ରାଜଧାନୀରେ ତ୍ରିକୋଣୀୟ ପ୍ରେମରୁ ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା, ଶିଶୁଭବନ କାର୍ ଦୁର୍ଘଟଣା ସହ ଲିଙ୍କ୍
ଆଜି ଭୋର ସମୟରେ ଶିଶୁଭବନ ଛକ ନିିକଟ ମାଉସୀମା ଫ୍ଲାଇଓଭର ବ୍ରିଜରେ ହୋଇଥିବା ଛାତିଥରା କାର୍ ଦୁର୍ଘଟଣା ସହ ଏହି ହତ୍ୟାକାଣ୍ଡର ଲିଙ୍କ୍ ରହିଛି।

Published : February 9, 2026 at 8:09 PM IST
|Updated : February 9, 2026 at 8:43 PM IST
ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରୀ ବିହାର ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ । ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା ଅଭିଯୋଗ। ମୃତକ ଜଣକ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହସିନପୁର ଗ୍ରାମର ସତ୍ୟବ୍ରତ ପ୍ରଧାନ ଓରଫ ବାବୁନା (27)। ସେ ୟୁନିଟ-6ସ୍ଥିତ ଏକ ଟ୍ରାଭେଲ ଏଜେନ୍ସିରେ ଡ୍ରାଇଭର ଭାବେ କାମ କରୁଥିଲେ। ରବିବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି (ସୋମବାର) ଘଟଣା ସାମ୍ନାକୁ ଆସିଛି।
କାର୍ ଦୁର୍ଘଟଣା ସହ ହତ୍ୟାକାଣ୍ଡ ଲିଙ୍କ୍:
ସତ୍ୟବ୍ରତଙ୍କ ବଡ଼ଭାଇ ରାଜେଶ କୁମାର ପ୍ରଧାନ ଏସଂକ୍ରାନ୍ତରେ ଏତଲା ଦେଇଛନ୍ତି। ଲିଜା କାଣ୍ଡି ଏବଂ ତାଙ୍କ ପ୍ରେମିକ ଦିନବନ୍ଧୁ ନାୟକ ଓରଫ ଦିନେଶଙ୍କୁ ସେମାନେ ଏତଲାରେ ଅଭିଯୁକ୍ତ ଦର୍ଶାଇଛନ୍ତିି।ଚନ୍ଦ୍ରଶେଖରପୁର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଲିଜାଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୋଲିସ ଟିମ ସହ ସାାଇଣ୍ଟିଫିକ୍ ଟିମ୍ ହତ୍ୟାକାଣ୍ଡସ୍ଥଳକୁ ଯାାଇ ବିଭିନ୍ନ ନମୁନା ସଂଗ୍ରହ କରିଛି। ଏହି ହତ୍ୟାକାଣ୍ଡ କେଉଁ ପରିସ୍ଥିତିରେ ଘଟିଲା ଏବଂ ଏଥିରେ କେତେଜଣ ସମ୍ପୃକ୍ତ ଅଛନ୍ତି, ତାହା ଜାଣିବାକୁ ପୋଲିସ ଅଧିକ ଖୋଳତାଡ ଚଳାଇଛି।
ପ୍ରପୋଜ୍ ଡେ’ରେ ପ୍ରେମିକାଙ୍କୁ ଦେଖା କରିିବାକୁ ଯାଇ ଖାଇଲେ ଛୁରାମାଡ଼ :

ସ୍ଥାନୀୟ ଲୋକ, ଅଭିଯୋଗକାରୀ ପକ୍ଷ ଏବଂ ପୋଲିସର ତଦନ୍ତ ଆଦିି ଦିଗରୁ ମିଳିଥିବା ସୂଚନା ଅନୁଯାୟୀ, ଥାନାରେ ଅଟକ ଥିବା ଜଗତସିଂପୁର ଜିଲ୍ଲା ଏରସମା ଅଞ୍ଚଳର ଲିଜା ଚନ୍ଦ୍ରେଶେଖରପୁର ଥାନା ଅନ୍ତର୍ଗତ ଶୈଳେଶ୍ରୀ ବିହାରରରେ ଏକ ବୟୁଟିପାର୍ଲର କରିିଛନ୍ତି। ସେ ତାଙ୍କ ପ୍ରେମିକ ଦିନେଶଙ୍କ ସହ କିଛିମାସ ହେବ ନୀଳାଦ୍ରୀ ବିହାରରେ ଭଡାଘର ନେଇ ଲିିଭଇନରେ ରହୁଥିଲେ। ଘର ମାଲିିକଙ୍କୁ ଦିିନେଶ ତାଙ୍କ ପରିଚୟପତ୍ର ଦେଇଥିଲେ। ତେବେ ଦିନେଶଙ୍କୁ ନଜଣାଇ ସତ୍ୟବ୍ରତ ସହ ଲିଜା ପ୍ରେମ ସମ୍ପର୍କରେ ଥିଲେ। ସତ୍ୟବ୍ରତଙ୍କ ସହ ଲିଜା ନିିୟମିତ ସୋସିଆଲ ମିଡିଆରେ ଚାର୍ଟ ମଧ୍ୟ କରୁଥିଲେ। ତେବେ ରବିବାର ରାତିରେ ଦିନେଶଙ୍କ ଅନୁପସ୍ଥିତିରେ ଲିଜା ରବିବାର ରାତିରେ ସତ୍ୟବ୍ରତଙ୍କୁ ଭଡାଘରକୁ ଡାକିଥିଲେ। ସତ୍ୟବ୍ରତ ନିିଜେ ଚଳାଉଥିବା କାର ନେଇ ତାଙ୍କ ପାଖକୁ ଯାଇଥିଲେ। ତେବେ ବିଳମ୍ବିତ ରାତିରେ ସତ୍ୟବ୍ରତ ଓ ଲିଜା ଭଡାଘରେ ଥିବା ବେଳେ କୌଣସି ଏକ ସୂତ୍ରରୁ ଖବର ପାଇ ଦିନେଶ ପହଞ୍ଚିଥିଲେ। ଦିନେଶ ଓ ସତ୍ୟବ୍ରତଙ୍କ ମଧ୍ୟରେ ଭୀଷଣ ଝଗଡା ହୋଇଥିଲା। ଏହି ସମୟରେ ସତ୍ୟବ୍ରତଙ୍କ ଗଳାକୁ ଛୁରୀରେ କାଟି ଦିନେଶ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ପୋଲିସ ଅଧିକ ତଦନ୍ତ କରୁଛି।
ରକ୍ତାକ୍ତ ଅବସ୍ଥାରେ ଜୀବନ ବଞ୍ଚାଇବାାକୁ ଦୌଡ଼ିଥିଲେ ସତ୍ୟବ୍ରତ:
ସ୍ଥାନୀୟ ଲୋକଙ୍କ କହିିବା ଅନୁଯାୟୀ ଗୁରୁତର ହୋଇଥିବା ସତ୍ୟବ୍ରତ ଜୀବନ ବଞ୍ଚାଇକୁ ଚାହିଁଥିଲେ। ଏପରିିକି ଭଡାଘରୁ ସେ ରକ୍ତାକ୍ତ ଅବସ୍ଥାରେ କିିଛିବାଟ ଦୌଡି ଆସିଥିଲେ। ଦିନେଶ ଫେରାର ହୋଇଯାଇଥିବା ବେଳେ ଲିଜା କିନ୍ତୁ ସତ୍ୟବ୍ରତଙ୍କ ସହ ରହିଥିଲେ। ସେ ଆମ୍ବୁଲାନ୍ସ ଡକାଇ ସତ୍ୟବ୍ରତଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ତେବେ ହସ୍ପିଟାଲରେ ପହଞ୍ଚିବା ପରେ ସତ୍ୟବ୍ରତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
'ଯୋଜନା କରି ମୋ ଭାଇକୁ ହତ୍ୟା କରାଯାଇଛି'
ମୃତ ସତ୍ୟବ୍ରତଙ୍କ ବଡ଼ ଭଉଣୀ ରୋଜାଲିନ ପ୍ରଧାନ କହିଛନ୍ତି, "ଆମ ଭାଇକୁ କେହି ହତ୍ୟା କରିଥିବା ଖବର ମିଳିଥିଲା। ପ୍ରେମିକା ଲିଜା ଯୋଜନା କରି ସତ୍ୟବ୍ରତକୁ ହତ୍ୟା କରିଥିବା ଆମେ ଜାଣିବାକୁ ପାଉଛୁ। ଲିଜାଙ୍କ ପ୍ରେମିକ ଓ ଅନ୍ୟ କିଛିଜଣ ମୋ ଭାଇକୁ ହତ୍ୟା କରିଛନ୍ତି। ଲିିଜା, ତାର ପ୍ରେମିକା ଏବଂ ତା ସହ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରାଯାଉ । "
