ETV Bharat / state

ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି: ଭୟଭୀତ ନଦୀକୂଳିଆ ବାସିନ୍ଦା, ପ୍ରସ୍ତୁତ ଯାଜପୁର ଜିଲ୍ଲା ପ୍ରଶାସନ

ଦଶରଥପୁରରେ ବୈତରଣୀର ବିପଦ ସଂକେତ ୦୯.୫୦ ମିଟର ଥିବାବେଳେ ଏବେ ଏହା ୯.୭୦ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ରିପୋର୍ଟ- ଜ୍ଞାନ ରଞ୍ଜନ ଓଝା

Rising water level in Baitarani river: Riverside residents are scared, Jajpur district administration is prepared
ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି: ଭୟଭୀତ ନଦୀକୂଳିଆ ବାସିନ୍ଦା, ପ୍ରସ୍ତୁତ ଯାଜପୁର ଜିଲ୍ଲା ପ୍ରଶାସନ (ETV BHARAT ODISHA)
author img

By ETV Bharat Odisha Team

Published : July 7, 2026 at 8:40 PM IST

1 Min Read
Choose ETV Bharat

BAITARANI FLOOD SITUATION, ଯାଜପୁର : ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ପ୍ରବେଶ କରିଛି ପ୍ରଥମ ବନ୍ୟାଜଳ । ବୈତରଣୀରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ମାତ୍ର ଦଶରଥପୁରରେ ଏବେ ବି ବିପଦ ସଂକେତ ଉପରେ ପ୍ରଭାହିତ ହେଉଛି ବନ୍ୟାଜଳ ।

ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି: ଭୟଭୀତ ନଦୀକୂଳିଆ ବାସିନ୍ଦା, ପ୍ରସ୍ତୁତ ଯାଜପୁର ଜିଲ୍ଲା ପ୍ରଶାସନ (ETV BHARAT ODISHA)

ଦଶରଥପୁରରେ ବୈତରଣୀର ବିପଦ ସଂକେତ ୦୯.୫୦ ମିଟର ଥିବାବେଳେ ଏବେ ଏହା ୯.୭୦ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ବଲ୍ଲଭୀଘାଟରେ ବିପଦ ସଂକେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୧୩.୪୫ ମିଟର ଥିବା ବେଳେ ଏବେ ଏହା ୧୧.୪୬ ମିଟରରେ ପ୍ରବାହିତ ହେଉଛି ବନ୍ୟା ଜଳ ।

ସେହିପରି ଆଖୁଆପଦାଠାରେ ଜଳସ୍ତର କମିବାରେ ଲାଗିଛି । ଦଶରଥପୁର ବ୍ଲକ ବୈତରଣୀ ନଦୀ ଶଖା କାଣୀ ନଦୀର କଣ୍ଟପଡ଼ାଠାରେ ଦୁଇଟି ଘାଇ ସୃଷ୍ଟି ହୋଇଛି । ପ୍ରଥମ ଘାଇଟି ୫୦ ଫୁଟର ହୋଇଥିବା ବେଳେ ଦ୍ଵିତୀୟଟି ପାଖାପାଖି ୭୦ ଫୁଟର ହୋଇଛି । ନଦୀବନ୍ଧର ଡାହାଣ ପାର୍ଶ୍ୱରେ ହୋଇଥିଲା ବେଳେ ଏହା ଫଳରେ ଚାଷ ଜମି ପ୍ରଭାବିତ ହୋଇଛି । ଘାଇ ହେବା ଫଳରେ ବ୍ଲକର ମଲିକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ମଙ୍ଗଳପୁର, କନିକାପଡ଼ା ଆଦି ପଞ୍ଚାୟତ ଚାଷ ଜମିରେ ବନ୍ୟା ଜଳ ପ୍ରଭାବିତ ହେଉଛି ।

କିଛି ତଳି ଅଂଚଳରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଘାଇ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେପଟେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପ୍ରତେକ ବ୍ଲକରେ ବିଡିଓ ମାନେ ବନ୍ୟାରୁ ଲୋକ ମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

କୋରେଇ ବ୍ଲକର ୫ରୁ ଉର୍ଦ୍ଧ୍ବ ପଞ୍ଚାୟତ ବୈତରଣୀ ନଦୀର ବନ୍ୟାର ପ୍ରଭାବ ଲକ୍ଷ ରଖି ବିଡିଓ ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି । ସେପଟେ କାଣୀ ନଦୀରେ ବନ୍ୟା ପାଣି ଆସି ବାରମ୍ବାର ଘାଇ ହେଉଛି । ଜିଲ୍ଲା ପ୍ରଶାସନ ପ୍ରତେକ ବର୍ଷ ଘାଇ ମରାମତି କାମ କରୁଛନ୍ତି ସତ, କିନ୍ତୁ ଠିକ୍ ସେ ଦୃଷ୍ଟି ନଦେବା ଫଳରେ ବନ୍ୟା ଆସିଲେ ଏହି ଅଂଚଳରେ ଘାଇ ସୃଷ୍ଟି ହେଇ ଲୋଳଙ୍କ ଧନ ଜୀବନ ନଷ୍ଟ ହେଉଥିବା ନଦୀକୁଳିଆ ଅଂଚଳବାସୀ ଅଭିଯୋଗ କରିଛନ୍ତି । ସେପଟେ ଦିନ ଗୋଟାଏ ସୁଦ୍ଧା ବୈତରଣୀ ନଦୀର ଆଖୁଆପଦା ନିକଟରେ ବିପଦସଂକେତ 17:83 ମିଟର ଥିବା ବେଳେ 18:33 ମିଟର ଉପରେ ପାଣି ପ୍ରବାହିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ- ବୈତରଣୀରେ ନାହିଁ ବନ୍ୟା ସ୍ଥିତି, ସ୍ପଷ୍ଟ କଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ- Rain Alert: ଓଡ଼ିଶାରେ ଆଜି ବି ପ୍ରବଳ ବର୍ଷା ସମ୍ଭାବନା, ଆଲର୍ଟ ଜାରି କଲା IMD

ଏହା ମଧ୍ୟ ପଢ଼ନ୍ତୁ- ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର: ବେନ୍ଦେର ନଦୀରେ ଭାସିଗଲେ ଗୋରୁ, ଅଧିକାଂଶ ଅଞ୍ଚଳ ଜଳବନ୍ଦୀ

ଇଟିଭି ଭାରତ, ଯାଜପୁର