ETV Bharat / state

'ସମଲେଶ୍ବରୀ ପୀଠରୁ ହୀରାକୁଦ,ବୁଢ଼ାରାଜା ପାହାଡ଼ରୁ ଭୀମମଣ୍ଡଳୀ',ପର୍ଯ୍ୟଟନ ବିଭାଗ ଫୋକସରେ ସମ୍ବଲପୁରର ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ

ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବଲବନ୍ତ ସିଂ 3 ଦିନିଆ ସମ୍ବଲପୁର ଗସ୍ତ କରି ଜିଲ୍ଲାରେ ପର୍ଯ୍ୟଟନ ସମ୍ପର୍କିତ ପ୍ରକଳ୍ପଗୁଡିକ ପରିଦର୍ଶନ ସହ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି।ରିପୋର୍ଟ: ବାଦଶାହ ଜୁସ୍ମନ ରଣା

Tourism Secretary 3-day Sambalpur visit emphasis on tourism development in district
ପର୍ଯ୍ୟଟନ ସଚିବଙ୍କ 3 ଦିନିଆ ସମ୍ବଲପୁର ଗସ୍ତ: ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ, ଜିଲ୍ଲାରେ ପର୍ଯ୍ୟଟନ ବିକାଶକୁ ଗୁରୁତ୍ବ (ETV Bharat Odisha)
author img

By ETV Bharat Odisha Team

Published : June 4, 2026 at 2:06 PM IST

3 Min Read
Choose ETV Bharat

Sambalpur Tourism Development , ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ସମଲେଶ୍ବରୀ ମନ୍ଦିର, ହୀରାକୁଦ ଜଳ ଭଣ୍ଡାର, ମହାନଦୀ ଏବଂ ଘଞ୍ଚ ଜଙ୍ଗଲ ସମେତ ଅନେକ ଦର୍ଶନୀୟ ସ୍ଥାନ ରହିଛି । ଏସବୁ ସ୍ଥାନକୁ ପ୍ରତିବର୍ଷ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମ ଓଡିଶାର ପ୍ରମୁଖ ଜିଲ୍ଲା ସମ୍ବଲପୁରରେ ପର୍ଯ୍ୟଟନ ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବଲବନ୍ତ ସିଂ 3 ଦିନିଆ ସମ୍ବଲପୁର ଗସ୍ତ କରି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସମ୍ପର୍କୀୟ ପ୍ରକଳ୍ପର ପରିଦର୍ଶନ କରିବା ସହ ସ୍ଥାନଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ସମୀକ୍ଷା କରିଛନ୍ତି l

ଗତ ଜୁନ୍ 1 ତାରିଖରୁ ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ସମ୍ବଲପୁରର ବେଜବରୁଆ ହାଉସ, ଭିଏସଏସ୍ ମ୍ୟୁଜିୟମ, ରାଜା ବଖରୀ, ସମଲେଶ୍ୱରୀ ମନ୍ଦିର, ବୁଢାରଜା ପାହାଡ଼, ସମ୍ବଲପୁରୀ ହସ୍ତତନ୍ତର ବାର୍ତ୍ତା ବହନ କରୁଥିବା କଳା ଗ୍ରାମ କରଡୋଲା ଓ ନାକଟିଦେଉଳ ବ୍ଲକର ଐତିହ୍ୟସ୍ଥଳ ଭୀମମଣ୍ଡଳୀ ପରିଦର୍ଶନ କରିଥିଲେ । ଏସବୁ ସ୍ଥାନରେ ପର୍ଯ୍ୟଟନର ବିକାଶ ନେଇ ସମୀକ୍ଷା ମଧ୍ୟ କରିଥିଲେ । ସମ୍ବଲପୁର ସହ-ପର୍ଯ୍ୟଟନ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ଦଳେଇ ଏହି ସୂଚନା ଦେଇଛନ୍ତି ।

ପର୍ଯ୍ୟଟନ ସଚିବଙ୍କ 3 ଦିନିଆ ସମ୍ବଲପୁର ଗସ୍ତ: ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ, ଜିଲ୍ଲାରେ ପର୍ଯ୍ୟଟନ ବିକାଶକୁ ଗୁରୁତ୍ବ (ETV Bharat Odisha)