ମଦ ପିଆଇ ହତ୍ୟା କରାଯାଇଛି:
ସତ୍ୟବ୍ରତଙ୍କ ବଡ଼ଭାଇ ରାଜେଶ କହିିଛନ୍ତି ଯେ ଥାନାରେ ଅଟକ ଥିବା ସେ ଝିଅ ଏଥିରେ ସବୁକିଛି ଜାଣିଛି। ସେ ଝିଅର ପ୍ରେମିକା ମୋ ଭାଇକୁ ମାରିଛି ବୋଲି ଆମେ ଏବେ ଜାଣିବାକୁ ପାଉଛୁ। ରାତି ପ୍ରାୟ 3ଟା 40 ବେଳେ ମୋ ଭଉଣୀ ଏ ବିଷୟରେ ମତେ ଫୋନ କରି କହିଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ମୃତଦେହକୁ ବ୍ୟବଚ୍ଛେଦ ଗୃହକୁ ନେଇଯାଇଥିଲେ। ଏଥିରେ ସମ୍ପୃକ୍ତ ଝିଅ ମୋ ଭାଇକୁ ମେଡିକାଲ ନେଇକି ଯାଇଥିଲା। ମୋ ଭାଇକୁ ରାତିସାରା ମଦ ପିଆଇଛନ୍ତି। ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି। ଏହି କାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କୁ ଶାସ୍ତି ଦରକାର ।
ଜବତ ହୋଇନି ମାରଣାସ୍ତ୍ର, 3 ଟିମ୍ ଗଠନ କରି ତଦନ୍ତ କରୁଛୁ: ଏସିପି
ଏନେଇ ଜୋନ-6 ଏସିପି ସୋନାଲି ପରମାର୍ କହିଛନ୍ତି, "ଅଭିଯୋଗକାରୀଙ୍କ ପକ୍ଷରୁ ଯାହାକୁ ଅଭିଯୁକ୍ତ ଦର୍ଶାଯାଇଛି, ତାଙ୍କୁ ଆମେ ପଚରାଉଚରା କରି ତଦନ୍ତ କରୁଛୁ । ଯାହା ପାଇଁ ଏହି ହତ୍ୟାକାଣ୍ଡ ହେଲା ଉକ୍ତ ଯୁବତୀଙ୍କୁ ଆମେ ପଚରାଉଚରା କରୁଛୁ। ଏଥିପାଇଁ 3ଟି ପୋଲିସ ଟିମ୍ ଗଠନ କରଯାଇଛି। ଗୋଟିଏ ଟିମ ହତ୍ୟାକାଣ୍ଡସ୍ଥଳରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରୁଛି। ଆଉ ଗୋଟିଏ ଟିମ୍ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ସମସ୍ତ ସନ୍ଦିଗ୍ଧସ୍ଥଳରେ ଚଢ଼ାଉ କରୁଛି। ଅନ୍ୟ ଏକ ଟିମ୍ ଏଯାଏ ମିଳିଥିବା ଟେକ୍ନିକାଲ୍ ଡିଭାଇସକୁ ବିଶ୍ଳେଷଣ କରୁଛି। ଅଟକ ଥିବା ଯୁବତୀ, ମୃତକ ଏବଂ ଫେରାର ଥିବା ଅଭିଯୁକ୍ତଙ୍କ ମଧ୍ୟରେ ସମ୍ପର୍କର ସତ୍ୟତାକୁ ନେଇ ଅଧିକ ତଦନ୍ତ କରାଯାଉଛି। ଦୁର୍ଘଟଣାଗ୍ରସ୍ତ କାରକୁ ସତ୍ୟବ୍ରତ ଚଳାଉଥିଲେ। ତେବେ ଦୁର୍ଘଟଣା ଘଟାଇ କ୍ୟାପିଟାଲ ଥାନାରେ ଅଟକ ଥିବା ଚାଳକ ଏବଂ ମାଲିକଙ୍କୁ ମଧ୍ୟ ଆମେ ପଚରାଉଚରା କରୁଛୁ। ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇନାହିଁ। ବିଭିନ୍ନ ଦିିଗକୁ ନେଇ ଆମେ ତଦନ୍ତ କରୁଛୁ" ବୋଲି ଏସିପି ପରମାର୍ କହିଛନ୍ତି।
ରାଜଧାନୀରେ ଛାତିଥରା ଦୁର୍ଘଟଣା; ଓଭରବ୍ରିଜରୁ ଖସି ଘର ଉପରେ ପଡ଼ିଲା କାର୍
ଇଟିଭି ଭାରତ, ଭୁବନେଶ୍ବର

