ETV Bharat / state

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ କଡା ସୁରକ୍ଷା, ନଜର ରଖିଛି ୩୪୪ CCTV ସହ ୭୦ ପ୍ଲାଟୁନ୍ ଫୋର୍ସ

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା କଡାକଡି । ପୁରୀ ଯାଉଥିଲେ କେଉଁଠି ଗାଡି ପାର୍କିଂ କରିବେ ? କ'ଣ ରହିଛି ବ୍ଯବସ୍ଥା ।

Puri Srimandir Security tightened
ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ କଡା ସୁରକ୍ଷା (ETV Bharat)
author img

By ETV Bharat Odisha Team

Published : December 31, 2025 at 5:24 PM IST

2 Min Read
Choose ETV Bharat

Puri Srimandir Security Tightened ପୁରୀ: ନୂଆ ଉତ୍ସାହ ଓ ଉଦ୍ଦୀପନା ନେଇ ଆରମ୍ଭ ହେବ ନୂଆବର୍ଷ ୨୦୨୬ । ଇଂରାଜୀ ନୂତନ ବର୍ଷ ସୁଖ ସମୃଦ୍ଧି ନେଇ ଆସୁ, ବିଶ୍ବରେ ଶାନ୍ତି ରହୁ ଓ ମଙ୍ଗଳମୟ ହେଉ ବୋଲି ଆଶା ରଖି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶିଷ ଲାଭ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଆଗମନ ହେଉଛି । ସାରା ଦେଶରୁ ଶ୍ରଦ୍ଧାଳୁମାନେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଆଜି ରାତିରେ ଭକ୍ତଙ୍କ ଭିଡ ବଢିବାର ସମ୍ଭାବନା ରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ କଡା ସୁରକ୍ଷା (ETV Bharat)

ବଗଲା ଧର୍ମଶାଳା ନିକଟରୁ ବ୍ୟାରିକେଡ:

ନୂଆବର୍ଷ ୨୦୨୬ ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ଵାରଫିଟା ନୀତି ହୋଇ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ । ମହାପ୍ରଭୁଙ୍କ ଦର୍ଶନ କରି ନୂତନ ବର୍ଷ ଆରମ୍ଭ କରିବା ଆଶାରେ ହଜାର ହଜାର ଶ୍ରଦ୍ଧାଳୁ ଅତି ଉତ୍କଣ୍ଠାର ସହ ଅପେକ୍ଷାରେ ଅଛନ୍ତି । ନୂଆବର୍ଷର ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ, ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନଙ୍କ ପାଇଁ ବଡଦାଣ୍ଡର ବଗଲା ଧର୍ମଶାଳା ନିକଟରୁ ବ୍ୟାରିକେଡ କରାଯାଇଛି । ଭକ୍ତମାନେ ପ୍ରଥମେ ବଡଦାଣ୍ଡରେ ତିଆରି ହୋଇଥିବା ବ୍ୟାରିକେଡ ଦେଇ ପ୍ରବେଶ କରୁଛନ୍ତି । ପରେ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ।

Puri Srimandir Security tightened
ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ କଡା ସୁରକ୍ଷା (ETV Bharat)

ସୁରକ୍ଷା କଡାକଡି:

ଭିଡ ନିୟନ୍ତ୍ରଣ ପାଇଁ ଆଜି ଓ ଆସନ୍ତାକାଲି କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ନିୟମ କରାଯାଇଛି । ସିଂହଦ୍ଵାରା ଦେଇ କେବଳ ଭକ୍ତମାନେ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀମନ୍ଦିରର ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତରେ, ବଡଦାଣ୍ଡ, ବେଳାଭୂମି, ପୁରୀ ସହରକୁ ମୋଟ ୩୪୪ଟି ସିସିଟିଭି କ୍ୟାମେରାରେ ନଜର ରଖାଯାଇଛି । ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ, ପୁରୀ ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୋଟ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଉତ୍ତରାଛକରୁ ଶ୍ରୀମନ୍ଦିର ଯାଏଁ ମୋଟ ୧୧ଟି ପୋଲିସ କଣ୍ଟ୍ରୋଲ ରୁମ୍ କରାଯାଇ ସମସ୍ତ ବ୍ୟବସ୍ଥା ଉପରେ ନଜର ରଖାଯାଇଛି ।

Puri Srimandir Security tightened
ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ କଡା ସୁରକ୍ଷା (ETV Bharat)
କେଉଁଠି ଗାଡି ପାର୍କିଂ କରିବେ:

ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେବାକୁ ଥିବାରୁ ଏଥିପାଇଁ ଆଜି (୩୧ ଡିସେମ୍ବର) ଏବଂ ନୂଆବର୍ଷ (୧ ଜାନୁଆରୀ) ଦୁଇ ଦିନ ଧରି ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ କଟକଣା ଲାଗୁ ହୋଇଛି । ଭୁବନେଶ୍ୱର ପାର୍ଶ୍ବରୁ ଆସୁଥିବା ଚାରି ଚକିଆ ଯାନ ଶ୍ରୀସେତୁର ଜେବିପିସି, ଜେଲ୍ ରୋଡ ପାର୍କିଂ ଏବଂ ଶରଧା ବାଲିରେ ପାର୍କିଂ କରିପାରିବେ । ସେହିପରି ବ୍ରହ୍ମଗିରି ପାର୍ଶ୍ବରୁ ଆସୁଥିବା ଚାରି ଚକିଆ ଯାନଗୁଡିକ ଯାତ୍ରୀକାରେ ପାର୍କିଂ କରିବେ । କୋଣାର୍କ ପାର୍ଶ୍ବରୁ ଆସୁଥିବା ଚାରି ଚକିଆ ଯାନଗୁଡିକ ତାଳବଣିଆ ପଡ଼ିଆ ଠାରେ ପାର୍କିଂ କରିପାରିବେ । ଦୁଇ ଚକିଆ ଯାନଗୁଡିକ ମାର୍କେଟ ଛକ ସ୍ଥିତ ମ୍ୟୁନିସିପାଲିଟିର ପାର୍କିଂ, ପୁରୁଣା ଜଗନ୍ନାଥ ବଲ୍ଲଭ ପାର୍କିଂ କରିବେ । ସେହିପରି ମେଡିକାଲ ଛକ ଠାରୁ ଶ୍ରୀମନ୍ଦିର, ମୋଚିସାହି ଛକରୁ ଶ୍ରୀମନ୍ଦିର, ସୋଲାଖିଆ ବରଗଛ ଠାରୁ ଶ୍ରୀମନ୍ଦିର ଏବଂ ଲୋକନାଥ ରୋଡର ଭୃଷବ ଛକ ଠାରୁ ଶ୍ରୀମନ୍ଦିର ଯାଏଁ ନୋ ଭେଇକିଲ ଜୋନ୍ କରାଯାଇଛି । ଏନେଇ ପୋଲିସ ପକ୍ଷରୁ ଟ୍ରାଫିକ ଆଡଭାଇଜାରୀ ଜାରି କରାଯାଇଛି । ଏହାକୁ ଅନୁପାଳନ କରିବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

Puri Srimandir Security tightened
ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ କଡା ସୁରକ୍ଷା (ETV Bharat)

ଏହା ମଧ୍ୟ ପଢ଼ନ୍ତୁ...

ରାତି 2ଟାରୁ ଜଗା ଦର୍ଶନ; ନୂଆବର୍ଷରେ ପୁରୀକୁ ଆସିବେ ଲକ୍ଷାଧିକ ଶ୍ରଦ୍ଧାଳୁ, ପୋଲିସ ଫୋକସରେ ଶୃଙ୍ଖଳିତ ଦର୍ଶନ ଏବଂ ସୁରକ୍ଷା

ଏଣିକି ଚଳିବନି ମନମାନି: ବିନା ପଞ୍ଜିକରଣରେ ଚାଲୁଥିବା ହୋମ ଷ୍ଟେ-ଲଜରେ ଝୁଲିବ ତାଲା !


ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ୩୯୦ ଜଣ ଲାଇଫ ଗାର୍ଡ, ଦୁଇଟି ଓଡ୍ରାଫ ଟିମ୍ ସହ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ପୁରୀ ସହରରେ ବିଭିନ୍ନ ହୋଟେଲଗୁଡିକରେ ଜିରୋ ନାଇଟ୍ ପାଇଁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଭିନ୍ନ ଷ୍ଟେଜ୍ ପ୍ରୋଗ୍ରାମ ସହିତ ଓଲିଉଡ ଏବଂ ବଲିଉଡର ସିଙ୍ଗରମାନଙ୍କ ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ସ୍ଥିର କରାଯାଇଛି ।‌ ସମସ୍ତ ଆଇନକାନୁନକୁ ମାନି ଜିରୋ ନାଇଟ ସେଲିବ୍ରେସନ କରିବାକୁ ସମସ୍ତ ହୋଟେଲିୟରଙ୍କୁ ପୁରୀ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Puri Srimandir Security tightened
ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ କଡା ସୁରକ୍ଷା (ETV Bharat)
ଇଟିଭି ଭାରତ, ପୁରୀ