ରବୀନ୍ଦ୍ର କୁମାର ଦଳେଇ କହିଛନ୍ତି, " ପର୍ଯ୍ୟଟନ ସଚିବ କଚେରୀ ଛକରେ ଥିବା ପ୍ରସିଦ୍ଧ ଅହମିୟା ଲେଖକ ଲକ୍ଷ୍ମୀନାଥ ବେଜବରୁଆଙ୍କ ବାସଗୃହ ପରିଦର୍ଶନ କରିବା ସହ ଏହାର ପୁନଃରୁଦ୍ଧାର କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ସ୍ଥାନଟି ଆଗକୁ କିଭଳି ଏକ ଲାଇବ୍ରେରୀ ହୋଇ ପାରିବ ସେନେଇ କାମ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହା ସହ ସମ୍ବଲପୁର ଭିଏସଏସ ମ୍ୟୁଜିୟମର ଏକ ଅବିକଳ ନମୁନା ବା ପ୍ରତିରୂପ ନିର୍ମାଣ କରିବାକୁ ମଧ୍ୟ ବଲବନ୍ତ ସିଂ ପ୍ରସ୍ତାବ ଦେଇଛନ୍ତି ।"

Tourism Secretary on 3-day Sambalpur visit
ପର୍ଯ୍ୟଟନ ସଚିବଙ୍କ 3 ଦିନିଆ ସମ୍ବଲପୁର ଗସ୍ତ (ETV Bharat Odisha)

ସମ୍ବଲପୁର ସହର ମଧ୍ୟରେ ଥିବା ରାନୀ ବଖରୀକୁ ବର୍ତ୍ତମାନ ଇଣ୍ଟାକ (Entach) ଦ୍ୱାରା ପୁନଃରୁଦ୍ଧାର କରାଯାଇ ନିମନ୍ତ୍ରଣ ରେସ୍ତେରାଁ କରାଯାଇଛି । କୁଞ୍ଜେଲ ପଡ଼ା ଛକରେ ଥିବା ରାଜା ବଖରାକୁ ମଧ୍ୟ ପୁନଃରୁଦ୍ଧାର କରିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି । ବର୍ତ୍ତମାନ IIT ଚେନ୍ନାଇର ଏକ ବଶେଷଜ୍ଞ ଦଳ ରାଜା ବଖରା ପରିଦର୍ଶନ କରି ସର୍ବେକ୍ଷଣ କରିଛନ୍ତି । ଉକ୍ତ ଦଳ ଏହି ଐତିହାସିକ ଧରୋହରର ସୁରକ୍ଷା ପାଇଁ ରିପୋର୍ଟ ପ୍ରସ୍ତୁତ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାୟିତ୍ୱ ଦିଆଯାଇଛି । ରିପୋର୍ଟ ମିଳିବା ପରେ ଏହାର ରକ୍ଷଣାବେକ୍ଷଣ ଓ ପୁନଃରୁଦ୍ଧାର କରାଯିବ ।


ପର୍ଯ୍ୟଟନ ସଚିବଙ୍କ ଗସ୍ତ ସମୟରେ ସମ୍ବଲପୁର ଜିଲ୍ଲାପାଳ, OTDC ଇଞ୍ଜିନିଅର, Entachର ସଦସ୍ୟ ଉପସ୍ଥିତ ଥିଲେ । ରାଜା ବଖରାର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରିତ କରିବାକୁ ପର୍ଯ୍ୟଟନ ସଚିବ ନିର୍ଦ୍ଦେଶ ଦେଇଥିବା ସହ ପର୍ଯ୍ୟଟନ ସଚିବ ରବୀନ୍ଦ୍ର କୁମାର ଦଳେଇ ସୂଚନା ଦେଇଛନ୍ତି l

Tourism Secretary on 3-day Sambalpur visit
ପର୍ଯ୍ୟଟନ ସଚିବଙ୍କ 3 ଦିନିଆ ସମ୍ବଲପୁର ଗସ୍ତ (ETV Bharat Odisha)


