ETV Bharat / state

ମହାନଦୀ ପୋଲ ଉପରୁ ଡେଇଁ ଜୀବନ ହାରିଲେ ମହିଳା

ସମ୍ବଲପୁର ବୁର୍ଲାରେ ଚାଞ୍ଚଲ୍ୟ । ସର୍ବ ସମ୍ମୁଖରେ ମହାନଦୀ ପୋଲ ଉପରୁ ଡେଇଁ ଜୀବନ ହାରିଛନ୍ତି ଜଣେ ମହିଳା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଜଣକୁ ଅଟକ ରଖିଛି ପୋଲିସ ।

Sambalpur woman suicide
ପୋଲ ଉପରୁ ଡେଇଁ ଜୀବନ ହାରିଲେ ମହିଳା (Getty Images)
author img

By ETV Bharat Odisha Team

Published : February 19, 2026 at 11:15 AM IST

1 Min Read
Choose ETV Bharat

SAMBALPUR WOMAN SUICIDE ସମ୍ବଲପୁର: ମହାନଦୀ ପୋଲ ଉପରୁ ଡେଇଁ ଜୀବନ ହାରିଲେ ମହିଳା । ଗତକାଲି (ବୁଧବାର) ବୁର୍ଲା ଥାନା ଅନ୍ତର୍ଗତ ମହାନଦୀ ପୋଲ ଉପରୁ ଡେଇଁ ଜଣେ ବିବାହିତା ମହିଳା ଜୀବନ ହାରିଛନ୍ତି । ମହିଳା ଜଣକ ହେଲେ ମହତାବ ନଗର ଅଞ୍ଚଳର 28 ବର୍ଷୀୟା ଅଞ୍ଜୁ କୁମ୍ଭାର । ସେ କାହିଁକି ଏପରି ଜୀବନ ହାରିଲେ, ତା'ର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ମହାନଦୀ ବ୍ରିଜ ଉପରୁ ଡେଇଁଲେ ମହିଳା:

ବୁର୍ଲା ଥାନା ଅଧିକାରୀ ସମ୍ୟକାନ୍ତ ବଳିୟାରସିଂଙ୍କ ସୂଚନା ଅନୁସାରେ,"ଗତକାଲି (ବୁଧବାର) ଅପରାହ୍ନରେ କିଛି ଲୋକେ ପୋଲିସକୁ ଫୋନ କରି କହିଥିଲେ ଯେ, ଜଣେ ମହିଳା ମହାନଦୀ ପୋଲର ସାଇଡ୍ ୱାଲ ଉପରେ ଚଢି ଜୀବନ ହାରିବା ପାଇଁ ଉଦ୍ୟମ କରୁଛନ୍ତି । ଉକ୍ତ ମହିଳାଙ୍କୁ ରାସ୍ତାରେ ଯାଉଥିବା ଲୋକେ ଅଟକାଇବାକୁ ଚେଷ୍ଟା କରିଥିଲେ ହେଲେ ସେ କାହା କଥା ଶୁଣି ନଥିଲେ l ଏପରି କି ଜଣେ ବ୍ୟକ୍ତି ଆଦି ନନ୍ଦ ବାରମ୍ବାର ବାରମ୍ବାର ତାଙ୍କୁ ଓହ୍ଲାଇ ଆସିବା ପାଇଁ କହିଥିଲେ ମଧ୍ୟ ସେ ତାଙ୍କ କଥା ନ ଶୁଣି, ପୋଲିସ ପହଞ୍ଚିବା ପୂର୍ବରୁ ସର୍ବ ସମ୍ମୁଖରେ ବ୍ରିଜ ଉପରୁ ଡେଇଁ ପଡିଥିଲେ । ଏହାପରେ କିଛି ଲୋକେ ପୋଲିସ ସହ ବ୍ରିଜ ତଳକୁ ଯାଇ ଉକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ଭୀମସାର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l"

ଜଣେ ଅଟକ:

ପୋଲିସ ସୂଚନା ଦେଇଛି ଯେ, ଉକ୍ତ ମହିଳା ଜଣକ ପୂର୍ବରୁ ବିବାହ କରିଥିଲେ ଆଉ ତାଙ୍କର ଏକ 8 ବର୍ଷର ପୁଅ ମଧ୍ୟ ରହିଛି l ହେଲେ କିଛି ଦିନ ହେବ ସେ ଜଣେ ପୁରୁଷ ବନ୍ଧୁ ମୁକେଶ ଛତ୍ରପାଲ ସହ ରହୁଥିଲେ l ପୋଲିସ ମୁକେଶକୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ମହିଳାଙ୍କ ଜୀବନ ହରାଇବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ କଳହ ହୋଇପାରେ ବୋଲି ବୁର୍ଲା ଥାନା ଅଧିକାରୀ ସୂଚନା ଦେଇଛନ୍ତି l ଏନେଇ ପୋଲିସ ବୁର୍ଲା ଥାନାରେ ୟୁଡି କେସ ନମ୍ବର 18.02.26 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ...ବଡ଼ ଧରଣର ସାଇବର ଠକାମୀର ପର୍ଦ୍ଦାଫାଶ, ୪ ଗିରଫ, ୪୯ ଚେକବୁକ, ୧୪୭ ଏଟିଏମ ଜବତ

ଏହା ମଧ୍ୟ ପଢନ୍ତୁ... ସାର୍ଥକ ନିଖୋଜ ଘଟଣା: ପରିବାରର ଅଭିଯୋଗ, ସ୍ପଷ୍ଟୀକରଣ ରଖିଲା ଜାହାଜ କମ୍ପାନୀ

ଏହା ମଧ୍ୟ ପଢନ୍ତୁ... ୟୁନିଟ-୧ ମାର୍କେଟକୁ ବାଟ, ପାର୍କିଂ ବ୍ୟବସ୍ଥା ଦାବି; ଜିଦରେ ଅଟଳ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ଦୋକାନୀ


ଇଟିଭି ଭାରତ, ସମ୍ବଲପୁର