ETV Bharat / state

ବିବାହ ଭୋଜି ଖାଇ ଶତାଧିକ ଅସୁସ୍ଥ, ଗାଁରେ ପହଞ୍ଚିଲା ମେଡିକାଲ ଟିମ୍‌

ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ହାତିନା ପଞ୍ଚାୟତରେ । ଏଣ୍ଡୁଳାପୁର ଗ୍ରାମରେ ଭୋଜି ଖାଇ 80ରୁ 100 ଲୋକ ଅସୁସ୍ଥ ହୋଇଛନ୍ତି ।

several sick after eating wedding meal in kendrapara
ବିବାହ ଭୋଜି ଖାଇ ଶତାଧିକ ଅସୁସ୍ଥ, ଗାଁରେ ପହଞ୍ଚିଲା ମେଡିକାଲ ଟିମ୍‌ (Etv Bharat)
author img

By ETV Bharat Odisha Team

Published : January 9, 2026 at 10:07 AM IST

|

Updated : January 9, 2026 at 10:49 AM IST

2 Min Read
Choose ETV Bharat

କେନ୍ଦ୍ରାପଡ଼ା: ବିବାହ ଭୋଜି ଖାଇ ଶତାଧିକ ଲୋକ ଅସୁସ୍ଥ । ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ଗାଁରେ ପହଞ୍ଚି ଚିକିତ୍ସା କଲା ଡାକ୍ତରୀ ଟିମ୍‌ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ହାତିନା ପଞ୍ଚାୟତରେ । ଏଣ୍ଡୁଳାପୁର ଗ୍ରାମରେ ଭୋଜି ଖାଇ 80ରୁ 100 ଲୋକ ଅସୁସ୍ଥ ହୋଇଥିବା କହିଛନ୍ତି ରାଜନଗର ମେଡିକାଲ ଅଫିସର ରଶ୍ମିରଞ୍ଜନ ମହାନ୍ତି ।

ବିବାହ ଭୋଜି ଖାଇ ଶତାଧିକ ଅସୁସ୍ଥ, ଗାଁରେ ପହଞ୍ଚିଲା ମେଡିକାଲ ଟିମ୍‌ (ETV BHARAT ODISHA)

ବୁଧବାର ରାତିରେ ଏଣ୍ଡୁଳାପୁର ଗ୍ରାମରେ ଏକ ବିବାହ ଭୋଜିର ଆୟୋଜନ ହୋଇଥିଲା । ଭୋଜିରେ ଏଣ୍ଡୁଳାପୁର ସହ ପ୍ରଶନପୁର, ଡେରା, ଖଣ୍ଡମରା, ପେଣ୍ଠ ଗ୍ରାମର କିଛି ଲୋକ ଭୋଜି ଖାଇବାକୁ ଯାଇଥିଲେ । ଭୋଜି ଖାଇସାରି ଘରକୁ ଫେରିବା ପରେ ଗୁରୁବାର ସକାଳେ କିଛି ଲୋକ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ କିଛି ଲୋକଙ୍କର ଝାଡ଼ାବାନ୍ତି ହୋଇଥିଲା। ଖବର ପାଇ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମିରଞ୍ଜନ ମହାନ୍ତି ତୁରନ୍ତ ୨ଟି ଟିମ ଭ୍ରାମ୍ୟମାଣ ଚିକିତ୍ସକ ଦଳ ଚିକିତ୍ସା ପାଇଁ ଗ୍ରାମକୁ ପଠାଇଥିଲେ । ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲା ଟିମ ମଧ୍ୟ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲା ।

several sick after eating wedding meal in kendrapara
ବିବାହ ଭୋଜି ଖାଇ ଶତାଧିକ ଅସୁସ୍ଥ, ଗାଁରେ ପହଞ୍ଚିଲା ମେଡିକାଲ ଟିମ୍‌ (ETV BHARAT ODISHA)

ସେଠାରେ ଝାଡା ହେଉଥିବା ରୋଗୀଙ୍କୁ ଔଷଧ ପ୍ରଦାନ କରିବା ସହିତ ଯେଉଁଠି ରୋଷେଇ ହେଉଥିଲା ସେଠାରୁ ପାଣି ପାଉଚ ଓ ନଳକୂପରୁ ପାଣି ସାମ୍ପୁଲ ଆଣିଥିଲେ ଯାଞ୍ଚ କରିବା ପାଇଁ। ରୋଷେଇ ହେଉଥିବା ସ୍ଥାନରୁ ଫୁଡ ମେଟେରିଆଲ ପାଇନଥିଲେ। ଝାଡାର ନମୁନା ମଧ୍ୟ୍ୟ ଆଣିଥିଲେ । ଏଣ୍ଡୁଳାପୁର, ପ୍ରଶନପୁର ଓ ପେଣ୍ଠ ଗାଁରେ ମେଡିକାଲ କର୍ମୀ ନିୟୋଜିତ ଅଛନ୍ତି । ନୂଆ ଆକ୍ରାନ୍ତ ବାହାରିଲେ 3 ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟକର୍ମୀ ଗାଁରେ ରହି ଚିକିତ୍ସା କରିବେ ବୋଲି ରାଜନଗର ମେଡିକାଲ ଅଫିସର ରଶ୍ମିରଞ୍ଜନ ମହାନ୍ତି କହିଛନ୍ତି ।

several sick after eating wedding meal in kendrapara
ବିବାହ ଭୋଜି ଖାଇ ଶତାଧିକ ଅସୁସ୍ଥ, ଗାଁରେ ପହଞ୍ଚିଲା ମେଡିକାଲ ଟିମ୍‌ (ETV BHARAT ODISHA)

