ETV Bharat / state

ବୋମା ଧମକ ପରେ କୋର୍ଟରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା: ମହକିଲମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରବେଶ ଦ୍ବାର

ଉଭୟ ହାଇକୋର୍ଟ ଏବଂ ଜିଲ୍ଲା ଜଜ୍ କୋର୍ଟ ପରିସରରେ ଅଧିକ 5ଟି ମେଟାଲ ଡିଟେକ୍ଟର ଲଗାଯାଇଛି । ଓକିଲ କିମ୍ବା ମହକିଲମାନଙ୍କ ବ୍ୟାଗ୍ ନେବା ଉପରେ କଟକଣା ଲାଗୁ କରାଯାଇଛି ।

ବୋମା ଧମକ ପରେ କୋର୍ଟରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା: ମହକିଲମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରବେଶ ଦ୍ବାର
ବୋମା ଧମକ ପରେ କୋର୍ଟରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା: ମହକିଲମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରବେଶ ଦ୍ବାର (ETV BHARAT ODISHA)
author img

By ETV Bharat Odisha Team

Published : January 9, 2026 at 6:15 PM IST

1 Min Read
Choose ETV Bharat

କଟକ: କଡା ସୁରକ୍ଷା ବଳୟରେ ହାଇକୋର୍ଟ । ହାଇକୋର୍ଟରେ ଜଗିଛନ୍ତି ମାଳମାଳ ପୋଲିସ । କୋର୍ଟକୁ ବ୍ୟାଗ୍ ନେଇ ଆସୁଥିବା ନିର୍ଦିଷ୍ଟ ଓକିଲ ଓ ମହକିଲଙ୍କୁ ମେଟାଲ ଡିଟେକ୍ଟରରେ ସ୍କାନିଂ ପରେ କୋର୍ଟକୁ ଛଡାଯାଉଛି । ଗତକାଲି 2ଟା 30ରେ ଆସିଥିବା ଅଜଣା ବୋମା ଧମକ ପରେ ଆଜି କଟକରେ ଯାଞ୍ଚ ପ୍ରକ୍ରିୟା କଡାକଡି କରିଛି କମିଶନରେଟ ପୋଲିସ। କୋର୍ଟରେ ବି ଶୁଣାଣି ପ୍ରକ୍ରିୟା ସ୍ୱାଭାବିକ ଭାବେ ଛାଲିଛି । କେବଳ ହାଇକୋର୍ଟ ନୁହଁ ବରଂ କଟକ ଜିଲା ଦୌରା ଜଜ୍ କୋର୍ଟରେ ମଧ୍ୟ ଉଚ୍ଚ ସ୍ତରୀୟ ଚେକିଂ ଜାରି ରହିଛି । ତେବେ ଏହି ପ୍ରକ୍ରିୟା ଦ୍ୱାରା ନ୍ୟାୟିକ ବ୍ୟବସ୍ଥା ସୁରକ୍ଷିତ ଉପାୟରେ ଚାଲୁଛି ଯାହାକୁ ସ୍ୱାଗତ କରିଛନ୍ତି ଆଇନଜୀବୀ ।

ବୋମା ଧମକ ପରେ କୋର୍ଟରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା: ମହକିଲମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରବେଶ ଦ୍ବାର (ETV BHARAT ODISHA)

କୋର୍ଟକୁ ବୋମା ଧମକ ପରେ ସମସ୍ତ କୋର୍ଟ ପରିସରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ବିଶେଷକରି ଉଭୟ ହାଇକୋର୍ଟ ଏବଂ ଜିଲ୍ଲା ଜଜ୍ କୋର୍ଟ ପରିସରରେ ଅଧିକ 5ଟି ମେଟାଲ ଡିଟେକ୍ଟର ଲଗାଯାଇଛି । କୌଣସି ଓକିଲ କିମ୍ବା ମହକିଲମାନଙ୍କ ବ୍ୟାଗ୍ ନେବା ଉପରେ କଟକଣା ଲାଗୁ କରାଯାଇଛି । ବ୍ୟାଗ୍ ନେବାକୁ ହେଲେ ସ୍କାନର ପ୍ରବେଶ ପଥ ଦେଇ ଯିବା ପାଇଁ କୁହାଯାଉଛି । ଅର୍ଥାତ ଏହି ନିର୍ଦିଷ୍ଟ ପ୍ରବେଶ ପଥ ଦେଇ ଯିବାକୁ କୁହାଯାଇଛି । ଏହି ପ୍ରବେଶ ପଥରେ ସ୍କାନର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ସ୍କାନର ମାଧ୍ୟମରେ ବ୍ୟାଗକୁ ତନ ତନ କରି ଯାଞ୍ଚ କରାଯାଉଛି ।

