ETV Bharat / state

ରାଜନଗର-କେନ୍ଦ୍ରାପଡା ବାଇପାସ୍‌ ରାସ୍ତା ନା ମରଣଯନ୍ତା ? ବଢୁଛି ଦୁର୍ଘଟଣା, ସମସ୍ୟାର ଅନ୍ତ କେବେ...

ଦୀର୍ଘ ଦିନର ଦାବି ପରେ ନିର୍ମିତ ହୋଇଥିଲା ରାଜନଗର-କେନ୍ଦ୍ରାପଡା ବାଇପାସ ରାସ୍ତା । ଏଠାରେ ଦୈନିକ ସଡ଼କ ଦୁର୍ଘଟଣା ସଂଖ୍ୟା ବଢିବା ସହିତ ଅନେକ ମୃତ୍ୟୁମୁଖରେ ପଡୁଛନ୍ତି ।

Rajnagar-Kendrapara bypass road being death trap maintainance money stolen
ମରଣଜନ୍ତା ପାଲଟିଛି ରାଜନଗର-କେନ୍ଦ୍ରାପଡା ବାଇପାସ ରାସ୍ତା, ବାଟମାରଣା ହେଉଛି ରକ୍ଷଣାବେକ୍ଷଣ ଟଙ୍କା (ETV Bharat Odisha)
author img

By ETV Bharat Odisha Team

Published : February 24, 2026 at 4:41 PM IST

3 Min Read
Choose ETV Bharat

କେନ୍ଦ୍ରାପଡ଼ା: ମରଣଯନ୍ତା ପାଲଟିଛି ରାଜନଗର-କେନ୍ଦ୍ରାପଡା ବାଇପାସ ରାସ୍ତା । ଦୀର୍ଘଦିନର ଦାବି ପରେ ଏହି ରାସ୍ତା ନିର୍ମିତ ହୋଇଥିଲା । ନିର୍ମାଣର 4 ବର୍ଷ ନପୁରୁଣୁ ରାସ୍ତାରୁୁ ପିଚୁ ଉଠି ଖାଲଖମାରେ ଭରି ଯାଇଛି । ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ ଓ ସ୍ଥାନୀୟ ବାସିନ୍ଦା । ରାସ୍ତାର ଖରାପ ଅବସ୍ଥା ପାଇଁ ଦୈନିକ ସଡ଼କ ଦୁର୍ଘଟଣା ବଢୁଛି । ଅନେକ ଅକାଳରେ ମୃତ୍ୟୁମୁଖରେ ପଡୁଛନ୍ତି । ଏଥିପ୍ରତି ବିଭାଗ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜନସାଧାରଣ ।

ମରଣଜନ୍ତା ପାଲଟିଛି ରାଜନଗର-କେନ୍ଦ୍ରାପଡା ବାଇପାସ ରାସ୍ତା, ବାଟମାରଣା ହେଉଛି ରକ୍ଷଣାବେକ୍ଷଣ ଟଙ୍କା (ETV Bharat Odisha)

ରାସ୍ତା ନିର୍ମାଣର ଇତିହାସ:
ଏହି ରାସ୍ତାର ଦୈର୍ଘ୍ୟ ପ୍ରାୟ 12 କିମି ହେବ । ରାସ୍ତା ନିର୍ମାଣ ପାଇଁ 2021 ମସିହାରେ ଗ୍ରାମ୍ୟ ନିର୍ମାଣ (Rural Works) ପକ୍ଷରୁ ଠିକାଦାରଙ୍କୁ 9,78,85,000 ଟଙ୍କା ବ୍ୟୟବରାଦ ଦିଆଯାଇଥିଲା । ଗରାପୁରରୁ ଗଣ୍ଡାଖିଆ ଭାୟା ସାନ୍ତସାହି ହୋଇ ଏହାର ନିର୍ମାଣ କରାଯାଇଥିଲା । ବିଭାଗୀୟ ଫଳକ ଅନୁଯାୟୀ 7 ଡିସେମ୍ବର 2022 ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପରେ ଏହି ରାସ୍ତା ତିଆରି ହୋଇଥିଲା । ରାସ୍ତାଟି ରାଜନଗରରୁ କେନ୍ଦ୍ରାପଡାକୁ ବାଇପାସ ରାସ୍ତା ଭାବେ ନାମିତ ହୋଇଥିଲା । ଏହି ରାସ୍ତା ଉପରେ ରାଜନଗର, ପଟ୍ଟାମୁଣ୍ଡାଇ ସମେତ କେନ୍ଦ୍ରାପଡା ବ୍ଲକର କହ୍ନେଇପୁର, ଆୟବା, ଗଣ୍ଡାଖିଆ, ମେଦୁଆକୁଳ, ଓସ୍ତପୁର ଆଦି ଅଞ୍ଚଳର ଅନ୍ୟୁନ ୩୦ ହଜାର ଲୋକ ଦୈନନ୍ଦିନ କାମ ପାଇଁ ନିର୍ଭର କରିଥାନ୍ତି ।

