ETV Bharat / state

ବାରିପଦାରେ NH-୧୮ରେ ଲୋକଙ୍କ ଉପରେ ମାଡ଼ିଗଲା ଡମ୍ପର୍‌, ୨ ମୃତ, ସାମ୍ବାଦିକଙ୍କ ସମେତ ୭ ଗୁରୁତର

ବାରିପଦାରେ ଜାତୀୟ ରାଜପଥ-୧୮ରେ ଏକ ଦ୍ରୁତଗାମୀ ଡମ୍ପର ଟ୍ରକ୍ ଲୋକଙ୍କ ଉପରେ ଚଢ଼ିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ଏବଂ 7 ଜଣ ଆହତ ହୋଇଛନ୍ତି । ରିପୋର୍ଟ: ସଞ୍ଜୟ ପରିଡ଼ା

Several Killed and Injured After speeding dumper runs over crowd on  National Highway 18 near Baripada
ବାରିପଦାରେ NH-୧୮ରେ ଲୋକଙ୍କ ଉପରେ ମାଡ଼ିଗଲା ଡମ୍ପର୍‌ (ETV Bharat)
author img

By ETV Bharat Odisha Team

Published : July 4, 2026 at 8:06 AM IST

1 Min Read
Choose ETV Bharat

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବାରିପଦା ପାଲବଣୀ ଦେଇ ଯାଇଥିବା 18 ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ଡମ୍ପର ଟ୍ରକ୍ ଲୋକଙ୍କ ଉପରେ ଚଢ଼ିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ତିନି ଜଣ ସାମ୍ବାଦିକଙ୍କ ସମେତ ପ୍ରାୟ 7 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୋଟିଏ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଏକ ଦ୍ରୁତଗାମୀ ଡମ୍ପର ଆସି ଲୋକଙ୍କ ଉପରେ ମାଡ଼ିଯାଇଛି ।

ମାଡ଼ିଗଲା ଡମ୍ପର୍‌:

ସୂଚନା ଅନୁସାରେ, ଗତକାଲି (ଶୁକ୍ରବାର) ରାତିରେ ବାରିପଦା ପାଲବଣୀ ନିକଟରେ ଏକ କାଠ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ କିଛି ଗଣମାଧ୍ୟମର ସାମ୍ବାଦିକମାନେ ସେଠାରେ ପହଞ୍ଚି ଗାଡ଼ିଟିକୁ ଉଠାଇବାକୁ ଉଦ୍ୟମ କରୁଥିଲେ । ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍‌ ଏକ ଦ୍ରୁତଗାମୀ ଡମ୍ପର ଟ୍ରକ୍ ଆସି କ୍ରେନ ସାହାଯ୍ୟରେ ଉଠାଯାଉଥିବା ଦୁର୍ଘଟଣାଗ୍ରସ୍ତ କାଠ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଏହାସହ ଡମ୍ପର ନିୟନ୍ତ୍ରଣ ହରାଇ ପାଖରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିଲା ।

Several Killed and Injured After speeding dumper runs over crowd on  National Highway 18 near Baripada
ବାରିପଦାରେ NH-୧୮ରେ ଲୋକଙ୍କ ଉପରେ ମାଡ଼ିଗଲା ଡମ୍ପର୍‌ (ETV Bharat)

2 ମୃତ ଓ 7 ଆହତ:

ଡମ୍ପର ଟ୍ରକ୍ ଲୋକଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 7 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 5 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଥିବାର ସୂଚନା ମିଳିଛି । ଆହତମାନଙ୍କ ମଧ୍ୟରେ ବାରିପଦାର ତିନି ଜଣ ଗଣମାଧ୍ୟମ ସଂସ୍ଥାର କ୍ୟାମେରାମ୍ୟାନ ଥିବା ଜଣାପଡିଛି ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥ-18ରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା, କାରଣ ଉଦ୍ଧାର କାର୍ଯ୍ୟ ଏବଂ ଯାନବାହନ ଅପସାରଣ କରାଯାଇଥିଲା । କର୍ତ୍ତୃପକ୍ଷ ରାସ୍ତା ସଫା କରିବା ପରେ ପରେ ଯାତାୟାତ ଚଳାଚଳ ସ୍ୱାଭାବିକ ହୋଇଥିଲା । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନାହିଁ ।

ଏହା ମଧ୍ଯ ପଢ଼ନ୍ତୁ...

କର୍ଣ୍ଣାଟକରେ ପଥର ଖଣିରେ ଦୁର୍ଘଟଣା, ବିଶାଳ ପଥର ଧସି 7 ଶ୍ରମିକ ମୃତ

ମୟୂରଭଞ୍ଜରେ ଜଙ୍ଗଲ ରାସ୍ତାରେ 100 ଫୁଟ ଖାଇକୁ ଖସିପଡ଼ିଲା ବାଇକ୍, 3 ଶ୍ରମିକ ମୃତ

ଇଟିଭି ଭାରତ, ମୟୂରଭଞ୍ଜ