ETV Bharat / state

ପତ୍ନୀଙ୍କ ସହ ନେପାଳ ବୁଲି ଯାଇଥିଲେ ଖୋରଧାର ସନ୍ଦୀପ; ଦୁଇଦିନ ହେଲା ଯୋଗାଯୋଗ ମିଳୁନି, ଅଜାଘରେ ବାପା-ମାଙ୍କ ବାଟ ଚାହିଁ ବସିିଛି ପୁଅ

ସନ୍ଦୀପଙ୍କ ଏକ ମାତ୍ର ପୁଅର କିଛି ମାସ ତଳେ ବ୍ରତ ଘର ଏହି ଖୋରଧାରେ ସମାପନ ହୋଇଥିଲା । ପୁଅ ବର୍ତ୍ତମାନ ବ୍ରହ୍ମପୁର ଅଜା ଘରେ ରହୁଛି । ରିପୋର୍ଟ-ଗୋବିନ୍ଦ ଚନ୍ଦ୍ର ପଣ୍ଡା

Missing Khoradha couple Siddharthi and Sandeep Sahu in Nepal
ନେପାଳରେ ବିଭୀଷିକାରେ ଫସି ଯାଇଥିବା ଖୋରଧାର ଦମ୍ପତି ସିଦ୍ଧାର୍ଥୀ ଓ ସନ୍ଦୀପ ସାହୁ (Etv Bharat)
author img

By ETV Bharat Odisha Team

Published : August 27, 2026 at 8:45 PM IST

1 Min Read
Choose ETV Bharat

ଖୋରଧା : ନେପାଳରେ ଘଟିଥିବା ବନ୍ୟା ବିଭୀଷିକାରେ ଫସି ଯାଇଛନ୍ତି ଖୋରଧାର ଦମ୍ପତି ସିଦ୍ଧାର୍ଥୀ ଓ ସନ୍ଦୀପ ସାହୁ । ଏ ଯାଏ ତାଙ୍କର କୌଣସି ଖୋଜ ଖବର ମିଳିନି । ଅଜା ଘରେ ବାପା-ମାଙ୍କ ବାଟକୁ ଚାହିଁ ବସିଛି କୁନି ପୁଅ । ଅଳ୍ପ ଦିନ ତଳେ ଅଷ୍ଟ୍ରେଲିଆରୁ ଖୋରଧା ଆସିଥିଲେ ପୁଅର ବ୍ରତଘର କରିବା ପାଇଁ । ପୁଅକୁ ଛାଡି ଦେଇ ତିନିଦିନ ତଳେ ନେପାଳ ବୁଲିବାକୁ ଯାଇଥିଲେ । ହେଲେ ସେମାନଙ୍କ ପାଇଁ ଯେ ଏତେ ବଡ ବିପତ୍ତି ଅପେକ୍ଷା କରିଛି କିଏ ଜାଣିଥିଲା !

ନେପାଳ ବନ୍ୟା ବିଭୀଷିକାରେ ନିଖୋଜ ଖୋରଧାରୁ ଯାଇଥିବା ଦମ୍ପତି (Etv Bharat)

ଖୋରଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜେମାଦେଇ ନିବାସୀ ପ୍ରତାପ ମହାପାତ୍ରଙ୍କ ପୁଅ ସନ୍ଦୀପ ସାହୁ ଏବଂ ତାଙ୍କ ପତ୍ନୀ ସିଦ୍ଧାର୍ଥୀ ସାହୁ । ସନ୍ଦୀପ ୨୦୧୮ମସିହାରୁ ଅଷ୍ଟ୍ରେଲିଆରେ ଚାକିରୀ କରୁଛନ୍ତି । ୩ ଦିନ ତଳେ ସେ ଏବଂ ତାଙ୍କ ପତ୍ନୀ ନେପାଳ ବୁଲିବାକୁ ଯାଇଥିଲେ । ନେପାଳର ବନ୍ୟା ଏବଂ ଭୂସ୍ଖଳନରେ ସନ୍ଦୀପ ଯାଉଥିବା ଏକ ବସଟି ଭାସି ଯାଇଥିବା ଅନୁମାନ କରାଯାଉଛି । ଆଜି ସକାଳୁ ବିଭିନ୍ନ ଗଣ ମାଧ୍ୟମରୁ ତାଙ୍କ ପରିବାର ଲୋକ ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ସନ୍ଦିପ ୨୫ତାରିଖ ଦିନ ତାଙ୍କ ସାନ ଭାଇଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ । ନେପାଳରେ ବୁଲାବୁଲି କରୁଛନ୍ତି ବୋଲି ସୂଚନା ମଧ୍ୟ ଦେଇଥିଲେ । ପରଦିନ ସନ୍ଦୀପଙ୍କ ନିଖୋଜ ଖବର ପାଇବା ପରେ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି, ଶୁଭେଚ୍ଛୁ ସମସ୍ତେ ତାଙ୍କ ଜେମାଦେଇ ସ୍ଥିତ ବାସ ଭବନକୁ ଯାଇ ସନ୍ଦୀପଙ୍କ ସାନ ଭାଇଙ୍କ ସହ କଥା ହୋଇଛନ୍ତି ।

ଖବର ପାଇବା ପରେ ପୂରା ପରିବାର ଦୁଃଖରେ ଭାଙ୍କି ପଡିଛନ୍ତି । ଭାଇକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଫେରାଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି ସନ୍ଦୀପଙ୍କ ସାନଭାଇ । ସେ କହିଛନ୍ତି, ‘ସନ୍ଦୀପଙ୍କ ଏକ ମାତ୍ର ପୁଅର କିଛି ମାସ ତଳେ ବ୍ରତ ଘର ଏହି ଖୋରଧା ଘରେ ସମାପନ ହୋଇଥିଲା । ପୁଅ ବର୍ତ୍ତମାନ ବ୍ରହ୍ମପୁର ଅଜା ଘରେ ରହୁଛି । ସନ୍ଦୀପ ଏବଂ ତାଙ୍କ ପତ୍ନୀ 22 ତାରିଖରେ ନେପାଳରେ ପହଂଚିଥିଲେ । ମୁଁ 25 ତାରିଖ ସନ୍ଧ୍ୟାରେ ତାଙ୍କ ସହ କଥା ହୋଇଥିଲି । ସେତେବେଳେ ସେମାନେ ତିବ୍ବତ ସୀମାରେ ଥିଲେ । ବସ ଯୋଗେ ସେମାନେ ଯାଉଥିଲେ । ତାପରେ ଏଭଳି ଘଟିଗଲା । ଟିଭିରୁ ଦେଖିଲା ପରେ ଆମେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛୁ । କିନ୍ତୁ ହୋଇପାରୁନି ।’

ସେମାନଙ୍କ ସମ୍ପର୍କରେ ଖବର ଜାଣିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଉଦ୍ୟମ ଚାଲିଛି ।

ଇଟିଭି ଭାରତ ଖୋରଧା


ଏହା ମଧ୍ୟ ପଢନ୍ତୁ ନେପାଳରୁ ସୁରକ୍ଷିତ ଫେରିଲେ ପୁରୀର ରାକେଶ ଓ ତାଙ୍କ ଦୁଇ ସାଥୀ; ସୁରକ୍ଷିତ ଅଛନ୍ତି ବାରିପଦାର କୁଲସୁମ ନିଗାର

ଏହା ମଧ୍ୟ ପଢନ୍ତୁ ନେପାଳରେ ପ୍ରଳୟଙ୍କାରୀ ବନ୍ୟା: ପ୍ରାୟ 300 ମୃତ, 288 ଭାରତୀୟ ନିଖୋଜ, ଖୋଲିଲା କଣ୍ଟ୍ରୋଲ ରୁମ୍‌