ETV Bharat / state

ଶୈଳବାଳାକୁ କାହିଁକି ମିଳିଲାନି ବିଶ୍ଵବିଦ୍ୟାଳୟ ମାନ୍ୟତା ? ଉତ୍ତର ରଖିଲେ ଶିକ୍ଷାମନ୍ତ୍ରୀ, ପ୍ରତିବାଦ କଲେ ଛାତ୍ରୀ

ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟ ଶୈଳବାଳା ମହାବିଦ୍ୟାଳୟକୁ ମିଳିନାହିଁ ବିଶ୍ବବିଦ୍ୟାଳୟ ମାନ୍ୟତା । ଏନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଉତ୍ତର ଦେଇଛନ୍ତି ଶିକ୍ଷାମନ୍ତ୍ରୀ ।

Sailabala womens college cuttack university status row Minister Suryavanshi Suraj Clarifies reasons Students protest
ଶୈଳବାଳାକୁ କାହିଁକି ମିଳିଲାନି ବିଶ୍ଵବିଦ୍ୟାଳୟ ମାନ୍ୟତା, ଉତ୍ତର ରଖିଲେ ଶିକ୍ଷାମନ୍ତ୍ରୀ, ପ୍ରତିବାଦ କରିଲେ ଛାତ୍ରୀ (File Pic)
author img

By ETV Bharat Odisha Team

Published : February 22, 2026 at 8:02 PM IST

1 Min Read
Choose ETV Bharat

କଟକ: ଓଡ଼ିଶା ବିଧାନସଭା ଅଧିବେଶନରେ ରାଜ୍ୟରେ 4ଟି ଜିଲ୍ଲାରେ ବିଶ୍ବବିଦ୍ଯାଳୟ ସ୍ଥାପନା ପାଇଁ ପ୍ରସ୍ତାବ ରଖିଛନ୍ତି ସରକାର । ହେଲେ ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟ ଶୈଳବାଳା ମହାବିଦ୍ୟାଳୟକୁ ମିଳିନାହିଁ ବିଶ୍ବବିଦ୍ୟାଳୟ ମାନ୍ୟତା । ଏନେଇ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଦୀର୍ଘ ଦିନରୁ ଏହି ଦାବି ହୋଇଆସୁଥିଲେ ମଧ୍ୟ ସରକାର ଏହାକୁ ଗ୍ରହଣ ନ କରିବା ପରେ ମହାବିଦ୍ୟାଳୟ ପରିସରରେ ଉତ୍ତେଜନାମୂଳକ ପରିବେଶ ସୃଷ୍ଟି ହୋଇଛି । ବିଶ୍ୱବିଦ୍ୟାଳୟ ମାନ୍ୟତା ନ ମିଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

4ଟି ଜିଲ୍ଲାରେ ହେବ ବିଶ୍ଵବିଦ୍ୟାଳୟ:
କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି,"ରାଜ୍ୟ ସରକାର ଏହି ପ୍ରସ୍ତାବକୁ ଆଗ୍ରହ୍ୟ କରି ନାହାନ୍ତି । ବିଶ୍ଵବିଦ୍ୟାଳୟ ମାନ୍ୟତା ପାଇଁ ଭିତ୍ତିଭୂମିକୁ ସଦୃଢ଼ କରିବାର ଆବଶ୍ୟକତା ରହିଛି । ନୂଆ NEP ଅନୁଯାୟୀ ସମସ୍ତ ଜିଲ୍ଲାରେ ବିଶ୍ଵବିଦ୍ୟାଳୟ କରାଯିବ ।"

ଶୈଳବାଳାକୁ କାହିଁକି ମିଳିଲାନି ବିଶ୍ଵବିଦ୍ୟାଳୟ ମାନ୍ୟତା, ଉତ୍ତର ରଖିଲେ ଶିକ୍ଷାମନ୍ତ୍ରୀ, ପ୍ରତିବାଦ କରିଲେ ଛାତ୍ରୀ (ETV Bharat Odisha)