ଚାଲିଛି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ:
ସମଲେଶ୍ୱରୀ ମନ୍ଦିର ପରିସରରେ ଥିବା ପୋଖରୀରେ ଆଗାମୀ ଦିନରେ ଏକ ୱାଟର ଫାଉଣ୍ଟେନ ବା ରଙ୍ଗୀନ ଜଳ ଫୁଆରା ସ୍ଥାପନ ହେବାକୁ ଯାଉଛି । ଏହାର କାମ ଜାରି ରହିଛି । ଚଳିତ ଜୁନ 15 ତାରିଖ ସୁଦ୍ଧା ଏହାର କାର୍ଯ୍ୟ ସାରିବାକୁ ପର୍ଯ୍ୟଟନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମଲେଶ୍ୱରୀ ପୀଠରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆହୁରି 20ଟି ସାଉଣ୍ଡ ବକ୍ସ ଲଗାଯିବ । 2ଟି LED ଲଗାଯାଇଥିବା ବେଳେ, ଏହି LEDରେ ମା' ସମଲେଶ୍ୱରୀଙ୍କ ପ୍ରତ୍ୟେକ ଦିନର ରୀତିନୀତି ପ୍ରଦର୍ଶିତ ହେବ । ଏହାସହ ଆଗାମୀ ଦିନରେ ମହାନଦୀ ଆଳତୀ କିପରି ପ୍ରତ୍ୟେକ ଦିନ ହୋଇପାରିବ ସେନେଇ ମଧ୍ୟ ପର୍ଯ୍ୟଟନ ସଚିବ ପରାମର୍ଶ ଦେଇଛନ୍ତି l

Tourism Secretary on 3-day Sambalpur visit
ପର୍ଯ୍ୟଟନ ସଚିବଙ୍କ 3 ଦିନିଆ ସମ୍ବଲପୁର ଗସ୍ତ (ETV Bharat Odisha)


ସମ୍ବଲପୁର ସହର ମଧ୍ୟଭାଗରେ ରହିଛି ବୁଢାରଜା ସଂରକ୍ଷିତ ଜଙ୍ଗଲ । ଏହାକୁ ସହରର ଅକ୍ସିଜେନ ପ୍ଲାଣ୍ଟ କୁହାଯାଏ । ଏହାର ସୁରକ୍ଷା ପାଇଁ ମଧ୍ୟ ପର୍ଯ୍ୟଟନ ସଚିବ ସମୀକ୍ଷା କରିଛନ୍ତି । ଏହି ସ୍ଥାନରେ ଥିବା ମନ୍ଦିରକୁ କିପରି ଅଧିକ ପର୍ଯ୍ୟଟକ ତଥା ଭକ୍ତଙ୍କ ଆଗମନ ହେବ, ସେଥିପାଇଁ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ଡିଏଫଓ, OTDCର ଇଞ୍ଜିନିଅରଙ୍କ ସହ ମଧ୍ୟ ଆଲୋଚନା ହୋଇଛି ।

ହୀରାକୁଦ ନିକଟରେ ଉନ୍ନତିକରଣ ପ୍ରକଳ୍ପ:
କେନ୍ଦ୍ର ସରକାରଙ୍କ SASCI ସ୍କିମ୍‌ରେ, ହୀରାକୁଦ ନିକଟବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନ ବିକାଶ ପାଇଁ 100 କୋଟି ପାଣ୍ଠି ମଞ୍ଜୁର ହୋଇଛି । ଏଥିରେ 3ଟି ପ୍ରକଳ୍ପ ହେବାର କାର୍ଯ୍ୟକ୍ରମ ରହିଛି । ହୀରାକୁଦ ଡ୍ୟାମ୍‌ ଅଞ୍ଚଳରେ ଏକ ଏରାଇଭାଲ ପ୍ଲାଜା ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏଥିରେ ପାର୍କିଂ, ସପିଂ କମ୍ପ୍ଲେକ୍ସ, ଟଏଲେଟ୍ ବ୍ଲକ୍, ରେସ୍ଟୁରେଣ୍ଟ୍ ଓ ବ୍ୟାଟେରୀ ଗାଡିର ବ୍ୟବସ୍ଥା ରହିବ । ଦ୍ଵିତୀୟରେ ଏଠାରେ ଏକ ହୀରାକୁଦ ଡ୍ୟାମ୍ ମ୍ୟୁଜିୟମ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି । ଏହି ମ୍ୟୁଜିୟମରେ ହୀରାକୁଦ ଡ୍ୟାମ୍ ସମ୍ପର୍କିତ ଇତିହାସ, ଏହାର ନିର୍ମାଣ ସମୟରେ ବ୍ୟବହୃତ ଯନ୍ତ୍ରପାତି, ନିର୍ମାଣ କାମ କରିଥିବା ଇଞ୍ଜିନିଅରମାନଙ୍କ ବିଷୟରେ ସୂଚନା ରହିବ ।

