ETV Bharat / state

ଜିଏମ ବିଶ୍ୱବିଦ୍ୟାଳୟ ୱେବସାଇଟରେ ପାକିସ୍ତାନ ପତାକା, ହ୍ୟାକିଂ ପଛରେ ପାକ୍ ହ୍ୟାକରଙ୍କ ହାତ ଥିବା ସନ୍ଦେହ

ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ୱେବସାଇଟ ହ୍ୟାକ ହୋଇଥିବା ଜଣାପଡ଼ିଛି । ଏଥିରେ ପାକିସ୍ତାନୀ ପତାକା ସହିତ 'ପାକିସ୍ତାନ ଜିନ୍ଦାବାଦ' ଲେଖାଥିବା ଦେଖିବାକୁ ମିଳିଥିଲା ।

Gangadhar Meher University website hacked
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ (ETV Bharat Odisha)
author img

By ETV Bharat Odisha Team

Published : January 8, 2026 at 10:25 AM IST

1 Min Read
Choose ETV Bharat

Sambalpur GM University Website Hacked ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ ହୋଇଛି । ୱେବସାଇଟ ଖୋଲିଲେ ପାକିସ୍ତାନୀ ପତାକା ସହିତ 'ପାକିସ୍ତାନ ଜିନ୍ଦାବାଦ' ଲେଖାଥିବାର ଦେଖିବାକୁ ମିଳିଛି । ଗତକାଲି (ବୁଧବାର) ରାତି 8ଟା ସମୟରେ ୱେବସାଇଟ ହ୍ୟାକ ହୋଇଥିବା ଜଣା ପଡ଼ିଥିଲା । ଏହି ଖବର ମିଳିବା ପରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ବିଶ୍ବବିଦ୍ୟାଳୟର ୱେବସାଇଟକୁ ବନ୍ଦ କରି ଏପରି ହ୍ୟାକ କିଏ ଓ କିପରି କରିଛି ତାହାର ତନାଘନା ଆରମ୍ଭ କରିଛି ପୋଲିସ ।

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ୱେବସାଇଟ ହ୍ୟାକ (ETV Bharat Odisha)

ପାକିସ୍ତାନୀ ହ୍ୟାକରଙ୍କ ହାତ ଥିବା ସନ୍ଦେହ:

ୱେବସାଇଟ ଖୋଲିବା ସମୟରେ ପାକିସ୍ତାନୀ ପତାକା ସହିତ ପାକିସ୍ଥାନ ଜିନ୍ଦାବାଦ ଲେଖାଥିବା ଦେଖିବାକୁ ମିଳିଥିଲା । ଏହା ସହ ପାକିସ୍ଥାନର ଗୁପ୍ତଚର ସଂସ୍ଥା ISI ଓ ପାକିସ୍ତାନ ଏୟାରଫୋର୍ସ ଜିନ୍ଦାବାଦ ଲେଖା ହୋଇଥିଲା । ଏହା ସହିତ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସ୍ଲୋଗାନ ଦେଖିବାକୁ ମିଳିଥିଲା ।

Gangadhar Meher University website hacked
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ୱେବସାଇଟ ହ୍ୟାକ (ETV Bharat Odisha)

ଆରମ୍ଭ ହେଲା ତନାଘନା:

ଜିଏମୟୁ ଡେପୁଟି ରେଜିଷ୍ଟ୍ରାର ଉମାଚରଣ ପତି କହିଛନ୍ତି "ଆମକୁ ବୁଧବାର ସନ୍ଧ୍ୟାରେ ୱେବସାଇଟ ହ୍ୟାକ ହୋଇଥିବା ଖବର ଜଣାପଡ଼ିଥିଲା । ଏନେଇ ଆମ ପାଖକୁ କୌଣସି ସୂଚନା କିମ୍ବା ଫୋନ କଲ ଆସିନାହିଁ l ଘଟଣା ଜଣାପଡ଼ିବା ପରେ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରି ୱେବସାଇଟ ପରିଚାଳନା ସଂସ୍ଥାକୁ ତୁରନ୍ତ ତୁରନ୍ତ ଅବଗତ କରିଥିଲୁ । ସେମାନେ ୱେବସାଇଟକୁ ବନ୍ଦ କରି ସମସ୍ତ ଫାଇଲ ଯାଞ୍ଚ କରିବା ସହିତ କେଉଁ ସୂତ୍ରରୁ ହ୍ୟାକ ହୋଇଛି, ସେନେଇ ତଦନ୍ତ ଆରମ୍ଭ କରିଛନ୍ତି । ସବିଶେଷ ତଥ୍ୟ ଜଣା ପଡ଼ିବା ପରେ ଆମେ ବିହିତ ପଦକ୍ଷେପ ନେବୁ । ଆମ ୱେବସାଇଟରେ ଛାତ୍ରଛାତ୍ରୀଙ୍କ ସମ୍ପର୍କିତ କୌଣସି ଗୁରୁତ୍ବପୂର୍ଣ୍ଣ ତଥ୍ୟ ନଥିଲା । ଆମେ ଛାତ୍ରଛାତ୍ରୀଙ୍କ ସହିତ MAIL ଓ WHATSAPP ଗ୍ରୁପ ଜରିଆରେ ଯୋଗାଯୋଗ କରୁଛୁ । ତେଣୁ ଏଥିରେ କୌଣସି ପିଲା କ୍ଷତିଗ୍ରସ୍ତ ହେବେ ନାହିଁ।"

Pakistan flag seen after Gangadhar Meher University website hacked
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ୱେବସାଇଟ ହ୍ୟାକ ହେବା ପରେ ପାକିସ୍ତାନର ପତାକା (ETV Bharat Odisha)

ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ୱେବସାଇଟ ହ୍ୟାକ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ । ସେ କହିଛନ୍ତି ଯେ "ବିଶ୍ବବିଦ୍ୟାଳୟ ପକ୍ଷରୁ ରେଜିଷ୍ଟ୍ରାର ନିଜେ ସମ୍ବଲପୁର ସାଇବର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । "

ଏହା ମଧ୍ୟ ପଢନ୍ତୁ: ରାଜ୍ୟର ପ୍ରଥମ ବିଶ୍ଵବିଦ୍ୟାଳୟ ଭାବେ BARC ସହ ଜିଏମ ବିଶ୍ଵବିଦ୍ୟାଳୟ MoU ସ୍ଵାକ୍ଷରିତ, ପ୍ରତିଷ୍ଠା ହେବ ଆକୃତି କେନ୍ଦ୍ର



ଇଟିଭି ଭାରତ, ସମ୍ବଲପୁର