ETV Bharat / state

ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ବଜେଟରେ 10 ହଜାର 145 କୋଟି ଟଙ୍କା

ସୁଭଦ୍ରା' ଯୋଜନାରେ 1 କୋଟିରୁ ଅଧିକ ମହିଳାଙ୍କୁ ଉପକୃତ କରିବା ପାଇଁ 10 ହଜାର 145 ଶହ କୋଟି ଟଙ୍କା ଆବଣ୍ଟନ କରିବାକୁ ବଜେଟରେ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର ।

ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ବଜେଟରେ 10 ହଜାର 145 କୋଟି ଟଙ୍କା
ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ବଜେଟରେ 10 ହଜାର 145 କୋଟି ଟଙ୍କା (ETV BHARAT ODISHA)
author img

By ETV Bharat Odisha Team

Published : February 20, 2026 at 5:22 PM IST

1 Min Read
Choose ETV Bharat

ଭୁବନେଶ୍ବର: 'ସୁଭଦ୍ରା' ଯୋଜନାରେ 1 କୋଟିରୁ ଅଧିକ ମହିଳାଙ୍କୁ ଉପକୃତ କରିବା ପାଇଁ 10 ହଜାର 145 ଶହ କୋଟି ଟଙ୍କା ଆବଣ୍ଟନ କରିବାକୁ ବଜେଟରେ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର । ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରୁଥିବା ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ 'ସୁଭଦ୍ରା' ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଦୁଇଟି କିସ୍ତିରେ ବାର୍ଷିକ 10 ହଜାର ଟଙ୍କାର ପ୍ରତ୍ୟକ୍ଷ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି ।

ମହିଳା ସଶକ୍ତିକରଣ ଏବଂ କଲ୍ୟାଣକୁ ଅଧିକ ଋଦ୍ଧିମନ୍ତ କରିବା ପାଇଁ ନୂତନ ଯୋଜନା "ସୁଭଦ୍ରା ଶକ୍ତି ସମ୍ବାଦ” ଆରମ୍ଭ କରିବାକୁ ସରକାର ପ୍ରସ୍ତାବ ରଖିଛନ୍ତି । ଏହି ଯୋଜନା ସୁଭଦ୍ରା ହିତାଧିକାରୀଙ୍କ ଅଭିଜ୍ଞତାକୁ ବାଣ୍ଟିବା, ସମସ୍ୟାର ସମାଧାନ ପାଇଁ ଅଧିକାରୀ ଏବଂ ଗୋଷ୍ଠୀର ହିତାଧିକାରୀଙ୍କ ସହ ନିୟମିତ ଆଲୋଚନା ମାଧ୍ୟମରେ ଅଭିଯୋଗ ନିରାକରଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଏକ ଅଂଶଗ୍ରହଣକାରୀ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ । ଏହା ବ୍ୟତୀତ, ଜୀବନଶୈଳୀ ମାର୍ଗଦର୍ଶନ ଏବଂ ପରାମର୍ଶ ସହାୟତା ସହତି ସମସ୍ତ ବୟସ ବର୍ଗର ମହିଳାଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ପୁଷ୍ଟିକର ଖାଦ୍ୟ, ମାନସିକ ସୁସ୍ଥତା ଏବଂ ଅର୍ଥନୈତିକ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଉପଯୁକ୍ତ ସ୍ଥାନମାନଙ୍କରେ "ସୁଭଦ୍ରା ୱେଲନେସ୍ ସେଣ୍ଟର" ପ୍ରତିଷ୍ଠା କରିବା ପାଇଁ ସରକାର ଯୋଜନା ରଖିଛନ୍ତି ।

ବଜେଟ୍ ବାକ୍ସ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ବଜେଟ୍ ବାକ୍ସ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (ETV BHARAT ODISHA)

ସାମାଜିକ ସୁରକ୍ଷା ଓ ମହିଳା ସଶକ୍ତିକରଣ

• ମଧୁବାବୁ ପେନସନ ଯୋଜନାରେ ସମସ୍ତ ଯୋଗ୍ୟଙ୍କୁ ସାଚୁରେସନ ମୋଡ୍‌ରେ ଅନ୍ତର୍ଭୁକ୍ତି

• ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ— ଝିଅ ଜନ୍ମରେ ₹20,000 ସଞ୍ଚୟ + ସ୍ନାତକ ପରେ ₹1 ଲକ୍ଷ

• ସୁଭଦ୍ରା ଯୋଜନା — ବାର୍ଷିକ ₹10,000 ସହାୟତା; ₹10,145 କୋଟି ଆବଣ୍ଟନ

• ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ₹12 କୋଟି

• ମିଶନ ଶକ୍ତି ପାଇଁ ₹2,804 କୋଟି

ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ସଶକ୍ତିକରଣ

• ଶିଳ୍ପ ହବ୍ ସ୍ଥାପନ ଓ ବ୍ରାଣ୍ଡିଂ ସହାୟତା ମାଧ୍ୟମରେ ମହିଳାମାନଙ୍କୁ ଲକ୍ଷପତି ଦିଦି କରିବା ଲକ୍ଷ୍ୟ

• NRLM ମାଧ୍ୟମରେ 1 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସରକାରୀ ଚୁକ୍ତିନାମା ଓ ସେବା ସୁବିଧା

• ଏହି ଯୋଜନା ପାଇଁ 1,333 କୋଟି ଟଙ୍କା ବ୍ୟୟ ବରାଦ

• ମିଶନ ଶକ୍ତି ବିଭାଗ ଅଧୀନରେ ମହିଳା ସଶକ୍ତିକରଣ ପାଇଁ ଆବଣ୍ଟନ ବୃଦ୍ଧି କରି 2,804 କୋଟି ଟଙ୍କା

ଲିଙ୍ଗ ସମାନତା ଓ ମହିଳା କଲ୍ୟାଣ

• ଭଉଣୀ ଓ ଝିଅମାନଙ୍କ ସମର୍ଥନ ପାଇଁ ବିଶେଷ କାର୍ଯ୍ୟକ୍ରମ।

• ଲିଙ୍ଗ ସମାନତା ଓ ସମାଜର ଅର୍ଧାଂଶକୁ ସଶକ୍ତ କରିବା ଲକ୍ଷ୍ୟ।

• ଏହି ପାଇଁ 18,957 କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ।

ଏହା ମଧ୍ୟ ପଢ଼ନ୍ତୁ- 4 ଲକ୍ଷ 57 ହଜାର 681 ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

ଏହା ମଧ୍ୟ ପଢ଼ନ୍ତୁ- 'ଜାନୁଆରୀ 18ରେ ସୁଭଦ୍ରା ଟଙ୍କା ପାଇବେ ହିତାଧିକାରୀ'- ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା