ETV Bharat / state

ଜିତୁ ମୁଣ୍ଡାଙ୍କ ଘରେ RDC ଟିମ୍, ବ୍ୟାଙ୍କ କର୍ତ୍ତୃପକ୍ଷ ଅବହେଳା କରିଥିବା ସିସିଟିଭିରେ ସ୍ପଷ୍ଟ

ଆଜି କେନ୍ଦୁଝର ଡିଆନାଳି ଗ୍ରାମରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ  ଆରଡିସି ସଂଗ୍ରାମ କେଶରୀ ମହାପାତ୍ର।

ଜିତୁ ମୁଣ୍ଡାଙ୍କ ଘରେ RDC ଟିମ୍‌
ଜିତୁ ମୁଣ୍ଡାଙ୍କ ଘରେ RDC ଟିମ୍‌ (ETV Bharat Odisha)
author img

By ETV Bharat Odisha Team

Published : April 30, 2026 at 2:36 PM IST

1 Min Read
Choose ETV Bharat

ଭୁବନେଶ୍ବର: ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣାରେ RDC ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି କେନ୍ଦୁଝର ଡିଆନାଳି ଗ୍ରାମରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର। ସେ ଜିତୁ ମୁଣ୍ଡାଙ୍କ ଘରକୁ ଯାଇ ସରଜମିନ ତଦନ୍ତ କରିବା ସହ ବ୍ୟାଙ୍କ ଯାଇ ମଧ୍ୟ ତଦନ୍ତ କରିଛନ୍ତି। ଏହି ତଦନ୍ତରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳାର ଶିକାର ଜିତୁ ମୁଣ୍ଡା ହୋଇଥିବା ଆରଡିସି ପ୍ରକାଶ କରିଛନ୍ତି।

ଜିତୁ ମୁଣ୍ଡାଙ୍କ ଘରେ RDC ଟିମ୍‌ (ETV Bharat Odisha)

ଜିତୁ ମୁଣ୍ଡାଙ୍କ ଘରେ ଓ ବ୍ୟାଙ୍କରେ ଆରଡିସି ଟିମ୍‌

ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ପୂର୍ବରୁ ଜାଣିଥିଲେ। କିନ୍ତୁ ଶେଷ ଟଙ୍କା ଉଠାଇବା ବେଳେ ତାଙ୍କୁ ଫେରାଇ ଦିଆଯାଇଥିବା ତଦନ୍ତ ବେଳେ ଜାଣିବାକୁ ପାଇଥିଲେ ଆରଡିସି। ଏହା ସହ ପୋଲିସର ମଧ୍ୟ ଅବହେଳାକୁ ଦାୟୀ କରିଛନ୍ତି ଆରଡିସି। ବ୍ୟାଙ୍କର ସମସ୍ତ କାଗଜ ପତ୍ର ମାଗି ଆହୁରି ତଦନ୍ତକୁ ଜୋରଦାର କରାଯିବା ସହ ଦାୟୀ କର୍ତ୍ତୃପକ୍ଷ ପ୍ରତି କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ଆରଡିସି କହିଛନ୍ତି ଯେ ‘‘ଜିଲ୍ଲାପାଳଙ୍କ ଓ ମୋର ପ୍ରାୟ ଏକଘଣ୍ଟା ସିସିଟିଭିରେ ତର୍ଜମା କରିଥିଲୁ । ଏହାରି ମଧ୍ୟରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ବାରମ୍ବାର ଫେରାଉଥିବା ଓ ଜିତୁ ମୁଣ୍ଡା ନିରାଶ ହୋଇ ଫେରିଥିବା ସିସିଟିଭିରେ ଦେଖିବାକୁ ମିଳିଛି । ଜିତୁ ମୁଣ୍ଡା ଓ ତାଙ୍କ ଭଉଣୀ ପୂର୍ବରୁ 8 ଥର ବ୍ୟାଙ୍କ ଆସି ଟଙ୍କା ଉଠାଣ କରିଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କୁ ଚିହ୍ନିଛନ୍ତି । ପ୍ରାଥମିକ ତଦନ୍ତରୁ ଏଥିରେ ଅବହେଳାର ଗନ୍ଧ ବାରି ହୋଇପଡୁଛି । ସେହିପରି ଫେବୃଆରୀ ମାସରେ ତାଙ୍କ ଉଭଣୀଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସାର୍ଟିଫିକେଟ କାହିଁକି ଏପର୍ଯ୍ୟନ୍ତ ମିଳିପାରି ନାହିଁ ସେ ନେଇ ତଦନ୍ତ ହେବ ’’।

ଏହି ତଦନ୍ତ ବେଳେ ଜିଲ୍ଲାପାଳ ବିଶାଲ ସିଂହ, ଅଟିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନଙ୍କ ବହୁ ବିଭାଗୀୟ ଅଧିକାରୀ ଆରଡିସିଙ୍କ ସହ ଉପସ୍ଥିତ ଥିଲେ।

RDC ତଦନ୍ତ ଦେଇଥିଲେ ମୁଖ୍ୟମନ୍ତ୍ରୀ

ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ନିଜ ଭଉଣୀର କଙ୍କାଳ ଖୋଳି ଦୀର୍ଘ ୩ କିଲୋମିଟର ରାସ୍ତା ଚାଲି ଚାଲି ବ୍ୟାଙ୍କରେ ପହଞ୍ଚିଥିଲେ। ଏହି ଘଟଣାରେ କାରଣ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ RDC ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଅଞ୍ଚଳର ଜିତୁ ମୁଣ୍ଡା ନିଜ ମୃତ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଯାଇଥିଲେ। କିନ୍ତୁ ସେଠାରେ ବ୍ୟାଙ୍କ୍ କର୍ମଚାରୀ ତାଙ୍କୁ ମୃତ୍ୟୁ ପ୍ରମାଣ ମାଗିଥିଲେ। ଫଳରେ ଜିତୁ ସିଧା ସଳଖ ଭଉଣୀଙ୍କ କଙ୍କାଳ ନେଇ ପହଞ୍ଚିଥିଲେ। ଯାହା ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହା ମଧ୍ୟ ପଢନ୍ତୁ ବ୍ୟାଙ୍କରେ ମୃତ ଭଉଣୀର କଙ୍କାଳ ଧରି ପହଞ୍ଚିଲା ଭାଇ, ଚେତିଲେ କର୍ତ୍ତୃପକ୍ଷ, ଜମାଟଙ୍କା ଫେରାଇବାକୁ ପ୍ରତିଶ୍ରୁତି

ଏହା ମଧ୍ୟ ପଢନ୍ତୁ ଛେଳିଙ୍କୁ ବିଷ ଦେଇ ହତ୍ୟା ! ମଲା ଛେଳି ଧରି ଥାନାରେ ହାଜର ହେଲେ ମାଲିକ, ଅଭିଯୁକ୍ତକୁ ଗିରଫ ଦାବି

ଇଟିଭି ଭାରତ, ଭୁବନେଶ୍ବର