ଉଭୟ ହେଇକୋର୍ଟ ଏବଂ ଜିଲ୍ଲା ଜଜ୍ କୋର୍ଟ ପରିସରରେ ଅଧିକ 5ଟି ମେଟାଲ ଡିଟେକ୍ଟର ଲଗାଯାଇଛି ।
ଉଭୟ ହେଇକୋର୍ଟ ଏବଂ ଜିଲ୍ଲା ଜଜ୍ କୋର୍ଟ ପରିସରରେ ଅଧିକ 5ଟି ମେଟାଲ ଡିଟେକ୍ଟର ଲଗାଯାଇଛି । (ETV BHARAT ODISHA)



ସେହିପରି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ପାଇଁ ସାଢେ 3 ପ୍ଲାଟୁନ ସଶସ୍ତ୍ର ବାହିନୀ ମୃତୟନ କରାଯାଇଛି । ଉଭୟ ହାଇକୋର୍ଟ ଏବଂ ଜିଲ୍ଲା ଜଜ୍ କୋର୍ଟରେ ଅଧିକ ମେଟାଲ ଡିଟେକ୍ଟରର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି DFMD (Door Frame Metal Detector) ବ୍ୟବସ୍ଥାକୁ ପ୍ରତ୍ୟକ ଦିନ ବ୍ୟବହାର କରାଯିବ । ଫଳରେ କୌଣସି ବସ୍ତୁ ନେଇ କୋର୍ଟ ଭିତରକୁ ପ୍ରବେଶ କରିଲେ ତାହା ସହଜରେ ଜଣା ପଡିବ । ସେପଟେ ଏହି ସୁରକ୍ଷା ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ହାଇକୋର୍ଟର ଆଇବନଜୀବୀମାନେ । ଏପରି ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ଆଇନଜୀବୀ ତଥା ମହକିଲମାନଙ୍କୁ ପ୍ରଥମେ ପ୍ରଥମେ ଟିକେ ଅସୁବିଧା ହୋଇପାରେ, ମାତ୍ର ସୁରକ୍ଷା ବ୍ୟବସ୍ଥା ପାଇଁ ଏହା ବେଶ ଆବଶ୍ୟକ ବୋଲି ଆଇନଜୀବୀ ମାନେ ପ୍ରତିକ୍ରିୟା ଦେଇଛନ୍ତି ।

ଓକିଲ କିମ୍ବା ମହକିଲମାନଙ୍କ ବ୍ୟାଗ୍ ନେବା ଉପରେ କଟକଣା ଲାଗୁ କରାଯାଇଛି । ବ୍ୟାଗ୍ ନେବାକୁ ହେଲେ ସ୍କାନର ପ୍ରବେଶ ପଥ ଦେଇ ଯିବା ପାଇଁ କୁହାଯାଇଛି ।
ଓକିଲ କିମ୍ବା ମହକିଲମାନଙ୍କ ବ୍ୟାଗ୍ ନେବା ଉପରେ କଟକଣା ଲାଗୁ କରାଯାଇଛି । ବ୍ୟାଗ୍ ନେବାକୁ ହେଲେ ସ୍କାନର ପ୍ରବେଶ ପଥ ଦେଇ ଯିବା ପାଇଁ କୁହାଯାଇଛି । (ETV BHARAT ODISHA)
ଏହା ମଧ୍ୟ ପଢ଼ନ୍ତୁ- ଓଡ଼ିଶାର 3 କୋର୍ଟକୁ ବୋମାରେ ଉଡାଇବାକୁ ମିଛ ଧମକ: ମେଲ୍‌ ପଛରେ କିଏ ? ଖୋଜିବ କ୍ରାଇମବ୍ରାଞ୍ଚ ସାଇବର ସେଲଏହା ମଧ୍ୟ ପଢ଼ନ୍ତୁ- ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେଲେ ବରଗଡ ପୋକ୍ସୋ କୋର୍ଟଇଟିଭି ଭାରତ, କଟକ