ରଶ୍ମିରଞ୍ଜନ ମହାନ୍ତି କହିଛନ୍ତି," ମୋତେ ଫୋନ ଆସିଲେ ବିବାହ ଭୋଜି ଖାଇ କିଛି ଲୋକ ଅସୁସ୍ଥ ହୋଇପଡିଛନ୍ତି । ପରେ ଏଣ୍ଡୁଳାପୁର ଗ୍ରାମରେ 2ଟା ଟିମ୍‌ ପହଞ୍ଚି ପହଞ୍ଚିଥିଲେ । କିଛି ସମୟ ପରେ ଜିଲ୍ଲା ଟିମ୍‌ ମଧ୍ଯ ପହଞ୍ଚିଲା । ହଜାରେରୁ ଉର୍ଦ୍ଧ୍ବ ଲୋକ ଭୋଜି ଖାଇବାକୁ ଯାଇଥିଲେ । 80ରୁ 100 ଲୋକ ଅସୁସ୍ଥ ହୋଇଛନ୍ତି । ଡେରା, ଖଣ୍ଡମରା, ପ୍ରଶ୍ନପୁର, ପେଣ୍ଠ ପ୍ରଭୃତି ଗ୍ରାମରୁ ଲୋକେ ଭୋଜିଖାଇବାକୁ ଯାଇଥିଲେ । ଯାହା ଘରେ ଭୋଜି ହୋଇଥିଲା ସେଠାକୁ ଯାଇଥିଲି । ସେଠାରୁ ପାଣି ପାଉଚ ପାଇଲୁ, ଯେଉଁଠୁ ପାଣି ଯାଇ ରୋଷେଇ ହେଉଥିଲା ତା ସାମ୍ପୁଲ ଆଣଇଛି । ଫୁଡ ମେଟେରିଆଲ କିଛି ପାଇନି । ଝାଡା ନମୁନା ଆଣିଛୁ । ସେଠାରେ ଏଏନଏମ ଓ ସିଏଚଓ ଅଛନ୍ତି । ଏଣ୍ଡୁଳାପୁର, ପ୍ରଶନପୁର ଓ ପେଣ୍ଠ ଗାଁକୁ ସେମାନଙ୍କୁ ପଠାଇଦିଆଯାଇଛି । ଯଦି କେହି ନୂଆ ଅସୁସ୍ଥ ହେଲେ ଚିକିତ୍ସା କରାଯିବ । ମେଡିକାଲ କ୍ୟାମ୍ପ ସେଠାରେ ଜାରି ରହିବ । ଡୋରଟୁ ଡୋର ବୁଲି ଔଷଧ ମଧ୍ୟ ଦିଆଯିବ । "

several sick after eating wedding meal in kendrapara
ବିବାହ ଭୋଜି ଖାଇ ଶତାଧିକ ଅସୁସ୍ଥ, ଗାଁରେ ପହଞ୍ଚିଲା ମେଡିକାଲ ଟିମ୍‌ (ETV BHARAT ODISHA)

ଏଣ୍ଡୁଳାପୁର ବାସିନ୍ଦା ଅଲେଖ ରାଉତ କହିଛନ୍ତି, " ଦୈତାରୀ ରାଉତ ପୁଅର ବାହାଘର ଭୋଜି ହୋଇଥିଲା, ବୁଧବାର ଦିନ 12ଟା ସମୟରେ ଭୋଜି ଥିଲା । ହଜାରେ ପାଖାପାଖି ଲୋକେ ଭୋଜି ଖାଇବାକୁ ଆସିଲେ । ଭୋଜି ଖାଇବାର କିଛି ସମୟ ପରେ କିଛି ଲୋକ ଅସୁସ୍ଥ ହୋଇପଡିଥିଲେ । "

ବିଦେଶୀ ପକ୍ଷୀଙ୍କ ସ୍ୱର୍ଗ ହୀରାକୁଦ ଜଲଭଣ୍ଡାର; ପ୍ରତି ବର୍ଷ ବଢୁଛି ବିହଙ୍ଗ ସଂଖ୍ୟା, ପକ୍ଷୀ ସୁରକ୍ଷା, ସଚେତନତା ପାଇଁ 'ବାର୍ଡ ଭିଲେଜ'

ଇଟିଭି ଭାରତ,କେନ୍ଦ୍ରାପଡା

Last Updated : January 9, 2026 at 10:49 AM IST