ETV Bharat / state

ରଥଯାତ୍ରା ସୁରକ୍ଷା ପ୍ରସ୍ତୁତି: ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏସଟିୟୁ କମାଣ୍ଡୋ ପକ୍ଷରୁ ମକ୍ ଡ୍ରିଲ୍

ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଲେ କିଭଳି ଏହାର ମୁକାବିଲା କରିହେବ ସେନେଇ ଏକ ମକ୍ ଡ୍ରିଲ୍ ଆଜି ଶ୍ରୀମନ୍ଦିର ନିକଟରେ ଅନୁଷ୍ଠିତ ହୋଇଥିଲା । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର

Rath Yatra security preparedness: STU Commando mock drills to prevent terrorist attacks
ରଥଯାତ୍ରା ସୁରକ୍ଷା ପ୍ରସ୍ତୁତି: ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏସଟିୟୁ କମାଣ୍ଡୋ ପକ୍ଷରୁ ମକ୍ ଡ୍ରିଲ୍ (ETV BHARAT ODISHA)
author img

By ETV Bharat Odisha Team

Published : July 8, 2026 at 9:01 PM IST

2 Min Read
Choose ETV Bharat

RATH YATRA SECURITY PREPAREDNESS, ପୁରୀ : ଶ୍ରୀମନ୍ଦିର ସମ୍ମୁଖରେ ଥିବା ବାଗେଡ଼ିଆ ଧର୍ମଶାଳାରେ ସଶସ୍ତ୍ର ଆତଙ୍କବାଦୀ ପ୍ରବେଶ କରି ସାଧାରଣ ଲୋକଙ୍କ ସହିତ ପୋଲିସ କର୍ମଚାରୀଙ୍କୁ ପଣବନ୍ଦୀ କଲେ । ଏହି ଖବର ଓଡ଼ିଶା ପୋଲିସର ସ୍ବତନ୍ତ୍ର କମାଣ୍ଡୋ ବାହିନୀ ଏସଟିୟୁ ପାଖରେ ପହଞ୍ଚିବା ପରେ ଆରମ୍ଭ ହେଲା ଆତଙ୍କବାଦୀ ନିପାତ ଅଭିଯାନ । ଏସଟିୟୁ କମାଣ୍ଡୋ ମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ରୋବଟ୍ ସାହାଯ୍ୟରେ ବାଗେଡ଼ିଆ ଧର୍ମଶାଳାରେ ପ୍ରବେଶ କରି ଚାରି ଜଣ ଆତଙ୍କବାଦୀଙ୍କୁ ନିହତ କରି ପଣବନ୍ଦୀ ହୋଇଥିବା ସାଧାରଣ ଲୋକ ଏବଂ ପୋଲିସଙ୍କୁ ଉଦ୍ଧାର କରିଥିଲେ । ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଶ୍ରୀମନ୍ଦିର ନିକଟରେ ।

ରଥଯାତ୍ରା ସୁରକ୍ଷା ପ୍ରସ୍ତୁତି: ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏସଟିୟୁ କମାଣ୍ଡୋ ପକ୍ଷରୁ ମକ୍ ଡ୍ରିଲ୍ (ETV BHARAT ODISHA)

ଆଗାମୀ ରଥଯାତ୍ରାରେ କୌଣସି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଲେ କିଭଳି ଏହାର ମୁକାବିଲା କରିହେବ ସେନେଇ ଏକ ମକ୍ ଡ୍ରିଲ୍ ଆଜି ଶ୍ରୀମନ୍ଦିର ନିକଟରେ ଅନୁଷ୍ଠିତ ହୋଇଥିଲା । ଏହି ମକ୍ ଡ୍ରିଲରେ ଏସଟିୟୁ କମାଣ୍ଡୋଙ୍କ ସହିତ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ, ଓଡ୍ରାଫ, ମେଡିକାଲ ଟିମ୍ ସାମିଲ୍ ହୋଇଥିଲେ । ତେବେ ଏହି ମକ୍ ଡ୍ରିଲ ଆଗାମୀ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀର କମାଣ୍ଡାଣ୍ଟ, ତାପସ ଦାଶ ସୂଚନା ଦେଇଛନ୍ତି ।