Rajnagar-Kendrapara bypass road being death trap
ମରଣଜନ୍ତା ପାଲଟିଛି ରାଜନଗର-କେନ୍ଦ୍ରାପଡା ବାଇପାସ ରାସ୍ତା (ETV Bharat Odisha)


ସୂଚନା ଫଳକରେ ଖର୍ଚ୍ଚର ହିସାବକିତାବ:
ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ବେଳେ ଏହାର ମରାମତି ଆବଶ୍ୟକ ପଡିଥିଲା । ଠିକାଦାରଙ୍କ ସହ ବିଭାଗୀୟ ଚୁକ୍ତି ଅନୁଯାୟୀ, ନିର୍ମାଣର ଶେଷଦିନ ଅର୍ଥାତ 2022 ମସିହା ଡିସେମ୍ବର 7 ତାରିଖ ଠାରୁ 5 ବର୍ଷ ପର୍ଯ୍ୟନ୍ତ ଅର୍ଥାତ 2026 ମସିହା ସେପ୍ଟେମ୍ବର 9 ତାରିଖ ପର୍ଯ୍ୟନ୍ତ ଏହି ରାସ୍ତାର ରକ୍ଷଣାବେକ୍ଷଣ କାର୍ଯ୍ୟ ଠିକାସଂସ୍ଥା ନେଇଥିଲା । ଏଥିପାଇଁ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ 81,55,000 ଟଙ୍କା ଖର୍ଚ୍ଚ କରା ଯାଇଥିବା ବିଭାଗର ସୂଚନା ଫଳକ କହୁଛି ।

Rajnagar-Kendrapara bypass road being death trap
ମରଣଜନ୍ତା ପାଲଟିଛି ରାଜନଗର-କେନ୍ଦ୍ରାପଡା ବାଇପାସ ରାସ୍ତା (ETV Bharat Odisha)

ମରାମତି ପାଇଁ ରହିଥିବା ସର୍ତ୍ତ:

ଘାସ, ଡାଳପତ୍ର ବର୍ଷାଋତୁ ପରେ ପ୍ରତ୍ୟେକ ବର୍ଷ ସଫା କରିବା
ପାଣି କଟା ଧାର ବର୍ଷାଋତୁ ପରେ ବର୍ଷକୁ ଥରେ ପୁନଃ ମରାମତି କରିବା
ଦରକାର ଅନୁସାରେ ପିଚୁ ରାସ୍ତାର ଉଭୟ ପାର୍ଶ୍ଵରେ ମାଟି ସେକ୍ଟର ମରାମତି କରିବା
ଦରକାର ଅନୁସାରେ ରାସ୍ତା ଉପରେ ଥିବା ଗର୍ତ୍ତ ଓ ଫାଟ ମରାମତି କରିବା
ବର୍ଷକୁ ୨ ଥର ରାସ୍ତାର ପାର୍ଶ୍ଵନାଳ ମରାମତି କରିବା
ବର୍ଷକୁ ୨ ଥର ତିଆରି ହୋଇଥିବା ଶଙ୍ଖ ପୋଲ ମରାମତି କରିବା
ବର୍ଷକୁ ଥରେ ରାସ୍ତା ପାର୍ଶ୍ଵ ସଂକେତ ଗୁଡିକର ମରାମତି କରିବା
ଶଙ୍ଖ ପୋଲରେ ଧଳା ରଙ୍ଗ ମାରିବା କାର୍ଯ୍ୟ କରାଯିବାକୁ ନିୟମ ରହିଥିଲା ।


ଜୀବନ ନେଉଛି ରାସ୍ତା:
ଗତ 2023 ମସିହାରେ ଏହି ରାସ୍ତାରେ ଏକ ଯାତ୍ରୀବାହୀ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇ 14 ଜଣ ଗୁରୁତର ଆହତ ହୋଇଥିଲେ । ଏଥିସହ ରାସ୍ତାରେ ଧୂଳି ଉଡୁଥିବା କାରଣ ଯୋଗୁଁ ଅନେକ ସମୟରେ ଛୋଟମୋଟ ଦୁର୍ଘଟଣା ଘଟି ବାଇକ ଆରୋହୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ଏହା ସହିତ ଦୁଇଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି ।


