ମହାରାଷ୍ଟ୍ରରେ ବିଷାକ୍ତ ମଦ ନେଲା 17 ଜୀବନ: ଅନେକ ସଙ୍କଟାପନ୍ନ, ଜଣେ ଗିରଫ
ମହାରାଷ୍ଟ୍ରରୁ ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ଯୋଗେଶ ୱାନଖେଡେ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ଅବକାରୀ ବିଭାଗ ।

Published : May 29, 2026 at 5:33 PM IST
ପୁଣେ(ମହାରାଷ୍ଟ୍ର): ବିଷାକ୍ତ ମଦ ପିଇ ଗୋଟିଏ ଦିନରେ 17 ଜଣଙ୍କ ମୃତ୍ୟୁ । ମହାରାଷ୍ଟ୍ର ପୁଣେର ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୁଣେର ହଡପସର, ଦୋପଡି ଓ ଫୁଗେବାଡି ଅଞ୍ଚଳରେ ଏପରି ଅଭିଯୋଗ ଆସିଛି । ବିଷାକ୍ତ ମଦ ପିଇବା କାରଣରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଆହତଙ୍କ ମଧ୍ୟରେ ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନା ଥିବା ବେଳେ ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମଦ ମୃତ୍ୟୁ ମାମଲାରେ ରାଜ୍ୟ ଅବକାରୀ ବିଭାଗ ଯୋଗେଶ ୱାନଖେଡେ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଏହି ଘଟଣାରେ ପୋଲିସ ଅଧିକ ପଚରାଉଚରା ଜାରି ରହିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଯୋଗେଶ ପିମ୍ପରି-ଖିଞ୍ଚୱାଡ ଓ ପୁଣେରେ ବିଷାକ୍ତ ସ୍ପିରିଟ୍ ସପ୍ଲାଏ କରୁଥିଲା ।

ତେବେ ସନ୍ଦେହ କରାଯାଉଛି କି, ଏହି ସ୍ପିରିଟରୁ ପ୍ରସ୍ତୁତ ମଦ ପିଇବା ପରେ ଲୋକଙ୍କ ମୃତ୍ୟୁ ହୋଇଛି । ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ଯୋଗେଶ ଆତ୍ମସମର୍ପଣ କରିଥିଲା । ଅନ୍ୟପଟେ ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ।
ଅନ୍ୟପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । ଏହି ଘଟଣାରେ ଯେଉଁ ମାନେ ଦାୟୀ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।
ତେବେ ମଦ ପିଇ ଅସୁସ୍ଥ ହୋଇ ମେଡିକାଲ ଚିକିତ୍ସିତ ହେଉଥିବା ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି । ତେବେ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ବିଷାକ୍ତ ମଦ କାରଣରୁ ଏହି ମୃତ୍ୟୁ ଘଟିଛି । ସେମାନେ ଆହୁରି କହିଛନ୍ତି, ଅବୈଧ ଭାବେ ଦେଶୀ ମଦ ବିକ୍ରି ଅବାଧରେ ଚାଲିଛି । ଯେଉଁଥି ପାଇଁ ଏପରି ଘଟଣା ଘଟିଛି । ପୋଲିସ ପ୍ରଶାସନର ଅବହେଳାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ରାଜନୀତି ସଗରଗରମ:
ବିଷାକ୍ତ ମଦ ମୃତ୍ୟୁ ମାମଲାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ଏହି ଘଟଣାରେ ନିରପେକ୍ଷ ଯାଞ୍ଚ ଦାବି କରିଛନ୍ତି ଏନସିପି ନେତା ତଥା ପୂର୍ବତନ ମେୟର ଯୋଗେଶ ବହଲ । ଅନ୍ୟପଟେ ପିମ୍ପରି-ଖିଞ୍ଚୱାଡ ହୋଇଥିବା 8ଟି ମୃତ୍ୟୁ ଅଲଗା କାରଣରୁ ହୋଇଥିବା ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି ।
ମୃତକମାନେ ହେଲେ..
- ରାହୁଲ ଶରଦ କ୍ଷୀରସାଗର(45)
- ବିଜୟ ଭୁକୁରଲାଲ ଶର୍ମା (45)
- ଅରୁଣ ଦାଦର
- ଅଶୋକ ରମେଶ ଚୌହାନ
- ରାଜେନ୍ଦ୍ର ରାଜପୁତ
- ପାଣ୍ଡୁରଙ୍ଗ ଫୁଗେ ଆନନ୍ଦ ଦେସାଇ
- ରାଜେନ୍ଦ୍ର ପ୍ରକାଶ ରାଥୋଡ
- ଆନନ୍ଦ ଦେଶାଇ
- ଆନନ୍ଦ ନିକଲଜେ
- ଅକବର ପଠାନ
- ସୁବାଷ ଡିଗିକର
- ଅକ୍ଷୟ ଅବସରମଲ
- ବାବା ଶେଖ
- ବିଜୟ ରାଥୋଡ
ଅନ୍ୟ ମୃତକଙ୍କ ପରିଚୟ ପ୍ରଦାନ କରାଯାଇନାହିଁ ।