Tourism Secretary on 3-day Sambalpur visit
ପର୍ଯ୍ୟଟନ ସଚିବ ବଲବନ୍ତ ସିଂଙ୍କ 3 ଦିନିଆ ସମ୍ବଲପୁର ଗସ୍ତ (ETV Bharat Odisha)

ତୃତୀୟରେ ବୁର୍ଲା MCL ସପିଂ କମ୍ପ୍ଲେକ୍ସ ନିକଟରେ ଏକ ୱାଟର ସିମ୍ଫୋନୀ ପ୍ରକଳ୍ପ ମଧ୍ୟ ହେବାକୁ ଯାଉଛି । ପର୍ଯ୍ୟଟନ ସଚିବ ଏହି ପ୍ରକଳ୍ପଗୁଡିକର କାର୍ଯ୍ୟ ସମୀକ୍ଷା କରିଛନ୍ତି l ହୀରାକୁଦ ଜବାହାର ପାର୍କକୁ ମଧ୍ୟ ଆହୁରି ଉନ୍ନତିକରଣ କରାଯିବାର ଯୋଜନା ପ୍ରସ୍ତୁତ କରୁଛି ପର୍ଯ୍ୟଟନ ବିଭାଗ l

ସମ୍ବଲପୁରରେ ପର୍ଯ୍ୟଟକଙ୍କ ସଂଖ୍ୟା:
ବର୍ତ୍ତମାନ ପଶ୍ଚିମ ଓଡିଶାରେ ସମ୍ବଲପୁର ଜିଲ୍ଲା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟିଛି । ପ୍ରତିବର୍ଷ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଗତ ବର୍ଷମାନଙ୍କରେ ଜିଲ୍ଲାକୁ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଦିଆଯାଇଛି ।

କେଉଁ ବର୍ଷ କେତେ ପର୍ଯ୍ୟଟକଙ୍କ ଆଗମନ ?

2023-24: 1,84,1503 ପର୍ଯ୍ୟଟକ

2024-25 : 2,26,0737 ପର୍ଯ୍ୟଟକ

ଏହା ମଧ୍ୟ ପଢନ୍ତୁ:

କାଳବୈଶାଖୀ ବର୍ଷାରେ ଭିଜିଲା ରବି ଧାନ, ଚିନ୍ତାରେ ସମ୍ବଲପୁର ଚାଷୀ

ଲାଲଗଡ଼ରୁ ରୋଲମଡେଲ୍‌ ପଞ୍ଚାୟତ: ଜାତୀୟସ୍ତରରେ ସମ୍ମାନିତ ସରଡ଼ା, ଗାଁ ବଖାଣୁଛି ବିକାଶର ଗାଥା

'ଲିଚୁ କ୍ୟାପିଟାଲ' କୁଚିଣ୍ଡା; ଅନୁକୂଳ ଜଳବାୟୁରେ ଫଳୁଛି ସୁଆଦିଆ ଲିଚୁ, ପର୍ଯ୍ୟଟନ ଶିଳ୍ପ ବୃଦ୍ଧି ପାଇଁ ଦାବି



ଇଟିଭି ଭାରତ, ସମ୍ବଲପୁର