ETV Bharat / state

ଅବହେଳିତ ଉଷାକୋଠି ଅଭୟାରଣ୍ୟ, ପ୍ରକୃତିର ଭୂସ୍ବର୍ଗକୁ ପହଞ୍ଚିପାରନି ବିକାଶ !

ସମ୍ବଲପୁରରେ ଥିବା ଉଷାକୋଠି ଅଭୟାରଣ୍ୟ ବା ବଡରମା ଅଭୟାରଣ୍ୟ ଅବହେଳିତ । ଆଖି ଦୃଶିଆ ବିକାଶ ହେଉନଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ।

Sambalpur Ushakothi Sanctuary
Sambalpur Ushakothi Sanctuary (ETV Bharat Odisha)
author img

By ETV Bharat Odisha Team

Published : November 6, 2025 at 2:40 PM IST

3 Min Read
Choose ETV Bharat

Sambalpur Ushakothi Sanctuary ସମ୍ବଲପୁର: ଅବହେଳିତ ଉଷାକୋଠି ଅଭୟାରଣ୍ୟ । ସମ୍ଭାର ଅଛି, କିନ୍ତୁ ଆଖି ଦୃଶିଆ ବିକାଶ ନାହିଁ । ଯେପରି ନାହିଁ ନାହିଁରେ ଚାଲିଛି ଉଷାକୋଠି ଅଭୟାରଣ୍ୟ । ଡେବ୍ରିଗଡ଼ ଅଭୟାରଣ୍ୟକୁ ଯେମିତି ସୁରକ୍ଷିତ କରି ରଖାଯାଇ ଏହାର ଉନ୍ନତିକରଣ କରାଯାଇଛି ସେହିଭଳି ଏହାର ଉନ୍ନତିକରଣ ହୋଇନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି l ଫଳରେ ଯାହାର ପ୍ରଭାବ ସିଧାସଳଖ ଏଠାକାର ଲୋକଙ୍କ ଜୀବନଜୀବିକା ଉପରେ ପଡୁଛି । ଏହାର ଉନ୍ନତିକରଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Sambalpur Ushakothi Sanctuary (ETV Bharat Odisha)

ଉଷାକୋଠି ଅଭୟାରଣ୍ୟ:
ସମ୍ବଲପୁର ଜିଲ୍ଲାର ବାମରା ବନଖଣ୍ଡରେ ରହିଛି ଉଷାକୋଠି ଅଭୟାରଣ୍ୟ l ଏହା ବଡରମା ଅଭୟାରଣ୍ୟ ଭାବେ ମଧ୍ୟ ପରିଚିତ l ସମ୍ବଲପୁର ସହରରୁ ମୁମ୍ବାଇ-କୋଲକାତା ଜାତୀୟ ରାଜପଥରେ ଦେବଗଡ଼ ରାସ୍ତାରେ ଗଲେ ପ୍ରାୟ 45 କିମି ଦୂରତାରେ ଏହା ଅବସ୍ଥିତ l 1962ରେ ଏହାକୁ ପ୍ରତିଷ୍ଠା କରାଯାଇଥିବା ବେଳେ 304 ସ୍କୋୟାର କିଲୋମିଟରକୁ ଏହା ପରିବ୍ୟାପ୍ତ l ଏଥିରେ କଲରାପତରିଆ ବାଘ, ହାତୀ ସହ ବିଭିନ୍ନ ପ୍ରକାର ଜୀବଜନ୍ତୁ ଓ ସରୀସୃପ ଅଛନ୍ତି l ଏହି ଅଭୟାରଣ୍ୟରେ ଶାଳ, ଅର୍ଜୁନ, ଲିମ୍ବ, ଆକାଶିଆ ପରି ଗଛ ରହିଛି l

ଉଷାକୋଠି ଅଭୟାରଣ୍ୟ
ଉଷାକୋଠି ଅଭୟାରଣ୍ୟ (ETV Bharat Odisha)

ପର୍ଯ୍ୟଟନ ମାନଚିତ୍ରରେ ପଛରେ ରହିଛି କି ଅଭୟାରଣ୍ୟ ?