ମନ୍ତ୍ରୀ ପୁଣି କହିଛନ୍ତି ଯେ, ଯେଉଁ ଜିଲ୍ଲାରେ ବିଶ୍ଵବିଦ୍ୟାଳୟ ନାହିଁ ସେଠାରେ ବିଶ୍ଵବିଦ୍ୟାଳୟ କରିବା ପାଇଁ ସରକାର ପ୍ରଥମେ ପଦକ୍ଷେପ ନେଉଛନ୍ତି । ଯେଉଁ 4ଟି ଜିଲ୍ଲାରେ ସରକାର ବିଶ୍ଵବିଦ୍ୟାଳୟ ଘୋଷଣା କରିଛନ୍ତି, ସେଥିରୁ ପ୍ରାୟ 3ଟି ଜିଲ୍ଲାରେ ସରକାରୀ ମହାବିଦ୍ୟାଳୟ ନାହିଁ । ସେହି ଜିଲ୍ଲା ଗୁଡିକ ହେଲେ କେନ୍ଦ୍ରାପଡା, ଜଗତସିଂହପୁର, ଝାରସୁଗୁଡା । ଏହାକୁ ନଜରରେ ରଖି ସରକାର ବିଶ୍ଵବିଦ୍ୟାଳୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ମହାବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ କରିବା ଆବଶ୍ୟକ:
ଗୋଟିଏ ବିଶ୍ଵବିଦ୍ୟାଳୟକୁ ଅପଗ୍ରେଡେସନ କରି ପକାଇଦେବା ଉଚିତ ନୁହେଁ । ବରଂ ତାହାର ଭିତ୍ତିଭୂମିକୁ ସୁଦୃଢ କରି ସେଠାରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରି ସେଠାରେ ଶୈକ୍ଷିକ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଶୈଳବାଳା ମହାବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ କରିବା ସହ କିପରି ଶୈକ୍ଷିକ ବାତାବରଣ କରାଯିବ ସେଥିପାଇଁ ସରକାର ଚିନ୍ତାଶୀଳ ବୋଲି ମନ୍ତ୍ରୀ କହିଛନ୍ତି ।

ଛାତ୍ରୀଙ୍କ ଆନ୍ଦୋଳନ:
ଏହା ସହିତ ବିଜେଡି ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମନ୍ତ୍ରୀ । ପୂର୍ବ ସରକାର ଅନେକ କଲେଜ ଗୁଡିକୁ କେବଳ ଅପଗ୍ରେଡ଼ କରି ଥିଲେ । ମାତ୍ର ନୂଆ ସରକାର ଆସିବା ପରେ ଶିକ୍ଷକ ନିଯୁକ୍ତି କରୁଛନ୍ତି କହି ପୂର୍ବ ସରକାରଙ୍କୁ ସମାଲୋଚନା କରିଛନ୍ତି ମନ୍ତ୍ରୀ । ଅନ୍ୟପଟେ ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗରେ ଛାତ୍ରୀମାନେ ଗତକାଲି ସକାଳ 8ଟାରୁ ରାତି 11ଟା ପର୍ଯ୍ୟନ୍ତ ଆନ୍ଦୋଳନରେ ବସିଥିଲେ । ଆସନ୍ତାକାଲି ଏନେଇ କଲେଜ ପରିସରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।

ଏହା ମଧ୍ୟ ପଢନ୍ତୁ:

ଥଟ୍ଟାରୁ ଗୁଳିକାଣ୍ଡ, ରିଙ୍କୁ ହତ୍ୟାକାଣ୍ଡର ଖୋଲିଲା ଗୁମର

କଟକ ବାଣ ବିସ୍ଫୋରଣ ଘଟଣାରେ 3 ମୃତ; ମୃତକଙ୍କ ମଧ୍ୟରେ 1 ଶିଶୁ ଓ 2 ମହିଳା

Watch: ଶାନ୍ତି ଶୃଙ୍ଖଳାରେ ମାତୃଭାଷା ପରୀକ୍ଷା ଶେଷ, ସହଜ ପ୍ରଶ୍ନ ଦେଖି ଖୁସି ପରୀକ୍ଷାର୍ଥୀ

ଇଟିଭି ଭାରତ, କଟକ