କୋର୍ଟକୁ ବୋମା ଧମକ ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହାଇକୋର୍ଟ ପରିସର ତନ୍ନତନ୍ନ ଯାଞ୍ଚ
ବୋମା ଧମକର ଫେକ୍ ମେଲ୍ ପରେ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ହାଇକୋର୍ଟ ପରିସରରେ ପୋଲିସ, ବମ୍ ସ୍କ୍ୱାଡ୍, ଡଗ୍ ସ୍କ୍ୱାଡ୍ ପହଁଚି କରିଥିଲା ତଲାସୀ ।


Published : February 6, 2026 at 8:47 PM IST
କଟକ: ପୁଣି ନ୍ୟାୟାଳୟକୁ ଆସିଲା ବୋମା ଧମକ । ମାସେ ପୁରିନି କଟକ ଜିଲା ଦୌରାଜଜ କୋର୍ଟ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ଆସିଛି ଫେକ୍ ମେଲ୍ । ଯେଉଁଥିରେ ରହିଛି ବୋମା ଧମକ । ଯାହାକୁ ନେଇ କିଛି ସମୟ ବାଧାପ୍ରାପ୍ତ ହୋଇଥଲା ଅଦାଲତର ନ୍ୟାୟିକ ପ୍ରକ୍ରିୟା । ନିରାଶ ହୋଇଥିଲେ ବିଚାରପତି, ଓକିଲ ଓ ମହକିଲ । ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି କୋର୍ଟ ପରିସରରେ ପୋଲିସ, ବମ୍ ସ୍କ୍ୱାଡ୍, ଡଗ୍ ସ୍କ୍ୱାଡ୍ ପହଁଚି କରିଥିଲା ତଲାସୀ । ହେଲେ ପୂର୍ବପରି ନା ଥିଲା କୌଣସି ବୋମା ।
ସମାନ ଭାବେ ଗତ ମାସ ୮ ତାରିଖରେ ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଜିଲା କୋର୍ଟକୁ ଆସିଥିଲା ଫେକ୍ ମେଲ୍ । ଯେଉଁଥିରେ ଉଲେଖ ଥିଲା ବୋମାରେ ଉଡେଇଦେବୁ ଅଦାଲତ । କିନ୍ତୁ ୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଜଣାପଡିଥିଲା ଯେ ଏହା ଫେକ୍ ମେଲ୍ ବୋଲି । ଏହି ଘଟଣା ଘଟିବା ପରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ଓ ସାଇବର ପୋଲିସକୁ ଏହି ମେଲ୍ ସମ୍ପର୍କରେ ତଦନ୍ତ ନିର୍ଦେଶ ଦେଇଥିଲେ ।


ଏହା ମଧ୍ୟ ପଢ଼ନ୍ତୁ- ଓଡ଼ିଶାର 4 କୋର୍ଟକୁ ବୋମା ଧମକ, ବିଦେଶରୁ ଆସିଛି ଧମକପୂର୍ଣ୍ଣ ଇମେଲ୍
ଏହା ମଧ୍ୟ ପଢ଼ନ୍ତୁ- ବୋମା ଧମକ ପରେ କୋର୍ଟରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା: ମହକିଲମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରବେଶ ଦ୍ବାର
ଇଟିଭି ଭାରତ, କଟକ