ଆତଙ୍କବାଦୀଙ୍କୁ ନିହତ କରି ପଣବନ୍ଦୀ ହୋଇଥିବା ସାଧାରଣ ଲୋକ ଏବଂ ପୋଲିସଙ୍କୁ ଉଦ୍ଧାର କରିଥିଲେ ।
ଆତଙ୍କବାଦୀଙ୍କୁ ନିହତ କରି ପଣବନ୍ଦୀ ହୋଇଥିବା ସାଧାରଣ ଲୋକ ଏବଂ ପୋଲିସଙ୍କୁ ଉଦ୍ଧାର କରିଥିଲେ । (ETV BHARAT ODISHA)


ସେହିପରି କୌଣସି ହୋଟେଲରେ ଯଦି ଆତଙ୍କବାଦୀମାନେ ପ୍ରବେଶ କରି ଲୋକଙ୍କୁ ପଣବନ୍ଦୀ କରନ୍ତି, ତେବେ କିଭଳି ଆତଙ୍କବାଦୀଙ୍କୁ ନିହତ କରାଯାଇ ଲୋକଙ୍କୁ ଆତଙ୍କବାଦୀଙ୍କ କବଳରୁ ଉଦ୍ଧାର କରିହେବ ସେନେଇ ମଧ୍ୟ ଏକ ମକ୍ ଡ୍ରିଲ୍, ହୋଟେଲ ତାଜ୍ ରେ ଅନୁଷ୍ଠିତ ହୋଇଥିଲା । ହୋଟେଲକୁ ଆତଙ୍କବାଦୀ ଆକ୍ରମଣ କଲା ଭଳି ଏକ ମକ୍ ଡ୍ରିଲ୍ କରାଯାଇଥିଲା । କେବଳ ସେତିକି ନୁହେଁ, ଗତକାଲି ମଧ୍ୟ ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ପୋଲିସ ଅବକାଶ ଭବନ ଏବଂ ପୁରୀ ରେଳ ଷ୍ଟେସନରେ ମଧ୍ୟ ଅନୁରୂପ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା ।

ଆତଙ୍କବାଦୀଙ୍କୁ ନିହତ କରି ପଣବନ୍ଦୀ ହୋଇଥିବା ସାଧାରଣ ଲୋକ ଏବଂ ପୋଲିସଙ୍କୁ ଉଦ୍ଧାର କରିଥିଲେ ।
ଆତଙ୍କବାଦୀଙ୍କୁ ନିହତ କରି ପଣବନ୍ଦୀ ହୋଇଥିବା ସାଧାରଣ ଲୋକ ଏବଂ ପୋଲିସଙ୍କୁ ଉଦ୍ଧାର କରିଥିଲେ । (ETV BHARAT ODISHA)

ଚଳିତ ରଥଯାତ୍ରାରେ ୨୦ ଲକ୍ଷ ଭକ୍ତଙ୍କର ଆଗମନ ହେବାର ଆକଳନ କରିଛି ପ୍ରଶାସନ । ଏଣୁ ଭକ୍ତଙ୍କ ସୁରକ୍ଷା ପାଇଁ ଜଳ, ସ୍ଥଳ, ଆକାଶ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ଚଳିତ ବର୍ଷ ଗ୍ରହଣ କରାଯାଇଛି ।