ସମ୍ବଲପୁରରେ ରହିଛି ଡେବ୍ରିଗଡ଼ ଅଭୟାରଣ୍ୟ । ଏଠାକୁ ବର୍ଷକ ବାରମାସ ପର୍ଯ୍ୟଟକଙ୍କ ଆଗମନ ହୁଏ । କିନ୍ତୁ ଜିଲ୍ଲାରେ ଥିବା ଉଷାକୋଠି ବା ବଡରମା ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ଆଗମନ କମ୍‌ ରହିଛି । ଯାହାକି ପର୍ଯ୍ୟଟକଙ୍କ ଆଗମନ ରିପୋର୍ଟରୁ ଜଣାପଡେ । ପର୍ଯ୍ୟଟନର ଅପାର ସମ୍ଭାବନା ଥାଇ ମଧ୍ୟ ଏହା ପର୍ଯ୍ୟଟନ ମାନଚିତ୍ରରେ ଯେମିତି ପଛରେ ପଡିଛି l ଯାହା ଫଳରେ ଏଠାକୁ ଆଶାନୁରୂପ ଭାବେ ପର୍ଯ୍ୟଟକ ଆସୁ ନାହାଁନ୍ତି ଓ ଏହାର ପ୍ରଭାବ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ଉପରେ ମଧ୍ୟ ପଡୁଛି l ଏହାରେ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗ ଅଧିକ ରଖାଗଲେ ପର୍ଯ୍ୟଟନ ସହ ସ୍ଥାନୀୟ ଆଦିବାସୀଙ୍କ ଜୀବନ ଜୀବିକାରେ ଉନ୍ନତି ହେବ ବୋଲି ସ୍ଥାନୀୟ ଲୋକେ କୁହନ୍ତି l

ଅଭୟାରଣ୍ୟର ଉନ୍ନତିକରଣ ଆବଶ୍ୟକତା ରହିଛି:

ବଡ଼ରମା ଜଙ୍ଗଲ ଭିତରେ ଥିବା କୁତବ ଗାଁର ଜଣେ ଆଦିବାସୀ ବ୍ୟକ୍ତି ଶ୍ରୀକର ପ୍ରଧାନ କୁହନ୍ତି, ‘ଏହି ଅଭୟାରଣ୍ୟରେ ବାରହା, ହାତୀ, ବାଘ,ଚିତା ବାଘ, ଭାଲୁ, ଝିଙ୍କ, ବଜ୍ରକାପ୍ତା,ହରିଣ, କୁଟୁରା ଆଦି ଜୀବ ଜନ୍ତୁ ଅଛନ୍ତି l ବର୍ତ୍ତମାନ ଏହି ଯିବ ଜନ୍ତୁ ସୁରକ୍ଷିତ ଭାବେ ଅଛନ୍ତି l ତେବେ ପୂର୍ବରୁ ଆମର ବାପା ଦାଦା ଅମଳରେ ଜନ୍ତୁ ଶିକାର ହେଉଥିବାର ଆମେ ଶୁଣିଛୁ l ତେଵେ ବର୍ତମାନ ଆଉ ଶିକାର ହେଉନାହିଁ l ତେବେ ବନ ବିଭାଗ ପକ୍ଷରୁ ଏହାର ଉନ୍ନତିକରଣ ଆଶାନୁରୂପ ଭାବେ ହୋଇନାହିଁ l ଏଥିପାଇଁ ଏଠାକୁ ପର୍ଯ୍ୟଟକ ମାନେ ଆସିଲେ ମଧ୍ୟ ବନ୍ୟ ଜନ୍ତୁଙ୍କୁ ଦେଖି ପାରୁ ନାହାଁନ୍ତି l କିନ୍ତୁ ଯଦି ଏଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ରାତ୍ରୀ ଆଶ୍ରୟସ୍ଥଳୀ ତିଆରି ହୁଅନ୍ତା ତାହେଲେ ପର୍ଯ୍ୟଟକ ମାନେ ଏଠାରେ ରହିଲେ ବନ୍ୟ ଜନ୍ତୁଙ୍କୁ ଦେଖି ପାରନ୍ତେ l ମୁଖ୍ୟତଃ ଏଠାକୁ ପର୍ଯ୍ୟଟକ ଆସୁଛନ୍ତି କିନ୍ତୁ ସ୍ଥାନୀୟ ପର୍ଯ୍ୟଟକ ଅଡ଼ୁଛନ୍ତି ବାହାରୁ ବହୁତ କମ ପର୍ଯ୍ୟଟକ ଆସୁଛନ୍ତି l ତେଣୁ ଏହାର ଉନ୍ନତିକରଣ ଆବଶ୍ୟକତା ରହିଛି l’

