ETV Bharat / state

ଶାମ୍ଵ ଦଶମୀରେ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା କଲେ ଶ୍ରଦ୍ଧାଳୁ, କୋଣାର୍କରେ ପର୍ଯ୍ୟଟକଙ୍କ ଭିଡ

ଶାମ୍ବ ଦଶମୀ ଅବସରରେ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ମନ୍ଦିରକୁ ପ୍ରବଶ ଶୁଳ୍କ ଛାଡ କରାଯାଇଛି । ଅବଦୂତ ମଠରୁ ରଥ ଉପରେ ବରା, କାକରା ଓ ପୋଡ଼ ପିଠା ଲାଗି କରାଯାଇଛି ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : December 30, 2025 at 1:25 PM IST

2 Min Read
Choose ETV Bharat

ନିମାପଡା: ଆଜି ହେଉଛି ପବିତ୍ର ଶାମ୍ଵ ଦଶମୀ । ଏଥିପାଇଁ ଚଳଚଞ୍ଚଳ କୋଣାର୍କ ଓ ଚନ୍ଦ୍ରଭାଗା । ପିଲାମାନଙ୍କର ମଙ୍ଗଳକାମନାକରି ହଜାର ହଜାର ଶ୍ରଦ୍ଧାଳୁ ପ୍ରାତଃ ସମୟରେ ଚନ୍ଦ୍ରଭାଗାରେ ପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ପୂଜା କରି ଦୀପଦାନ କରିଛନ୍ତି । ଏହା ପରେ ଅନନ୍ତ ଅବଦୂତ ମଠରୁ ସୂର୍ଯ୍ୟରଥ ବାହାରି ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯାଇଥିଲା । ଶାମ୍ବଦଶମୀ ଅବସରରେ କୋଣାର୍କ ମନ୍ଦିରକୁ ଆଜି ପ୍ରବଶ ଶୁଳ୍କ ଛାଡ କରାଯାଇଛି ।

ଶାମ୍ଵ ଦଶମୀରେ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା କଲେ ଶ୍ରଦ୍ଧାଳୁ (ETV BHARAT ODISHA)

ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା କଲେ ହଜାର ହଜାର ଶ୍ରଦ୍ଧାଳୁ:

ଆଜିର ଦିନରେ ସୂର୍ଯ୍ୟଙ୍କୁ ଆରାଧନା କଲେ ନାନାଦି ରୋଗରୁ ଉପଶମ ମିଳିଥାଏ ବୋଲି ବିଶ୍ଵାସ ରହି ଆସିଛି । ଏହି ବିଶ୍ଵାସ ନେଇ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ ଜମିଛି ଚନ୍ଦ୍ରଭାଗାରେ । ପୌରାଣିକ କଥାନୁସାରେ ଶ୍ରୀକୃଷ୍ଣଙ୍କର ପୁଅ ଶାମ୍ଵ ଆଜିର ଦିନରେ ସୂର୍ଯ୍ୟଙ୍କୁ ଉପାସନା କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ଏହି ବିଶ୍ଵାସରେ ଶ୍ରଦ୍ଧାଳୁ ମାନେ ନିଜ ପିଲା ମାନଙ୍କୁ ବିଭିନ୍ନ ରୋଗରୁ ମୁକ୍ତି ଦେବା ପାଇଁ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା କରିଥାନ୍ତି । ଆଜି ଘରେ ଘରେ ସୂର୍ଯ୍ୟଙ୍କୁ ଉପାସନା କରି ଶାମ୍ବ ଦଶମୀ ପୂଜା କରାଯାଉ ଥିବା ବେଳେ ବାଇଗଣ ପତ୍ରରେ ଖିରି ପରସ ଯିବାର ପରମ୍ପରା ରହିଆସିଛି ।

Samba Dashami Devotees perform Surya puja at Chandrabhaga
ଶାମ୍ଵ ଦଶମୀରେ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା କଲେ ଶ୍ରଦ୍ଧାଳୁ (ETV BHARAT ODISHA)

ଗଡିଲା ସୂର୍ଯ୍ୟରଥ:

ଶ୍ରଦ୍ଧାଳୁ ମାନେ ଶ୍ରୀ ଅନନ୍ତ ଅବଧୂତ ମଠ ଦ୍ଵାରା ସୂର୍ଯ୍ୟପୂଜା ମହା ଆଡମ୍ଵରରେ କରାଯାଇଛି । ଆଜି ମଠରୁ ବିରଞ୍ଚି ନାରାୟଣ ମୈତୈୟାଦିଶ ଉତ୍ସବ ମୂର୍ତ୍ତିକୁ ରଥରେ ନିଆଯାଇ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା କରାଯାଇଥିଲା । ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବା ପରେ ଏଠାରେ ସେହି ଦିନ ଠାରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଛି ବୋଲି ଅନନ୍ତ ଅବଧୂତ ମଠ ମହନ୍ତ କହିଛନ୍ତି । ଏଠାରେ ଆଜିର ଦିନରେ ସ୍ନାନ କରି ସୂର୍ଯ୍ୟଙ୍କୁ ପୂଜା କଲେ ମହାପୁଣ୍ୟ ମିଳିଥାଏ ବୋଲି ସେ କହିଛନ୍ତି । ପରମ୍ପରା ଅନୁଯାୟୀ ଅବଦୂତ ମଠରୁ ରଥ ଉପରେ ବରା, କାକରା ଓ ପୋଡ଼ ପିଠା ଲାଗି କରାଯିବା ପରେ ମୈତ୍ରୀ ରଥ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯିବା ପରେ ସେଠାରେ ୨୭ ଦିନ ପର୍ଯ୍ୟନ୍ତ ରହିବ, ପୁନର୍ବାର ମାଘ ମେଳାକୁ ପ୍ରତ୍ୟାବର୍ତ୍ତନ କରିଥାଏ । ଏହାକୁ ସୂର୍ଯ୍ୟ ରଥ ବୋଲି କୁହାଯାଏ ।

ଶାମ୍ଵ ଦଶମୀ ଭୋଗ
ଶାମ୍ଵ ଦଶମୀ ଭୋଗ (ETV BHARAT ODISHA)


ସୌରବ୍ରହ୍ମ ପରିଷଦର ସଦସ୍ୟ ଅନନ୍ତ ଚରଣ ନାୟକ କହିଛନ୍ତି," ଶାମ୍ବ ଏହି ଦିନ ଏହିଠାରେ ସୂର୍ଯ୍ୟମନ୍ଦିର ପ୍ରତିଷ୍ଠା କରିଥିଲେ । ସେ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ମନ୍ଦିର କରିଥିଲେ, ପରେ ଆରୋଗ୍ୟ ହେବା ଫଳରେ ପ୍ରତିଟି ମାଆ ପିଲାଙ୍କ ଆରୋଗ୍ୟ କାମନା କରି ଶାମ୍ବଦଶମୀରେ ସୂର୍ଯ୍ୟପୂଜା କରନ୍ତି । ସୂର୍ଯ୍ୟକିରଣରେ ସମସ୍ତ ଔଷଧ ରହିଛି, ତାଙ୍କୁ ଉପାସନା କଲେ ଆରୋଗ୍ୟ ଲାଭ ହୋଇଥିବା ବିଶ୍ବାସ ରହିଛି । "

ଗଡିଲା ସୂର୍ଯ୍ୟରଥ
ଗଡିଲା ସୂର୍ଯ୍ୟରଥ (ETV BHARAT ODISHA)

ଶ୍ରଦ୍ଧାଳୁ ବିମଳା ବିଭା କହିଛନ୍ତି, "ଭଗବାନ କୃଷ୍ଣଙ୍କ ପୁଅ ଶାମ୍ବଙ୍କୁ କୁଷ୍ଠ ରୋଗ ହୋଇଥିଲା । ଶାମ୍ବ ଦଶମୀରେ ସେ ଚନ୍ଦ୍ରଭାଗା ଆସି ସ୍ନାନ କରି ରୋଗମୁକ୍ତ ହୋଇଥିଲେ । ସେହିଦିନକୁ ମନେପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ପରିବାରକୁ ରୋଗମୁକ୍ତ କରିବାକୁ କାମନା କରିଛୁ । "

ଏହା ମଧ୍ୟ ପଢନ୍ତୁ-ଚିଲିକା ପରେ ବିଦେଶୀ ପକ୍ଷୀଙ୍କ ନୂଆ ଠିକଣା ଋଷିକୁଲ୍ୟା, ଭିତରକନିକା

ଏହା ମଧ୍ୟ ପଢନ୍ତୁ-ପୋଲିସ SI ପରୀକ୍ଷା କେଳେଙ୍କାରୀ ଘଟଣା; ୧୬ ଜଣଙ୍କ ନାଁରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା CBI

ଇଟିଭି ଭାରତ, ନିମାପଡା