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ପୋଲିସ ଅବକାଶ ଭବନ ଏବଂ ପୁରୀ ରେଳ ଷ୍ଟେସନରେ ମଧ୍ୟ ଅନୁରୂପ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା ।
ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ପୋଲିସ ଅବକାଶ ଭବନ ଏବଂ ପୁରୀ ରେଳ ଷ୍ଟେସନରେ ମଧ୍ୟ ଅନୁରୂପ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା । (ETV BHARAT ODISHA)
ପୁରୀରେ କଡ଼ା ସୁରକ୍ଷା ପାଇଁ ପୁରୀ ସହରର ସମସ୍ତ ରାସ୍ତା ଗୁଡ଼ିକରେ ଏଆଇ କ୍ୟାମେରା ଲଗାଯାଇଥିବା ବେଳେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ନଜର ରଖାଯିବ । ୨୨୦ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ବରେ ମୁତୟନ ହେବାକୁ ଥିବା ବେଳେ ବିଏସଏଫ, ଏନ୍ ଏସ୍ ଜି, ସିଆରପିଏଫ୍, ରାପିଡ ଆକ୍ସନ ଫୋର୍ସ ସହିତ ଓଡ଼ିଶା ପୋଲିସର ୧୨ ହଜାର ପୋଲିସକର୍ମୀ ସୁରକ୍ଷା ଦାୟିତ୍ବରେ ମୁତୟନ ରହିବେ । ସମୁଦ୍ର ତଟର ସୁରକ୍ଷା ପାଇଁ କୋଷ୍ଟ ଗାର୍ଡ, ମେରାଇନ ପୋଲିସ ଏବଂ ନ୍ୟାଭି ସୁରକ୍ଷା ଦାୟିତ୍ବରେ ରହିବେ । ସେହିପରି ଆକାଶମାର୍ଗର ସୁରକ୍ଷା ପାଇଁ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।
ଏହି ମକ୍ ଡ୍ରିଲ ଆଗାମୀ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ
ଏହି ମକ୍ ଡ୍ରିଲ ଆଗାମୀ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ (ETV BHARAT ODISHA)
ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି, "ରଥଯାତ୍ରାରେ ପୁରୀରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବ । ତେବେ ସେଥିପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଶେଷ କରି ଆତଙ୍କବାଦୀ ଘଟଣା ଘଟିଲେ କିଭଳି ଆତଙ୍କବାଦୀଙ୍କ କବଳରୁ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ, ସେ ନେଇ ଓଡ଼ିଶା ପୋଲିସର ସ୍ବତନ୍ତ୍ର ଏସଟିୟୁ କମାଣ୍ଡୋ, ଅଗ୍ନିଶମ ବାହିନୀ, ଓଡ୍ରାଫ୍, ମେଡିକାଲ ଟିମ୍ ମିଳିତ ଭାବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମକଡ୍ରିଲ୍ କରୁଛନ୍ତି ।"
ଏସଟିୟୁ କମାଣ୍ଡୋ ମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ରୋବଟ୍ ସାହାଯ୍ୟରେ ବାଗେଡ଼ିଆ ଧର୍ମଶାଳାରେ ପ୍ରବେଶ କରି ଚାରି ଜଣ ଆତଙ୍କବାଦୀଙ୍କୁ ନିହତ କରି ପଣବନ୍ଦୀ ହୋଇଥିବା ସାଧାରଣ ଲୋକ ଏବଂ ପୋଲିସଙ୍କୁ ଉଦ୍ଧାର କରିଥିଲେ ।
ଏସଟିୟୁ କମାଣ୍ଡୋ ମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ରୋବଟ୍ ସାହାଯ୍ୟରେ ବାଗେଡ଼ିଆ ଧର୍ମଶାଳାରେ ପ୍ରବେଶ କରି ଚାରି ଜଣ ଆତଙ୍କବାଦୀଙ୍କୁ ନିହତ କରି ପଣବନ୍ଦୀ ହୋଇଥିବା ସାଧାରଣ ଲୋକ ଏବଂ ପୋଲିସଙ୍କୁ ଉଦ୍ଧାର କରିଥିଲେ । (ETV BHARAT ODISHA)


ଏହା ମଧ୍ୟ ପଢ଼ନ୍ତୁ- ରଥଯାତ୍ରା ସୁରକ୍ଷା ମକଡ୍ରିଲ୍; ଆତଙ୍କବାଦୀ ଆକ୍ରମଣ, ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର କମାଣ୍ଡୋଙ୍କ ମକଡ୍ରିଲ୍

ଏହା ମଧ୍ୟ ପଢ଼ନ୍ତୁ- ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା; ମୁତୟନ ହେବେ 12000 ପୋଲିସ ଫୋର୍ସ, ସମୀକ୍ଷା କଲେ ଡିଜିପି

ଇଟିଭି ଭାରତ, ପୁରୀ