ଉଷାକୋଠି ଅଭୟାରଣ୍ୟ
ଉଷାକୋଠି ଅଭୟାରଣ୍ୟ (ETV Bharat Odisha)

ଉନ୍ନତିରେ ବାଧା ଦେଉଛି ରାସ୍ତା:

ସ୍ଥାନୀୟ ବଡ଼ରମା ଅଞ୍ଚଳର ଆଉ ଜଣେ ଆଦିବାସୀ ବ୍ୟକ୍ତି ମହାଦେବ ସିଂ କୁହନ୍ତି, ‘ଏଠାରେ ଭଲ ରାସ୍ତା ନାହିଁ କି ସୁବିଧା ନାହିଁ ସେଥିପାଇଁ ପର୍ଯ୍ୟଟକ ଆସୁ ନାହାଁନ୍ତି l ଏହା ସହ ଏହାର ପ୍ରଚାର ପ୍ରସାର ମଧ୍ୟ ହେଉନାହିଁ l ଏନେଇ ଆମେ ବିଭାଗୀୟ ଅଧିକାରୀ, ବିଧାୟକ, ସାଂସଦଙ୍କୁ ଜଣେଇଛୁ କିନ୍ତୁ କୌଣସି ଫଳପ୍ରଦ ହୋଇନାହିଁ l ଡେବ୍ରିଗଡ଼ ଅଭୟାରଣ୍ୟକୁ ରାସ୍ତା ସହ ଅନ୍ୟାନ୍ୟ ସୁବିଧା ଥିବାରୁ ପର୍ଯ୍ୟଟକ ବହୁତ ସଂଖ୍ୟାରେ ଯାଉଛନ୍ତି ତେବେ ଆମର ଏଠାରେ ସେମିତି ସୁବିଧା ନାହିଁ l ଯଦି ଏଠାକୁ ଅଧିକ ପର୍ଯ୍ୟଟକ ଆସନ୍ତେ ସ୍ଥାନୀୟ ଲୋକ ଦୋକାନ ସହ ଅନ୍ୟାନ୍ୟ ଛୋଟ ବଡ଼ ବ୍ୟବସାୟ କରି ପାରନ୍ତେ l ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ରୋଜଗାର ବୃଦ୍ଧି ହୁଅନ୍ତା l ତେବେ ଅଧିକ ପର୍ଯ୍ୟଟକ ଆସୁ ନଥିବାରୁ ଆମର ଉନ୍ନତି ହେଉନାହିଁ l’

ଉଷାକୋଠି ଅଭୟାରଣ୍ୟ
ଉଷାକୋଠି ଅଭୟାରଣ୍ୟ, ପର୍ଯ୍ୟଟକ ସୁବିଧା କେନ୍ଦ୍ର (ETV Bharat Odisha)

କଣ କହୁଛି ପର୍ଯ୍ୟଟନ ବିଭାଗ ତଥ୍ୟ ?

ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ଉଷାକୋଠିକୁ 10340 ଜଣ ଘରୋଇ ପର୍ଯ୍ୟଟକ ଆସିଥିବା ବେଳେ 6 ଜଣ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି l ଅନ୍ୟପଟେ ଡେବ୍ରିଗଡ଼କୁ ଏହି ସମୟ ମଧ୍ୟରେ 160995 ଜଣ ଘରୋଇ ପର୍ଯ୍ୟଟକ ଆସିଥିବା ବେଳେ 164 ଜଣ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି l ଏହା ହେଉଛି 2 ଅଭୟାରଣ୍ୟ ମଧ୍ୟରେ ତାରତମ୍ୟ l

ଏହା ମଧ୍ୟ ପଢନ୍ତୁ:

ନାହିଁ ନାହିଁରେ ଉଷାକୋଠି ଅଭୟାରଣ୍ୟର 4 ରାଜସ୍ବ ଗାଁ: ରାସ୍ତା ସାତସପନ, ଆସିପାରୁନି ଆମ୍ବୁଲାନ୍ସ, ନେଟୱର୍କ ଶୂନ...

ବାଘ ଗଣନାରେ ସାମିଲ ହେବେ ଓଡ଼ିଶା ସ୍କୁଲ-କଲେଜର ଛାତ୍ରଛାତ୍ରୀ

କାହିଁକି ଗୟଳଙ୍କ ନିର୍ଭୟ ଚରାଭୂଇଁ ‘ଦେବ୍ରିଗଡ଼’ ? 6 ମାସରେ ଜନ୍ମ ନେଲେଣି 129

ଉଷାକୋଠି ଅଭୟାରଣ୍ୟ
ଉଷାକୋଠି ଅଭୟାରଣ୍ୟ, ପଲିଥିନ ମୁକ୍ତ ଅଞ୍ଚଳ (ETV Bharat Odisha)

ଅଭୟାରଣ୍ୟର ଉନ୍ନତିକରଣ ପାଇଁ ହୋଇଛି ଆଲୋଚନା:

ଅନ୍ୟପଟେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି, ‘ଯେ ବଡରମା ଅଭୟାରଣ୍ୟକୁ ପରିଦର୍ଶନ କରିଥିଲୁ l ଆଗାମୀ ଦିନରେ ଏହାର ଉନ୍ନତିକରଣ କିପରି ହୋଇପାରିବ ସେନେଇ ଆଲୋଚନା ହୋଇଛି l ମୁଖ୍ୟତଃ ପର୍ଯ୍ୟଟନର ବିକାଶ ସହ ଅଭୟାରଣ୍ୟର ବିକାଶ ନେଇ ଆଲୋଚନା ହୋଇଛି l ମୁଖ୍ୟତଃ ଜୀବଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ସହ ସେମାନଙ୍କ ପାଇଁ ପାନୀୟ ଜଳର ସୁବିଧା ପାଇଁ ଯୋଜନା ହୋଇଛି l ମୁଖ୍ୟତଃ ସାମଗ୍ରିକ ବିକାଶ ପାଇଁ ଏକ ଇଣ୍ଟିଗ୍ରେଟେଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ DFOଙ୍କୁ କହିଛନ୍ତି l ଏଠାରେ ମୁଖ୍ୟତଃ ପାଣିର ଅଭାବ ଥିବାରୁ ଉଠାଜଳ ସେଚନ ଓ କ୍ଷୁଦ୍ର ଜଳ ସେଚନ ବିଭାଗ ସହ ଆମେ ଆଲୋଚନା କରିଛୁ ଜଳର ଅସୁବିଧା ଦୂର କରିବା ପାଇଁ l

ଇଟିଭି ଭାରତ, ସମ୍ବଲପୁର