ବଦଳୁନି ରାସ୍ତାର ଅବସ୍ଥା:
କହ୍ନେଇପୁର ବାସିନ୍ଦା ସନ୍ତୋଷ ବେହେରା କହିଛନ୍ତି,"ରାସ୍ତାର ରକ୍ଷଣାବେକ୍ଷଣ ଅବଧି ଶେଷ ହୋଇନାହିଁ । ଏହି ରାସ୍ତାରେ ସାଇକେଲ, ମୋଟର ସାଇକେଲ, ଅଟୋ, କାର ଠାରୁ ନେଇ ବସ ପର୍ଯ୍ୟନ୍ତ ଯାତାୟାତ ପାଇଁ ନିର୍ଭର କରନ୍ତି । ରାସ୍ତାରେ ଦୁର୍ଘଟଣା ଘଟିଲେ ସେଠାକୁ ପୋଲିସ ଠାରୁ ଆରମ୍ଭ କରି ଅନ୍ୟ ବିଭାଗ ପର୍ଯ୍ୟନ୍ତ ଅଧିକାରୀମାନେ ତଦନ୍ତ କରନ୍ତି ହେଲେ କୌଣସି ସୁଫଳ ମିଳେ ନାହିଁ । ରାଜନଗରର ଡାଙ୍ଗମାଳ ଠାରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟାଳୟ ସାନ୍ତସାହି ପୋଲ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି ।"

Rajnagar-Kendrapara bypass road being death trap
ମରଣଜନ୍ତା ପାଲଟିଛି ରାଜନଗର-କେନ୍ଦ୍ରାପଡା ବାଇପାସ ରାସ୍ତା (ETV Bharat Odisha)

10,000ରୁ ଊର୍ଦ୍ଧ୍ବ ଲୋକ ରାସ୍ତା ଉପରେ ନିର୍ଭରଶୀଳ:
କାଙ୍କଦିଆ ଗ୍ରାମବାସିନ୍ଦା ରଣଜିତ ସାମଲ କହିଛନ୍ତି, "ଏହାସାନ୍ତସାହି-ଗଣ୍ଡାଖିଆ ରାସ୍ତା । ଏହି ରାସ୍ତା ୪ଟି ପଞ୍ଚାୟତର 10,000ରୁ ଅଧିକ ଲୋକ ନିର୍ଭର କରୁଛନ୍ତି । ରାସ୍ତାରେ ଖାଲଖମା ଭର୍ତ୍ତି ହୋଇ ରହିଥିବାରୁ, ଆମେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛୁ । ଏହି ରାସ୍ତାଟିକୁ ଜରୁରୀକାଳୀନ ଭିତ୍ତିରେ ମରାମତି କରାଗଲେ, ଏହା ଉପରେ ନିର୍ଭର କରୁଥିବା 15,000ରୁ ଅଧିକ ଲୋକେ ଉପକୃତ ହୋଇପାରିବେ । ଏହି ରାସ୍ତାରେ 4ଟି ସରକାରୀ ବସ ଓ 10ଟି ଘରୋଇ ବସ ଚଳାଚଳ କରୁଛି । ଏହି ରାସ୍ତା ନିର୍ମାଣ ହେବା ପରେ ଥରେ ମଧ୍ୟ ମରାମତି କାର୍ଯ୍ୟ କରାଯାଇ ନାହିଁ ।"


ପୂର୍ତ୍ତ ବିଭାଗ ନେବ ଦାୟିତ୍ବ:
ସେହିପରି କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟର୍ କହିଛନ୍ତି,"ଏ ରାସ୍ତାର ମରାମତି ସମ୍ପର୍କରେ ଅନେକ ସମୟରେ ଦାବି ହୋଇ ଆସୁଛି । ଏହି ରାସ୍ତାଟିକୁ ପୂର୍ତ୍ତ ବିଭାଗ ଆଗକୁ ନିଜ ହାତକୁ ନେବାର ଯୋଜନା ରହିଛି । ତେଣୁ ଖୁବଶୀଘ୍ର କାମ ହେବା ସହ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ଅନ୍ତ ହେବ ।’

ଏହି ରାସ୍ତାର ନିର୍ମାଣ ଓ ମରାମତି ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ତଥା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀଙ୍କୁ ଇଟିଭି ଭାରତ ଯୋଗାଯୋଗ କରିଥିଲା । ପ୍ରତିକ୍ରିୟା ରଖିବାକୁ ମନା କରିଥିଲେ ସେ ।

ଏହା ମଧ୍ୟ ପଢନ୍ତୁ:

ମଦ ପିଇ ଘରେ ଗଣ୍ଡଗୋଳ କରୁଥିଲେ ସ୍ବାମୀ: ତାତିଲେ ମହିଳା, ଭାଙ୍ଗିଲେ ଦୋକାନ

ରୋଗୀର ହୃଦୟ ଜିତିଲେ ଡ଼ାକ୍ତର: ବିରଳ ହୃଦରୋଗରେ ପୀଡିତ 29 ବର୍ଷୀୟ ଝିଲନଙ୍କୁ ମିଳିଲା ନୂଆ ଜୀବନ

ପରକ୍ରିୟା ପ୍ରୀତି ! ମହିଳାଙ୍କୁ ମାଡ ମାରି ବନ୍ଧା ହେଲେ କନେଷ୍ଟବଳ

ଇଟିଭି ଭାରତ, କେନ୍ଦ୍ରାପଡ଼ା