ କହିଛନ୍ତି,"କାରଣ ଦିନକୁ ଦିନ ସୁନା ଓ ରୂପାର ଦରରେ କୌଣସି ରୋକ ଲାଗୁନାହିଁ । ବାହାଘର ପାଇଁ ଉପହାର ହେଉ ଅବା ଭବିଷ୍ୟତ ପାଇଁ ନିବେଶ ଭାବେ ସୁନା ଓ ରୂପା କିଣି ହେଉନାହିଁ । ଯଦିଓ ବିଧି ରକ୍ଷା ଓ ଆବଶ୍ୟକ ଉପହାର ପାଇଁ ସୁନା କିଣିବାକୁ ପଡୁଛି ମୂଲ୍ୟ ଅନୁଯାୟୀ ଏହା ଆଖି ଦୃଶିଆ ଜିନିଷ ହେଉନାହିଁ । ଏହି ବର୍ଦ୍ଧିତରେ ଦରକୁ ନେଇ ଗୋଟେ ପଟେ ଚାହୁଁଥିବା ବା ପସନ୍ଦର ଜିନିଷ ହେଉନଥିବା ବେଳେ ପକେଟ ପୁରା ଖାଲି ହେଉଯାଉଛି । ବଡ କଥା ହେଉଛି ସୁନା ଦର ବଢୁଥିବା ବେଳେ ବିଧି ପାଇଁ ବେଳେ ବେଳେ ରୂପା କିଣିଥାଉ ହେଲେ ଏବେ ତାହା ବି ଆଉ ସମ୍ଭବ ନୁହେଁ । ରୂପା ଦର ସୁନା ଉପରେ ଭାରି ପଡୁଥିବା ବେଳେ ରୂପ ଜିନିଷଟେ ବି କିଣି ହେଉନାହିଁ ।" ଅନ୍ୟ ଜଣେ ଗ୍ରାହକ କହିଛନ୍ତି, "ଏଭଳି ସ୍ଥିତି ଏକ ମଧ୍ୟବିତ୍ତ ପରିବାରର ମେରୁଦଣ୍ଡ ଭାଙ୍ଗିଦେଉଛି । ଏନେଇ ଭାରତ ସରକାର ଚିନ୍ତା କରିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ଗ୍ରାହକ । ନେଚେତ ଆଗାମୀ ଦିନରେ ସୁନା ଓ ରୂପା କିଣିବା ଅସମ୍ଭବ ହୋଇପଡିବ ।"

ଏହା ମଧ୍ୟ ପଢନ୍ତୁ:

ରାଜ୍ୟର ସୁନା ଖଣିରେ ୧୫୮୬ କିଲୋଗ୍ରାମ ସୁନା ଗଚ୍ଛିତ: ଖଣି ମନ୍ତ୍ରୀ

ଶସ୍ତା ହେଲା ସୁନା ଓ ରୁପା , କାହିଁକି କମୁଛି ଦର ଜାଣନ୍ତୁ ?

ଇଟିଭି ଭାରତ, ଭୁବନେଶ୍ବର